ଅବସର ଜୀବନ: ଏକ ସ୍ବର୍ଣ୍ଣିମ ଅଧ୍ୟାୟ

ଆମ ଦେଶର ଆଇନ ଅନୁସାରେ ଷାଠିଏ ବର୍ଷ ବୟସ ହୋଇଗଲେ ଜଣକୁ କୁହାଯାଏ ବୟସ୍କ ବା ବରିଷ୍ଠ ନାଗରିକ। କର୍ମଜୀବୀ ହୋଇଥିଲେ ସେବେଠାରୁ ସେବାନିବୃତ୍ତ ହେବାକୁ ପଡ଼େ ଏବଂ ଆରମ୍ଭ ହୁଏ ଅବସର ଜୀବନ। ଅବସର ନେବା ଅନେକ ଆଗରୁ ମନେମନେ ଚାଲିଥାଏ ଦିନ ଗଣନା। ବାକି ରହିଲା ବର୍ଷେ ଛ’ମାସ ବା ମାସେ ଇତ୍ୟାଦି। ଏମିତି ଦିନ ଗଣୁଗଣୁ ସେହି ନିର୍ଦ୍ଧାରିତ ଦିନଟା ଆସି ପହଞ୍ଚତ୍ୟାଏ ଏବଂ ଜାଣିହୁଏନି କେମିତି ଏତେଶୀଘ୍ର ସରିଗଲା ଚାକିରିକାଳ। ଆଗେ ଛୁଟି ପାଇଁ ଡହଳ ବିକଳ ହେଉଥିବା ମନଟା ସହଜରେ ଗ୍ରହଣ କରିପାରେନି ଅସରନ୍ତି ଛୁଟି। ପୂର୍ବ ପ୍ରସ୍ତୁତି ସତ୍ତ୍ୱେ କାର୍ଯ୍ୟାଳୟର ଶେଷ ଦିନଟା ମନକୁ ବିଷାଦଗ୍ରସ୍ତ କରେ ଏବଂ କଣ୍ଟା ଫୋଡ଼ି ହେଲା ପରି ଲାଗେ ସହକର୍ମୀଙ୍କ ପ୍ରଶଂସା ଓ ଫୁଲତୋଡ଼ା। ବିଶେଷକରି ଯେଉଁମାନେ ବୃତ୍ତିକୁ ଆମତ୍ ପରିଚିତିର ମୁଖ୍ୟ ଅଙ୍ଗ ବୋଲି ଭାବିଥାନ୍ତି, ସେମାନଙ୍କୁ ଅବସନ୍ନ କରିଦିଏ ବୃତ୍ତି ସମ୍ବନ୍ଧୀୟ ସୁବିଧା, ସୁଯୋଗ ଓ ସମ୍ମାନ ହରେଇବାର ଭୟ। ଅବସର ପରବର୍ତ୍ତୀ କର୍ମହୀନତା ତାଙ୍କୁ ଅବସାଦ ଆଣିଦିଏ ଏବଂ କର୍ମକ୍ଷେତ୍ରରେ କଟୁଥିବା ସମୟ ପାଲଟିଯାଏ ବୋଝ। କିନ୍ତୁ କର୍ମଠଙ୍କ କଥା ଅଲଗା। ସେମାନଙ୍କ ପାଇଁ ଅବସର ଅର୍ଥ ବାର୍ଦ୍ଧକ୍ୟ ନୁହେଁ କି ବିଶ୍ରାମ ନୁହେଁ ବରଂ ସମୟର କଡ଼ ଲେଉଟାଣି। ନୂଆ ରାସ୍ତା ପାଇଁ ନୂଆ ଠିକଣା। ଜୀବନର ଏକ ନୂଆ ସତେଜ ଅଧ୍ୟାୟକୁ ସାଦର ଆମନ୍ତ୍ରଣ।
ପୂର୍ବରୁ ଲୋକମାନେ ଷାଠିଏ ବର୍ଷ ବେଳକୁ ଜରାଗ୍ରସ୍ତ ହେଉଥିଲେ ଏବଂ ସେହି କାରଣରୁ ଅବସର ବୟସ ଥିଲା ଷାଠିଏ। ଏବେ ବିଜ୍ଞାନର ଆଶୀର୍ବାଦରୁ ବଞ୍ଚତ୍ବାର ଅବଧି ବଢୁଛି ଏବଂ ପ୍ରଲମ୍ବିତ ହେବାରେ ଲାଗିଛି ଅବସର ପରବର୍ତ୍ତୀ ଜୀବନ। ଜଣେ ବ୍ୟକ୍ତି ଯେତିକି ଦିନ ଚାକିରି କରୁଛି, ପ୍ରାୟତଃ ତା’ଠାରୁ ବେଶିଦିନ ବଞ୍ଚୁଛି ଅବସର ପରେ। କେବଳ ବଞ୍ଚୁନାହିଁ, ସୁସ୍ଥ ଓ ସବଳ ରହି ପାରୁଛି ଉତ୍ତର-ବାର୍ଦ୍ଧକ୍ୟ (ଅଶୀବର୍ଷ) ପର୍ଯ୍ୟନ୍ତ। ତେଣୁ ଏବେ କାର୍ଯ୍ୟରୁ ଅବସର ଅର୍ଥ ବସି ବସି କିମ୍ବା ଖବରକାଗଜ ପଢ଼ି ଓ ଟେଲିଭିଜନ ଦେଖି ସମୟ କାଟିଦେବା ନୁହେଁ, ବରଂ ଚାକିରି କାଳରେ ଯାହା ହୋଇପାରି ନ ଥିଲା, ତାହା କାର୍ଯ୍ୟକାରୀ କରିବାର ଅବକାଶ।
ଯେଉଁମାନେ କର୍ମବୀର- ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଅନୁଭବ କରିପାରନ୍ତିନି କର୍ମହୀନତା। ଗୋଟିଏ କର୍ମରୁ ଅବସର ନେଲେ ବାକିଥାଏ ଆଉ ଗୋଟିଏ କର୍ମ। ଆମେରିକାର ରାଷ୍ଟ୍ରପତି ଜିମି କାର୍ଟର। ଦେଶର ଉନ୍ନତି ପାଇଁ ଅବିରାମ ଉଦ୍ୟମ ସତ୍ତ୍ୱେ ଅନେକ ବିବାଦରେ ଛନ୍ଦି ହୋଇ ହରେଇ ବସିଲେ ଲୋକଙ୍କ ଆସ୍ଥା। ଶେଷରେ ନିର୍ବାଚନରେ ହାରି (୧୯୮୦) ରାଜନୀତିରୁ ବିଦାୟ ନେଇଥିଲେ ଛପନବର୍ଷ ବୟସରେ। ଅଳ୍ପଦିନ ପରେ ଏମେରୀ ବିଶ୍ୱବିଦ୍ୟାଳୟରେ ଯୋଗଦେଲେ ଅଧ୍ୟାପକ ଭାବରେ। ଶିକ୍ଷା, ସ୍ବାସ୍ଥ୍ୟ ଓ ମାନବିକ ଅଧିକାର ଉପରେ ଅନେକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରିବା ସହିତ ରଚନା କଲେ ଚଉଦଟି ପୁସ୍ତକ। ଏଭଳି କୃତିତ୍ୱ ପାଇଁ ଦେଶ ବିଦେଶରୁ ଛୁଟିଲା ପ୍ରଶଂସା ଓ ସମ୍ମାନର ସୁଅ। ଶେଷରେ ନୋବେଲ ଶାନ୍ତି ପୁରସ୍କାର ଲାଭ କରି ବୟସ୍କଙ୍କ ପାଇଁ ପାଲଟିଗଲେ ପ୍ରେରଣାର ଉତ୍ସ। ଷାଠିଏ ବର୍ଷ ବୟସରେ ପଦାର୍ପଣ କଲାପରେ ରବୀନ୍ଦ୍ରନାଥ ଟାଗୋର ଆରମ୍ଭ କରିଥିଲେ ଚିତ୍ରବିଦ୍ୟା। ସତାବନ ବର୍ଷ ବୟସରେ ଗଳ୍ପଲେଖା ଆରମ୍ଭ କରିଥିଲେ ଫକୀରମୋହନ ସେନାପତି। ଅର୍ଥାତ୍‌ ସମାଜରେ ଏମିତି ଅନେକ କ୍ଷେତ୍ର ଅଛି, ଯାହା ବୟସ ଉପରେ ନୁହେଁ ନିର୍ଭର କରେ ଅନୁଭୂତି, ଅଭିଜ୍ଞାନ ଓ ସୃଜନଶୀଳତା ଉପରେ। ଗବେଷକଙ୍କ ମତରେ ବୟସାଧିକ୍ୟ ହିଁ ମେଧା ପ୍ରଦର୍ଶନର ଅନୁକୂଳ ସମୟ। କାରଣ ବୟସ ବଢ଼ିବା ସହିତ ବୃଦ୍ଧିପାଏ ଭାଷାଗତ ଜ୍ଞାନ, ଶିଳ୍ପକୌଶଳ ତଥା ଅନୁଶୀଳନ ଦକ୍ଷତା। ମାଇକେଲ ଆଞ୍ଜଲୋ ସବୁଠାରୁ ସୁନ୍ଦର ମୂର୍ତ୍ତି ନିର୍ମାଣ କରିଥିଲେ ଅଶୀ ବର୍ଷ ବୟସରେ। ବୟାନବେ ବର୍ଷ ବୟସରେ ଟଲଷ୍ଟୟ ଲେଖିଥିଲେ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଆଇ କେନ୍‌ନଟ୍‌ ବି ସାଇଲେଣ୍ଟ’। ଜର୍ମାନ ଲେଖକ ଗେଟେ ତାଙ୍କର ବିଖ୍ୟାତ ପୁସ୍ତକ ‘ଫଷ୍ଟ’ ଲେଖା ସଂପୂର୍ଣ୍ଣ କରିଥିଲେ ୮୩ ବର୍ଷ ବୟସରେ। ବୈଜ୍ଞାନିକ ଏଡିସନ୍‌ ଅଶୀବର୍ଷ ବୟସ ପରେ ଉଦ୍ଭାବନ କରିଥିଲେ ଡିକ୍ଟୋଫୋନ୍‌ ଯନ୍ତ୍ର। ବରିଷ୍ଠଙ୍କ ଅନୁଭୂତିରେ ଥାଏ ଏକ ପ୍ରୟୋଗାମତ୍କ ମୂଲ୍ୟ। ଏଥିସହିତ ଅଭ୍ୟାସ ଓ ଆମତ୍ପ୍ରତ୍ୟୟ ମିଶିଗଲେ ପଛରେ ପଡ଼ିଯାଏ ବୟସ। ପଞ୍ଜାବର ଚଉରାନବେ ବର୍ଷ ବୟସ୍କ ଫୌଜ ସିଂ। ଅଭ୍ୟାସ ବଳରେ ଛଅଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ସଫଳତା ଅର୍ଜନ କରିଥିଲେ ଇଡେନବର୍ଗରେ ଅନୁଷ୍ଠିତ ମାରାଥନ (୨୦୦୬) ଦୌଡ଼ରେ। ନବେବର୍ଷ ବୟସରେ ଚମକତ୍ାର ସାହାନାଇ ବାଦନ କରୁଥିଲେ ବିସମିଲ୍ଲା ଖାଁ। ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର୍‌ ଓ ଆଶା ଭୋଂସଲେ ସୁଲଳିତ କଣ୍ଠରେ ସଙ୍ଗୀତ ପରିବେଷଣ କରି ପାରୁଥିଲେ ପାଖାପାଖି ଅଶୀବର୍ଷ ପର୍ଯ୍ୟନ୍ତ।
ଚାକିରି ଅବଧି ପରିମିତ। କିନ୍ତୁ ସଂସାର ପାଠଶାଳାର ପାଠ ଅସରନ୍ତି। ଯେତେ ଅନୁଭୂତି ଅଭିଜ୍ଞତା ହାସଲ କଲେ ବି ଜାଣିବାପାଇଁ ବାକି ଥାଏ ଆହୁରି ଅନେକ କିଛି। ଯେଉଁମାନେ ଭାବନ୍ତି ମୋର ଯାହା ଶିଖିବାର ଥିଲା ଶିଖିସାରିଛି ଓ ଯାହା କରିବାର ଥିଲା କରି ସାରିଛି, ସେଇମାନେ ପ୍ରକୃତରେ ବୃଦ୍ଧ। କାରଣ ଏଭଳି ଭାବନା ହିଁ ବାର୍ଦ୍ଧକ୍ୟର ଲକ୍ଷଣ ଏବଂ ଏହା ମନରେ ଜାଗ୍ରତ ହେବା ମାତ୍ରେ ଆରମ୍ଭ ହୁଏ ଅବନ୍ନତି ପ୍ରକ୍ରିୟା। ଅନ୍ୟପକ୍ଷରେ ଯେଉଁମାନେ ଭାବନ୍ତି ଯାହାକିଛି ଜାଣିଛି ତାହା ସାମାନ୍ୟ ଏବଂ ଯେତେବାଟ ଯାଇଛି ତା’ଠାରୁ ଅନେକ ଆଗକୁ ଯିବାର ଅଛି, ସେହିମାନଙ୍କ ଭିତରେ ଥାଏ ଅପରାହ୍ନକୁ ଆଭାମୟ କରିବାର ପ୍ରଚୁର ସମ୍ଭାବନା। ଥରେ ଗୋଟିଏ ଜାହାଜର ଡେକ୍‌ ଉପରେ ଜଣେ ଅତି ବୟସ୍କ ବ୍ୟକ୍ତି କିଛି କରୁଥିବାର ଦେଖି ବ୍ରିଟିଶ ଲେଖକ ବ୍ରୁସ୍‌ ଚାଟ୍‌ୱିନ୍‌ ତାଙ୍କ ପାଖକୁ ଯାଇ ଜାଣିଲେ ସେ ଚୀନା ଅକ୍ଷରର କାଲିଗ୍ରାଫି ଅଭ୍ୟାସରେ ମଗ୍ନ। କୌତୂହଳ ଏଡ଼ି ନ ପାରି ବ୍ରୁସ୍‌ ତାଙ୍କ ସହିତ ଆଳାପ ଜମାଇ ପଚାରିଲେ ପରିଣତ ବୟସରେ ଏସବୁ ଶିଖିବାରେ ଲାଭ କ’ଣ?
ବୃଦ୍ଧ ଉତ୍ତର ଦେଲେ ଏଥିରୁ ମିଳୁଥିବା ପ୍ରଚୁର ଆନନ୍ଦ ହିଁ ଲାଭ। ବ୍ରୁସ୍‌ ବୟସ ଜାଣିବାକୁ ଚାହିଁବାରୁ ସେ କହିଲେ- ମାତ୍ର ଚାରି ବର୍ଷ। କାରଣ ଚାରି ବର୍ଷ ତଳେ ସେ ଏହା ଶିଖିବା ଆରମ୍ଭ କଲେ ଏବଂ ସେବେଠାରୁ ଯେଉଁ ଆନନ୍ଦ ଅନୁଭବ କରୁଛନ୍ତି, ତାହା ତାଙ୍କୁ ଆଣିଦେଇଛି ନବଜନ୍ମ। ବୃଦ୍ଧଙ୍କର ଏଭଳି ଉସତ୍ାହକୁ ଲକ୍ଷ୍ୟ କରି ବ୍ରୁସ୍‌ ଲେଖିଛନ୍ତି – ବୟସ ହେଉଛି ଏକ ସଂଖ୍ୟା ମାତ୍ର। ବୟସ ଦେହରେ ନ ଥାଏ, ଥାଏ ମନରେ। ଅର୍ଥାତ୍‌ ଜୈବିକ ବୟସ ନୁହେଁ ଗୁରୁତ୍ୱପୂର୍ଣ୍ଣ ହେଉଛି ମନସ୍ତାତ୍ତ୍ୱିକ ବୟସ।
କର୍ମତପତ୍ରତାରେ ଥାଏ ବାର୍ଦ୍ଧକ୍ୟକୁ ଜିଣିବାର ଅସଲ କୌଶଳ। ବୟସକୁ ପ୍ରତିବନ୍ଧକ ବୋଲି ନ ଭାବି କାମରେ ଯୋଡ଼ିହୋଇ ରହିଲେ ବୃଦ୍ଧିପାଏ ଆମତ୍ପ୍ରତ୍ୟୟ, ଆମତ୍ମର୍ଯ୍ୟାଦା ଓ ଆମତ୍ସାମର୍ଥ୍ୟବୋଧ। ଅନ୍ୟପକ୍ଷରେ ଯେଉଁମାନେ ଦେହର ବଳକୁ ଅସଲ ବଳ ବୋଲି ଭାବନ୍ତି, ଅବସର ପରେ ସେଇମାନଙ୍କୁ ହିଁ ଘାରେ ବଳ ହଟିଯିବାର ଭୟ। ସୁସ୍ଥ ସବଳ ଥାଇ ବି ଭଙ୍ଗାମନ ନେଇ ଉଦାସ କଣ୍ଠରେ କହନ୍ତି – ଆଉ ବଳ ବୟସ କାହିଁ, ପାରିବି ପୁତ୍ର ଉପୁଜାଇ। ସ୍ବପ୍ନକୁ ପଛରେ ଛାଡ଼ି ଆସିଥିବାରୁ ଦେହର ବଳ ଥାଇ ବି ଏମାନେ କିଛି କରିବାକୁ ଚାହାନ୍ତିନି ବରଂ ତାଙ୍କ ପ୍ରତି ଅବହେଳାର ଅଭିଯୋଗ ନେଇ ବ୍ୟକ୍ତ କରନ୍ତି ଅସନ୍ତୋଷ। ଅବସର ଜୀବନକୁ ଉସତ୍ବମୁଖର କରିବାର ଅସଲ ଉପାୟ ହେଉଛି ସାମାଜିକ ସମ୍ପର୍କ। ଆଜିକାଲି ପୁଅବୋହୂ ନାତିନାତୁଣୀଙ୍କ ଗହଣରେ ଶେଷ ଜୀବନ କାଟିବାର ସମ୍ଭାବନା ବି କମ୍‌। ତେଣୁ ବରିଷ୍ଠଙ୍କ ପାଇଁ ଏବେ ବଡ଼ ସମସ୍ୟା ହୋଇ ଉଭା ହୋଇଛି ଏକାକୀତ୍ୱ ଓ ନିଃସଙ୍ଗତା। ଯେଉଁମାନେ ମେଳାପୀ, ବନ୍ଧୁବତ୍ସଳ ଓ ପରୋପକାରୀ ସେମାନେ ଆଧ୍ୟାମତ୍ିକ ଆଲୋଚନାରେ ମାତନ୍ତି ଏବଂ ସମଭାବାପନ୍ନ ଲୋକଙ୍କୁ ଏକାଠି କରି ଲାଗିପଡ଼ନ୍ତି ସମାଜସେବା ଓ ସାଙ୍ଗଠନିକ କାର୍ଯ୍ୟରେ। ବରିଷ୍ଠମାନେ ସାଧାରଣତଃ ଅନେକ ପ୍ରକାର ସମ୍ପର୍କରେ ଧନୀ ଏବଂ ସେମାନଙ୍କ ପାଖରେ ଥାଏ ସାମାଜିକ ସମସ୍ୟାକୁ ବୁଝିବା ଓ ତା’ର ସମାଧାନ କରିବାର ସାମର୍ଥ୍ୟ। ତେଣୁ ସକାରାମତ୍କ ଭାବନା ନେଇ ସେମାନେ ପଡ଼ୋଶୀଙ୍କ ଭଲମନ୍ଦରେ ନିଜକୁ ବାଣ୍ଟି ପାରିଲେ କ୍ଳାନ୍ତ ଅପରାହ୍ନ ବି ପାଲଟିଯିବ ସ୍ବର୍ଣ୍ଣିମ ଅଧ୍ୟାୟ।

  • ଡ. ପ୍ରଫୁଲ୍ଲ କୁମାର ସାହୁ
    ଅବସର ପ୍ରାପ୍ତ ଅଧ୍ୟକ୍ଷ
    ବିଜୁପଟ୍ଟନାୟକ ନଗର, ଭଦ୍ରକ
    ମୋ: ୬୩୭୧୬୪୨୪୬୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri