ଆଜି ବି ରେବତୀ ବଞ୍ଚିଛି

ବ୍ୟାସକବି ଫକୀର ମୋହନଙ୍କ କାଳଜୟୀ ରଚନାଗୁଡ଼ିକ ମଧ୍ୟରୁ ‘ରେବତୀ‘ ଉପନ୍ୟାସଟି ସ୍ବତନ୍ତ୍ର। ଉକ୍ତ ଉପନ୍ୟାସର ମୂଳ ଆଧାର ନାରୀ ଶିକ୍ଷା ଉପରେ ପର୍ଯ୍ୟବସିତ। କିପରି ଶିକ୍ଷା ଅଭାବରୁ ଅନ୍ୟ ଜଣଙ୍କ ଶିକ୍ଷାକୁ ଅନ୍ଧବିଶ୍ୱାସ ତଥା କୁସଂସ୍କାର ରୂପେ ଗ୍ରହଣ କରୁଛନ୍ତି, ତାହାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ରେବତୀର ଶିକ୍ଷା ପ୍ରତି ଅହେତୁକ ମନୋଭାବକୁ କାଳ ସଦୃଶ ବିବେଚନା କରି ତା’ର ଜେଜେମା’ ତାକୁ ମାନସିକ ପୀଡ଼ା ଦେଇଛନ୍ତି। ଆଜିର ସମାଜରେ ଯଦିଓ ନାରୀ ଶିକ୍ଷାକୁ ସେପରି ଅନ୍ଧବିଶ୍ୱାସ ରୂପେ ଗ୍ରହଣ କରାଯାଉ ନାହିଁ, ତଥାପି ନାରୀମାନଙ୍କ ଶିକ୍ଷା ପ୍ରତି ବିତୃଷ୍ଣାଭାବ ରହୁଛି। ତେବେ ପ୍ରଶ୍ନ ଉଠେ, ସତରେ କ’ଣ ରେବତୀର ଜେଜେମା’ ପରି ଚରିତ୍ର ବଞ୍ଚତ୍ଛନ୍ତି ରେବତୀମାନଙ୍କ ଭବିଷ୍ୟତ ନଷ୍ଟ କରିବାକୁ? ପ୍ରତିଦିନ ନାରୀମାନଙ୍କ ସୁରକ୍ଷା ଉପରେ ବିଭିନ୍ନ ଆନ୍ଦୋଳନ ହେଉଛି। ଅନେକ ବୁଦ୍ଧିଜୀବୀ ଏହା ଉପରେ ମତ ଓ ମନ୍ତବ୍ୟ ଦେଉଛନ୍ତି, ହେଲେ ଏହା ବୋଧହୁଏ କେବଳ ସେହି ଆନ୍ଦୋଳନ ଭିତରେ ସୀମିତ ରହୁଛି। ରୋଗ ସଭିଏଁ ଜାଣିଛନ୍ତି, ହେଲେ ଏହାର ନିଦାନ ବାହାର କରିବାକୁ କେହି ପ୍ରସ୍ତୁତ ନାହାନ୍ତି। ଏବେ କିନ୍ତୁ ସଚେତନ ସହ ମାନସିକତାରେ ପରିବର୍ତ୍ତନ କରିବାର ସମୟ ଉପନୀତ।
ନାରୀ ପ୍ରଗତିରେ ରାଷ୍ଟ୍ରର ଉନ୍ନତି ବୋଲି କୁହାଯାଏ। ହେଲେ ଯେଉଁଠି ଲିଙ୍ଗଗତ ପ୍ରଭେଦ ଅଧିକ, ସେଠାରେ ରାଷ୍ଟ୍ରର ବିକାଶ ହେବା ଅନିଶ୍ଚିତ। ହେଲେ ଭୂମିଷ୍ଠ ହେବା ପରେ ନିଷ୍ପତ୍ତି ନିଆଯାଉଛି ଝିଅ କେଉଁ ଶିକ୍ଷା ଗ୍ରହଣ କରିବ ଏବଂ ପୁଅ କେଉଁ ପ୍ରକାର ଶିକ୍ଷାଲାଭ କରିବ। ଏପରି ତୁଳନାମତ୍କ କାର୍ଯ୍ୟଦ୍ୱାରା ଅନେକ ରେବତୀଙ୍କ ଭାଗ୍ୟ ଶିକ୍ଷା ବିନା ଅଜ୍ଞାନର ଅନ୍ଧାରରେ ଶ୍ୱାସରୁଦ୍ଧ ହୋଇଯାଉଛି। ନାରୀଶିକ୍ଷା ପାଇଁ ଆନ୍ଦୋଳନ ଅପେକ୍ଷା କିପରି ଝିଅମାନଙ୍କୁ ଉଚିତ୍‌ ଶିକ୍ଷା ମିଳିପାରିବ, ସେଥିପାଇଁ ଯତ୍ନବାନ ହେବା ଉଚିତ୍‌।
ନାରୀ ଶିକ୍ଷାର ମୂଳଦୁଆ ମୁଖ୍ୟତଃ ପରିବାର ସ୍ତରରୁ ଆରମ୍ଭ ହେବା ଉଚିତ୍‌। ଯେଉଁ ପରିବାରରେ ନାରୀ ଶିକ୍ଷିତା, ସେଠାରେ ଜନ୍ମ ନେଉଥିବା ପ୍ରତ୍ୟେକ ସନ୍ତାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବା ସହ ପରିବାରବର୍ଗଙ୍କ ଉନ୍ନତି ହୋଇଥାଏ। ତତ୍‌ସହିତ ସେମାନେ ଆର୍ଥତ୍କ ଶାରୀରିକ ତଥା ମାନସିକ ରୂପେ ମଧ୍ୟ ସହାୟକ ହୋଇଥାଆନ୍ତି ଏବଂ ସୁ-ପଥ ପ୍ରଦର୍ଶକ ହୋଇ ପରିବାର ମଙ୍ଗଳ କାମନା କରନ୍ତି। କିନ୍ତୁ ନାରୀମାନଙ୍କୁ ଅବହେଳିତ କରାଯାଇ ସେମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯିବ, ତେବେ ପରିବାର ଏବଂ ଦେଶର ପ୍ରଗତି ହେବାରେ ବାଧା ସୃଷ୍ଟି ହେବ। ତେଣୁ ପ୍ରତ୍ୟେକ ପରିବାର ଏଥିପ୍ରତି ଯତ୍ନବାନ୍‌ ହେଲେ ବୋଧହୁଏ ଲିଙ୍ଗଗତ ସମସ୍ୟାର ମୂଳୋପତ୍ାଟନ ହେବା ସହ ସମୃଦ୍ଧଶାଳୀ ରାଷ୍ଟ୍ରଗଠନ ହୋଇପାରିବ ବୋଲି ଆଶା କରିପାରିବା। ତେବେ ଯାଇ ଏକ ନୂତନ ରାଷ୍ଟ୍ରର ଅଭ୍ୟୁଦୟ ହେବ।
ସାମ୍ପ୍ରତିକ ସମାଜରେ ନାରୀ ଶିକ୍ଷା ବା ନାରୀ ପ୍ରଗତିରେ ମୁଖ୍ୟ ବାଧକ ସାଜିଛି ଅସୁରକ୍ଷିତ ସମାଜ। ସଭ୍ୟତାର ଶିଖରକୁ ଛୁଇଁଥିବା ମାନବ ସମାଜରେ ଯଦି ନାରୀଟିଏ ସୁରକ୍ଷିତ ନୁହେଁ, ତାହା ଆମ ଶିକ୍ଷିତପଣିଆକୁ ତାଚ୍ଛଲ୍ୟ କରୁନାହିଁ କି? ଦେଶରେ ଲିଙ୍ଗଗତ ସମାନତାର ପ୍ରଚାର ହେଉଥିବା ବେଳେ ସାକ୍ଷରତା ହାରରେ ପୁରୁଷମାନଙ୍କ ସଂଖ୍ୟା ନାରୀମାନଙ୍କଠାରୁ ଯଥେଷ୍ଟ ଆଗରେ। ପ୍ରତ୍ୟେକ ସ୍ତରରେ ନାରୀମାନଙ୍କ ପାଇଁ ସ୍ବଳ୍ପ ସ୍ଥାନ ସଂରକ୍ଷିତ ରଖାଯାଉଥିବା ବେଳେ ପୁରୁଷଙ୍କ ପାଇଁ ଅଧିକ ରଖାଯାଉଛି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଏବେ ମଧ୍ୟ ନାରୀ ଲିଙ୍ଗଗତ ପ୍ରଭେଦର ଶିକାର ହେଉଛି। ତେଣୁ ଏ ପ୍ରଚାର ବଦଳରେ କିପରି କାର୍ଯ୍ୟକାରୀ ହୋଇପାରିବ ତା’ର ଉଚିତ ପଦକ୍ଷେପ ନେବା ଆବଶ୍ୟକ।ଝିଅମାନଙ୍କ ପ୍ରତି ସରକାର ନେଉଥିବା ପଦକ୍ଷେପ ଯଦିଓ ସ୍ବାଗତଯୋଗ୍ୟ, ତଥାପି କିଛି ଜନସାଧାରଣଙ୍କ ଅବିକଶିତ ଚିନ୍ତାଧାରା ଯୋଗୁ ଆଜିବି ନାରୀଟିଏ ଅବହେଳିତା। ତେଣୁ ସରକାରଙ୍କ ସଚେତନତା ବାର୍ତ୍ତାକୁ ଯଦିଓ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ନାରୀମାନଙ୍କୁ ଦିଆଯାଉଥିବା ନିର୍ଯାତନା ପାଇଁ ଆଇନାନୁଯାୟୀ କଠୋର ଦଣ୍ଡ ବିଧାନକୁ ତୁରନ୍ତ କାର୍ଯ୍ୟକାରୀ କରାଯାଆନ୍ତା, ତେବେ ଅସୁରକ୍ଷିତ ମନୋଭାବର ଦୂରୀକରଣ କରାଯାଇପାରନ୍ତା।
କିଛିଦିନ ପୂର୍ବରୁ ଗଣମାଧ୍ୟମରେ ଦେଖିଥିଲେ ବା ପଢ଼ିଥିଲେ ଝିଅଟି ଟ୍ୟୁଶନ୍‌ ଯାଇ ଘରକୁ ଫେରି ନଥିଲା। ଅନେକ ଖୋଜାଖୋଜି ପରେ ସେ ମିଳି ନ ଥିଲା। ପରଦିନ ଗଁା ନିକଟସ୍ଥ ପୋଖରୀରେ ତା’ର ମୃତଦେହ ମିଳିଥିଲା। ଘଟଣାରୁ ଜଣାପଡ଼ିଲା ଯେ, କିଛି ଅସାମାଜିକ ପିଲାଙ୍କ ମୁହଁରେ ଜବାବ ଦେଇଥିବାରୁ ସେମାନେ ତାକୁ ମାରି ପୋଖରୀରେ ଫୋପାଡ଼ି ଦେଇଥିଲେ। ଉକ୍ତ ଘଟଣା ଝିଅମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଥିଲା। ଅନ୍ୟ ଘଟଣାଟି ଏହିପରି ଯେ, ଝିଅଟି ପାଠ ପଢ଼ିବାକୁ ଜିଦ୍‌ କରିବାରୁ ମା’ବାପାଙ୍କ ଆକଟ ତା’ ପ୍ରତି କଠୋର ହେଉଥିଲା। ଗୋଟେପଟେ ଉଚ୍ଚଶିକ୍ଷା ଲାଭ କରିବାର ଆଶା, ଅନ୍ୟପଟେ ପାଠ ପଢ଼ିବା ପାଇଁ ଦିଆଯାଉଥିବା ନିର୍ଯାତନା। ଧୀରେ ଧୀରେ ତା’ ପାଠ ପଢ଼ିବାର ଆଶା ଟିକକ ମଉଳିଗଲା, ଯେବେ ଚଉଦ ବର୍ଷ ବୟସରେ ତା’ର ବିବାହ ସ୍ଥିର କରାଗଲା। ତା’ କୋମଳ ମନରେ ମା’ବାପା ଏପରିକି ନିଜ ଜୀବନ ପ୍ରତି ବିତୃଷ୍ଣା ମନୋଭାବ ଆସିଗଲା ଓ ଆମତ୍ହତ୍ୟା କରିଦେଲା। ଦୁଇ ଦୃଷ୍ଟାନ୍ତରେ ପ୍ରଥମଟିରେ ଶିକ୍ଷାଲାଭର ସୁଯୋଗ ମିଳିଥିବା ସତ୍ତ୍ୱେ ଅସୁରକ୍ଷିତ ପରିବେଶ ପାଇଁ ଜୀବନ ହାନି ହେଲା ଏବଂ ଅନ୍ୟଟିରେ ଶିକ୍ଷା ପ୍ରତି ପରିବାରବର୍ଗଙ୍କ ବିତୃଷ୍ଣାଭାବ ଝିଅଟିର ଜୀବନ ନେଇଗଲା। ଏହିପରି ଅନେକ ରେବତୀଙ୍କ ପ୍ରାଣ ଅକାଳରେ ଝଡ଼ିଯାଉଛି କିଛି ଆମ ଜ୍ଞାତ ଭିତରେ ଆଉ କିଛି ଆମ ଅଜ୍ଞାତ ବାହାରେ। ତେଣୁ ରେବତୀମାନଙ୍କୁ ମୌଳିକ ଅଧିକାର ଦେବା ସହ ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ପ୍ରଦାନ କରିବା ଆମର ମୁଖ୍ୟ ଦାୟିତ୍ୱ ହେବା ଉଚିତ୍‌।

  • ଉତ୍କଳିକା ଦାଶ
    ଠାକୁରପାଟଣା, ଆଳି, କେନ୍ଦ୍ରାପଡ଼ା
    ମୋ : ୭୦୦୮୫୫୯୬୯୩

Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri