ସଂଶୋଧିତ ମାଟ୍ରିକ ସାର୍ଟିଫିକେଟ୍‌ ପାଇଁ ହଟହଟା

କଟକ,୭ା୭ (କାର୍ତ୍ତିକ ସାହୁ): ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଂସ୍କାର ଆଣୁଥିବା ଡିଣ୍ଡିମ ପିଟୁଛି। ହେଲେ ସଂଶୋଧିତ ମାଟ୍ରିକ ସାର୍ଟିଫିକେଟ୍‌ ପାଇବା ପାଇଁ ଛାତ୍ରୀଛାତ୍ରମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏପରି କି ବଲାଙ୍ଗୀର, ନବରଙ୍ଗପୁର ଭଳି ଦୂର ଅଞ୍ଚଳରୁ ୨୦୧୪ରୁ ବୋର୍ଡ କାର୍ଯ୍ୟାଳୟକୁ ଦୌଡୁଥିବାବେଳେ କାର୍ଯ୍ୟ କେବଳ କାଗଜରେ ସୀମିତ ରହିଯାଇଛି। ଶତାଧିକ ଛାତ୍ରୀଛାତ୍ର ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଜିଲା ଦେଓଗଁା ବ୍ଲକ ଅନ୍ତର୍ଗତ ବନ୍ଧପାଲିର ସରକାରୀ ୟୁଜି ହାଇସ୍କୁଲର ଛାତ୍ର ଜଗମୋହନ ସାହୁ ୨୦୧୪ ମେ’ ମାସରେ ନିୟମିତ ବାର୍ଷିକ ପରୀକ୍ଷାର୍ଥୀ ଭାବେ ମାଟ୍ରିକ ପାସ୍‌ କରିଥିଲେ। ସେ ପାଇଥିବା ବୋର୍ଡ ସାର୍ଟିଫିକେଟ୍‌ରେ ତାଙ୍କର ଫଟୋ ନ ଥିଲା। ସାର୍ଟିଫିକେଟ ସଂଶୋଧନ ପାଇଁ ସେ ପଢୁଥିବା ହାଇସ୍କୁଲ ଜରିଆରେ ବୋର୍ଡର ଶାଖା କାର୍ଯ୍ୟାଳୟ ସମ୍ବଲପୁରରେ ଆବଶ୍ୟକ ଦେୟ ପଇଠ କରି ଆବେଦନ କରାଯାଇଥିଲା। ହେଲେ କୌଣସି ଫଳ ମିଳି ନ ଥିଲା। ପୁନର୍ବାର ୨୦୧୬ ଓ ୨୦୨୧ରେ ମଧ୍ୟ ଏଥିପାଇଁ ଆବେଦନ କରାଯାଇଥିଲା। ତାଙ୍କୁ ୨୦୨୨ ଜୁଲାଇ ୧୪ରେ ଏକ ସାର୍ଟିଫିକେଟ ଇସ୍ୟୁ ହୋଇଥିଲା, ହେଲେ ଏଥିରେ ବି ଫଟୋ ନ ଥିଲା। ବିଭିନ୍ନ ସମୟରେ ହାଇସ୍କୁଲ୍‌ର ଶିକ୍ଷକ ଓ ସେ ନିଜେ ବୋର୍ଡ ଅଫିସ୍‌କୁ ଦୌଡ଼ି ଚାଲିଛନ୍ତି। ଗୁରୁବାର ପୁଣି ସେ ବୋର୍ଡ କାର୍ଯ୍ୟାଳୟକୁ ଆସି ତାଙ୍କ ସାର୍ଟିଫିକେଟ୍‌ ସଂଶୋଧନ ବାବଦରେ ପଚାରି ନିରାଶ ହୋଇଛନ୍ତି। ମାଟ୍ରିକ ସାର୍ଟିଫିକେଟ୍‌ରେ ଫଟୋ ଥିବା ହେତୁ ଏହାକୁ ବିଭିନ୍ନ ସରକାରୀ କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରାଯାଉଛି। ହେଲେ ଜଗମୋହନଙ୍କୁ ୯ ବର୍ଷ ପରେ ବି ମିଳିପାରିଲାନି ସଂଶୋଧିତ ସାର୍ଟିଫିକେଟ୍‌। ଏନେଇ ଜଗମୋହନ କହିଛନ୍ତି, କଟକରୁ ବଲାଙ୍ଗୀର ୫୦୦ କିଲୋମିଟରରୁ ଅଧିକ ଦୂର। ଏଠାକୁ ଆସିବାକୁ ହେଲେ ଯିବାଆସିବା ଗାଡ଼ିଭଡ଼ା, କଟକରେ ରହିବା, ଖାଇବା ଆଦି ବାବଦରେ ଥରକେ ୨୦୦୦ରୁ ୩୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଦୀର୍ଘ ୯ ବର୍ଷ ହେବ ଏକପ୍ରକାର ମାନସିକ ନିର୍ଯାତନା ମଧ୍ୟରେ ମୁଁ ଓ ମୋର ମାତାପିତା ରହିଆସିଛୁ। କେବେ ଏ ସଂଶୋଧିତ ସାର୍ଟିଫିକେଟ ମିଳିବ ସେନେଇ ଅନ୍ଧାରରେ ରହିଛି। ଏ ଦିଗରେ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କଲେ ହୁଏତ ଆମେ ସାର୍ଟିଫିକେଟ ପାଇପାରନ୍ତୁ ବୋଲି ସେ କହିଛନ୍ତି।
ସେହିପରି ଅନ୍ୟ ଜଣେ ଛାତ୍ର ହେଲେ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଜମୁଗୁଡ଼ା ରାଜୀବ ଗାନ୍ଧୀ ହାଇସ୍କୁଲ୍‌ର ଛାତ୍ର ଦେବାଶିଷ ନାୟକ। ଦେବାଶିଷଙ୍କ ସମେତ ତାଙ୍କ ହାଇସ୍କୁଲର ୯ ଜଣ ପିଲାଙ୍କର ବୋର୍ଡ ସାର୍ଟିଫିକେଟ୍‌ରେ ବିଭିନ୍ନ ପ୍ରକାର ତ୍ରୁଟି ହୋଇଥିଲା। ଏହାକୁ ସଂଶୋଧନ କରିବା ପାଇଁ ୨୦୧୪ ଅଗଷ୍ଟ ୨୭ରେ ହାଇସ୍କୁଲ ପକ୍ଷରୁ ୮୦୦ ଟଙ୍କା ଦେୟ ପ୍ରଦାନ କରି ବୋର୍ଡର ଜୟପୁର ଶାଖା କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା। ଦେବାଶିଷଙ୍କ ସାର୍ଟିଫିକେଟ୍‌ରେ ବାପାଙ୍କ ଠିକ୍‌ ନାମ ଭିକାରି ଚରଣ ନାୟକ ବଦଳରେ ଭିକାରା ଚରଣ ନାୟକ ହୋଇଥିଲା। ଏହାକୁ ସଂଶୋଧନ କରିବା ପାଇଁ ସେ ନିଜେ ବହୁବାର ବୋର୍ଡ ମୁଖ୍ୟାଳୟକୁ ଦୌଡୁଛନ୍ତି। ଏହାବାଦ ବିଭିନ୍ନ ସମୟରେ ସମ୍ପୃକ୍ତ ହାଇସ୍କୁଲ୍‌ର ଶିକ୍ଷକମାନେ ବୋର୍ଡ ମୁଖ୍ୟାଳୟକୁ ଦୌଡ଼ି ନୟାନ୍ତ ହେଲେଣି। ଦେବାଶିଷ ମଧ୍ୟ ଗୁରୁବାର ବୋର୍ଡ କାର୍ଯ୍ୟାଳୟକୁ ବୁଝିବାକୁ ଆସି ନିରାଶରେ ଫେରିଛନ୍ତି। ଏହାବାଦ ଓଡ଼ିଶାରେ କେତେ ସଂଖ୍ୟକ ଛାତ୍ରୀଛାତ୍ର ଏଭଳି ସମସ୍ୟାରେ ପଡ଼ି ବୋର୍ଡ ମୁଖ୍ୟାଳୟକୁ ଦୌଡୁଛନ୍ତି ତା’ର ହିସାବ କେବଳ ବୋର୍ଡ ପାଖରେ ଥିବ ବୋଲି ସେ କହିଛନ୍ତି। ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି, ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ତଥ୍ୟ ନାହିଁ। ବୋର୍ଡ ସମ୍ପାଦକ ସୁମିତା ସରକାର ବି ଅନୁରୂପ ଭାବେ ଏ ବାବଦରେ ମତ ରଖିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri