ସୁଶାନ୍ତଙ୍କ ଆକାଉଣ୍ଟରୁ ଗୋଟିଏ ମାସରେ ୧୫ କୋଟି ଟଙ୍କା ଉଠାଇ ଥିଲେ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ ନୂଆ ମୋଡ ଆସିଛି। ସୁଶାନ୍ତଙ୍କ ପିତା ପାଟଣା ରାଜୀବନଗର ଥାନାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ସୁଶାନ୍ତଙ୍କ ପିତା କରିଛନ୍ତି ଯେ, ସୁଶାନ୍ତଙ୍କୁ ପ୍ରେମ ଜାଲରେ ଫସାଇ ରିୟା ଚକ୍ରବର୍ତ୍ତୀ ତାଙ୍କଠାରୁ ଟଙ୍କା ଆଦାୟ କରିବା ଓ ଆତ୍ମହତ୍ୟା ପାଇଁ ତାଙ୍କୁ ଉସୁକାଇଥିଲେ। ଜାଣନ୍ତୁ ମାମଲାରେ କ’ଣ କହିଛନ୍ତି ସୁଶାନ୍ତଙ୍କ ପିତା।
ଏକ ନମ୍ବର
ସୁଶାନ୍ତ ଚଳଚ୍ଚିତ୍ର କରିବା ଛାଡି କେରଳ ଯାଇ ଅର୍ଗାନିକ୍‌ ଚାଷ କରିବାକୁ ଚାହୁଁଥିଲେ। ରିୟା ସୁଶାନ୍ତଙ୍କୁ ଅଟକାଇ ଥିଲେ।
ଦୁଇ ନମ୍ବର
ସୁଶାନ୍ତଙ୍କ ପିତା କହିଛନ୍ତି ଯେ, ଯେତେବେଳେ ସୁଶାନ୍ତ ଏଥିରେ ରାଜି ନ ହୋଇଥିଲେ। ସେତେବେଳେ ସେ ତାଙ୍କ ଅଳଙ୍କାର, ଟଙ୍କା, କ୍ରେଡିଟ କାର୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଲ୍ୟାପଟପ ଏବଂ ଡାକ୍ତରୀ ରିପୋର୍ଟ ନେଇ ନିଜ ଘରକୁ ଯାଇଥିଲେ। ଘରକୁ ଯିବା ପରେ ସେ ସୁଶାନ୍ତଙ୍କ ନମ୍ବରକୁ ବ୍ଲକ କରିଦେଇଥିଲେ।
ତିନି ନମ୍ବର
ସୁଶାନ୍ତ ତାଙ୍କ ଭଉଣୀକୁ ଫୋନ କରି କହିଥିଲେ ଯେ, ସେ ସମସ୍ତ ଡକ୍ୟୁମେଣ୍ଟ ନେଇଛନ୍ତି ଏବଂ ଗଣମାଧ୍ୟମ ଆଗରେ ରଖିବେ। ସୁଶାନ୍ତ ପାଗଳ ଏବଂ ତାଙ୍କ ସହ ଆଉ କେହି କାମ କରିବେ ନାହିଁ ବୋଲି ଧମକ ଦେଇଥିଲେ।
ଚାରି ନମ୍ବର
୨୦୧୯ରେ ରିୟାଙ୍କୁ ଭେଟିବା ପୂର୍ବରୁ ସୁଶାନ୍ତ ସମ୍ପୂର୍ଣ୍ଣ ସ୍ବାଭାବିକ ଥିଲେ। ତା’ପରେ କ’ଣ ବଦଳିଗଲା ଯେ ସେ ରିୟାଙ୍କୁ ଭେଟିବାର କିଛି ମାସ ମଧ୍ୟରେ ମାନସିକ ରୋଗୀ ହୋଇଗଲେ? ସୁଶାନ୍ତଙ୍କ ମାନସିକ ରୋଗୀ ହେବାର କାରଣ କ’ଣ ଥିଲା ତାହା ଅନୁସନ୍ଧାନ କରାଯିବା ଉଚିତ୍‌ ବୋଲି ପିତା କହିଛନ୍ତି।
ପାଞ୍ଚ ନମ୍ବର
ଯଦି ସୁଶାନ୍ତ ସିଂ ରାଜପୁତଙ୍କର ମାନସିକ ସମସ୍ୟା ଥିଲା, ତେବେ ତାଙ୍କ ପରିବାରକୁ କାହିଁକି ଅବଗତ କରାଗଲା ନାହିଁ।
ଛଅ ନମ୍ବର
ରିୟା ସୁଶାନ୍ତଙ୍କୁ ତାଙ୍କ ଘରକୁ ନେଇଗଲେ ଏବଂ ଚିକିତ୍ସା ସମୟରେ ତାଙ୍କୁ ଅନେକ ଥର ଔଷଧ ଓଭରଡୋଜ ଦିଆଯାଇଥିଲା। ରିୟା ସମସ୍ତଙ୍କୁ କହିଥିଲେ ଯେ ସୁଶାନ୍ତଙ୍କର ଡେଙ୍ଗୁ ଅଛି।
ସାତ ନମ୍ବର
ରିୟା ସୁଶାନ୍ତଙ୍କୁ କୌଣସି ଫିଲ୍ମରେ ସାଇନ କରିବାକୁ ଦେଉ ନ ଥିଲେ। ଯେତେବେଳେ ବି ଏକ ପ୍ରସ୍ତାବ ଆସେ। ସେ ଜୋର ଦେଉଥିଲେ ଯେ ସୁଶାନ୍ତ ଏକ ସର୍ତ୍ତ ରଖିବା ଉଚିତ ଯେ ସେ ଯେତେବେଳେ ରିୟା ଏଥିରେ ମୁଖ୍ୟ ଅଭିନେତ୍ରୀ ହେବେ ସେତେବେଳେ ସେ ଫିଲ୍ମ କରିବେ।
ଆଠ ନମ୍ବର
ସୁଶାନ୍ତଙ୍କ ସବୁଠାରୁ ବିଶ୍ୱସ୍ତ ଏବଂ ପୁରାତନ କର୍ମଚାରୀ ତଥା ତାଙ୍କୁ ଜାଣିଥିବା ଲୋକଙ୍କୁ ରିଆ କାର୍ଯ୍ୟରୁ ବାହାର କରିଦେଇ ଥିଲେ।
୯ ନମ୍ବର
ଡିସେମ୍ବର ୨୦୧୯ରେ, ରିୟା ସୁଶାନ୍ତଙ୍କ ଫୋନ ନମ୍ବରକୁ ଜବରଦସ୍ତ ବଦଳାଇ ଦେଇଥିଲେ। ଯାହା ଦ୍ୱାରା ସେ ତାଙ୍କ ପରିବାର ଏବଂ ଯେଉଁ ଲୋକଙ୍କ ସହ ଅତି ନିକଟତର ଥିଲେ ସେମାନଙ୍କ ସହ କଥା ହୋଇପାରିବେ ନାହିଁ। ରିୟା ମଧ୍ୟ ସୁଶାନ୍ତଙ୍କୁ ତାଙ୍କ ପରିବାର ପାଇଁ ପାଟନା ଯିବାକୁ ବାରଣ କରିଥିଲେ।
ଦଶ ନମ୍ବର
୨୦୧୯ ମସିହାରେ ସୁଶାନ୍ତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା କିନ୍ତୁ ପରବର୍ତ୍ତୀ ମାସରେ ତାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ହୋଇ ଯାଇଥିଲା। ଏହି ଟଙ୍କା ସେହି ଆକାଉଣ୍ଟକୁ ପଠାଯାଇଥିଲା ଯାହାର ସୁଶାନ୍ତଙ୍କ ସହିତ କୌଣସି ସମ୍ପର୍କ ନ ଥିଲା। ଏହାର ଅନୁସନ୍ଧାନ କରାଯିବା ଉଚିତ ପିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri