କାନାରା ବ୍ୟାଙ୍କ ପକ୍ଷରୁ ରିଟେଲ ଏକ୍ସପୋ

ଭୁବନେଶ୍ୱର,୩୧।୫: କାନାରା ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ରିଟେଲ ଏକ୍ସପୋ ବ୍ୟାଙ୍କର ଆର୍‌ଏଏଚ୍‌ ଭୁବନେଶ୍ୱର ପୋଖରୀପୁଟଠାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ମହାପ୍ରବନ୍ଧକ ବି.ଚନ୍ଦ୍ରଶେଖର ରାଓ ଏବଂ ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାହକ, ବିଲ୍ଡର ଏବଂ କାର୍‌ ଡିଲରମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅପରପକ୍ଷରେ କାନାରା ବ୍ୟାଙ୍କ ଶିକ୍ଷା ଋଣ କ୍ଷେତ୍ରରେ ଅଗ୍ରଣୀ ରହିଛି ଏବଂ ବ୍ୟାଙ୍କ ସୁବିଧାରେ ସ୍ବଳ୍ପ ସୁଧ ହାରରେ ଗୃହ ଋଣ, ଗାଡ଼ି ଋଣ, ସମ୍ପତ୍ତି ବିପକ୍ଷରେ ଋଣ ଏବଂ ବ୍ୟକ୍ତିଗତ ଋଣ ଆଦି ପ୍ରଦାନ କରିବା ସହିତ ପ୍ରୋସେସିଂ ଏବଂ ଡକ୍ୟୁମେଣ୍ଟେସନ୍‌ ଦେୟ ଛାଡ କରୁଛି ବୋଲି ମହାପ୍ରବନ୍ଧକ ବି. ଚନ୍ଦ୍ରଶେଖର ରାଓ ପ୍ରକାଶ କରିଛନ୍ତି। ସେହିଭଳି ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦ୍ର କହିଛନ୍ତି, ବ୍ୟାଙ୍କର ଉପତ୍ାଦଗୁଡିକ ଗ୍ରାହକଙ୍କୁ ସୁହାଇଲା ପରି ପ୍ରସ୍ତୁତ କରାଯାଇଛି। ଏପରିକି କାନାରା ବ୍ୟାଙ୍କର ନୂତନ ଉପତ୍ାଦ କାନାରା ପ୍ରିମିୟମ୍‌ ପେ ରୋଲ ପ୍ୟାକେଜ, କାନାରା ଏସ୍‌ବି ସିଲେକ୍ଟ ସମେତ ୩୦୦ରୁ ଉର୍ଦ୍ଧ୍ୱ ବିଶେଷତ୍ୱଗୁଡିକ ସହ ମୋବାଇଲ ଆପ୍‌ ଆଦି ଡିଜାଇନ ହୋଇଛି। ବିଶେଷକରି ସବୁ ବର୍ଗର ଗ୍ରାହକଙ୍କୁ ସର୍ବୋତ୍ତମ ଗ୍ରାହକ ସେବା ପ୍ରଦାନ କରିବାକୁ ବ୍ୟାଙ୍କ ସର୍ବଦା ପ୍ରତିବଦ୍ଧ ବୋଲି ସେ କହିଥିଲେ।
ଉଲ୍ଲେଖଯୋଗ୍ୟ, ମହାପ୍ରବନ୍ଧକ ରାଓ ଏବଂ ମଣ୍ଡଳ ମୁଖ୍ୟ ଜଗଦୀଶ ଚନ୍ଦ୍ର ଗୃହ ଏବଂ କାର୍‌ ଋଣ ହିତାଧିକାରୀମାନଙ୍କୁ ୧୭୦ଟି ମଞ୍ଜୁରିପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପମହାପ୍ରବନ୍ଧକ ପି.ଠାକୁର ନାଏକ, ଉପ-ମହାପ୍ରବନ୍ଧକ ଜି.ଏନ୍‌. ମୂର୍ତ୍ତି, ସହାୟକ ମହାପ୍ରବନ୍ଧକ ରୀତା ଦାସ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ-୧ର ମୁଖ୍ୟ ତଥା ସହାୟକ ମହାପ୍ରବନ୍ଧକ ମହାମାୟା ପ୍ରସାଦ ରାଓ, ଭୁବନେଶ୍ୱର ଆର୍‌ଏଏଚ୍‌ର ଉପ-ପ୍ରବନ୍ଧକ ବିବେକ ପଟ୍‌ନି ଓ ଅରବିନ୍ଦ ବେହେରାଙ୍କ ସମେତ ଅଞ୍ଚଳ କାର୍ଯ୍ୟାଳୟର ଅଧିକାରୀ ଓ ସ୍ଥାନୀୟ ଶାଖାର ଅଧିକାରୀ ଏବଂ ମାର୍କେଟିଂ ଅଫିସର ଓ ଗ୍ରାହକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri