ରିଟେଲର ନେଇଛନ୍ତି ଏକାଧିକ କାର୍ଡ

ଯାଜପୁର ଅଫିସ, ୩୦।୭:ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ପଞ୍ଚାୟତରେ ରିଟେଲରମାନେ ତାଙ୍କ ପରିବାରବର୍ଗଙ୍କ ନାମରେ ଏକାଧିକ ରାଶନକାର୍ଡ ଓ ଅନ୍ତ୍ୟୋଦୟ କାର୍ଡ ହାତେଇଥିବା ସୂଚନା ମିଳିଛି। ଗଳାବାଟରେ ରିଟେଲରମାନେ ଶତାଧିକ ମୃତ ବ୍ୟକ୍ତିଙ୍କ ନାମରେ କାର୍ଡ ରଖିଥିବାବେଳେ ବାସ୍ତବ ହିତାଧିକାରୀ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡିଛନ୍ତି। ଏ ନେଇ ହାଇକୋର୍ଟରେ ଅଭିଯୋଗ ହେବାପରେ ମିଥ୍ୟା ସତ୍ୟପାଠ ଦାଖଲ ଏବଂ ହିତାଧିକାରୀଙ୍କୁ ମତ ବଦଳାଇବାକୁ ହାତଗୁଞ୍ଜା ଦେଉଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଆଉ କେତେ ପ୍ରମାଣ ଦେଲେ ଜିଲା ପ୍ରଶାସନ ବିଶ୍ୱାସ କରି ଦୁର୍ନୀତିଗ୍ରସ୍ତ ରିଟେଲର, ଏମ୍‌ଆଇ ଓ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅଭିଯୋଗକାରୀ ସର୍ବେଶ୍ୱର ବେହୁରା ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ନିକଟରେ ନ୍ୟାୟ ମିଳୁ ନ ଥିବାରୁ ରିଟେଲର ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ରାଶନକାର୍ଡ ଓ ଅନ୍ତ୍ୟୋଦୟ କାର୍ଡ ବିରୋଧରେ ପୁଣି ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଅଭିଯୋଗକାରୀ ବେହୁରା ସୂଚନା ଦେଇଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଅଣ୍ଟିଆ ପଞ୍ଚାୟତରେ ଚକ୍ରଧର ବଳ ରିଟେଲର ରହିଛନ୍ତି। ସେ ତାଙ୍କ ପରିବାରଙ୍କ ନାମରେ ୩ଟି କାର୍ଡ ନେଇଛନ୍ତି। ଏଥିରେ ତାଙ୍କ ସ୍ତ୍ରୀ ଓ ବୋହୂଙ୍କ ନାମରେ ୨ଟି ଅନ୍ତ୍ୟୋଦୟ କାର୍ଡ ରହିଛି। ମାସକୁ ୩୫ କିଗ୍ରା ଚାଉଳ ଅନୁସାରେ ୨ ଜଣଙ୍କ ନାମରେ ୭୦ କିଗ୍ରା ଲେଖାଏଁ ଚାଉଳ ଦୀର୍ଘ ବର୍ଷ ଧରି ହଡ଼ପ କରି ଚାଲିଛନ୍ତି। ସେହିପରି ବଳଙ୍କ ଅବିବାହିତ ଝିଅଙ୍କ ନାମରେ ମଧ୍ୟ ଏକ ରାଶନକାର୍ଡ ରହିଛି। ଏହି ବ୍ଲକର ଉତ୍ତରପ୍ରତାପ ପଞ୍ଚାୟତର ରିଟେଲର ଜୟରାମ ସାହୁ ତାଙ୍କ ସ୍ତ୍ରୀଙ୍କ ନାମରେ ରାଶନକାର୍ଡ ଓ ମା’ଙ୍କ ନାମରେ ଅନ୍ତ୍ୟୋଦୟ କାର୍ଡ ନେଇଛନ୍ତି। ଏହାସହ ୨ ଥିଲାବାଲା ଭାଇଙ୍କ ନାମରେ ମଧ୍ୟ ରାଶନକାର୍ଡ ହାସଲ କରିଥିବା ଜଣାପଡିଛି। କ୍ଷେତ୍ରପାଳ ପଞ୍ଚାୟତର ରିଟେଲର ରବୀନ୍ଦ୍ର ଦାସ ତାଙ୍କ ସ୍ତ୍ରୀଙ୍କ ନାମରେ ରାଶନକାର୍ଡ ପାଇଥିବା ବେଳେ ଥିଲାବାଲା ୪ ଭାଇଙ୍କ ନାମରେ ରାଶନକାର୍ଡ ହାତେଇଛନ୍ତି। ଦୁଇ ମହଲା ପକ୍କାଘର ଥାଇ କେମିତି ରାଶନକାର୍ଡ ପାଇଲେ କିମ୍ବା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଡ ଫେରାଇଲେ ନାହିଁ ତାହା ତଦନ୍ତ ସାପେକ୍ଷ ବୋଲି ଅଭିଯୋଗକାରୀ ବେହୁରା ଦାବି କରିଛନ୍ତି। ଏହା ପୂର୍ବରୁ ଜିଲାର ଧର୍ମଶାଳା ବ୍ଲକ ଆରୁହା ପଞ୍ଚାୟତର ହିତାଧିକାରୀ ମୃତ ପାର୍ବତୀ ସାହାଣୀ ଓ କମାଗଡ଼ର ରମା ବେହେରାଙ୍କ ନାମରେ ରାଶନ ସାମଗ୍ରୀ ହଡପ ଘଟଣା ଜଣାପଡିବା ପରେ ବିଭିନ୍ନ ଗ୍ରାମର ଏକାଧିକ ପରିବାର ନାମରେ ରାଶନ ସାମଗ୍ରୀ ହଡପ ଅଭିଯୋଗ ହୋଇଥିଲା। ଏ ନେଇ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଦୁର୍ନୀତିଖୋର ଡିଲର ଓ ପ୍ରଚ୍ଛଦପଟରେ ସହଯୋଗୀ ସାଜିଥିବା କର୍ମଚାରୀ ତଥା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ, ଉପଜିଲାପାଳ, ଡିଆର୍‌ଡିଏର ପିଡି ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ସାମାଜିକ କର୍ମୀ ବେହୁରା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏହାପରେ ମିଥ୍ୟ ସତ୍ୟପାଠ ନାଟକ ଦେଖିବାକୁ ମିଳିଥିଲା। ଏହାର ତଦନ୍ତ କରିବାକୁ ଯାଇ ଏମ୍‌ଆଇ ଗ୍ରାମବାସୀଙ୍କ ଦ୍ୱାରା ହଟହଟା ହେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏଭଳି ସ୍ଥିତିରେ ରିଟେଲରମାନେ ତାଙ୍କ ପରିବାରବର୍ଗଙ୍କ ନାମରେ ରାଶନ ଓ ଅନ୍ତ୍ୟୋଦୟ କାର୍ଡ ହାସଲ କରିବା ଜିଲାର ଯୋଗାଣ ବିଭାଗର ଅକ୍ଷମତାକୁ ପଦାରେ ପକାଇଛି। ଜିଲାର ହଜାର ହଜାର ପରିବାର କୁଡ଼ିଆ ଘରେ ଅତି ଦୟନୀୟ ଭାବେ ବାସ କରୁଛନ୍ତି। ସେମାନଙ୍କୁ ରାଶନକାର୍ଡ ମିଳୁ ନ ଥିବାବେଳେ କେତେଜଣ ଥିଲାବାଲା ବ୍ୟକ୍ତି ରାଜନୈତିକ ଛତ୍ରଛାୟା ତଳେ ରହି ଏସବୁର ଲାଭ ଉଠାଉଥିବା କୁହାଯାଉଛି। ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସୁରେନ୍ଦ୍ର କୁମାର ହୋତାଙ୍କୁ ପଚାରିବାରେ ସେ କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ତଦନ୍ତ ହେବ। ତେବେ ଧର୍ମଶାଳା ବ୍ଲକର ରିଟେଲରମାନେ କାର୍ଡ ହାତେଇଥିବା ଅଭିଯୋଗ ଏ ଯାଏ ସେ ପାଇନାହାନ୍ତି। ଅଭିଯୋଗ ହେବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri