Posted inଖେଳ

ଟ୍ରାନ୍ସ ଆଥ୍‌ଲେଟଙ୍କ ଅଂଶଗ୍ରହଣ ଉପରେ ରୋକ୍‌

ମେଲବୋର୍ନ,୧୯।୪(ପି.ଟି.): ଅଷ୍ଟ୍ରେଲିଆନ୍‌ ବାସ୍କେଟବଲ୍‌ ଲିଗ୍‌ରେ ଜଣେ ଟ୍ରାନ୍ସ ଆଥ୍‌ଲେଟଙ୍କ ଅଂଶଗ୍ରହଣ ଉପରେ ରୋକ ଲଗାଇଛି। ଅଷ୍ଟ୍ରେଲୀୟ ମହିଳା ବାସ୍କେଟବଲ ଲିଗ୍‌ର ଦ୍ୱିତୀୟ ଟିଅର ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ଲେକ୍ସି ରୋଜର୍ସ ନାମକ ଜଣେ ମହିଳା ଖେଳାଳି ଆବେଦନ କରିଥିଲେ। ଏକ କମିଟି ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରିବା ପରେ ଲେକ୍ସିଙ୍କ ଅଂଶଗ୍ରହଣ ଉପରେ ପ୍ରତିବନ୍ଧକ ଲଗାଇଛି। ଲେକ୍ସି ଗତ ମାସରେ ମେଲବୋର୍ନର କ୍ଲବ୍‌ କିଲ୍‌ସିଥ୍‌ କୋବ୍ରାସ ପକ୍ଷରୁ ଖେଳିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହା ଟ୍ରାନ୍ସ ଆଥ୍‌ଲେଟମାନଙ୍କ ପାଇଁ ମୁଖ୍ୟ ସ୍ରୋତରେ ସାମିଲ ହେବାର ପ୍ରକୃଷ୍ଟ ସୁଯୋଗ ବୋଲି ଲେକ୍ସି କହିଥିଲେ। ମଙ୍ଗଳବାର ବାସ୍କେଟବଲ ଅଷ୍ଟ୍ରେଲିଆ ପକ୍ଷରୁ ଏ ନେଇ ଏକ ବାର୍ତ୍ତା ଜାରି କରାଯାଇଛି। ୩ ଜଣିଆ ବିଶେଷଜ୍ଞ କମିଟି ଏ ସମ୍ପର୍କରେ ନିଷ୍ପତ୍ତି ନେଇ ଟ୍ରାନ୍ସ ଆଥ୍‌ଲେଟଙ୍କ ଉପରେ ରୋକ୍‌ ଲଗାଇଛନ୍ତି। ଟ୍ରାନ୍ସ ଆଥ୍‌ଲେଟ୍‌ଙ୍କୁ ସାଧାରଣ ଖେଳାଳିଙ୍କ ସହିତ ଖେଳିବାର ସୁଯୋଗ ମିଳିଲେ କ’ଣ ଲାଭ ବା କ୍ଷତି ହେବ ତାହାର ପ୍ରଭାବ ସମ୍ପର୍କରେ ଆମେ ଅଜ୍ଞ। ଏ ସମ୍ପର୍କରେ ଖୁବ୍‌ ଶୀଘ୍ର ଏକ ଚୂଡାନ୍ତ ଆଇନ ପ୍ରଣୟନ କରାଯିବ। ଲେକ୍ସିଙ୍କୁ ନିଜର ମତାମତ ଓ ଅଭିଜ୍ଞତା ଜଣାଇବା ପାଇଁ କମିଟି ପରାମର୍ଶ ଦେଇଛି। କମିଟିର ବର୍ତ୍ତମାନର ନିଷ୍ପତ୍ତିରେ ମୁଁ ଅତ୍ୟନ୍ତ ଦୁଃଖିତ। ତେବେ ଭବିଷ୍ୟତରେ ମୋ ପରି ଆଥଲେଟମାନଙ୍କୁ ଖେଳିବାର ସୁଯୋଗ ମିଳିବ ବୋଲି ମୁଁ ଆଶା କରୁଛି । ୩ ଜଣିଆ କମିଟିର ସଦସ୍ୟ ରହିଥିବା ତଥା ୩ ଥର ଅଲିମ୍ପିକ୍ସ ଖେଳିଥିବା ସୁଜି ବାଟକୋଭିକ୍‌ ଅସୀମ ଧୈର୍ଯ୍ୟର ପରିଚୟ ଦେଇଥିବା ଲେକ୍ସିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଭିନ୍ନ ପ୍ରତିଯୋଗିତା ପାଇଁ ଆମେ ନୂତନ ନିୟମ ପ୍ରଣୟନ କରୁଛୁ। ଖେଳାଳିଙ୍କ ସୁରକ୍ଷା ଓ ଫାଇଦାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ବାଟକୋଭିକ୍‌ କହିଛନ୍ତି। ଗତ ମାସରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଟ୍ରାନ୍ସ ଆଥ୍‌ଲେଟଙ୍କ ଉପରେ ବ୍ୟାନ୍‌ ଲଗା ଯାଇଥିଲା। ଏହା ପୂର୍ବରୁ ଓ୍ବାଲର୍‌ଡ ଆଥ୍‌ଲେଟିକ କାଉନ୍‌ସିଲ୍‌ ମଧ୍ୟ ବର୍ଷେ ତଳେ ସନ୍ତରଣ ପାଇଁ ସମାନ ନିୟମ ଲାଗୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri