ସିଟି ସେଣ୍ଟର ଦଖଲ ପାଇଁ ରେଜା ପହଲବୀଙ୍କ ଆହ୍ବାନ

ତେହରାନ,୧୧ା୧: ଇରାନରେ ଅତ୍ୟଧିକ ମୁଦ୍ରାସ୍ଫୀତି ଓ ଆର୍ଥତ୍କ ସଙ୍କଟକୁ ନେଇ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ବହିଷ୍କାର ଦାବିରେ ୨ ସପ୍ତାହ ହେଲା ବିକ୍ଷୋଭ ଜାରି ରହିଥିବାବେଳେ ଏବେ ତାହା ନୂଆ ମୋଡ଼ ନେଇଛି। ସେଠାର କ୍ଷମତାଚ୍ୟୁତ ଶେଷ ରାଜା ମୋହମ୍ମଦ ରଜା ଶାହ ପହଲବୀଙ୍କ ପୁଅ କ୍ରାଉନ୍‌ ପ୍ରିନ୍ସ ରଜା ପହଲବୀ ଦେଶର ସିଟି ସେଣ୍ଟରଗୁଡ଼ିକୁ ଦଖଲକୁ ନେବା ଲାଗି ପ୍ରସ୍ତୁତି ପାଇଁ ଶନିବାର ବିକ୍ଷୋଭକାରୀଙ୍କୁ ଆହ୍ବାନ ଦେଇଛନ୍ତି। ସେ ସ୍ବଦେଶ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି।
ଇରାନରେ ମୁଦ୍ରାସ୍ଫୀତି ଏତେ ବଢ଼ିଯାଇଛି ଯେ ଲୋକଙ୍କ ପାଇଁ ଚଳିବା କଷ୍ଟକର ହୋଇପଡ଼ିଛି। ଏହାର ପ୍ରତିବାଦରେ ସରକାର ବିରୋଧୀ ବିକ୍ଷୋଭ ଲାଗିରହିଥିଲାବେଳେ ଏବେ ତାହା ସାରା ଦେଶକୁ ବ୍ୟାପିଛି। ଏବେ ଉକ୍ତ ବିକ୍ଷୋଭ ରାଜନୈତିକ ରୂପ ନେଇଥିବାବେଳେ ଇସ୍‌ଲାମୀୟ ଶାସକମାନଙ୍କୁ କ୍ଷମତାରୁ ଓହରିଯିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଛନ୍ତି।
ପହଲବୀ ପ୍ରାୟ ୫୦ ବର୍ଷ ହେଲା ଆମେରିକାରେ ନିର୍ବାସନ ଜୀବନଯାପନ କରୁଛନ୍ତି। ତେହରାନ ଓ ଅନ୍ୟ ସହରରେ ଆନ୍ଦୋଳନ ଜାରି ରହିବ ବୋଲି ସେ ଏକ ଭିଡିଓ ବାର୍ତ୍ତା ଏବଂ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଘୋଷଣା କରିଛନ୍ତି। ଜାତୀୟ ବିପ୍ଳବ ବିଜୟ ସମୟରେ ସେ ଇରାନ ଫେରି ଆନ୍ଦୋଳନକାରୀଙ୍କ ସହ ସାମିଲ ହେବେ ବୋଲି କହିଛନ୍ତି। ପହଲବୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବହୁସଂଖ୍ୟାରେ ବିକ୍ଷୋଭକାରୀ ଖୋଲା ଆହ୍ବାନ ଦେଇଛନ୍ତି। ୧୯୭୯ ଇସ୍‌ଲାମିକ୍‌ ବିପ୍ଳବ ସମୟରେ ତାଙ୍କୁ କ୍ଷମତାଚ୍ୟୁତ କରାଯାଇଥିଲା। ଅର୍ଥନୀତିକୁ ଟାର୍ଗେଟ କରିବା ସହ ସର୍ବସାଧାରଣ ସ୍ଥାନଗୁଡ଼ିକୁ କବ୍‌ଜା କରିବା ଦ୍ୱାରା ସରକାରଙ୍କ ଉପରେ ଚାପ ବଢ଼ାଇବାକୁ ସେ ଇରାନବାସୀଙ୍କୁ ନିବେଦନ କରିଛନ୍ତି। ବିଭିନ୍ନ ସେକ୍ଟରରେ ନିୟୋଜିତ କର୍ମଚାରୀମାନଙ୍କୁ କାମ ବନ୍ଦ କରି ଆନ୍ଦୋଳନରେ ଯୋଗଦେବାକୁ ପହଲବୀ ଆହ୍ବାନ ଦେଇଛନ୍ତି। ବିଶେଷକରି ପରିବହନ, ତୈଳ, ଗ୍ୟାସ୍‌ ଓ ଶକ୍ତି ସେକ୍ଟରରେ ନିୟୋଜିତ କର୍ମଚାରୀ ଓ ଶ୍ରମିକମାନଙ୍କୁ ଦେଶବ୍ୟାପୀ ଧର୍ମଘଟ ଆରମ୍ଭ କରିବାକୁ ସେ କହିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri