୧୫ ବର୍ଷ ହେଲା ୨ଟି ପେନସନ ପାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ, ଜଣାପଡିବା ପରେ…

ମୋହନା,୩।୧( ମନ୍ମଥ ମିଶ୍ର ): ପୂର୍ବ ସରକାରଙ୍କ ୨୫ ବର୍ଷ ଶାସନ କାଳରେ ଏମିତି ଅନେକ ଦୁର୍ନୀତି ହୋଇଛି । ଯାହାକି ସରକାରୀ ବାବୁମାନଙ୍କ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି। ଏଭଳି ଏକ ଦୁର୍ନୀତି ଚିତ୍ର ଗଜପତି ଜିଲା ମୋହନା ବ୍ଲକରେ ସାମ୍ନାକୁ ଆସିଛି । ମୋହନା ବ୍ଲକର ଶିକ୍ଷା ବିଭାଗରେ କାର୍ଯ୍ୟ କରି ଜଣେ ସ୍କୁଲ ଶିକ୍ଷକ ୨ଟି ପେନସନ ଉପଭୋଗ କରୁଥିବା ନଜରକୁ ଆସିଛି। ଗତ ୨୦୧୦ରୁ ବର୍ତ୍ତମାନ ସୁଦ୍ଧା ଦୀର୍ଘ ୧୫ ବର୍ଷ ହେଲା ଶିକ୍ଷକ ଜଣକ ୨ଟି ପେନସନ ହାତେଇଥିବା ନେଇ କିଭଳି କେହି ଜାଣି ପାରିଲେନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସନ୍ଦେହ ଘେରରେ। ବର୍ତ୍ତମାନ ଏହାର ତଦନ୍ତ ପାଇଁ ରାଜ୍ୟ କୋଷାଗାର ତଥା ହିସାବ ରକ୍ଷକ ଭବନରୁ ଏକ ପତ୍ର ସଂଖ୍ୟା ୧୨୧୩୧/ ତାରିଖ ୨୦/୧୧/୨୦୨୫ରେ ମୋହନା ବ୍ଲକ ଶିକ୍ଷାଧିକାରୀ ଓ ମୋହନା ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ଶିକ୍ଷକ ଅବସର ନେବା ପରେ ମଧ୍ୟ ପେନସନ ପାଇବାରୁ ବଞ୍ଚିତ ରହିଛନ୍ତି । ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ହୋଇ ପାରୁନି। ହେଲେ ଜଣେ ଶିକ୍ଷକ ଅବସର ନେବା ପରେ ଗୋଟିଏ ନାମରେ ଦୁଇଟି ପେନସନ ପାଉଥିବା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି। ରାଜ୍ୟରେ ୩୨ଜଣ ଶିକ୍ଷକ ୨୦୧୦ରୁ ଅବସର ନେଇ ସରକାରଙ୍କ ଠାରୁ ଦୁଇଟି ଲେଖାଏଁ ପେନସନ ପାଉଥିବା ନଜରକୁ ଆସିଛି । ସେଥିମଧ୍ୟରୁ ଗଜପତି ଜିଲାରୁ ଜଣେ ଶିକ୍ଷକ ରହିଛନ୍ତି। ରାଧାକୃଷ୍ଣ ଆଚାର୍ଯ୍ୟ ନାମକ ଏହି ଶିକ୍ଷକ ଗଜପତି ଜିଲା ମୋହନା ବ୍ଲକ ମୋହନା ପଞ୍ଚାୟତର ବେତାରସିଂ ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ।ସେ ଗତ ୩୦/୯/୨୦୧୦ରେ ଅବସର ନେଇଥିଲେ । ଏହାପରେ ତତ୍କାଳୀନ ବିଡ଼ିଓଙ୍କ ସୁପାରିଶ ପତ୍ର ୩୧୧ କ୍ରମେ ୧୪/୨/୨୦୧୧ରୁ ତାଙ୍କର ପେନସନ ଲାଗୁ ହୋଇଥିଲା । ଏହାପରେ ସେହି ଶିକ୍ଷକ ଜଣକ ନାମରେ ପୁଣି ୧୨/୪/୨୦୧୨ରେ ତତ୍କାଳୀନ ମୋହନା ବିଡ଼ିଓଙ୍କ ସୁପାରିଶ ପତ୍ର ସଂଖ୍ୟା ୯୪୧ରେ ପେନସନ ପ୍ରଦାନ ପାଇଁ ଉଲ୍ଲେଖ ରହିଛି । ଜଣେ ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟଙ୍କ ନାମରେ ଦୁଇଟି ପେନସନ ୧/୧୦/୨୦୧୦ରୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି । ଆଉ ସବୁ ଜାଣି ଶୁଣି ଶିକ୍ଷକ ଜଣକ ଦୁଇଟି ପେନସନ ହାତେଇ ଚୁପ ରହିଛନ୍ତି । ଯାହା କି ଦୀର୍ଘ ୧୫ବର୍ଷ ପରେ ନୂତନ ସରକାରରେ ପଦାରେ ପଡିଛି ଏହି ଦୁର୍ନୀତି। ଯାହାକୁ ବ୍ଲକ ଶିକ୍ଷା ଅଧିକାରୀ ଓ ବିଡିଓଙ୍କୁ ତଦନ୍ତ ପାଇଁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛି ରାଜ୍ୟ କୋଷାଗାର । କିପରି ତତ୍କାଳୀନ ସରକାର ଜାଣି ପାରିଲେନି ନା ସେହି ସମୟରେ ଥିବା ବିଡିଓ ଓ ଜିଲା ଶିକ୍ଷା ଅଧିକାରୀଙ୍କ ଜାଣତରେ ଏଭଳି ଘଟଣା ହୋଇଛି ତାହା ତଦନ୍ତ ସାପେକ୍ଷ।
ଏହି ବିଷୟରେ ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଛନ୍ତି ତାଙ୍କ ଅଜାଣତରେ ପେନସନ ଟଙ୍କା ଆସୁଥିଲା। ମୁଁ ଜାଣିନି । ବର୍ତ୍ତମାନ ଖବର ଯଦି ପଦାକୁ ଆସିଛି ମୋ ପେନସନରୁ ଟଙ୍କା ସରକାର କାଟି ଦିଅନ୍ତୁ ବୋଲି କହିଛନ୍ତି । ମୋହନା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେହି ଶିକ୍ଷକ ଜଣକ ୨ଟି ପେନସନ ପାଉଛନ୍ତି । ତେବେ କିଭଳି ୨ଟି ପେନସନ ପାଉଛନ୍ତି ତାର ତଦନ୍ତ ଚାଲିଥିବା କହିଛନ୍ତି । ପ୍ରକାଶ ଥାଉକି, ଗଜପତି ଜିଲାର ସମସ୍ତ ୭ଟି ବ୍ଲକର ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ତଦନ୍ତ କଲେ ଆହୁରି ଦୃଢ ରହସ୍ୟ ଓ ତଥ୍ୟ ପଦାକୁ ଆସିବ ଓ ଅନେକ ଶିକ୍ଷକଙ୍କ କଳାକାରନାମା ପଦାରେ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌…

ଭୁବନେଶ୍ୱର,୨୭ା୨: ମାଓବାଦୀଙ୍କୁ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ କଡ଼ା ଚେତାବନୀ ଦେଇଛନ୍ତି। ଡିଜିପି କହିଛନ୍ତି, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌ ପରିଣାମ ଭୋଗିବ। ଏସ୍‌ଓଜି…

CBIର ମଦ ଦୁର୍ନୀତି ମାମଲା: ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ ଦୋଷମୁକ୍ତ, ଆଲିଙ୍ଗନ କରି କାନ୍ଦିଲେ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି…

କାମ ନ କରି ମଜୁରୀ ହଡ଼ପ କରୁଛନ୍ତି ଶ୍ରମିକ: ଆସିଲା ସାଂଘାତିକ ଅଭିଯୋଗ

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ଗାଁରେ ଶ୍ରମିକ ବର୍ଗର ଲୋକଙ୍କୁ କାମ ଯୋଗାଇବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କାର୍ଯ୍ୟକାରୀ…

ଲଜିଷ୍ଟିକ୍ସ୍‌ରେ ପୂର୍ବ ପରିବହନ ସଂସ୍ଥାର ଦବଙ୍ଗଗିରି ଅଭିଯୋଗ, ସ୍ଥାନୀୟ ଯୁବକଙ୍କୁ…

ଗଞ୍ଜାମ,୨୭।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସୀମ ଇଣ୍ଡ୍ରଷ୍ଟ୍ରିର ପରିବହନ ବ୍ୟବସ୍ଥାକୁ ନେଇ ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ୬ ବର୍ଷ…

ବିଧାୟକଙ୍କୁ ନବୀନ ନିବାସ ଡକରା, ଅପରାହ୍ନ ୫ଟାରେ ବଡ଼ ବୈଠକ

ଭୁବନେଶ୍ବର,୨୭।୨: ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏନେଇ ସମସ୍ତ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଛି । ରାଜ୍ୟ ସଭା ନିର୍ବାଚନକୁ…

ଲୋଇସିଂହା ଥାନା ବଢୁଛି ଚୋରି: କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ କ୍ରମାଗତ ଭାବରେ ଚୋରି ବୃଦ୍ଧି ପାଇଛି। ଥାନା ଅନ୍ତର୍ଗତ ଜେଉଁଟିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ…

ଆସନ୍ତା ୭ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ, ୩ଦିନରେ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୭ା୨ (ବନ୍ଦନା ସେଠୀ): ରାଜ୍ୟରେ ବୃଦ୍ଧି ପାଇବ ଦିନ ଓ ରାତି ତାପମାତ୍ରା। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ବା ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ…

ବିଜେଡି ବୈଠକକୁ ନେଇ ଉଠିଲା ପ୍ରଶ୍ନ: ବଢୁଛି ଅସନ୍ତୋଷ

ଭୁବନେଶ୍ୱର, ୨୭।୨(ସୁନିତ୍‌ ମିଶ୍ର):ବିଜେଡିର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସଠାରେ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri