ବିଜେଡି ବୈଠକକୁ ନେଇ ଉଠିଲା ପ୍ରଶ୍ନ: ବଢୁଛି ଅସନ୍ତୋଷ

ଭୁବନେଶ୍ୱର, ୨୭।୨(ସୁନିତ୍‌ ମିଶ୍ର):ବିଜେଡିର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ସମୟ ଧରି ହୋଇଥିବା ପିଏସି ବୈଠକରେ ବହୁତ ରାଜନୈତିକ ଦିଗ ଉପରେ ଆଲୋଚନା ହୋଇଛି। ଏହି ଅବସରରେ ରାଜ୍ୟ ସଭା ନିର୍ବାଚନ ଉପରେ ପିଏସିରେ ହୋଇଥିବା ଆଲୋଚନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ଶୁଣି ବିଜେଡି ଭିତରୁ ଧୀରେ ଧୀରେ ଅସନ୍ତୋଷ ବଢୁଥିବା ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରମିଳା କହିଛନ୍ତି, ରାଜ୍ୟ ସଭା ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ସେକଥା ଦଳର ସଭାପତି ନିଷ୍ପତ୍ତି ନେବେ। ସମସ୍ତ ପିଏସି ସଦସ୍ୟ ମିଳିତ ଭାବେ ଏହି ପ୍ରସ୍ତାବ ନବୀନଙ୍କୁ ଦେଇଛନ୍ତି। ସମସ୍ତେ ନବୀନଙ୍କୁ କହିଛନ୍ତି, ଯାହା ସେ ଚୂଡ଼ାନ୍ତ କରିବେ ସମସ୍ତେ ତାକୁ ମାନିନେବେ। ଦଳର କେତେଜଣ ବରିଷ୍ଠ ନେତା ନିଜ ନାମ ଗୋପନ ରଖି ପ୍ରମିଳାଙ୍କ ପ୍ରତିକ୍ରିୟାକୁ ନେଇ କହିଛନ୍ତି, କିଏ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବେ ସେହି ନିଷ୍ପତ୍ତି ଯଦି ପିଏସିରେ ଚୂଡ଼ାନ୍ତ ହେଲା ନାହିଁ ତେବେ ବୈଠକ ବସିଲା କାହିଁକି। ରାଜନୈତିକ ବ୍ୟାପାର କମିଟିର ତେବେ କାମ କ’ଣ ରହିଲା। ରାଜନୈତିକ ବ୍ୟାପାର କମିଟି ଥାଇ ନ ଥିଲା ଭଳି ହୋଇଯାଉଛି। ତେବେ ଆଗକୁ ଯିଏ ରାଜ୍ୟ ସଭାକୁ ବିଜେଡିରୁ ଯିବେ ତା’ର ନିଷ୍ପତ୍ତି ନବୀନ କାହା ସହ ଆଲୋଚନାକରି ନେବେ, ସେକଥା ଦଳର ସଭାପତି ସ୍ପଷ୍ଟ କରନ୍ତୁ। ପିଏସି କ’ଣ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ହୋଇଛି।
ଅନ୍ୟପଟେ ଗୁରୁବାରଠାରୁ ରାଜ୍ୟ ସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁଯାୟୀ ଆସନ୍ତା ୫ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ। ତେଣୁ ଏହା ଭିତରେ ୪ର୍ଥ ଆସନକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଛି ସେ ବିଷୟରେ ବିଜେଡି କିଛି ନିଷ୍ପତ୍ତି ନେବ ବୋଲି ରାଜନୈତିକ ମହଲରେ ଅନେକଙ୍କ ଅପେକ୍ଷା ରହିଥିଲା। ପ୍ରତ୍ୟକ୍ଷ ବା ପରୋକ୍ଷରେ ଯେପରି ୪ର୍ଥ ଆସନ ଭାଜପାକୁ ଯିବା ଭଳି ବାଟ ତିଆରି କରା ନ ଯିବ ସେଥିପାଇଁ କିଛି ପ୍ରତିକ୍ରିୟା ବିଜେଡି ପକ୍ଷରୁ ଆସିବ ବୋଲି ଅନୁମାନ ମଧ୍ୟ କରାଯାଉଥିଲା। କାରଣ ନିକଟରେ ଦଳର ବରିଷ୍ଠ ନେତା ଅରୁଣ କୁମାର ସାହୁ ମଧ୍ୟ ଏହି କଥା ଦୋହରାଇଥିଲେ। ୪ର୍ଥ ଆସନ ଭାଜପାକୁ ନ ଯିବା ଦରକାର ବୋଲି ସେ ତାଙ୍କ ବ୍ୟକ୍ତିଗତ ମତ ଜଣାଇଥିଲେ। ଅରୁଣ ପିଏସିରେ ନାହାନ୍ତି। ଯେଉଁମାନେ ପିଏସିରେ ଅଛନ୍ତି, ସେମାନେ ଏ ବିଷୟରେ ଯଦି ନବୀନଙ୍କ ସାଙ୍ଗରେ ଆଲୋଚନା କରିଥିବେ, ତେବେ ଏହା ନିର୍ବାଚନ ଭିତରେ ନିଶ୍ଚିତ ପ୍ରତିଫଳିତ ହେବ। ଭାଜପା ପକ୍ଷରୁ ମଧ୍ୟ ୨ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି କୁହାଯାଇଛି। ତେଣୁ ଭାଜପା ଯଦି ୩ ଜଣ ପ୍ରାର୍ଥୀଙ୍କ ନଁା ଘୋଷଣା କରେ ତେବେ ଗୋଟିଏ କଥା ବୁଝିନେବାକୁ ହେବ, ଶାସକ ଦଳ ହାରିବା ଭଳି କିଛି ବାଟ ରଖି କାମ କରି ନ ଥିବ।
ଅନ୍ୟପକ୍ଷରେ ରାଜ୍ୟରେ ଯେହେତୁ ବିଜେଡି ମୁଖ୍ୟ ବିରୋଧୀ ଦଳ ଆସନରେ ରହିଛି ଶାସକ ଦଳକୁ ସବୁ କ୍ଷେତ୍ରରେ ଅଟକାଇବା ପାଇଁ ସେମାନେ ପ୍ରଥମ ଉଦ୍ୟମ କରିବା କଥା। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ମଧ୍ୟ ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କୁ ଭେଟିବାକୁ ସମୟ ଲୋଡ଼ିଛନ୍ତି, ହେଲେ ତାଙ୍କୁ ଏଯାଏଁ କିଛି ପ୍ରତ୍ୟୁତ୍ତର ମିଳି ନ ଥିବା ଜଣାପଡ଼ିଛି। ପୂର୍ବରୁ ଅନେକ ସମୟରେ ସମଦୂରତା କଥା କହି ବିଜେଡି ନିଜକୁ ସୁରକ୍ଷିତ ରଖିବା ପାଇଁ ଅନେକ କିଛି କାର୍ଯ୍ୟକ୍ରମ କରିଛି। ମାତ୍ର ସେଭଳି ସବୁ ନିଷ୍ପତ୍ତିରେ ଭାଜପାକୁ ପରୋକ୍ଷରେ ସୁହାଇବା ଭଳି ହୋଇଛି। ଏଥର ନବୀନଙ୍କ ଆଭିମୁଖ୍ୟ ରାଜ୍ୟ ସଭାରେ ଭାଜପାକୁ ସୁହାଇବା ଭଳି ହେବ ନା ନାହିଁ, ସେହି କଥା ଉପରେ ହିଁ ରାଜ୍ୟର ବହୁ ବିଜେଡି ନେତା ଅପେକ୍ଷା କରି ରହିଛନ୍ତି। ଆଗକୁ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ ୪ର୍ଥ ଆସନ ଲାଗି କୌଣସି ଦଳ ପାଖରେ ଯଥେଷ୍ଟ ସଂଖ୍ୟା ନାହିଁ। ଯଦି ବିଜେଡି ସମଦୂରତା କଥା କହିଦିଏ, ତେବେ ଭାଜପା ସହଜରେ ୩ଟି ଆସନରେ ବିଜୟୀ ହେଇଯିବ। ନଚେତ୍‌ ନବୀନଙ୍କ ସମର୍ଥନରେ ୪ର୍ଥ ଆସନ ଭାଜପା ଜିତିଯାଇପାରିବ। ଏପରି ନ ହୋଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟ ମିଳିତ ପ୍ରାର୍ଥୀ ଦେଇ ଶାସକ ଦଳକୁ ରୋକିବାର ଆଉ ଏକ ରାସ୍ତା ରହିଛି। ରାଜ୍ୟର କୋଣ ଅନୁକୋଣରେ ବିଜେଡି କର୍ମୀମାନେ ଭାଜପା ସହ ତାଙ୍କ ଦଳର ସମ୍ପର୍କ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଅନେକଙ୍କ ଆଶା ଥିଲା, ପିଏସି ବୈଠକରେ ଏଭଳି ଏକ ବିଷୟ ଉପରେ ନିଶ୍ଚିତ ଚର୍ଚ୍ଚା ହୋଇପାରେ, ମାତ୍ର ଏମିତି କିଛି ହୋଇ ନ ଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri