ପରିଚାଳନାଗତ ତ୍ରୁଟିରୁ ରାଜସ୍ଵ କ୍ଷତି

କଟକ ଅଫିସ,୪।୯: ସହରର ବିକାଶ ଲକ୍ଷ୍ୟରେ ଦୀର୍ଘ ୪ଦଶନ୍ଧି ତଳେ କଟକ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଗଠନ ହୋଇଥିଲା। ଗତ ୧ତାରିଖରେ ଏହା ୩୯ବର୍ଷ ପୂରଣ କରିଛି। ସିଡିଏର ବିଭିନ୍ନ ବିଭାଗ କାର୍ଯ୍ୟ ତଦାରଖ ଏବଂ ତ୍ୱରାନ୍ବିତ କରାଇବା ଲାଗି ଅଭିଜ୍ଞ ତଥା ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ପରିଚାଳନାଗତ ତ୍ରୁଟି ଯୋଗୁ ସିଡିଏର ଉନ୍ନତି ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ସମ୍ପ୍ରତି ସିଡିଏର ଭାଇସ୍‌ ଚେୟାରମ୍ୟାନ ଓ ସେକ୍ରେଟାରି ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରେ ସ୍ଥାୟୀ ଅଧିକାରୀ ନାହାନ୍ତି। ଏଥିଯୋଗୁ ବିଭିନ୍ନ କାର୍ଯ୍ୟ ତ୍ୱରାନ୍ବିତ ମଧ୍ୟ ହୋଇପାରୁନାହିଁ। ଯାହାଫଳରେ ୨ଏକର ୨୬୦ ଡିସିମିଲ ପରିମିତ ଜାଗାରେ ଗଢିଉଠିଥିବା ଅରୁଣୋଦୟ ଶପିଂ ସେଣ୍ଟର ସମେତ ସିଡିଏ କାର୍ଯ୍ୟାଳୟ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅରୁଣୋଦୟ ଶପିଂ ସେଣ୍ଟରର ଦୁଇଟି ବ୍ଲକ ଅଦାଲତ ମାମଲାରେ ଛନ୍ଦି ହୋଇପଡ଼ିିଥିବାରୁ ସିିଡିଏ ଏବେ ବର୍ଷକୁ ବିପୁଳ ପରିମାଣର ରାଜସ୍ବ ହରାଉଛି। ୨୦୦୭-୦୮ ଆର୍ଥିକ ବର୍ଷରେ ସିଡିଏ ଏହି ଶପିିଂ ସେଣ୍ଟରରୁ ୩୦ ଲକ୍ଷ ଟଙ୍କା ବାର୍ଷିକ ଭଡ଼ା ପାଉଥିଲା। ଏଠାରେ ବ୍ୟାଙ୍କ୍‌ ଟ୍ରେଜେରି, ଇନ୍‌କମ୍‌ ଟ୍ୟାକ୍ସ କାର୍ଯ୍ୟାଳୟ ପ୍ରଭୃତି ରହିଥିଲା। ମାତ୍ର ପରିଚାଳନାଗତ ତ୍ରୁଟି ଏବଂ ଶପିଂ କମ୍ପ୍ଲେକ୍ସର ଜରାଜୀର୍ଣ୍ଣ ଅବସ୍ଥାରୁ ଏସବୁ ଏଠାରୁ ସ୍ଥାନାନ୍ତର ହୋଇଯିବା କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷରେ ମାତ୍ର ୪ଲକ୍ଷ ୮୦ହଜାର ଟଙ୍କା ମିଳିଛି।
ଓଡ଼ିିଶା ଡେଭ୍‌ଲପମେଣ୍ଟ ଆକ୍ଟ (ଓଡିଏ) ଅନୁଯାୟୀ ସିଡିଏ ୧୯୮୨ରେ ଗଠିତ ହୋଇଥିଲା। ଏହାର ପରିଚାଳନା ପାଇଁ ଇଞ୍ଜିନିୟରିଂ, ଫାଇନାନ୍ସ, ପ୍ଲାନିଂ, ଆର୍କିଟେକ ଓ ପ୍ରଶାସନିକ ବିଭାଗ ରହିଛି। ଏହି ବିଭାଗଗୁଡ଼ିକର କାମ ତଦାରଖ ପାଇଁ ଭାଇସ୍‌ ଚେୟାରମ୍ୟାନ ଓ ସେକ୍ରେଟାରି ନିଯୁକ୍ତ ହୋଇଛନ୍ତି। ହେଲେ ଗତ କିଛିବର୍ଷ ହେଲା ଭାଇସ୍‌ ଚେୟାରମ୍ୟାନ ଦାୟିତ୍ୱରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଓ ସେକ୍ରେଟାରି ପଦରେ କଟକ ମହାନଗର ନିଗମର କମିଶନର ଅନନ୍ୟା ଦାସ ରହିଛନ୍ତି। ସିଡିଏ ଅଧୀନରେ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଏକର ଏକର ଜାଗା ରହିଛି। ସିଡିଏ ଏହି ଜାଗାଗୁଡ଼ିକର ଉନ୍ନତୀକରଣ କରାଇ ସରକାରଙ୍କୁ ରାଜସ୍ବ ଦେବା କଥା। ମାତ୍ର ସିଡିଏ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହେଉଥିବା ଅଭିଯୋଗ ହେଉଛି। ସିଡିଏ ଅଧୀନରେ ବାଦାମବାଡ଼ି, ଲିଙ୍କ୍‌ ରୋଡ୍‌ ପରି ବ୍ୟବସାୟିକ ପେଣ୍ଠସ୍ଥଳୀରେ ୨ ଏକର ୨୬୦ ଡିସିମିଲ ପରିମିତ ଜାଗାରେ ଅରୁଣୋଦୟ ଶପିଂ ସେଣ୍ଟର ରହିଛି। ୧୯୭୫ରେ ଏହି ଶପିଂ ସେଣ୍ଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ସେ ସମୟରେ ଏହି ଶପିଂ ସେଣ୍ଟର ଗ୍ରେଟର କଟକ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ (ଜିସିଆଇଟି) ଅଧୀନରେ ନିର୍ମିତ ହୋଇଥିଲା। ଏହି ଶପିଂ ସେଣ୍ଟର ତିନିମହଲା ବିଶିଷ୍ଟ ହୋଇଥିବାବେଳେ ଇଷ୍ଟର୍ନ, ୱେଷ୍ଟର୍ନ ଓ ସଦର୍ନ ବ୍ଲକରେ ବିଭକ୍ତ। ୱେଷ୍ଟର୍ନ ବ୍ଲକରେ ଥିବା ସିଡିଏ କାର୍ଯ୍ୟାଳୟ ସହ ଶପିଂ ସେଣ୍ଟର ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଛି। ଶପିିଂ ସେଣ୍ଟର ମଧ୍ୟରେ ଜଳ ନିଷ୍କାସନ ବ୍ୟବସ୍ଥା ବନ୍ଦ ହୋଇଯାଇଥିବାବେଳେ ଅସରାଏ ବର୍ଷାରେ ଆଣ୍ଠୁଏ ପାଣି ଜମୁଛି। କୋଠାରେ ଶିଉଳି ଲାଗି ଗଛଲତା ଉଠିଲାଣି। କେତେକ ହାତଗଣତି ଦୋକାନ ଏବଂ ଗୋଟିଏ ନର୍ସିଂହୋମକୁ ଛାଡ଼ିଦେଲେ ଆଉ କେହି ସେଠାରେ ରହୁ ନାହାନ୍ତି। ଏପରି କି ପ୍ରଶାସନିକ ଅଧିକାରୀମାନଙ୍କ ଦୂରଦୃଷ୍ଟିର ଅଭାବ ଏବଂ ଅପାରଗତା କାରଣରୁ ସଦର୍ନ ଓ ଇଷ୍ଟର୍ନ ବ୍ଲକ କୋର୍ଟ ମାମଲାରେ ଛନ୍ଦି ହୋଇପଡ଼ିିଛି। ଫଳରେ ସିିଡିଏ ଏବେ ବର୍ଷକୁ ବିପୁଳ ପରିମାଣର ରାଜସ୍ବ ହରାଉଛି। ଏପରି କି ୨୦୧୮ରେ ଅରୁଣୋଦୟ ମାର୍କେଟର ବିକାଶ ନିମନ୍ତେ ସିଡିଏ ପକ୍ଷରୁ ସଦର୍ନ ଓ ଇଷ୍ଟର୍ନ ବ୍ଲକକୁ ଏକ ଘରୋଇ କମ୍ପାନୀକୁ ୯ବର୍ଷ ପାଇଁ ଲିଜ୍‌ ଦିଆଯାଇଥିଲା। ମାତ୍ର ତାହା ମଧ୍ୟ ଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସ୍ଥାନୀୟ ବାସିନ୍ଦା ଅଭୟ ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀ କଟକକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କରାଉଛନ୍ତି। ହେଲେ ସିଡିଏକୁ ବୁଡ଼ାଇବାକୁ ପ୍ରୟାସ ଚାଲିଛି। ଅସରାଏ ବର୍ଷା ହେଲେ ଯେମିତି ସିଡିଏ କାର୍ଯ୍ୟାଳୟ ପରିସର ବୁଡ଼ିଯାଏ, ସେହିପରି କଟକ ସହରକୁ ମଧ୍ୟ ବୁଡ଼ାଇବାକୁ ଉଦ୍ୟମ କରାଯାଉଛି। ଅନ୍ୟପକ୍ଷରେ ସିଡିଏ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରିୟଙ୍କା ମଲ୍ଲିକଙ୍କ ସୂଚନା ଅନୁଯାୟୀ, ୨୦୦୭-୦୮ ଆର୍ଥିକ ବର୍ଷରେ ସିଡିଏ ଏହି ଶପିିଂ ସେଣ୍ଟରରୁ ୩୦ ଲକ୍ଷ ଟଙ୍କା ବାର୍ଷିକ ଭଡ଼ା ବାବଦରେ ପାଇଥିଲା। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ୍‌ ୪ ଲକ୍ଷ ୮୦ ହଜାର ଟଙ୍କା ପାଇଛି। ଆଗାମୀ ଦିନରେ ଏହାକୁ କିପରି ଠିକ୍‌ଭାବେ ପରିଚାଳନା କରାଯାଇପାରିବ ସେନେଇ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri