Categories: ଖେଳ

ଶୁଭ୍ରାଂଶୁଙ୍କ ସ୍ଥାନରେ ବିପ୍ଳବ ଅଧିନାୟକ

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ସୟଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ଦଳର ଅତ୍ଧନାୟକ ପରିବର୍ତ୍ତନ କରାଯାଇଛି। ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଓଡ଼ିଶା ୨ଟି ମ୍ୟାଚ ଖେଳିବାପରେ ଏବେ ବିପ୍ଳବ ସାମନ୍ତରାୟଙ୍କୁ ଅଧିନାୟକ କରାଯାଇଛି। ଶୁଭ୍ରାଂଶୁ ନିଜେ ଦଳର ନେତୃତ୍ୱ ନେବାକୁ ଅନିଚ୍ଛା ପ୍ରକାଶ କରିବାରୁ ଏହି ସ୍ଥିତି ଉପୁଜିଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଚୟନ କମିଟି ମୁଖ୍ୟ ପ୍ରଭଞ୍ଜନ ମଲିକ ମୁଖ୍ୟ କୋଚ୍‌ ରଶ୍ମିରଞ୍ଜନ ପରିଡ଼ାଙ୍କ ସହିତ ଆଲୋଚନା ପରେ ବିପ୍ଳବଙ୍କୁ ନୂଆ ଅଧିନାୟକଭାବେ ଘୋଷଣା କରାଯାଇଛି। ପ୍ରକାଶ ଯୋଗ୍ୟ ଯେ ଓଡ଼ିଶା ଚଳିତ ଟୁର୍ନାମେଣ୍ଟରେ ଏହାର ପ୍ରଥମ ୨ଟି ଯାକ ମ୍ୟାଚ ଯଥାକ୍ରମେ ବେଙ୍ଗଲ ଓ ହାଇଦ୍ରାବାଦଠାରୁ ହାରି ଯାଇଛି।

Share