ମୂଳମୂଲ୍ୟ ଧିମା, ଖୁଚୁରା ବଢୁଛି

ନୂଆଦିଲ୍ଲୀ,୧୪।୫: କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଗତ ୩ ଦିନ ଧରି ତେଲ ଦର ବଢିଥିବାବେଳେ ଗୁରୁବାର ଏହା ଅପରିବର୍ତ୍ତିତ ରହିଛି। ଗତ ବର୍ଷ ମେ’ ମାସଠାରୁ ଚଳିତ ବର୍ଷ ଅଦ୍ୟାବଧି ତେଲର ରିଟେଲ ବା ଖୁଚୁରା ମୂଲ୍ୟ ପ୍ରାୟ ୨୦ ଟଙ୍କାରୁ ଊର୍ଦ୍ଧ୍ୱ ବଢିଥିବା ଜଣାପଡିଛି। ଏହି ସମୟରେ ଇନ୍ଧନର ମୂଳ ମୂଲ୍ୟ (ବେସ୍‌ ପ୍ରାଇସ୍‌) ଉପରେ ମାତ୍ର ୩ରୁ ୪ ଟଙ୍କା ବୃଦ୍ଧିପାଇଥିବା ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ସୂଚନା ମିଳିଛି। ଆଲୋଚନା ହେଉଛି ଯେ, ମୂଳ ମୂଲ୍ୟ ସେଭଳି ବଢୁ ନ ଥିବାବେଳେ ଖୁଚୁରା ଦର ଯଥେଷ୍ଟ ବଢିଛି। ସାଧାରଣତଃ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢିଲେ ମୂଳ ମୂଲ୍ୟ ଉପରେ ଏହାର ପ୍ରଭାବ ପଡ଼ିଥାଏ। ହେଲେ ଭାରତରେ ଏହି ମୂଲ୍ୟ ଧୀମା ରହୁଥିବାବେଳେ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ପର୍ଯ୍ୟାପ୍ତ ଟିକସ ବଢାଉଥିବାରୁ ଖୁଚୁରା ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।
୨୦୨୦ ମେ’ ପହିଲାରେ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୬୯.୫୯ ଟଙ୍କା ରହିଥିଲା। ଏହି ସମୟରେ ମୂଳ ମୂଲ୍ୟ ୨୭.୯୫ ଟଙ୍କା ରହିଥିଲା। ସେହିଭଳି ଡିଜେଲର ମୂଳ ମୂଲ୍ୟ ୨୪.୮୫ ଟଙ୍କା ଥିବାବେଳେ ରିଟେଲ ଦର ୬୨.୨୯ ଟଙ୍କାରେ ବିକ୍ରି ହେଉଥିଲା। ଚଳିତ ବର୍ଷ ମେ’ ପହିଲା ସୁଦ୍ଧା ପେଟ୍ରୋଲ ମୂଳ ମୂଲ୍ୟ ଉପରେ ଦର ୩.୫୩ ଟଙ୍କା ବଢି ଏହା ୩୧.୪୮ ଟଙ୍କା ଛୁଇଁଛି। ମାତ୍ର ରିଟେଲ ଦରରେ ୨୦.୮୧ ଟଙ୍କା ବୃଦ୍ଧି ହେବା ଯୋଗୁ ଲିଟର ପିଛା ପେଟ୍ରୋଲ ୯୦.୪୦ ଟଙ୍କାରେ ବିକ୍ରି ହେଉଛି। ଅପରପକ୍ଷରେ ଡିଜେଲ ମୂଳ ଦାମରେ ୪.୧୭ ଟଙ୍କା ବୃଦ୍ଧି ହୋଇଥିବା ବେଳେ ରିଟେଲ ଦର କିନ୍ତୁ ୨୦.୩୨ ଟଙ୍କା ବୃଦ୍ଧି ପାଇ ୮୨.୬୧ ଟଙ୍କା ଛୁଇଁଛି।
ଅନେକେ ଯୁକ୍ତି ବାଢନ୍ତି ଯେ, ଗତ ବର୍ଷ ମେ ମାସରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୩୦ ଡଲାରକୁ ଖସିଥିଲା। ଏହା ବର୍ତ୍ତମାନ ୬୬ ଡଲାର ଛୁଇଁଛି। ଦର ବୃଦ୍ଧିରେ ଅନ୍ତର୍ଜାତୀୟ ବଜାରର ଅଶୋଧିତ ତେଲକୁ ବିଚାରକୁ ନିଆଯାଇଥାଏ। ଟଙ୍କା-ଡଲାର ବିନିମୟ ମୂଲ୍ୟ ଏବଂ ଅନ୍ତର୍ଜାତୀୟ ବୁଝାମଣାକୁ ଧ୍ୟାନରେ ରଖାଯାଇଥାଏ। ଅଶୋଧିତ ତେଲ ଦର ୨ ଗୁଣ ହୋଇଥିବାବେଳେ ଇନ୍ଧନର ମୂଳ ଦର କିନ୍ତୁ ସେଭଳି ବଢ଼ିନାହିଁ। ପ୍ରକୃତ କଥା ଏହା ଯେ, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଇନ୍ଧନ ଉପରେ ମାତ୍ରାଧିକ ଟିକସ ଲଦି ଦେଇ କରୋନା କାଳରେ ଖାଉଟିଙ୍କଠାରୁ ଉଚ୍ଚ ହାରରେ ଟିକସ ଆଦାୟ କରିବାରେ ସକ୍ଷମ ହୋଇଥିବା କୁହାଯାଉଛି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୩ ଟଙ୍କା ଏବଂ ଡିଜେଲ ଉପରେ ୧୬ ଟଙ୍କାର ଉତ୍ପାଦ ଟିକସ ବଢ଼ାଇଛନ୍ତି। ମହାମାରୀ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଖସିବା ଯୋଗୁ ଗତ ବର୍ଷ ମାର୍ଚ୍ଚ ରୁ ମେ ମଧ୍ୟରେ ଏଭଳି ଟିକସ ସରକାର ବଢାଇଥିଲେ।
ଦୁଇଥରରେ ପେଟ୍ରୋଲ ଉପରେ ଉତ୍ପାଦ ଟିକସ ପ୍ରାୟ ୬୫% ବଢିଛିି। ପୂର୍ବରୁ ଏହି ବର୍ଗରେ ୧୯.୯୮ ଟଙ୍କା ଟିକସ ଥିବା ବେଳେ ଏହା ବର୍ତ୍ତମାନ ୩୨.୯୮ ଟଙ୍କା ରହିଛି। ସେହିଭଳି ଡିଜେଲରେ ପ୍ରାୟ ୭୯% ଉତ୍ପାଦ ଟିକସ ବୃଦ୍ଧି ପାଇଛି। ଗତ ବର୍ଷ ମେ’ ବେଳକୁ ଏହା ୧୫.୮୩ ଥିବା ବେଳେ ବର୍ତ୍ତମାନ ୨୮.୩୫ ଟଙ୍କା ରହିଛି। ପେଟ୍ରୋଲ ଏବଂ ଡିଜେଲର ମୋଟ ମୂଲ୍ୟ ଉପରେ ଏବେ ଲୋକମାନେ ଯଥାକ୍ରମେ ୩୬% ଓ ୩୪% ଉତ୍ପାଦ ଟିକସ ଦେଉଛନ୍ତି। ନୂଆଦିଲ୍ଲୀରେ ୨୨% ଭାଟ୍‌ ଲାଗୁଥିବା ବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟଗୁଡିକରେ ଟିକସ ଅଧିକ ରହିଛି। ଅର୍ଥାତ୍‌ ରାଜ୍ୟ ରାଜ୍ୟ ମଧ୍ୟରେ ଟିକସର ତଫାତ୍‌ ପରିଲକ୍ଷିତ ହେଉଛି। ଟିକସ ଯୋଗୁ ଖାଉଟିଙ୍କୁ ଦର ବୃଦ୍ଧିର ବୋଝ ମୁଣ୍ଡାଇବାକୁ ପଡୁଛି। ଚଳିତ ବର୍ଷ ଜାନୁୟାରୀରେ ଅନ୍ତର୍ଜାତୀୟ ବଜାରରେ ଦର ବଢିବାରୁ ତୈଳ ବିପଣନ କମ୍ପାନୀ ପୁଣି ଥରେ ଫେବୃୟାରୀ ୧୭ରୁ ଦର ବଢାଇବା ଆରମ୍ଭ କରିଥିଲେ। ଫଳରେ ଦେଶ ଭିତରେ ପେଟ୍ରୋଲ ୧୦୦ ଟଙ୍କା ଟପିଛି। ନିର୍ବାଚନ ପୂର୍ବରୁ ଉତ୍ପାଦ ଟିକସ କମାଇବା ଲାଗି ଦାବି ଉଠିଥିଲେ ମଧ୍ୟ ସରକାର ଟିକସ କମାଇବା ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଅପରପକ୍ଷରେ ସବୁ ଦୋଷକୁ ସରକାର ସାଉଦି ଆରବ ନେତୃତ୍ୱାଧୀନ ଓପେକ ଦେଶ ସମୂହ ଉପରେ ଲଦିଦେଇଛନ୍ତି। ଯୁକ୍ତିରେ ସରକାର କହିଥିଲେ, ସେହି ଦେଶଗୁଡିକ ତେଲ ଉତ୍ପାଦନ କମାଇବା ଯୋଗୁ ଦରରେ ନିୟନ୍ତ୍ରଣ ଆସିପାରୁନାହିଁ।
ଦେଶ ମଧ୍ୟରେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ୯୦% ବଜାର ଅଂଶ ହାସଲ କରିଛନ୍ତି। ଚଳିତବର୍ଷ ଫେବୃୟାରୀ ୨୮ଠାରୁ ମାର୍ଚ୍ଚ ୨୩ ମଧ୍ୟରେ କମ୍ପାନୀ ଦରରେ କୌଣସି ବୃଦ୍ଧି କରି ନ ଥିଲେ। ବିଦେଶୀ ବଜାରରେ ଅଶୋଧିତ ତେଲ ବ୍ୟାରେଲ ପିଛା ୬୮ ଡଲାର ଛୁଇଁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ନ ଥିବାରୁ ରିଟେଲ ଦର ବୃଦ୍ଧି ହୋଇ ନ ଥିଲା। କାରଣ ଦେଶର ପ୍ରାୟ ୫ ରାଜ୍ୟରେ ନିର୍ବାଚନ ଥିଲା। ଏବେ ନିର୍ବାଚନ ଶେଷ ହୋଇଥିବାରୁ କମ୍ପାନୀ ପୁଣି ଥରେ ଲଗାତର ଦର ବଢାଇବା ଦେଖାଯାଉଛି। ଫଳରେ ଦେଶର ବିଭିନ୍ନ ସହରରେ ପେଟ୍ରୋଲ ୧୦୦ ଟପିଥିବା ନଜରକୁ ଆସିଛି। ସରକାର ଯେତେବେଳେ ଗତ ବର୍ଷ ଉତ୍ପାଦ ଟିକସ ବଢ଼ାଇଥିଲେ ତେଲ କମ୍ପାନୀ ଅତିରିକ୍ତ ଟିକସକୁ ନିଜ ମଧ୍ୟରେ ବ୍ୟବସ୍ଥିତ କରିଥିଲେ। କାରଣ ଅଶୋଧିତ ତେଲ ଦର କମିଥିବାରୁ କମ୍ପାନୀ ରିଟେଲ ଦର ନ ବଢ଼ାଇ ଦରକୁ ଆଡଜଷ୍ଟ କରିଥିଲେ। ମାତ୍ର ରାଜ୍ୟ ଭାଟ୍‌ ବଢାଇବା ପରେ କମ୍ପାନୀଙ୍କ ଉପରେ ବୋଝ ପଡିବା ଯୋଗୁ ସେମାନେ ପମ୍ପ ପ୍ରାଇସ ବଢାଇ ନିଜ ବୋଝ ହାଲକା କରିବାକୁ ଚାହିଁଲେ। ଲକ୍‌ଡାଉନ ଯୋଗୁ ସେଭଳି ଯାନବାହନ ଚଳାଚଳ ନ କରିବାରୁ ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କ ପକେଟ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳି ନ ଥିଲା। ହେଲେ ପରେ ଏହା ଅନେକ ସମସ୍ୟା ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ଟିକସ ବୃଦ୍ଧି ଏତିକିରେ ସୀମିତ ନ ଥିଲା। ୨୦୨୧-୨୨ ବଜେଟରେ ସରକାର ପୁଣିଥରେ ପେଟ୍ରୋଲ ଏବଂ ଡିଜେଲ ଉପରେ କୃଷି ଭିତ୍ତିଭୂମି ଉନ୍ନତୀକରଣ ଟିକସ ବାବଦ ଲିଟର ପିଛା ୨.୫୦ ଟଙ୍କା ଓ ୪ ଟଙ୍କା ସେସ୍‌ ବଢ଼ାଇଛନ୍ତି। ଏପଟେ ଲୋକଙ୍କ କଷ୍ଟ କମାଇବା ଲାଗି ସରକାର ଟିକସ କମାଇବାକୁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଫଳରେ ଦରବୃଦ୍ଧି ଯୋଗୁ ଲୋକେ ନାହିଁ ନ ଥିବା ସମସ୍ୟାକୁ ସାମ୍ନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri