ପ୍ରତିଶୋଧ ନିଆଯିବ

ଲଣ୍ଡନ,୨୪।୧: ଇରାନର ସବୁଠୁ ଶକ୍ତିଶାଳୀ ସାମରିକ ବଳ ହେଉଛି ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍ପ୍ସ (ଆଇଆର୍‌ଜିସି)। କାସିମ ସୋଲେମାନି ୧୯୯୮ରୁ ମୃତ୍ୟୁ ପର୍ଯ୍ୟନ୍ତ ଏହାର ମେଜର ଜେନେରାଲ ଥିଲେ। ଏହି ଦୁର୍ଦ୍ଧର୍ଷ କମାଣ୍ଡରଙ୍କୁ ଗତବର୍ଷ ଜାନୁୟାରୀ ୩ରେ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶକ୍ରମେ ଇରାକ ରାଜଧାନୀ ବାଗଦାଦରେ ଡ୍ରୋନ୍‌ ଆକ୍ରମଣରେ ହତ୍ୟା କରାଯାଇଥିଲା। ସୋଲେମାନିଙ୍କ ଶେଷକୃତ୍ୟ ୭ ତାରିଖରେ ସମ୍ପନ୍ନ ହେବା ପରେ ଇରାକସ୍ଥିତ ଆମେରିକାର ସେନା ଶିବିରକୁ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଆଇଆର୍‌ଜିସିର ଦୃଢ଼ ସମର୍ଥକ ନ୍ୟୁଜ୍‌ ଏଜେନ୍ସି ତସ୍‌ନିମ ପକ୍ଷରୁ ଏହାର ବର୍ଷେ ପରେ ଜାରି ଉକ୍ତ ପୋଷ୍ଟରେ ସୋଲେମାନିଙ୍କ ହତ୍ୟାର ପ୍ରତିଶୋଧ ଅବଶ୍ୟ ନିଆଯିବ ବୋଲି ଟୁଇଟ୍‌ କରାଯାଇଛି। ଟ୍ରମ୍ପ୍‌ଙ୍କ ୪ ବର୍ଷର ଶାସନ ଶେଷ ହେବା ପରେ ସେ ବୁଧବାର ହ୍ବାଇଟ୍‌ ହାଉସ୍‌ ଛାଡ଼ି ଫ୍ଲୋରିଡା ଯାଇଥିଲେ। ସେଠାରୁ ଟ୍ରମ୍ପ୍‌ ପାମ୍‌ ବିଚ୍‌ସ୍ଥିତ ଇଣ୍ଟରନ୍ୟାଶନାଲ ଗଲ୍ଫ କ୍ଲବ୍‌ ୱେଷ୍ଟରେ ଗଲ୍ପ ଖେଳି ସମୟ ବିତାଇଥିଲେ। ତେଣୁ ଟ୍ରମ୍ପ୍‌ ଗଲ୍ଫ ଖେଳୁଥିବା ବେଳର ଏକ ପ୍ରତୀକାମତ୍କ ଫଟୋ ସହ ଇରାନ ତାଙ୍କୁ ହତ୍ୟା ପାଇଁ ଏହି ଧମକ ଦେଇଥିବା କୁହାଯାଉଛି। ଇରାନର ସବୁଠୁ କୁଖ୍ୟାତ୍‌ ସାମରିକ ନେତା ସୋଲେମାନି ମଧ୍ୟପ୍ରାଚ୍ୟରେ ଆମେରିକୀୟ ସୈନ୍ୟଙ୍କ ପ୍ରତି ଘାତକ ବିପଦ ସଦୃଶ ଛିଡ଼ା ହୋଇଥିଲେ। ସେ ନିହତ ହେବା ନେଇ ଟ୍ରମ୍ପ୍‌ ଘୋଷଣା କରିଥିଲେ, ବିଶ୍ୱର ନମ୍ବର ୱାନ୍‌ ଆତଙ୍କବାଦୀଙ୍କୁ ଆମେରିକା ସୈନ୍ୟ ଆକାଶମାର୍ଗରୁ ଆକ୍ରମଣ କରି ମାରିଦେଇଛନ୍ତି। ସେତେବେଳେ ଇରାନ ଏହାର ପ୍ରତିଶୋଧ ନିଆଯିବ ବୋଲି ଧମକ ଦେଇଥିଲା। ସୋଲେମାନିଙ୍କ ମୃତ୍ୟୁର ବାର୍ଷିକୀ ବେଳେ ଇରାନ ଜବାବ ଦେବ ବୋଲି ୱାଶିଂଟନ ଆଶଙ୍କା କରିଥିଲା। ସମ୍ଭାବ୍ୟ ଆକ୍ରମଣକୁ ଏଡ଼ାଇବା ଲାଗି ପାରସ୍ୟ ଉପସାଗରରେ ବହୁ ସଂଖ୍ୟକ ଆମେରିକୀୟ ସୈନ୍ୟଙ୍କୁ ସଶସ୍ତ୍ର ଯୁଦ୍ଧଜାହାଜ ସହ ମୁତୟନ କରାଯାଇଥିଲା। ତେବେ ଶ୍ରାଦ୍ଧବାର୍ଷିକୀ ବେଳେ ଉଭୟ ପକ୍ଷରୁ କୌଣସି ଆକ୍ରମଣାମତ୍କ କାର୍ଯ୍ୟ ହୋଇ ନ ଥିଲା।

ଟୁଇଟ୍‌ରେ କ’ଣ ଥିଲା

ତସ୍‌ନିମ ପକ୍ଷରୁ ଟୁଇଟ୍‌ କରାଯାଇଥିବା ପୋଷ୍ଟରେ ଟ୍ରମ୍ପ୍‌ଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଫଟୋ ସହ କ୍ୟାପ୍‌ଶନ ଲେଖାଯାଇଥିଲା, ଜେନେରାଲ ସୋଲେମାନିଙ୍କ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିବା ଓ ତାକୁ ପାଳନ କରିଥିବା ବ୍ୟକ୍ତିଙ୍କ ଉପରେ ନିଶ୍ଚିତ ଭାବେ ଠିକଣା ବେଳରେ ପ୍ରତିଶୋଧ ନିଆଯିବ। ଏଥିରେ ଜଣେ ବ୍ୟକ୍ତି ପ୍ରତିକ୍ରିୟା ଦେଇ ଲେଖିଥିଲେ, ’ସୋଲେମାନିଙ୍କ ଜୋତା ତାଙ୍କ ହତ୍ୟାକାରୀଙ୍କ ମୁଣ୍ଡଠାରୁ ଅଧିକ ମୂଲ୍ୟବାନ’। ଉକ୍ତ ପୋଷ୍ଟକୁ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ରିଟୁଇଟ୍‌ କରିଥିବା ଖବର ଆସିଥିଲା। ତେବେ ତାହା ସର୍ବୋଚ୍ଚ ନେତାଙ୍କ ନାମରେ ଜାଲ୍‌ ଆକାଉଣ୍ଟ ଦର୍ଶାଇ ଟୁଇଟର୍‌ ପକ୍ଷରୁ ତାକୁ ରଦ୍ଦ କରିଦିଆଯାଇଛି। ନ୍ୟୁଜ୍‌ ଏଜେନ୍ସି ମଧ୍ୟ ମୂଳ ଟୁଇଟ୍‌କୁ ଡିଲିଟ୍‌ କରିଦେଇଛି।

ବାପା ହିରୋ, ଟ୍ରମ୍ପ୍‌ ପରାଜିତ

ତସ୍‌ନିମ୍‌ରେ ଗୁରୁବାର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ସୋଲେମାନିଙ୍କ ଝିଅ ଜେଇନାବ ସୋଲେମାନି ବୁଧବାର କରିଥିବା ଏକ ଟୁଇଟ୍‌ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଜେଇନାବ ବାପାଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ତୁମକୁ ହତ୍ୟା ପାଇଁ ଟ୍ରମ୍ପ୍‌ ନିର୍ଦ୍ଦେଶ ଦେଇଥିଲେ। ତୁମେ ସବୁଦିନ ହିରୋ ହୋଇ ରହିବ। କିନ୍ତୁ ଟ୍ରମ୍ପ୍‌ ପରାଜିତ, ଏକଘରିକିଆ ହୋଇ ଓ ଭାଙ୍ଗିପଡ଼ି ହ୍ବାଇଟ୍‌ ହାଉସ୍‌ ଛାଡ଼ି ଚାଲିଯାଇଛନ୍ତିି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri