ଚାଇନା ଗୁପ୍ତଚରୀ ଏଜେନ୍ସି ଟାର୍ଗେଟରେ ଅବସରପ୍ରାପ୍ତ ନେପାଳୀ ଅଫିସର…

ବେଜିଂ, ୧୭।୫ : ଚାଇନାର ଗୁପ୍ତଚର ଏଜେନ୍ସି ନେପାଳର ସେନାର ପୂର୍ବତନ ଅଧିକାରୀମାନଙ୍କୁ ଏହାର ଟାର୍ଗେଟରେ ରଖିଛି। ନେପାଳର ବହୁ ଅବସରପ୍ରାପ୍ତ ବରିଷ୍ଠ ସେନା ଅଧିକାରୀ ଚାଇନା ଦୂତାବାସ ସହିତ ସିଧାସଳଖ ଯୋଗାଯୋଗରେ ଅଛନ୍ତି। ଗୁପ୍ତଚର ରିପୋର୍ଟରୁ ଏହି ସୂଚନା ମିଳିଛି। ସୂତ୍ରରୁ ଜଣାପଡିଛି ଯେ ନେପାଳ ସେନାର କିଛି ଅବସରପ୍ରାପ୍ତ ଅଧିକାରୀଙ୍କୁ ବିଭିନ୍ନ ପ୍ରକାରର ଦାୟିତ୍ୱ ଦିଆଯାଇଛି।

ଏଥିରେ ନେପାଳର ସେନାର ସାମରିକ ଗୁପ୍ତଚର ଅଧିକାରୀ ଏବଂ ଚାଇନାର ଗୁପ୍ତଚର ଏଜେନ୍ସିର ଏଜେଣ୍ଟମାନଙ୍କ ମଧ୍ୟରେ ମିଳିତ ତାଲିମ ଆୟୋଜନ କରାଯାଉଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ, ନେପାଳ ସେନାର ଦୁଇ ପୂର୍ବତନ ମେଜର ଜେନେରାଲ ର଼୍ୟାଙ୍କର ଅଧିକାରୀ ଏପ୍ରିଲରେ ଚାଇନା ଗସ୍ତ କରିଥିଲେ। ନେପାଳରେ ଚାଇନାର ଗୁପ୍ତଚର ଏଜେନ୍ସି ମିନିଷ୍ଟ୍ରି ଅଫ୍‌ ଷ୍ଟେଟ୍‌ ସିକ୍ୟୁରିଟି(ଏମଏସଏସ) ସକ୍ରିୟ ଅଛି।

ନେପାଳ ଆଶଙ୍କା କରୁଛି ଯେ କାଠମାଣ୍ଡୁର ଠାମେଲ, ପୋଖରା, ଲୁମ୍ବାନୀ, ଡାବ୍ରା, ସ୍ବୟମ୍ବୁ, ଫାର୍ପିଙ୍ଗ, ରାମକୋଟ, କପନ ଅଞ୍ଚଳରେ ଏମଏସଏସର କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଚାଇନାର ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଶର ସୀମାରୁ ବାହାର କରାଯିବ ବୋଲି ନେପାଳ କହିଛି। ଗୁପ୍ତଚର ରିପୋର୍ଟକୁ ଅଧାର କରି ନେପାଳ ଏକ ବଡ ପଦକ୍ଷେପ ନେବାକୁ ଯାଉଛି ବୋଲି ଖବର ପ୍ରକାଶ ପାଇଛି। ଏଭଳି ପରିସ୍ଥିତିରେ ଚାଇନାର ଗୁପ୍ତଚର ସଂସ୍ଥାଗୁଡ଼ିକର ତଦନ୍ତ ଆରମ୍ଭ ହେବାକୁ ଯାଉଛି।

ଚାଇନା ଏଜେନ୍ସିଗୁଡିକର ବେଆଇନ କାର୍ଯ୍ୟକଳାପ ଉପରେ ନେପାଳ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ସର୍ବପ୍ରଥମେ, ପୂର୍ବତନ ଅଧିକାରୀମାନେ ଚାଇନାକୁ କେଉଁ ସୂଚନା ଦେଇଛନ୍ତି ଏବଂ ସେମାନଙ୍କୁ କେଉଁ କାଯର୍ର୍‌ୟ ପାଇଁ ବ୍ୟବହାର କରାଯାଇପାରିବ ତାହା ଅନୁସନ୍ଧାନ କରାଯାଉଛି। ଯେଉଁ ଅଧିକାରୀଙ୍କ ସହ ଗୁପ୍ତଚର ସଂସ୍ଥା ଯୋଗାଯୋଗରେ ଥିଲେ ସେମାନଙ୍କ ସୂଚନା ସଂଗ୍ରହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ନିଷ୍ପତ୍ତି ନେଲେ ସରକାର; ଅଫିସ୍‌ରେ ବଦଳିବ ମେନ୍ୟୁ! ହଟିବ ଜଙ୍କ ଫୁଡ୍‌

ମୁମ୍ବାଇ,୩ା୯: ଆଧୁନିକ ଜୀବନଶୈଳୀରେ ଜଙ୍କ ଫୁଡ୍‌ର ବଢ଼ୁଥିବା ଚାହିଦା ମଧ୍ୟରେ ମହାରାଷ୍ଟ୍ର ସରକାର ଏବେ ଏହାକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି । ସରକାରୀ କାର୍ଯ୍ୟାଳୟର କ୍ୟାଣ୍ଟିନ୍‌ରେ…

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି, ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ମିଳିଲା ବେଲ୍, ୨ ଲକ୍ଷ…

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି ।…

ଆକ୍ସନ ମୋଡ୍‌ରେ ବିଇଓ: ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ

ଉଦଳା,୩ା୯(ସନ୍ତୋଷ ବାଛିନୀ): ଆକ୍ସନ ମୋଡ୍‌ରେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା…

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷୟିତ୍ରୀ ପୂରବୀ ପରିଡ଼ା

ନବରଙ୍ଗପୁର,୩ା୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାକ୍ଷେତ୍ର ପାଇଁ ଆସିଛି ଆଉ ଏକ ଗୌରବର ଖବର। ଜିଲାର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୂରବୀ ପରିଡ଼ା ଚଳିତବର୍ଷ ଗୁରୁଦିବସ ଅବସରରେ…

‘ଅଭିଜିତ ଦୀପକେଙ୍କ ସହ ଡିଲ୍ କରିଛନ୍ତି କେଜ୍ରିୱାଲ୍’, ବଡ଼ ଅଭିଯୋଗ ଆଣିଲେ ମନୀଷ

ନୂଆଦିଲ୍ଲୀ,୩।୯: କକରୋଚ୍ ଜନତା ପାର୍ଟି (CJP) ପରେ ଏବେ ‘କକରୋଚ୍ ଜନତା ପାର୍ଟି ଡେମୋକ୍ରାଟିକ’ (CJPD) ଘୋଷଣା ହୋଇଛି । ମନୀଷ ବ୍ରହ୍ମଭଟ୍ଟ ଗୁରୁବାର ଏହି ଘୋଷଣା…

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri