ବିପ୍ଳବ ବୈଦୂର୍ଯ୍ୟ ଭଗବତୀ ଚରଣ

ଡ. ପ୍ରଫୁଲ୍ଲ କୁମାର ସାହୁ

ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଯେତେବେଳେ ସାମ୍ୟବାଦୀ ଆନ୍ଦୋଳନର ନାଁ ଶୁଣିବା ମାତ୍ରେ ଭୟରେ ଥରିଉଠୁଥିଲା ଆଭିଜାତ୍ୟ ବର୍ଗ ତଥା ଶୋଷକମାନଙ୍କ ଛାତି, ସେତିକିବେଳେ ମହାନ୍‌ ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ଜନନାୟକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ଓଡ଼ିଶାର ରାଜନୈତିକ ବାତାବରଣକୁ ପ୍ରକମ୍ପିତ କରିଥିଲା ସାମ୍ୟବାଦୀ ଆନ୍ଦୋଳନର ତୂର୍ଯ୍ୟନାଦ।
ଅଷ୍ଟାଦଶ ଶତାବ୍ଦୀର ଶିଳ୍ପବିପ୍ଳବ ପରବର୍ତ୍ତୀ ଅର୍ଥନୈତିକ ବୈଷମ୍ୟଜନିତ ପ୍ରତିକ୍ରିୟାରୁ ସାମ୍ୟବାଦର ଜନ୍ମ। ବିଶ୍ୱବିଖ୍ୟାତ ଦାର୍ଶନିକ କାର୍ଲମାର୍କସ ଏହାର ଜନକ ହୋଇଥିବାରୁ ମାର୍କସବାଦୀ ଦର୍ଶନ ନାମରେ ଏହା ପରିଚିତ। ମାର୍କସଙ୍କ ମତରେ ସର୍ବହରା ଓ ବୁର୍ଜୁଆଙ୍କ ମଧ୍ୟରେ ଶ୍ରେଣୀ ସଂଘର୍ଷ ବିନା ପ୍ରତିଷ୍ଠା ହୋଇପାରିବନି ଅର୍ଥନୈତିକ ସମାନତା। ଅର୍ଥାତ୍‌ ‘କ୍ରାନ୍ତି ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା’ ହିଁ ମାର୍କସୀୟ ଦର୍ଶନର ସୈଦ୍ଧାନ୍ତିକ ବକ୍ତବ୍ୟ। ଏହି ସମାଜବାଦୀ ତତ୍ତ୍ୱ ପ୍ରଥମେ ପ୍ରୟୋଗ ହେଲା ରୁଷିଆରେ, ଅତ୍ୟାଚାରୀ ଜାର୍‌ ଶାସନ ବିରୋଧରେ। ସେଠାରେ କାର୍ଲମାର୍କସଙ୍କ ପଟ୍ଟଶିଷ୍ୟ ଲେନିନ୍‌ଙ୍କ ନେତୃତ୍ୱରେ ବିପ୍ଳବକରି ସମାଜବାଦୀମାନେ ଦଖଲ କଲେ କ୍ଷମତା। ରୁଷ ବିପ୍ଳବ ଶୁଣାଇଲା କ୍ରାନ୍ତି ମାଧ୍ୟମରେ ଶ୍ରେଣୀହୀନ ସମାଜ ଗଠନର ବାର୍ତ୍ତା। ମାକସିମ ଗର୍ଗି, ରୁଷୋ ଓ ଭଲଟେୟାର ପ୍ରମୁଖ ବିଶ୍ୱପ୍ରସିଦ୍ଧ ଲେଖକମାନେ ସାହିତ୍ୟ ମାଧ୍ୟମରେ ତା’ର ପ୍ରଚାର ଓ ପ୍ରସାର ପାଇଁ ପ୍ରୟାସ ଆରମ୍ଭ କରିଦେଲେ । ସ୍ବାଧୀନତା ସଂଗ୍ରାମକୁ କେନ୍ଦ୍ରକରି ଯେତେବେଳେ ଭାରତୀୟ କବି ଓ ଲେଖକମାନେ ଜାତୀୟବାଦୀ ଭାବନାରେ ଅଭିମନ୍ତ୍ରିତ ହୋଇଥିଲେ, ସେତିକି ବେଳେ ଭାରତୀୟ ସାହିତ୍ୟକୁ ପ୍ରବେଶ କଲା ପ୍ରଗତିବାଦୀ ଚେତନା। ସେଥିରେ ଅନୁପ୍ରେରିତ ହୋଇ ଭଗବତୀ ଚରଣ ପାଣିଗ୍ରାହୀ ନବଯୁଗ ସାହିତ୍ୟ ସଂସଦ ପ୍ରତିଷ୍ଠା କଲେ(୧୯୩୫) ଏବଂ ତାଙ୍କ ସଂପାଦନାରେ ପ୍ରକାଶ ପାଇଲା ‘ଆଧୁନିକ’ (୧୯୩୬) ପତ୍ରିକା। ସେହିବର୍ଷ ‘ଆଧୁନିକ’ରେ ତାଙ୍କର କାଳଜୟୀ ଗଳ୍ପ ‘ଶିକାର’ ଆମତ୍ପ୍ରକାଶ କରିବାମାତ୍ରେ ଓଡ଼ିଆ ସାହିତ୍ୟକୁ ଆଲୋଡ଼ିତ କଲା। ଶ୍ରେଣୀ ସଂଘର୍ଷ ତତ୍ତ୍ୱକୁ ଅନୁସରଣ କରି ସେ ଏଥିରେ ଶୋଷିତ ହାତକୁ ବଢ଼ାଇ ଦେଇଛନ୍ତି ଶ୍ରେଣୀ ସତ୍ତ୍ୱକୁ ସଂହାର କରିବାର ଅସ୍ତ୍ର। ମାର୍କସଙ୍କ ଦର୍ଶନ କହେ ଶୋଷକ ଓ ଶାସକଙ୍କ ସ୍ବାର୍ଥ ରକ୍ଷା ପାଇଁ ପ୍ରତିଷ୍ଠା ହୋଇଥିବା ବିଚାରାଳୟରୁ କେବେ ମିଳେନି ଶୋଷିତ ଓ ସର୍ବହରାଙ୍କୁ ନ୍ୟାୟ। ସେଥିପାଇଁ ଆଇନର ସୂକ୍ଷ୍ମ ଜାଲରୁ ଖସିଯାଇପାରିନି ସାମନ୍ତବାଦୀ ଗୋଷ୍ଠୀର ଉଗ୍ର ପ୍ରତିନିଧି ଗୋବିନ୍ଦ ସର୍ଦ୍ଦାରକୁ ହତ୍ୟା କରିଥିବା ଗଳ୍ପ (ଶିକାର) ନାୟକ ଘିନୁଆ। ବରଂ ବକ୍‌ସିସ୍‌ ଦେବା ଆଳରେ ତାଙ୍କୁ ଫାଶୀ ଖୁଣ୍ଟରେ ଚଢ଼ାଇ ଦେଇଛି ସାମାଜିକ ଆଇନ। ସରଳ ଆଦିବାସୀ ଘିନୁଆର ମୃତ୍ୟୁ ହୋଇଛି ସତ, କିନ୍ତୁ ଶିଥିଳ ହୋଇଯାଇନି ସର୍ବହରାର ବିଦ୍ରୋହ। ବରଂ ବୁର୍ଜୁଆ ଗୋଷ୍ଠୀ ବିରୋଧରେ ଅଧିକ ତେଜି ଉଠିଛି ବିପ୍ଳବର ନିଆଁ। ‘ଶିକାର’ ବ୍ୟତୀତ ‘ମୀମାଂସା’ଏବଂ ‘ହାତୁଡ଼ି’ ଓ ‘ଦା’ ଆଦି ଗଳ୍ପରେ ମଧ୍ୟ ଶ୍ରେଣୀ ସଂଘର୍ଷର ଚିତ୍ର ଉପସ୍ଥାପନ କରି ଆଗାମୀ ବିପ୍ଳବ ପାଇଁ ଗାଳ୍ପିକ ପ୍ରସ୍ତୁତ କରିଛନ୍ତି ବିସ୍ତୃତ ପଟ୍ଟଭୂମି। ଅଗଣିତ ଓଡ଼ିଆଙ୍କ ଭିତରେ ସାମ୍ୟବାଦୀ ଚିନ୍ତାଧାରାର ପ୍ରସାର ପାଇଁ ସେ କାର୍ଲମାର୍କସଙ୍କ ‘କମ୍ୟୁନିଷ୍ଟ ମେନିଫେଷ୍ଟୋ’କୁ ଓଡ଼ିଆରେ ଅନୁବାଦ କରିଥିଲେ; ଯାହା ପ୍ରକାଶ ପାଇଥିଲା ବୈଜ୍ଞାନିକ ‘ସମାଜବାଦ’ ନାମରେ।
ଭଗବତୀ ଚରଣଙ୍କ ରାଜନୈତିକ ଜୀବନ ଥିଲା ଅଧିକ ସଂଘର୍ଷମୟ ଓ ସମର୍ପିତ। ଓଡ଼ିଶାରେ କମ୍ୟୁନିଷ୍ଟ ଦଳ ଗଠନ ହେବା ପୂର୍ବରୁ ସ୍ବାଧୀନତା ସଂଗ୍ରାମ ପାଇଁ କଂଗ୍ରେସର ଛତାତଳେ ଥିବା ବାମପନ୍ଥୀ ଯୁବକମାନେ ଚାହୁଁଥିଲେ ଏକ ବୈପ୍ଳବିକ ପରିବର୍ତ୍ତନ। ୧୯୩୪ ଫେବୃୟାରୀରେ ନବକୃଷ୍ଣ ଚୌଧୁରୀ ଓ ଭଗବତୀ ଚରଣ ପାଣିଗ୍ରାହୀଙ୍କ ମିଳିତ ଉଦ୍ୟମରେ ଜନ୍ମ ନେଇଥିଲା ଓଡ଼ିଶା କଂଗ୍ରେସ ସୋସିଆଲିଷ୍ଟିକ୍‌ ଦଳ। ଏହାର ସଂପାଦକ ହୋଇଥିଲେ ଭଗବତୀ ଚରଣ ପାଣିଗ୍ରାହୀ। କଂଗ୍ରେସ ସୋସିଆଲିଷ୍ଟ ଦଳରେ ରହି କମ୍ୟୁନିଷ୍ଟମାନେ ଗଢ଼ିଲେ ଏକ ଗୁପ୍ତ ସଂଗଠନ। ୧୯୩୬ରେ ଭଗବତୀ ଚରଣ ପାଣିଗ୍ରାହୀ, ପ୍ରାଣନାଥ ପଟ୍ଟନାୟକ ଓ ଗୁରୁଚରଣ ପଟ୍ଟନାୟକ ପ୍ରମୁଖ ଅନେକ ବାମପନ୍ଥୀଙ୍କ ଉଦ୍ୟମରେ ଓଡ଼ିଶାରେ ବିଧିବଦ୍ଧ ଭାବେ ଗଠନ ହେଲା କମ୍ୟୁନିଷ୍ଟ ଦଳ। ଦଳର ପ୍ରଥମ ସଂପାଦକ ଭାବେ ଭଗବତୀଙ୍କ ନେତୃତ୍ୱ ଯୋଗୁ ଛାତ୍ର ଯୁବକ ଶ୍ରମିକ ତଥା ମେହନତି ମଣିଷଙ୍କ ପ୍ରାଣରେ ବିଚ୍ଛୁରିତ ହୋଇପଡ଼ିଲା ସାମ୍ୟବାଦୀ ବିପ୍ଳବର ଅଗ୍ନିକଣିକା।
ପ୍ରଗତିର ଅଭିଯାତ୍ରୀ ଭଗବତୀ ଚରଣ ପାଣିଗ୍ରାହୀ ଶୋଷିତ ଚାଷୀମୂଲିଆଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ନବକୃଷ୍ଣ ଚୌଧୁରୀଙ୍କ ସହ ମିଶି ଗଠନ କରିଥିଲେ କୃଷକ ସଂଗଠନ। ତାଙ୍କ ସଂପାଦନାରେ ପ୍ରକାଶ ପାଉଥିଲା ‘କୃଷକ’ ନାମରେ ଏକ ପତ୍ରିକା। ଓଡ଼ିଶାରେ କମ୍ୟୁନିଷ୍ଟ ଦଳ ପ୍ରତିଷ୍ଠା ପରେ ସବୁଠାରୁ ବଡ଼ ଘଟଣାଥିଲା ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନ। ଢେଙ୍କାନାଳ ରାଜାଙ୍କ ଅନ୍ଧାରି ଶାସନ ବିରୋଧରେ ଯେଉଁ ଗଣ ଆନ୍ଦୋଳନ ହୋଇଥିଲା ସେ ଆନ୍ଦୋଳନରେ ସାମିଲ ହୋଇ ଶହୀଦ ହେଲେ ବାରବର୍ଷର ବାଳକ ବାଜି ରାଉତ ଓ ଅନେକ ନିରୀହ ମଣିଷ। ଢେଙ୍କାନାଳ ଗୁଳିକାଣ୍ଡ ପ୍ରତିବାଦରେ କଟକ ଟାଉନ ହଲ୍‌ରେ ପ୍ରାଣନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଲା ଏବଂ ସଭାର ନିଷ୍ପତ୍ତିକ୍ରମେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେବାକୁ ଆଗେଇ ଆସିଲେ ଭଗବତୀ ଚରଣ ପାଣିଗ୍ରାହୀ। ଏଥିପାଇଁ କାରାବରଣ ସହିତ ତାଙ୍କୁ ସହିବାକୁ ପଡ଼ିଛି ଅକଥନୀୟ ଅତ୍ୟାଚାର। ତଥାପି ଶ୍ରେଣୀବାଦର ବିଲୋପ ପାଇଁ ତାଙ୍କ ଲଢ଼େଇ ଥିଲା ସାଲିସ୍‌ବିହୀନ।
ବ୍ୟକ୍ତିଗତ ଭାବେ ଭଗବତୀ ଚରଣ ପୂଜାପାଠର ବିରୋଧୀ ଥିଲେ ଏବଂ ମାର୍କସୀୟ ଦର୍ଶନକୁ ଅନୁସରଣ କରି କହୁଥିଲେ ଧର୍ମ, ଈଶ୍ୱର ଓ ବାହ୍ୟପୂଜା ହେଉଛି ଅଜ୍ଞାନ ଲୋକଙ୍କ ପାଇଁ ନିଶା, ନିଃଶ୍ୱାସ ଓ ଅଫିମ। ଏହାଦ୍ୱାରା ସମାଜରେ ଶୋଷଣ ଓ ଅନ୍ୟାୟ ବୃଦ୍ଧିପାଏ ।
ଭଗବତୀଙ୍କର ଏହି ବାସ୍ତବବାଦୀ ବିଚାରଧାରା ପାଇଁ ତାଙ୍କୁ କିଛି ଲୋକ ନାସ୍ତିକ କହୁଥିଲେ ସତ, କିନ୍ତୁ ଅନେକ ଲୋକ ତାଙ୍କ ଗଳାରେ ପିନ୍ଧାଉଥିଲେ ଫୁଲମାଳ। ୧ ଫେବୃୟାରୀ ୧୯୦୮ରେ ପୁରୀ ଜିଲା ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଭଗବତୀ ଚରଣଙ୍କ ଜୀବନଦୀପ ୨୩ ଅକ୍ଟୋବର୧୯୪୩ ରେ ଲିଭିଗଲା ସତ, କିନ୍ତୁ ନିଃସ୍ବ, ଦଳିତ ଓ ସର୍ବହରା ମଣିଷଙ୍କ କଣ୍ଠରେ ଚିରନ୍ତନ ସଂଗୀତର ଘୋଷାପଦ ପରି ରହିଗଲା ତାଙ୍କ ତ୍ୟାଗ ଓ ତିତୀକ୍ଷାମୟ ଜୀବନ କାହାଣୀ।
ବିଜୁପଟ୍ଟନାୟକ ନଗର, ଭଦ୍ରକ
ମୋ: ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri