ସ୍କୁଲ ପାଖରେ ତମାଖୁ ବିକ୍ରିି ଉପରେ କଟକଣା

ବାରିପଦା ଅଫିସ,୧୭ା୧୨: ମୟୂରଭଞ୍ଜ ଜିଲା ଆରକ୍ଷୀ ଅଧ୍ୟୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ତମାଖୁ ନିଷେଧ ଆଇନ ପ୍ରବର୍ତ୍ତନ ସମ୍ପର୍କିତ ଏକ କର୍ମଶାଳା ଏସ୍‌ପି କେ.ଆର୍‌. ଦ୍ୟାନଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସିଗାରେଟ ତଥା ତମାଖୁ ଜାତ ଦ୍ରବ୍ୟ ଅଧିନିୟମ-୨୦୦୩ ଅନୁଯାୟୀ ଜିଲାର କୌଣସି ଶିକ୍ଷା ଅନୁଷ୍ଠାନଠାରୁ ଶହେ ମିଟର ଦୂରତା ଭିତରେ ନିଶା ଦ୍ରବ୍ୟ ବିକ୍ରି ହୋଇ ପାରିବ ନାହିଁ। ଏଥିରେ ବ୍ୟତିକ୍ରମ ହେଲେ ସମ୍ପୃକ୍ତ ବିକ୍ରେତାଙ୍କଠାରୁ ନିର୍ଦ୍ଧାରିତ ଜରିମାନା ଆଦାୟ କରାଯିବା ସଙ୍ଗେ ସଙ୍ଗେ ଦଣ୍ଡ ବିଧାନ କରାଯିବ ବୋଲି ଏସ୍‌ପି କହିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀ ଡା.ରୂପଭାନୁ ମିଶ୍ର ଯୋଗଦେଇ ସୁସ୍ଥ ସମାଜ ଗଠନ ଲାଗି ଆଗାମୀ ଯୁବପିଢ଼ି ନିଶାମୁକ୍ତ ଜୀବନ ଯାପନ କରିବା ଦିଗରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଟବାକୋ କନସଲଟାଣ୍ଟ ଡା.ଗିରିଜା ଶଙ୍କର ମିଶ୍ର, ଜିଲା କୁଷ୍ଠ ନିରାକରଣ ଅଧିକାରୀ ଡା.ଶାନ୍ତନୁ କୁମାର ଦାଶ, ଜାତୀୟ ସ୍ବାସ୍ଥ୍ୟ ମିଶନ ଯୋଜନା ଅଧିକାରୀ ପି.ପି. ପତି, ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀଣି ସଂଯୁକ୍ତା ହେମ୍ବ୍ରମ, ଜିଲା ଔଷଧ ନିରୀକ୍ଷକ ରୁଦ୍ର ନାରାୟଣ ସାହୁ, ଏପିଡେମିଓଲଜିଷ୍ଟ ବିଭୁଦତ୍ତ ଦାସ ପ୍ରମୁଖଙ୍କ ସମେତ ଜିଲାର ସମସ୍ତ ଥାନା ଅଧିକାରୀମାନେ ଯୋଗ ଦେଇଥିଲେ। ନିହାର ରଞ୍ଜନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ବାରିପଦା ସହରସ୍ଥିତ ଏମ୍‌କେସି ଓ ଏମ୍‌ପିକେ ହାଇସ୍କୁଲ ନିକଟରେ ବିକ୍ରି ହେଉଥିବା ଗୁଟଖା ଦୋକାନ ହଟାଇବା ପାଇଁ ସହରବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଆନ୍ତଜିଲା ଡକାୟତ ଗ୍ୟାଙ୍ଗର ଖୁଲାସା କଲା ମୋରଡା ପୋଲିସ, ନରେଶ…

ମୋରଡା,୨୭।୮(ସ୍ମାରକ ମାଜୀ)- ଏକ ଆନ୍ତଜିଲା ଡକାୟତ ଗ୍ୟାଙ୍ଗର ବଡ଼ ଖୁଲାସା କରିଛି ପୋଲିସ । ଜଣେ ଲୁଟେରାକୁ ଧରିବା ସହିତ ଲକ୍ଷାଧିକ ଟଙ୍କାର ସୁନା ଓ଼ ରୂପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri