ରାଜସ୍ବ ବୃଦ୍ଧି ଯୋଜନା : ନୂଆ ସମ୍ପତ୍ତିର ଚିହ୍ନଟ ପାଇଁ ସମସ୍ତ ମନ୍ତ୍ରଣାଳୟକୁ କେନ୍ଦ୍ରର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୪।୧୧ : କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ନୂତନ ସମ୍ପତ୍ତି ଚିହ୍ନଟ କରିବାକୁ କହିଛନ୍ତି ଯାହା ଦ୍ୱାରା ସେସବୁର ଶୀଘ୍ର ମୁଦ୍ରୀକରଣ ହୋଇପାରିବେ। ଯାହାଦ୍ୱାରା ମୁଦ୍ରୀକରଣ ପ୍ରକ୍ରିୟାକୁ ପୁନର୍ବାର ଟ୍ରାକରେ ରଖାଯାଇପାରିବ। ଏହି ଆର୍ଥିକ ବର୍ଷ ପାଇଁ ବଜେଟ ଧାର୍ଯ୍ୟ ଲକ୍ଷ୍ୟଠାରୁ ମୁଦ୍ରୀକରଣର ଗତି ବହୁତ କମ ରହିଛି।

ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜାତୀୟ ମୋନେଟାଇଜେଶନ ପାଇପଲାଇନ ଅଧୀନରେ ୧.୬ ଲକ୍ଷ କୋଟି ରାଜସ୍ବ ପ୍ରାପ୍ତି ଲକ୍ଷ୍ୟ ରଖାଯାଇଛି। ପ୍ରଥମ ସାତ ମାସରେ ସରକାରଙ୍କ ମୋନେଟାଇଜେଶନରୁ ଆୟ ମାତ୍ର ୩୩,୪୪୩ କୋଟି ହୋଇପାରିଛି। ନୂତନ ସମ୍ପତ୍ତି ବିକ୍ରୟରୁ ଏହାର ରାଜସ୍ବ ୧.୨୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି କେନ୍ଦ୍ର ଆଶା କରିଛି।

ରେଳବାଇ, ଟେଲିକମ ଏବଂ ପେଟ୍ରୋଲିୟମ ସମେତ ଅନେକ ମନ୍ତ୍ରଣାଳୟ ଅଛି, ଯାହା ଲକ୍ଷ୍ୟଠାରୁ ବହୁ ଦୂରରେ ପଛୁଆ ରହିଛନ୍ତି। ଏହି ଦିଗରେ ଗତି ତ୍ୱରାନୱିତ କରିବାକୁ ସେମାନଙ୍କୁ କୁହାଯାଇଛି। ରେଳବାଇକୁ ୩୦ ହଜାର କୋଟି ଟଙ୍କା ହାସଲ ଧାର୍ଯ୍ୟ କରାଯାଇଥିବାବେଳେ ଏହାର ରାଜସ୍ବ ସଂଗ୍ରହ ଏପର୍ଯ୍ୟନ୍ତ ୪,୯୯୯ କୋଟିରେ ପହଞ୍ଚିଛି। ଟେଲିକମ ମନ୍ତ୍ରଣାଳୟକୁ ୨୦,୧୮୦ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏହା ମାତ୍ର ୪,୭୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବିକ୍ରି ପ୍ରକ୍ରିୟା ଜାରି ରଖିଛି। ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ମନ୍ତ୍ରଣାଳୟ ଦ୍ୱାରା କୌଣସି ସମ୍ପତ୍ତିର ମୋନେଟାଇଜେଶନ ହେବାର ସମ୍ଭାବନା ନାହିଁ।

ସେହିଭଳି ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଚଳିତ ଆର୍ଥିକ ବର୍ଷ ପାଇଁ ମୋନେଟାଇଜେଶନ ଲାଗି ୯,୧୭୬ କୋଟି ଟଙ୍କାର ରାଜସ୍ବ ଧାର୍ଯ୍ୟ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ଏହା ପ୍ରାୟ ୨ ହଜାର କୋଟିରେ ପହଞ୍ଚିବାକୁ ସକ୍ଷମ ହୋଇଛି। ଯେଉଁ ମନ୍ତ୍ରଣାଳୟ ସେମାନଙ୍କ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହୋଇନାହାଁନ୍ତି ସେମାନଙ୍କୁ ନୂତନ ସମ୍ପତ୍ତି ଚିହ୍ନଟ କରିବାକୁ କୁହାଯାଇଛି। ଏହି ପ୍ରସଙ୍ଗରେ ଜଡିତ ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ମନ୍ତ୍ରଣାଳୟ ଏବଂ ବିଭାଗକୁ ମଧ୍ୟ ସରକାର ଏକ ଗାଇଡଲାଇନ ପଠାଉଛନ୍ତି। ତାଙ୍କ କହିବାନୁସାରେ, ଏହି ପଦକ୍ଷେପ ନିଆଯାଇଛି ଯେତେବେଳେ ଅନେକ ମନ୍ତ୍ରଣାଳୟ ଏବଂ ବିଭାଗ ପୂର୍ବରୁ ଚିହ୍ନଟ ହୋଇଥିବା ବହୁ ସମ୍ପତ୍ତିର ମୋନେଟାଇଜେଶନ ବନ୍ଦ କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri