ରିଟେଲର ନେଇଛନ୍ତି ଏକାଧିକ କାର୍ଡ

ଯାଜପୁର ଅଫିସ, ୩୦।୭:ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ପଞ୍ଚାୟତରେ ରିଟେଲରମାନେ ତାଙ୍କ ପରିବାରବର୍ଗଙ୍କ ନାମରେ ଏକାଧିକ ରାଶନକାର୍ଡ ଓ ଅନ୍ତ୍ୟୋଦୟ କାର୍ଡ ହାତେଇଥିବା ସୂଚନା ମିଳିଛି। ଗଳାବାଟରେ ରିଟେଲରମାନେ ଶତାଧିକ ମୃତ ବ୍ୟକ୍ତିଙ୍କ ନାମରେ କାର୍ଡ ରଖିଥିବାବେଳେ ବାସ୍ତବ ହିତାଧିକାରୀ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡିଛନ୍ତି। ଏ ନେଇ ହାଇକୋର୍ଟରେ ଅଭିଯୋଗ ହେବାପରେ ମିଥ୍ୟା ସତ୍ୟପାଠ ଦାଖଲ ଏବଂ ହିତାଧିକାରୀଙ୍କୁ ମତ ବଦଳାଇବାକୁ ହାତଗୁଞ୍ଜା ଦେଉଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଆଉ କେତେ ପ୍ରମାଣ ଦେଲେ ଜିଲା ପ୍ରଶାସନ ବିଶ୍ୱାସ କରି ଦୁର୍ନୀତିଗ୍ରସ୍ତ ରିଟେଲର, ଏମ୍‌ଆଇ ଓ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅଭିଯୋଗକାରୀ ସର୍ବେଶ୍ୱର ବେହୁରା ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ନିକଟରେ ନ୍ୟାୟ ମିଳୁ ନ ଥିବାରୁ ରିଟେଲର ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ରାଶନକାର୍ଡ ଓ ଅନ୍ତ୍ୟୋଦୟ କାର୍ଡ ବିରୋଧରେ ପୁଣି ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଅଭିଯୋଗକାରୀ ବେହୁରା ସୂଚନା ଦେଇଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଅଣ୍ଟିଆ ପଞ୍ଚାୟତରେ ଚକ୍ରଧର ବଳ ରିଟେଲର ରହିଛନ୍ତି। ସେ ତାଙ୍କ ପରିବାରଙ୍କ ନାମରେ ୩ଟି କାର୍ଡ ନେଇଛନ୍ତି। ଏଥିରେ ତାଙ୍କ ସ୍ତ୍ରୀ ଓ ବୋହୂଙ୍କ ନାମରେ ୨ଟି ଅନ୍ତ୍ୟୋଦୟ କାର୍ଡ ରହିଛି। ମାସକୁ ୩୫ କିଗ୍ରା ଚାଉଳ ଅନୁସାରେ ୨ ଜଣଙ୍କ ନାମରେ ୭୦ କିଗ୍ରା ଲେଖାଏଁ ଚାଉଳ ଦୀର୍ଘ ବର୍ଷ ଧରି ହଡ଼ପ କରି ଚାଲିଛନ୍ତି। ସେହିପରି ବଳଙ୍କ ଅବିବାହିତ ଝିଅଙ୍କ ନାମରେ ମଧ୍ୟ ଏକ ରାଶନକାର୍ଡ ରହିଛି। ଏହି ବ୍ଲକର ଉତ୍ତରପ୍ରତାପ ପଞ୍ଚାୟତର ରିଟେଲର ଜୟରାମ ସାହୁ ତାଙ୍କ ସ୍ତ୍ରୀଙ୍କ ନାମରେ ରାଶନକାର୍ଡ ଓ ମା’ଙ୍କ ନାମରେ ଅନ୍ତ୍ୟୋଦୟ କାର୍ଡ ନେଇଛନ୍ତି। ଏହାସହ ୨ ଥିଲାବାଲା ଭାଇଙ୍କ ନାମରେ ମଧ୍ୟ ରାଶନକାର୍ଡ ହାସଲ କରିଥିବା ଜଣାପଡିଛି। କ୍ଷେତ୍ରପାଳ ପଞ୍ଚାୟତର ରିଟେଲର ରବୀନ୍ଦ୍ର ଦାସ ତାଙ୍କ ସ୍ତ୍ରୀଙ୍କ ନାମରେ ରାଶନକାର୍ଡ ପାଇଥିବା ବେଳେ ଥିଲାବାଲା ୪ ଭାଇଙ୍କ ନାମରେ ରାଶନକାର୍ଡ ହାତେଇଛନ୍ତି। ଦୁଇ ମହଲା ପକ୍କାଘର ଥାଇ କେମିତି ରାଶନକାର୍ଡ ପାଇଲେ କିମ୍ବା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଡ ଫେରାଇଲେ ନାହିଁ ତାହା ତଦନ୍ତ ସାପେକ୍ଷ ବୋଲି ଅଭିଯୋଗକାରୀ ବେହୁରା ଦାବି କରିଛନ୍ତି। ଏହା ପୂର୍ବରୁ ଜିଲାର ଧର୍ମଶାଳା ବ୍ଲକ ଆରୁହା ପଞ୍ଚାୟତର ହିତାଧିକାରୀ ମୃତ ପାର୍ବତୀ ସାହାଣୀ ଓ କମାଗଡ଼ର ରମା ବେହେରାଙ୍କ ନାମରେ ରାଶନ ସାମଗ୍ରୀ ହଡପ ଘଟଣା ଜଣାପଡିବା ପରେ ବିଭିନ୍ନ ଗ୍ରାମର ଏକାଧିକ ପରିବାର ନାମରେ ରାଶନ ସାମଗ୍ରୀ ହଡପ ଅଭିଯୋଗ ହୋଇଥିଲା। ଏ ନେଇ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଦୁର୍ନୀତିଖୋର ଡିଲର ଓ ପ୍ରଚ୍ଛଦପଟରେ ସହଯୋଗୀ ସାଜିଥିବା କର୍ମଚାରୀ ତଥା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ, ଉପଜିଲାପାଳ, ଡିଆର୍‌ଡିଏର ପିଡି ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ସାମାଜିକ କର୍ମୀ ବେହୁରା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏହାପରେ ମିଥ୍ୟ ସତ୍ୟପାଠ ନାଟକ ଦେଖିବାକୁ ମିଳିଥିଲା। ଏହାର ତଦନ୍ତ କରିବାକୁ ଯାଇ ଏମ୍‌ଆଇ ଗ୍ରାମବାସୀଙ୍କ ଦ୍ୱାରା ହଟହଟା ହେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏଭଳି ସ୍ଥିତିରେ ରିଟେଲରମାନେ ତାଙ୍କ ପରିବାରବର୍ଗଙ୍କ ନାମରେ ରାଶନ ଓ ଅନ୍ତ୍ୟୋଦୟ କାର୍ଡ ହାସଲ କରିବା ଜିଲାର ଯୋଗାଣ ବିଭାଗର ଅକ୍ଷମତାକୁ ପଦାରେ ପକାଇଛି। ଜିଲାର ହଜାର ହଜାର ପରିବାର କୁଡ଼ିଆ ଘରେ ଅତି ଦୟନୀୟ ଭାବେ ବାସ କରୁଛନ୍ତି। ସେମାନଙ୍କୁ ରାଶନକାର୍ଡ ମିଳୁ ନ ଥିବାବେଳେ କେତେଜଣ ଥିଲାବାଲା ବ୍ୟକ୍ତି ରାଜନୈତିକ ଛତ୍ରଛାୟା ତଳେ ରହି ଏସବୁର ଲାଭ ଉଠାଉଥିବା କୁହାଯାଉଛି। ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସୁରେନ୍ଦ୍ର କୁମାର ହୋତାଙ୍କୁ ପଚାରିବାରେ ସେ କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ତଦନ୍ତ ହେବ। ତେବେ ଧର୍ମଶାଳା ବ୍ଲକର ରିଟେଲରମାନେ କାର୍ଡ ହାତେଇଥିବା ଅଭିଯୋଗ ଏ ଯାଏ ସେ ପାଇନାହାନ୍ତି। ଅଭିଯୋଗ ହେବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri