ଆସୁଛି ଜାଗରଯାତ୍ରା: ଏକାଠି ଦୀପ ଜାଳିବେନି ଶ୍ରଦ୍ଧାଳୁ

ପୁରୁଣା ଭୁବନେଶ୍ୱର, ୭।୩(ଡି.ଏନ୍‌.ଏ.): ଆସନ୍ତା ୧୧ ତାରିଖରେ ମହାଶିବରାତ୍ରି ଓ ଜାଗରଯାତ୍ରା। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ଶୈବପୀଠଗୁଡ଼ିକରେ ଚଳିତ ବର୍ଷ ସାଧାରଣ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। କେତେକ ପ୍ରମୁଖ ଶୈବପୀଠରେ ୧୪୪ ଧାରା ଜାରି ହେବା ସହିତ ପ୍ରଶାସନିକ ଅଧିକାରୀ, ସେବାୟତ ଓ ପୋଲିସ ସହାୟତାରେ ଜାଗର ପ୍ରସ୍ତୁତି ଚାଲିଛି। ତେବେ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ପାଇଁ କଟକଣାରେ କେତେକ କୋହଳ କରାଯାଇଛି। ପୂର୍ବରୁ କେବଳ ଆଡ଼କାଠ ନିକଟରେ ରହି ଶ୍ରଦ୍ଧାଳୁମାନେ ଦର୍ଶନ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଏବେ ଜାଗର ଜାଳିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଶନିବାର ମନ୍ଦିର ନିକଟ କୋରାପୁଟ ଭବନରେ ବିଭିନ୍ନ ନିଯୋଗ କର୍ମକର୍ତ୍ତାଙ୍କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ବୈଠକ ବସି ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହିଦିନ ବ୍ରତଧାରୀମାନେ ବିନ୍ଦୁସାଗର, ତଳବଜାର, ଲିଙ୍ଗରାଜ ହାଟ, ମନ୍ଦିର ସମ୍ମୁଖ, ବଢେଇବାଙ୍କ, ରଥଖଳା ଆଦି ସ୍ଥାନରେ ଏକାଠି ହୋଇ ଉଜାଗର ରହି ଦୀପ ଜାଳିଥାନ୍ତି। ଚଳିତବର୍ଷ ଏହା ଉପରେ ଅଙ୍କୁଶ ଲଗାଯାଇଛି। ଶ୍ରଦ୍ଧାଳୁମାନେ ଏକାଠି ଦୀପ ନ ଜାଳିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ସୁରୁଖୁରୁରେ ଜାଗର ଯାତ୍ରା ସମ୍ପନ୍ନ କରିବାକୁ ବିଭିନ୍ନ ନିଯୋଗର ସେବାୟତ, ପୋଲିସ, ପ୍ରତ୍ନତତ୍ତ୍ୱ ବିଭାଗ ଓ ଦେବୋତ୍ତର ବିଭାଗ କର୍ମଚାରୀଙ୍କ ସହ ସାମାଜିକ କାର୍ଯ୍ୟକର୍ତ୍ତାମାନେ ସୁଚାରୁରୂପେ ଦାୟିତ୍ୱ ସମ୍ପନ୍ନ କରିବେ। ଭିଡ଼ ଏଡ଼ାଇବାକୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଆଡ଼କାଠ ନିକଟକୁ ଛଡ଼ାଯିବ। କେତେଜଣ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ଓ କେତେ ସମୟ ମଧ୍ୟରେ ମନ୍ଦିରରୁ ପ୍ରସ୍ଥାନ କରିବାକୁ ଦିଆଯିବ ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦିଆଯାଇ ନାହିଁ।
ଅନ୍ୟପକ୍ଷରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଶ୍ରଦ୍ଧାଳୁଙ୍କୁ ସିଂହଦ୍ୱାର ଦେଇ ଭିତରକୁ ଛଡ଼ାଯିବ। ପ୍ରତିବର୍ଷ ମହାଦୀପ ଉଠିବା ପରେ ଶ୍ରୀ ଲିଙ୍ଗରାଜ ମନ୍ଦିର ଦକ୍ଷିଣ ଦ୍ୱାର, ଉତ୍ତର ଦ୍ୱାର ଓ ସିଂହ ଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରିଥାନ୍ତି। ଏହି ସମୟରେ ଏସବୁ ଦ୍ୱାରରେ ପ୍ରବଳ ଭିଡ଼ ହୋଇଥାଏ। କିନ୍ତୁ ଚଳିତବର୍ଷ ଶ୍ରଦ୍ଧାଳୁଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖି ଧୀରେ ଧୀରେ ଛଡ଼ାଯିବ। ମହାଦୀପ ଉଠିବା ପରେ ସାହାଣ ମେଲା ଦର୍ଶନ ହେବନାହିଁ। ସେହିଭଳି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଦ୍ୱାରା ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚଳିତବର୍ଷ ହେବା ନେଇ ସବୁଜ ସଂକେତ ମିଳିଛି। ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ଼ ଏଡ଼ାଇବାକୁ ମନ୍ଦିରର ଐଶାନ୍ୟ କୋଣର ଅନତୀଦୂର ଶୌଚାଳୟ ନିକଟରେ ମଣ୍ଡପ ନିର୍ମାଣ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସାମନ୍ତରାପୁର, ଗ୍ୟାରେଜ ଛକ, କେଦାରଗୌରୀ ଛକ ଆଦି ବାଟଦେଇ ମନ୍ଦିର ନିକଟକୁ ଭାରିଯାନ ପ୍ରବେଶ କରିବ ନାହିଁ। ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ କରାଯିବା ନେଇ ସ୍ଥିର ହୋଇଥିବା ଶ୍ରୀ ଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି। ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ, ବିଭିନ୍ନ ଜୋନ୍‌ର ଏସିପି, ନିଯୋଗଗୁଡ଼ିକର ପ୍ରମୁଖ ସେବାୟତ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri