ମୂଳମୂଲ୍ୟ ଧିମା, ଖୁଚୁରା ବଢୁଛି

ନୂଆଦିଲ୍ଲୀ,୧୪।୫: କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଗତ ୩ ଦିନ ଧରି ତେଲ ଦର ବଢିଥିବାବେଳେ ଗୁରୁବାର ଏହା ଅପରିବର୍ତ୍ତିତ ରହିଛି। ଗତ ବର୍ଷ ମେ’ ମାସଠାରୁ ଚଳିତ ବର୍ଷ ଅଦ୍ୟାବଧି ତେଲର ରିଟେଲ ବା ଖୁଚୁରା ମୂଲ୍ୟ ପ୍ରାୟ ୨୦ ଟଙ୍କାରୁ ଊର୍ଦ୍ଧ୍ୱ ବଢିଥିବା ଜଣାପଡିଛି। ଏହି ସମୟରେ ଇନ୍ଧନର ମୂଳ ମୂଲ୍ୟ (ବେସ୍‌ ପ୍ରାଇସ୍‌) ଉପରେ ମାତ୍ର ୩ରୁ ୪ ଟଙ୍କା ବୃଦ୍ଧିପାଇଥିବା ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ସୂଚନା ମିଳିଛି। ଆଲୋଚନା ହେଉଛି ଯେ, ମୂଳ ମୂଲ୍ୟ ସେଭଳି ବଢୁ ନ ଥିବାବେଳେ ଖୁଚୁରା ଦର ଯଥେଷ୍ଟ ବଢିଛି। ସାଧାରଣତଃ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢିଲେ ମୂଳ ମୂଲ୍ୟ ଉପରେ ଏହାର ପ୍ରଭାବ ପଡ଼ିଥାଏ। ହେଲେ ଭାରତରେ ଏହି ମୂଲ୍ୟ ଧୀମା ରହୁଥିବାବେଳେ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ପର୍ଯ୍ୟାପ୍ତ ଟିକସ ବଢାଉଥିବାରୁ ଖୁଚୁରା ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।
୨୦୨୦ ମେ’ ପହିଲାରେ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୬୯.୫୯ ଟଙ୍କା ରହିଥିଲା। ଏହି ସମୟରେ ମୂଳ ମୂଲ୍ୟ ୨୭.୯୫ ଟଙ୍କା ରହିଥିଲା। ସେହିଭଳି ଡିଜେଲର ମୂଳ ମୂଲ୍ୟ ୨୪.୮୫ ଟଙ୍କା ଥିବାବେଳେ ରିଟେଲ ଦର ୬୨.୨୯ ଟଙ୍କାରେ ବିକ୍ରି ହେଉଥିଲା। ଚଳିତ ବର୍ଷ ମେ’ ପହିଲା ସୁଦ୍ଧା ପେଟ୍ରୋଲ ମୂଳ ମୂଲ୍ୟ ଉପରେ ଦର ୩.୫୩ ଟଙ୍କା ବଢି ଏହା ୩୧.୪୮ ଟଙ୍କା ଛୁଇଁଛି। ମାତ୍ର ରିଟେଲ ଦରରେ ୨୦.୮୧ ଟଙ୍କା ବୃଦ୍ଧି ହେବା ଯୋଗୁ ଲିଟର ପିଛା ପେଟ୍ରୋଲ ୯୦.୪୦ ଟଙ୍କାରେ ବିକ୍ରି ହେଉଛି। ଅପରପକ୍ଷରେ ଡିଜେଲ ମୂଳ ଦାମରେ ୪.୧୭ ଟଙ୍କା ବୃଦ୍ଧି ହୋଇଥିବା ବେଳେ ରିଟେଲ ଦର କିନ୍ତୁ ୨୦.୩୨ ଟଙ୍କା ବୃଦ୍ଧି ପାଇ ୮୨.୬୧ ଟଙ୍କା ଛୁଇଁଛି।
ଅନେକେ ଯୁକ୍ତି ବାଢନ୍ତି ଯେ, ଗତ ବର୍ଷ ମେ ମାସରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୩୦ ଡଲାରକୁ ଖସିଥିଲା। ଏହା ବର୍ତ୍ତମାନ ୬୬ ଡଲାର ଛୁଇଁଛି। ଦର ବୃଦ୍ଧିରେ ଅନ୍ତର୍ଜାତୀୟ ବଜାରର ଅଶୋଧିତ ତେଲକୁ ବିଚାରକୁ ନିଆଯାଇଥାଏ। ଟଙ୍କା-ଡଲାର ବିନିମୟ ମୂଲ୍ୟ ଏବଂ ଅନ୍ତର୍ଜାତୀୟ ବୁଝାମଣାକୁ ଧ୍ୟାନରେ ରଖାଯାଇଥାଏ। ଅଶୋଧିତ ତେଲ ଦର ୨ ଗୁଣ ହୋଇଥିବାବେଳେ ଇନ୍ଧନର ମୂଳ ଦର କିନ୍ତୁ ସେଭଳି ବଢ଼ିନାହିଁ। ପ୍ରକୃତ କଥା ଏହା ଯେ, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଇନ୍ଧନ ଉପରେ ମାତ୍ରାଧିକ ଟିକସ ଲଦି ଦେଇ କରୋନା କାଳରେ ଖାଉଟିଙ୍କଠାରୁ ଉଚ୍ଚ ହାରରେ ଟିକସ ଆଦାୟ କରିବାରେ ସକ୍ଷମ ହୋଇଥିବା କୁହାଯାଉଛି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୩ ଟଙ୍କା ଏବଂ ଡିଜେଲ ଉପରେ ୧୬ ଟଙ୍କାର ଉତ୍ପାଦ ଟିକସ ବଢ଼ାଇଛନ୍ତି। ମହାମାରୀ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଖସିବା ଯୋଗୁ ଗତ ବର୍ଷ ମାର୍ଚ୍ଚ ରୁ ମେ ମଧ୍ୟରେ ଏଭଳି ଟିକସ ସରକାର ବଢାଇଥିଲେ।
ଦୁଇଥରରେ ପେଟ୍ରୋଲ ଉପରେ ଉତ୍ପାଦ ଟିକସ ପ୍ରାୟ ୬୫% ବଢିଛିି। ପୂର୍ବରୁ ଏହି ବର୍ଗରେ ୧୯.୯୮ ଟଙ୍କା ଟିକସ ଥିବା ବେଳେ ଏହା ବର୍ତ୍ତମାନ ୩୨.୯୮ ଟଙ୍କା ରହିଛି। ସେହିଭଳି ଡିଜେଲରେ ପ୍ରାୟ ୭୯% ଉତ୍ପାଦ ଟିକସ ବୃଦ୍ଧି ପାଇଛି। ଗତ ବର୍ଷ ମେ’ ବେଳକୁ ଏହା ୧୫.୮୩ ଥିବା ବେଳେ ବର୍ତ୍ତମାନ ୨୮.୩୫ ଟଙ୍କା ରହିଛି। ପେଟ୍ରୋଲ ଏବଂ ଡିଜେଲର ମୋଟ ମୂଲ୍ୟ ଉପରେ ଏବେ ଲୋକମାନେ ଯଥାକ୍ରମେ ୩୬% ଓ ୩୪% ଉତ୍ପାଦ ଟିକସ ଦେଉଛନ୍ତି। ନୂଆଦିଲ୍ଲୀରେ ୨୨% ଭାଟ୍‌ ଲାଗୁଥିବା ବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟଗୁଡିକରେ ଟିକସ ଅଧିକ ରହିଛି। ଅର୍ଥାତ୍‌ ରାଜ୍ୟ ରାଜ୍ୟ ମଧ୍ୟରେ ଟିକସର ତଫାତ୍‌ ପରିଲକ୍ଷିତ ହେଉଛି। ଟିକସ ଯୋଗୁ ଖାଉଟିଙ୍କୁ ଦର ବୃଦ୍ଧିର ବୋଝ ମୁଣ୍ଡାଇବାକୁ ପଡୁଛି। ଚଳିତ ବର୍ଷ ଜାନୁୟାରୀରେ ଅନ୍ତର୍ଜାତୀୟ ବଜାରରେ ଦର ବଢିବାରୁ ତୈଳ ବିପଣନ କମ୍ପାନୀ ପୁଣି ଥରେ ଫେବୃୟାରୀ ୧୭ରୁ ଦର ବଢାଇବା ଆରମ୍ଭ କରିଥିଲେ। ଫଳରେ ଦେଶ ଭିତରେ ପେଟ୍ରୋଲ ୧୦୦ ଟଙ୍କା ଟପିଛି। ନିର୍ବାଚନ ପୂର୍ବରୁ ଉତ୍ପାଦ ଟିକସ କମାଇବା ଲାଗି ଦାବି ଉଠିଥିଲେ ମଧ୍ୟ ସରକାର ଟିକସ କମାଇବା ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଅପରପକ୍ଷରେ ସବୁ ଦୋଷକୁ ସରକାର ସାଉଦି ଆରବ ନେତୃତ୍ୱାଧୀନ ଓପେକ ଦେଶ ସମୂହ ଉପରେ ଲଦିଦେଇଛନ୍ତି। ଯୁକ୍ତିରେ ସରକାର କହିଥିଲେ, ସେହି ଦେଶଗୁଡିକ ତେଲ ଉତ୍ପାଦନ କମାଇବା ଯୋଗୁ ଦରରେ ନିୟନ୍ତ୍ରଣ ଆସିପାରୁନାହିଁ।
ଦେଶ ମଧ୍ୟରେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ୯୦% ବଜାର ଅଂଶ ହାସଲ କରିଛନ୍ତି। ଚଳିତବର୍ଷ ଫେବୃୟାରୀ ୨୮ଠାରୁ ମାର୍ଚ୍ଚ ୨୩ ମଧ୍ୟରେ କମ୍ପାନୀ ଦରରେ କୌଣସି ବୃଦ୍ଧି କରି ନ ଥିଲେ। ବିଦେଶୀ ବଜାରରେ ଅଶୋଧିତ ତେଲ ବ୍ୟାରେଲ ପିଛା ୬୮ ଡଲାର ଛୁଇଁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ନ ଥିବାରୁ ରିଟେଲ ଦର ବୃଦ୍ଧି ହୋଇ ନ ଥିଲା। କାରଣ ଦେଶର ପ୍ରାୟ ୫ ରାଜ୍ୟରେ ନିର୍ବାଚନ ଥିଲା। ଏବେ ନିର୍ବାଚନ ଶେଷ ହୋଇଥିବାରୁ କମ୍ପାନୀ ପୁଣି ଥରେ ଲଗାତର ଦର ବଢାଇବା ଦେଖାଯାଉଛି। ଫଳରେ ଦେଶର ବିଭିନ୍ନ ସହରରେ ପେଟ୍ରୋଲ ୧୦୦ ଟପିଥିବା ନଜରକୁ ଆସିଛି। ସରକାର ଯେତେବେଳେ ଗତ ବର୍ଷ ଉତ୍ପାଦ ଟିକସ ବଢ଼ାଇଥିଲେ ତେଲ କମ୍ପାନୀ ଅତିରିକ୍ତ ଟିକସକୁ ନିଜ ମଧ୍ୟରେ ବ୍ୟବସ୍ଥିତ କରିଥିଲେ। କାରଣ ଅଶୋଧିତ ତେଲ ଦର କମିଥିବାରୁ କମ୍ପାନୀ ରିଟେଲ ଦର ନ ବଢ଼ାଇ ଦରକୁ ଆଡଜଷ୍ଟ କରିଥିଲେ। ମାତ୍ର ରାଜ୍ୟ ଭାଟ୍‌ ବଢାଇବା ପରେ କମ୍ପାନୀଙ୍କ ଉପରେ ବୋଝ ପଡିବା ଯୋଗୁ ସେମାନେ ପମ୍ପ ପ୍ରାଇସ ବଢାଇ ନିଜ ବୋଝ ହାଲକା କରିବାକୁ ଚାହିଁଲେ। ଲକ୍‌ଡାଉନ ଯୋଗୁ ସେଭଳି ଯାନବାହନ ଚଳାଚଳ ନ କରିବାରୁ ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କ ପକେଟ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳି ନ ଥିଲା। ହେଲେ ପରେ ଏହା ଅନେକ ସମସ୍ୟା ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ଟିକସ ବୃଦ୍ଧି ଏତିକିରେ ସୀମିତ ନ ଥିଲା। ୨୦୨୧-୨୨ ବଜେଟରେ ସରକାର ପୁଣିଥରେ ପେଟ୍ରୋଲ ଏବଂ ଡିଜେଲ ଉପରେ କୃଷି ଭିତ୍ତିଭୂମି ଉନ୍ନତୀକରଣ ଟିକସ ବାବଦ ଲିଟର ପିଛା ୨.୫୦ ଟଙ୍କା ଓ ୪ ଟଙ୍କା ସେସ୍‌ ବଢ଼ାଇଛନ୍ତି। ଏପଟେ ଲୋକଙ୍କ କଷ୍ଟ କମାଇବା ଲାଗି ସରକାର ଟିକସ କମାଇବାକୁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଫଳରେ ଦରବୃଦ୍ଧି ଯୋଗୁ ଲୋକେ ନାହିଁ ନ ଥିବା ସମସ୍ୟାକୁ ସାମ୍ନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri