୧୫ ବର୍ଷ ହେଲା ୨ଟି ପେନସନ ପାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ, ଜଣାପଡିବା ପରେ…

ମୋହନା,୩।୧( ମନ୍ମଥ ମିଶ୍ର ): ପୂର୍ବ ସରକାରଙ୍କ ୨୫ ବର୍ଷ ଶାସନ କାଳରେ ଏମିତି ଅନେକ ଦୁର୍ନୀତି ହୋଇଛି । ଯାହାକି ସରକାରୀ ବାବୁମାନଙ୍କ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି। ଏଭଳି ଏକ ଦୁର୍ନୀତି ଚିତ୍ର ଗଜପତି ଜିଲା ମୋହନା ବ୍ଲକରେ ସାମ୍ନାକୁ ଆସିଛି । ମୋହନା ବ୍ଲକର ଶିକ୍ଷା ବିଭାଗରେ କାର୍ଯ୍ୟ କରି ଜଣେ ସ୍କୁଲ ଶିକ୍ଷକ ୨ଟି ପେନସନ ଉପଭୋଗ କରୁଥିବା ନଜରକୁ ଆସିଛି। ଗତ ୨୦୧୦ରୁ ବର୍ତ୍ତମାନ ସୁଦ୍ଧା ଦୀର୍ଘ ୧୫ ବର୍ଷ ହେଲା ଶିକ୍ଷକ ଜଣକ ୨ଟି ପେନସନ ହାତେଇଥିବା ନେଇ କିଭଳି କେହି ଜାଣି ପାରିଲେନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସନ୍ଦେହ ଘେରରେ। ବର୍ତ୍ତମାନ ଏହାର ତଦନ୍ତ ପାଇଁ ରାଜ୍ୟ କୋଷାଗାର ତଥା ହିସାବ ରକ୍ଷକ ଭବନରୁ ଏକ ପତ୍ର ସଂଖ୍ୟା ୧୨୧୩୧/ ତାରିଖ ୨୦/୧୧/୨୦୨୫ରେ ମୋହନା ବ୍ଲକ ଶିକ୍ଷାଧିକାରୀ ଓ ମୋହନା ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ଶିକ୍ଷକ ଅବସର ନେବା ପରେ ମଧ୍ୟ ପେନସନ ପାଇବାରୁ ବଞ୍ଚିତ ରହିଛନ୍ତି । ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ହୋଇ ପାରୁନି। ହେଲେ ଜଣେ ଶିକ୍ଷକ ଅବସର ନେବା ପରେ ଗୋଟିଏ ନାମରେ ଦୁଇଟି ପେନସନ ପାଉଥିବା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି। ରାଜ୍ୟରେ ୩୨ଜଣ ଶିକ୍ଷକ ୨୦୧୦ରୁ ଅବସର ନେଇ ସରକାରଙ୍କ ଠାରୁ ଦୁଇଟି ଲେଖାଏଁ ପେନସନ ପାଉଥିବା ନଜରକୁ ଆସିଛି । ସେଥିମଧ୍ୟରୁ ଗଜପତି ଜିଲାରୁ ଜଣେ ଶିକ୍ଷକ ରହିଛନ୍ତି। ରାଧାକୃଷ୍ଣ ଆଚାର୍ଯ୍ୟ ନାମକ ଏହି ଶିକ୍ଷକ ଗଜପତି ଜିଲା ମୋହନା ବ୍ଲକ ମୋହନା ପଞ୍ଚାୟତର ବେତାରସିଂ ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ।ସେ ଗତ ୩୦/୯/୨୦୧୦ରେ ଅବସର ନେଇଥିଲେ । ଏହାପରେ ତତ୍କାଳୀନ ବିଡ଼ିଓଙ୍କ ସୁପାରିଶ ପତ୍ର ୩୧୧ କ୍ରମେ ୧୪/୨/୨୦୧୧ରୁ ତାଙ୍କର ପେନସନ ଲାଗୁ ହୋଇଥିଲା । ଏହାପରେ ସେହି ଶିକ୍ଷକ ଜଣକ ନାମରେ ପୁଣି ୧୨/୪/୨୦୧୨ରେ ତତ୍କାଳୀନ ମୋହନା ବିଡ଼ିଓଙ୍କ ସୁପାରିଶ ପତ୍ର ସଂଖ୍ୟା ୯୪୧ରେ ପେନସନ ପ୍ରଦାନ ପାଇଁ ଉଲ୍ଲେଖ ରହିଛି । ଜଣେ ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟଙ୍କ ନାମରେ ଦୁଇଟି ପେନସନ ୧/୧୦/୨୦୧୦ରୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି । ଆଉ ସବୁ ଜାଣି ଶୁଣି ଶିକ୍ଷକ ଜଣକ ଦୁଇଟି ପେନସନ ହାତେଇ ଚୁପ ରହିଛନ୍ତି । ଯାହା କି ଦୀର୍ଘ ୧୫ବର୍ଷ ପରେ ନୂତନ ସରକାରରେ ପଦାରେ ପଡିଛି ଏହି ଦୁର୍ନୀତି। ଯାହାକୁ ବ୍ଲକ ଶିକ୍ଷା ଅଧିକାରୀ ଓ ବିଡିଓଙ୍କୁ ତଦନ୍ତ ପାଇଁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛି ରାଜ୍ୟ କୋଷାଗାର । କିପରି ତତ୍କାଳୀନ ସରକାର ଜାଣି ପାରିଲେନି ନା ସେହି ସମୟରେ ଥିବା ବିଡିଓ ଓ ଜିଲା ଶିକ୍ଷା ଅଧିକାରୀଙ୍କ ଜାଣତରେ ଏଭଳି ଘଟଣା ହୋଇଛି ତାହା ତଦନ୍ତ ସାପେକ୍ଷ।
ଏହି ବିଷୟରେ ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଛନ୍ତି ତାଙ୍କ ଅଜାଣତରେ ପେନସନ ଟଙ୍କା ଆସୁଥିଲା। ମୁଁ ଜାଣିନି । ବର୍ତ୍ତମାନ ଖବର ଯଦି ପଦାକୁ ଆସିଛି ମୋ ପେନସନରୁ ଟଙ୍କା ସରକାର କାଟି ଦିଅନ୍ତୁ ବୋଲି କହିଛନ୍ତି । ମୋହନା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେହି ଶିକ୍ଷକ ଜଣକ ୨ଟି ପେନସନ ପାଉଛନ୍ତି । ତେବେ କିଭଳି ୨ଟି ପେନସନ ପାଉଛନ୍ତି ତାର ତଦନ୍ତ ଚାଲିଥିବା କହିଛନ୍ତି । ପ୍ରକାଶ ଥାଉକି, ଗଜପତି ଜିଲାର ସମସ୍ତ ୭ଟି ବ୍ଲକର ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ତଦନ୍ତ କଲେ ଆହୁରି ଦୃଢ ରହସ୍ୟ ଓ ତଥ୍ୟ ପଦାକୁ ଆସିବ ଓ ଅନେକ ଶିକ୍ଷକଙ୍କ କଳାକାରନାମା ପଦାରେ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ପୋଡ଼ି ହୋଇଗଲେ ଛାତ୍ର: ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କ ଦରମା ବନ୍ଦ

ରାୟଗଡ଼ା,୬।୧: ରାୟଗଡ଼ା ଜିଲା ପାଇକଡାକୁଲୁଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦ୍ୟାଳୟର...

‘ନୋ ପିୟୁସିସି, ନୋ ଫ୍ୟୁଏଲ’ ନୀତି ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ,୬।୧: ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର (PUCC) ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା...

କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୬ ଉଦ୍‌ଘାଟିତ: ପ୍ରଥମ ସନ୍ଧ୍ୟାରେ ଜମିଲା ଲୋକକଳାର ଆସର; କାଲି ଗାଇବେ…

ଥୁଆମୂଳ ରାମପୁର, ୬ା୧ (ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବାବା ଖଣ୍ଡୁଆଳ ଖେଳ ପଡ଼ିଆଠାରେ ମଙ୍ଗଳବାର ଥୁଆମୂଳ ରାମପୁର...

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଚାଷୀଙ୍କ ମୁଣ୍ଡରେ ଚଡ଼କ: ମଣ୍ଡିରେ ପଡ଼ିଛି ଧାନ, ଆସୁଛି ବର୍ଷା; ଦାବିରେ ଅଟଳ ମିଲର୍ସ ସଂଘ

ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଆଡ଼କୁ ଗତି କରୁଛି। ଗୋଟିଏ ପଟେ ରାଇସ୍ ମିଲରମାନେ ନିଜ ଜିଦ୍‌ରେ ଅଟଳ ଥିବାବେଳେ,...

ଭାରତ ସ୍କାଉଟ ଓ ଗାଇଡ୍ସର କ୍ୟାମ୍ପୋରି ଉଦ୍‌ଘାଟିତ: ୨୪୬ ସ୍କୁଲର…

ଦିଗପହଣ୍ଡି, ୬ା୧(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀ ଧାମ ଆବାସିକ ବିଦ୍ୟାଳୟ ପରିସରରେ ଭାରତ ସ୍କାଉଟ...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ପୁଣି ବିଫଳ ହେଲା ମନ୍ତ୍ରୀ-ମିଲର୍ସ ଆଲୋଚନା: ଧାନ କିଣା ଅଚଳାବସ୍ଥା ଜାରି, ଚାଷୀ ସହିବେ କ୍ଷତି

ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ସଂକଟ ଦୂର ହେବାର ନାଁ ଧରୁନି। ମଙ୍ଗଳବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri