ପୋଖରୀ ଖୋଳା ଆଳରେ ରାଜସ୍ବ ଲୁଟ୍‌

ଖଇରା,୨୮।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନରେ ଗତ କିଛି ମାସ ଧରି ନୂଆ ଢଙ୍ଗରେ ରାଜସ୍ବ ଲୁଟ ଚାଲିିଛି। କିଛି ଖଣି ବ୍ୟବହାରକାରୀ ଗ୍ରାମବାସୀଙ୍କୁ ହାତବାରିସି କରି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀ ଖୋଳିବାକୁ ପ୍ରଶାସନ ନିକଟରୁ ଅନୁମତି ନେଉଛନ୍ତି। ଗୋଟିଏ ପଟେ ମୋ ପୋଖରୀ, କ୍ଷେତ ପୋଖରୀ ଯୋଜନାରେ ଶ୍ରମିକ କାମ କରୁଥିବା ଦର୍ଶାଇ ବିଲ୍‌ ଉଠାଉଥିବା ବେଳେ ଏହି ପୋଖରୀଗୁଡ଼ିକରୁ ହଜାର ହଜାର ଟ୍ରିପ୍‌ ମୋରମ ଉଠାଇ ଜିଲା ତଥା ଜିଲା ବାହାରର ବିଭିନ୍ନ ସ୍ଥାନକୁ ଚାଲାଣ କରି କୋଟି କୋଟି ଟଙ୍କା ରାଜସ୍ବ ଲୁଟ କରୁଛନ୍ତି। ତୁରନ୍ତ ଜିଲାପାଳ ଏଥିପ୍ରତି ଦୃଷ୍ଟି ନ ଦେଲେ କୁପାରୀ ଅଞ୍ଚଳ ଖୁବ୍‌ଶୀଘ୍ର ଶ୍ମଶାନ ପାଲଟିବ ଏଥିରେ ସନ୍ଦେହ ନାହିଁ।
ପ୍ରକାଶ ଯେ, ସରକାରୀ ଜମି ତଥା ଚାଷ ଜମିଗୁଡ଼ିକରେ ମୋରମ ଗଛିତ ଥିବା ଆଭାସ ମିଳିବା ପରେ ଏଥିପାଇଁ ଭିନ୍ନ କୌଶଳ ଅବଲମ୍ବନ କରାଯାଉଛି। ଏଥିପାଇଁ ପ୍ରଥମେ ମାଛଚାଷ ଏବଂ ଆମତ୍ନିର୍ଭରଶୀଳ ହେବା ମିଛ ବାହାନା କରି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମୋରମ ଲୁଟେରାଙ୍କ ଦ୍ୱାରା କାର୍ଯ୍ୟାଦେଶ ନିଆଯାଉଛି। ଏହି ଆଳରେ ଜେସିବି ଲଗାଇ ମୋରମ ଖୋଳି ବିକ୍ରି କରି ମାଲାମାଲ ହେଉଛନ୍ତି। ବର୍ତ୍ତମାନ ଏହି ଭଳି ସୁପରିକଳ୍ପିତ ଚୋରି କୁପାରୀ ଜୋନର କଇଥଗଡ଼ିଆ,ରଟିଣା, ଗଡପୋଖରୀ, ବର୍ତ୍ତନା, ସଇଁ, ବାଉଁଶଗଡିଆ ଆଦି ପଞ୍ଚାୟତରେ ଚାଲିଥିବା ବେଳେ କିଛି ମୋରମ ବିକିସାରି ଏବଂ ପୋଖରୀ ବିଲ୍‌ ଉଠାଇସାରି ମାଟି ପକାଇ ପୁନର୍ବାର ପୋତି ଚାଷ ଜମିର ପୂର୍ବାବସ୍ଥା ଫେରାଇ ଆଣିବାକୁ ଯୋଜନା କରାଯାଉଛି। ଏଭଳି ସଚିନ୍ତିତ ଲୁଟ୍‌ ଯୋଜନା ରାଜସ୍ବ ବିଭାଗ, ପୋଲିସ ଓ ବ୍ଲକ ପ୍ରଶାସନ ଜ୍ଞାତସାରରେ ଚାଲିଥିଲେ କଁାଭଁା କିଛି ଟ୍ରାକ୍ଟର ଜବତ କରି ନିଜ ପାରିବା ପଣିଆ ଦେଖାଇ ପ୍ରଶାସନ ଖସିଯିବାକୁ ଉଦ୍ୟମ କରୁଛନ୍ତି ା ସାଧାରଣ ଲୋକଟିଏ ଘର ତିଆରି ପାଇଁ ବାଲି ଗାଡ଼ିଟିଏ ନେବା ବେଳେ ରାଜସ୍ବ ଅଧିକାରୀ ମୋଟାଅଙ୍କର ଜରିମାନା ଧାର୍ଯ୍ୟ କରୁଛନ୍ତି। ମାତ୍ର ରାତି ଅଧିଆ କୁପାରୀ- ରାଣିତାଲ ରସ୍ତା, ସାନ ନୁଆଗାଁ-ଗଡପୋଖରୀ ରାସ୍ତାରେ ଶହ ଶହ ଟ୍ରିପ୍‌ ମୋରମ ଚାଲାଣ କରାଯାଉଥିଲେ ହେଁ ପ୍ରଶାସନର ନଜର ପଡ଼ିବା ରାଜ୍ୟ ସରକାରଙ୍କ ଶାସନର ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କୁପାରୀ ଜୋନରେ ଏହିଭଳି ଭାବେ ୧୫ରୁ ଊର୍ଦ୍ଧ୍ୱ ପୋଖରୀର ଖୋଳା ଶେଷ ହୋଇ ସରିଥିବା ବେଳେ ଗଡପୋଖରୀ ଶଙ୍କଣା ନିକଟରେ ଏହିଭଳି ଭାବେ ମୋରମ ଚୋରା ଚାଲାଣ କରାଯିବା ସଦ୍ୟତମ ଉଦାହରଣ। ସେହିଭଳି କଇଥଗଡ଼ିଆ ଗ୍ରାମରେ ସରକାରୀ ଜମିରୁ ୫ଶହରୁ ଊର୍ଦ୍ଧ୍ୱ ଟ୍ରିପ୍‌ ମୋରମ ଖୋଳାଯାଇ କେନାଲ କାର୍ଯ୍ୟରେ ବ୍ୟବହୃତ ହୋଇଥିଲେ ହେଁ ସରକାରୀ ଭାବେ ହାତଗଣିତି ଜରିମାନା ଏକ ବଡ଼ଧରଣର ଦୁର୍ନୀତିକୁ ପ୍ରମାଣିତ କରିଛି ା ଏହିଭଳି ଆହୁରି ୧୦୦ରୁ ଊର୍ଦ୍ଧ୍ୱ ପୋଖରୀ ଖୋଳାଯିବାକୁ ମୋରମ ଲୁଟେରା ଏବଂ ପ୍ରଶାସନର ମିଳିତ ଉଦ୍ୟମରେ ନକ୍ସା ପ୍ରସ୍ତୁତ ହୋଇ ସାରିଛି। ଏ ସମ୍ପର୍କରେ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରୁ ପୋଖରୀ ଖୋଳାଯିବା ପରେ ବାହରୁଥିବା ମାଟି ମୋରମକୁ ପୋଖରୀ ହୁଡ଼ା ଏବଂ ପୋଖରୀ ସଂଲଗ୍ନ ରାସ୍ତା ତିଆରି ପାଇଁ ନିୟମ ରହିଛି। ଯେଉଁମାନେ ଏହାକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଉପରେ ଜରିମାନା ଧାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri