କାନାରା ବ୍ୟାଙ୍କ ପକ୍ଷରୁ ରିଟେଲ ଏକ୍ସପୋ

ଭୁବନେଶ୍ୱର,୩୧।୫: କାନାରା ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ରିଟେଲ ଏକ୍ସପୋ ବ୍ୟାଙ୍କର ଆର୍‌ଏଏଚ୍‌ ଭୁବନେଶ୍ୱର ପୋଖରୀପୁଟଠାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ମହାପ୍ରବନ୍ଧକ ବି.ଚନ୍ଦ୍ରଶେଖର ରାଓ ଏବଂ ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାହକ, ବିଲ୍ଡର ଏବଂ କାର୍‌ ଡିଲରମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅପରପକ୍ଷରେ କାନାରା ବ୍ୟାଙ୍କ ଶିକ୍ଷା ଋଣ କ୍ଷେତ୍ରରେ ଅଗ୍ରଣୀ ରହିଛି ଏବଂ ବ୍ୟାଙ୍କ ସୁବିଧାରେ ସ୍ବଳ୍ପ ସୁଧ ହାରରେ ଗୃହ ଋଣ, ଗାଡ଼ି ଋଣ, ସମ୍ପତ୍ତି ବିପକ୍ଷରେ ଋଣ ଏବଂ ବ୍ୟକ୍ତିଗତ ଋଣ ଆଦି ପ୍ରଦାନ କରିବା ସହିତ ପ୍ରୋସେସିଂ ଏବଂ ଡକ୍ୟୁମେଣ୍ଟେସନ୍‌ ଦେୟ ଛାଡ କରୁଛି ବୋଲି ମହାପ୍ରବନ୍ଧକ ବି. ଚନ୍ଦ୍ରଶେଖର ରାଓ ପ୍ରକାଶ କରିଛନ୍ତି। ସେହିଭଳି ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦ୍ର କହିଛନ୍ତି, ବ୍ୟାଙ୍କର ଉପତ୍ାଦଗୁଡିକ ଗ୍ରାହକଙ୍କୁ ସୁହାଇଲା ପରି ପ୍ରସ୍ତୁତ କରାଯାଇଛି। ଏପରିକି କାନାରା ବ୍ୟାଙ୍କର ନୂତନ ଉପତ୍ାଦ କାନାରା ପ୍ରିମିୟମ୍‌ ପେ ରୋଲ ପ୍ୟାକେଜ, କାନାରା ଏସ୍‌ବି ସିଲେକ୍ଟ ସମେତ ୩୦୦ରୁ ଉର୍ଦ୍ଧ୍ୱ ବିଶେଷତ୍ୱଗୁଡିକ ସହ ମୋବାଇଲ ଆପ୍‌ ଆଦି ଡିଜାଇନ ହୋଇଛି। ବିଶେଷକରି ସବୁ ବର୍ଗର ଗ୍ରାହକଙ୍କୁ ସର୍ବୋତ୍ତମ ଗ୍ରାହକ ସେବା ପ୍ରଦାନ କରିବାକୁ ବ୍ୟାଙ୍କ ସର୍ବଦା ପ୍ରତିବଦ୍ଧ ବୋଲି ସେ କହିଥିଲେ।
ଉଲ୍ଲେଖଯୋଗ୍ୟ, ମହାପ୍ରବନ୍ଧକ ରାଓ ଏବଂ ମଣ୍ଡଳ ମୁଖ୍ୟ ଜଗଦୀଶ ଚନ୍ଦ୍ର ଗୃହ ଏବଂ କାର୍‌ ଋଣ ହିତାଧିକାରୀମାନଙ୍କୁ ୧୭୦ଟି ମଞ୍ଜୁରିପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପମହାପ୍ରବନ୍ଧକ ପି.ଠାକୁର ନାଏକ, ଉପ-ମହାପ୍ରବନ୍ଧକ ଜି.ଏନ୍‌. ମୂର୍ତ୍ତି, ସହାୟକ ମହାପ୍ରବନ୍ଧକ ରୀତା ଦାସ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ-୧ର ମୁଖ୍ୟ ତଥା ସହାୟକ ମହାପ୍ରବନ୍ଧକ ମହାମାୟା ପ୍ରସାଦ ରାଓ, ଭୁବନେଶ୍ୱର ଆର୍‌ଏଏଚ୍‌ର ଉପ-ପ୍ରବନ୍ଧକ ବିବେକ ପଟ୍‌ନି ଓ ଅରବିନ୍ଦ ବେହେରାଙ୍କ ସମେତ ଅଞ୍ଚଳ କାର୍ଯ୍ୟାଳୟର ଅଧିକାରୀ ଓ ସ୍ଥାନୀୟ ଶାଖାର ଅଧିକାରୀ ଏବଂ ମାର୍କେଟିଂ ଅଫିସର ଓ ଗ୍ରାହକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri