ଚାଇନା ଗୁପ୍ତଚରୀ ଏଜେନ୍ସି ଟାର୍ଗେଟରେ ଅବସରପ୍ରାପ୍ତ ନେପାଳୀ ଅଫିସର…

ବେଜିଂ, ୧୭।୫ : ଚାଇନାର ଗୁପ୍ତଚର ଏଜେନ୍ସି ନେପାଳର ସେନାର ପୂର୍ବତନ ଅଧିକାରୀମାନଙ୍କୁ ଏହାର ଟାର୍ଗେଟରେ ରଖିଛି। ନେପାଳର ବହୁ ଅବସରପ୍ରାପ୍ତ ବରିଷ୍ଠ ସେନା ଅଧିକାରୀ ଚାଇନା ଦୂତାବାସ ସହିତ ସିଧାସଳଖ ଯୋଗାଯୋଗରେ ଅଛନ୍ତି। ଗୁପ୍ତଚର ରିପୋର୍ଟରୁ ଏହି ସୂଚନା ମିଳିଛି। ସୂତ୍ରରୁ ଜଣାପଡିଛି ଯେ ନେପାଳ ସେନାର କିଛି ଅବସରପ୍ରାପ୍ତ ଅଧିକାରୀଙ୍କୁ ବିଭିନ୍ନ ପ୍ରକାରର ଦାୟିତ୍ୱ ଦିଆଯାଇଛି।

ଏଥିରେ ନେପାଳର ସେନାର ସାମରିକ ଗୁପ୍ତଚର ଅଧିକାରୀ ଏବଂ ଚାଇନାର ଗୁପ୍ତଚର ଏଜେନ୍ସିର ଏଜେଣ୍ଟମାନଙ୍କ ମଧ୍ୟରେ ମିଳିତ ତାଲିମ ଆୟୋଜନ କରାଯାଉଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ, ନେପାଳ ସେନାର ଦୁଇ ପୂର୍ବତନ ମେଜର ଜେନେରାଲ ର଼୍ୟାଙ୍କର ଅଧିକାରୀ ଏପ୍ରିଲରେ ଚାଇନା ଗସ୍ତ କରିଥିଲେ। ନେପାଳରେ ଚାଇନାର ଗୁପ୍ତଚର ଏଜେନ୍ସି ମିନିଷ୍ଟ୍ରି ଅଫ୍‌ ଷ୍ଟେଟ୍‌ ସିକ୍ୟୁରିଟି(ଏମଏସଏସ) ସକ୍ରିୟ ଅଛି।

ନେପାଳ ଆଶଙ୍କା କରୁଛି ଯେ କାଠମାଣ୍ଡୁର ଠାମେଲ, ପୋଖରା, ଲୁମ୍ବାନୀ, ଡାବ୍ରା, ସ୍ବୟମ୍ବୁ, ଫାର୍ପିଙ୍ଗ, ରାମକୋଟ, କପନ ଅଞ୍ଚଳରେ ଏମଏସଏସର କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଚାଇନାର ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଶର ସୀମାରୁ ବାହାର କରାଯିବ ବୋଲି ନେପାଳ କହିଛି। ଗୁପ୍ତଚର ରିପୋର୍ଟକୁ ଅଧାର କରି ନେପାଳ ଏକ ବଡ ପଦକ୍ଷେପ ନେବାକୁ ଯାଉଛି ବୋଲି ଖବର ପ୍ରକାଶ ପାଇଛି। ଏଭଳି ପରିସ୍ଥିତିରେ ଚାଇନାର ଗୁପ୍ତଚର ସଂସ୍ଥାଗୁଡ଼ିକର ତଦନ୍ତ ଆରମ୍ଭ ହେବାକୁ ଯାଉଛି।

ଚାଇନା ଏଜେନ୍ସିଗୁଡିକର ବେଆଇନ କାର୍ଯ୍ୟକଳାପ ଉପରେ ନେପାଳ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ସର୍ବପ୍ରଥମେ, ପୂର୍ବତନ ଅଧିକାରୀମାନେ ଚାଇନାକୁ କେଉଁ ସୂଚନା ଦେଇଛନ୍ତି ଏବଂ ସେମାନଙ୍କୁ କେଉଁ କାଯର୍ର୍‌ୟ ପାଇଁ ବ୍ୟବହାର କରାଯାଇପାରିବ ତାହା ଅନୁସନ୍ଧାନ କରାଯାଉଛି। ଯେଉଁ ଅଧିକାରୀଙ୍କ ସହ ଗୁପ୍ତଚର ସଂସ୍ଥା ଯୋଗାଯୋଗରେ ଥିଲେ ସେମାନଙ୍କ ସୂଚନା ସଂଗ୍ରହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?