ଓଜେଏସ୍‌ରେ ସତ୍ୟବାଦୀରୁ ଦେବାନଙ୍କ ସଫଳତା

ସାକ୍ଷୀଗୋପାଳ,୧୩।୩(ସ୍ବ.ପ୍ର.): ସିଭିଲ୍‌ ଜଜ୍‌ ପଦରେ ନିଯୁକ୍ତି ପାଇଁ ଓଜେଏସ୍‌ ପରୀକ୍ଷାରେ ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳର ଦେବାନ ସତ୍ୟଦର୍ଶୀ ନନ୍ଦ ସଫଳତା ହାସଲ କରିଛନ୍ତି। ମେଧା ତାଲିକାର ସେ ୭ମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି। ସେ ବୀରଗୋବିନ୍ଦପୁର ଗ୍ରାମର ସାମାଜିକ କର୍ମୀ ସ୍ବର୍ଗତ ଗୋପୀନାଥ ନନ୍ଦଙ୍କ ନାତି ତଥା ପ୍ରଶାନ୍ତ କୁମାର ନନ୍ଦ ଓ ସତ୍ୟବାଦୀ ହାଇସ୍କୁଲର ଶିକ୍ଷୟିତ୍ରୀ ବୈଜୟନ୍ତୀଙ୍କ ମିଶ୍ରଙ୍କ ପୁତ୍ର ଅଟନ୍ତି। ଦେବାନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରୁ ମାଧ୍ୟମିକ ଶିକ୍ଷା, ବେସିକ ସାଇନ୍ସ କଲେଜରୁ +୨, କିଟ୍‌ ଆଇନ ମହାବିଦ୍ୟାଳୟରୁ ଇଣ୍ଟିଗ୍ରେଟେଡ୍‌ ଏଲ୍‌ଏଲ୍‌ବି ଓ କଟକସ୍ଥିତ ଏନ୍‌ଏଲୟୁରୁ ଏଲ୍‌ଏଲ୍‌ଏମ୍‌ ପାସ୍‌ କରିଛନ୍ତି। ତାଙ୍କ ଏହି କୃତିତ୍ୱ ପାଇଁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଓ ସମଗ୍ର ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିଛି। ଅନ୍ୟପଟେ ଦେବାନ ଏହି ସଫଳତା ପାଇଁ ପରିବାରବର୍ଗ ଓ ସମସ୍ତ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏଫ୍‌ଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶାରେ କାର୍ଯ୍ୟରତ ଭାରତୀୟ ବନ ସେବା(ଆଇଏଫ୍‌ଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।...

ଉତ୍କଳ ଆଲୁମିନା ଚାରିପଟ ଗ୍ରାମକୁ ସ୍ଥାନାନ୍ତର ଦାବି

ରାୟଗଡ଼ା ଅଫିସ, ୨୯।୯: କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ରାୟଗଡ଼ା ଜିଲା ଟିକିରିସ୍ଥିତ ଉତ୍କଳ ଆଲୁମିନା ଚାରିପଟେ ଥିବା ଗ୍ରାମବାସୀଙ୍କୁ ନେଇ ମଙ୍ଗଳବାର ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ...

ପୋଲିସ ବିଭାଗରେ ଅଦଳବଦଳ: ବଦଳିଲେ ୨୦ ଇନ୍ସପେକ୍ଟର, ୩୯ ଏସ୍‌ଆଇ

କଟକ ଅଫିସ,୭।୬: ରାଜ୍ୟ ପୋଲିସରେ ଇନ୍ସପେକ୍ଟର, ସବ୍‌-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ସ୍ତରରେ ଶନିବାର ଅଦଳବଦଳ କରାଯାଇଛି। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ବଦଳି ନିର୍ଦ୍ଦେଶ...

ବନ୍ୟା ଘେରରେ ବଲାଙ୍ଗୀର ସହର: ୧ ହଜାର ଲୋକ ସ୍ଥାନାନ୍ତରିତ; ତଦାରଖ କରୁଛନ୍ତି ଜିଲାପାଳ, ଏସ୍‌ପି

ବଲାଙ୍ଗୀର ଅଫିସ, ୧୩।୮: ଲଗାଣ ବର୍ଷାରେ ବଲାଙ୍ଗୀର ସହର ଉବୁଟୁବୁ ହେଉଛି । ବନ୍ୟା ଜଳରେ ସମଗ୍ର ସହର ଭାସମାନ ଅବସ୍ଥାରେ। ପରିସ୍ଥିତି ଅନୁଧ୍ୟାନକରି ଜିଲାପାଳ...

ମୋଦିଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଅକ୍ଷୟ: ପରିବେଶ ସୁରକ୍ଷା, ସ୍ବଚ୍ଛତା ଉପରେ ଗୁରୁତ୍ୱ

ପୁରୀ ଅଫିସ, ୧୭ା୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ ମଙ୍ଗଳବାର ପୁରୀରେ ମୋଦିଙ୍କ ଫ୍ୟାନ ଭାବେ ପରିଚିତ ଅକ୍ଷୟ ଜୟସିଂ ନିଆର ଢ଼ଙ୍ଗରେ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ ଆକ୍ରାନ୍ତ, ସମସ୍ତେ ଯାଜପୁରର

ଭୁବନେଶ୍ୱର,୧୨।୫(ବ୍ୟୁରୋ)-ରାଜ୍ୟରେ ମଙ୍ଗଳବାର ସାରେ ଆଉ ୩୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ସମସ୍ତେ ଯାଜପୁର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

କରୋନା ସଚେତନତା ଲାଗି ବୌଦ୍ଧ ଜିଲା ପ୍ରଶାସନର ଅଭିନବ ଉଦ୍ୟମ

ବୌଦ୍ଧ, ୧୯ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ସମ୍ପର୍କରେ ସଚେତନତା ଓ ଲକଡାଉନ ନିୟମ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି।...

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

ପୁରୀ ଅଫିସ୍‌, ୨୫।୧୧: ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଡା କଟକଣା ଲାଗୁ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ବଡ ବଡ ସୂଚନା...

Advertisement
Archives

Model This Week