ନେପାଳରେ ଫେରିବ କି ରାଜତନ୍ତ୍ର ? ଜାଣନ୍ତୁ ପୂର୍ବତନ ରାଜାଙ୍କ ପରିବାର ଏବେ କେଉଁଠି

ନୂଆଦିଲ୍ଲୀ,୯।୯: ଏବେ ନେପାଳରେ ରାଜତନ୍ତ୍ର ପୁନଃସ୍ଥାପନ ଓ ହିନ୍ଦୁ ରାଷ୍ଟ୍ର ଦାବିରେ ବିକ୍ଷୋଭ ଜାରି ରହିଛି। ମାର୍ଚ୍ଚରେ କାଠମାଣ୍ଡୁରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦୁର୍ନୀତି ଓ କୁଶାସନ ଅଭିଯୋଗ ଏବଂ ସୋସିଆଲ ମିଡିଆ ପ୍ରତିବନ୍ଧକ ପରେ ତୀବ୍ର ହୋଇଛି। ପୋଲିସ ଦମନରେ ୧୯ ଜଣଙ୍କ ମୃତ୍ୟୁ ହେବା ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଙ୍ଗଳବାର ଇସ୍ତଫା ଦେଇଛନ୍ତି।

ରାଜପରିବାର କେଉଁଠି?
୨୦୦୮ରେ ରାଜତନ୍ତ୍ର ଉଚ୍ଛେଦ ପରେ ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହ କାଠମାଣ୍ଡୁର ନିର୍ମଳ ନିବାସରେ ସାଧାରଣ ନାଗରିକ ଭାବେ ରହୁଛନ୍ତି। ୨୦୨୪ରେ ସେ ଆଂଶିକ ସମୟ ପାଇଁ ନଗରଜୁନ ପାହାଡ଼ରେ ହେମନ୍ତବାସ କଟେଜକୁ ସ୍ଥାନାନ୍ତରିତ ହୋଇଥିଲେ। ରାଣୀ ମା’ ରତ୍ନା ମହେନ୍ଦ୍ର ମଞ୍ଜିଲରେ ରହୁଛନ୍ତି। ପୂର୍ବତନ ଯୁବରାଜ ପରଶ ଓ ହିମାନୀଙ୍କ ଝିଅ କ୍ରୀତିକା ଓ ପୂର୍ଣ୍ଣିକା ଶାହ ୨୦୦୮ରେ ସିଙ୍ଗାପୁର ଚାଲିଯାଇ ଶିକ୍ଷା ଜାରି ରଖିଛନ୍ତି।

ରାଜତନ୍ତ୍ର ସମର୍ଥକଙ୍କ ଆନ୍ଦୋଳନ
ମାର୍ଚ୍ଚରେ ଜ୍ଞାନେନ୍ଦ୍ର ଶାହଙ୍କୁ ପୋଖରାରୁ ଫେରିବା ବେଳେ ହଜାର ହଜାର ରାଜତନ୍ତ୍ର ସମର୍ଥକ ସ୍ୱାଗତ କରିଥିଲେ। ମେ’ରେ ସେ ନାରାୟଣହିତୀ ରାଜପ୍ରାସାଦରେ ପୂଜା କରିଥିଲେ। ରାଜତନ୍ତ୍ର ସମର୍ଥକମାନେ “ରାଜା ଫେରି ଆସ, ଦେଶ ବଞ୍ଚାଅ” ନାରା ଦେଇ ଓଲିଙ୍କ ଇସ୍ତଫା ଦାବି କରିଥିଲେ। ମାର୍ଚ୍ଚରେ ପୁଲିସ ସହ ସଂଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ ଓ ୧୦୦ରୁ ଅଧିକ ଆହତ ହୋଇଥିଲେ। ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି (ଆରପିପି) ରାଜତନ୍ତ୍ରକୁ ଜାତୀୟ ସ୍ୱାର୍ଥର ରକ୍ଷକ ଭାବେ ସମର୍ଥନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri