ଯୁବବର୍ଗର ଉତ୍ତରଦାୟିତ୍ୱ

ଡ. ଭାରତ ଭୂଷଣ ରଥ

ସମ୍ପ୍ରତି ମୁମ୍ବାଇ ଠାରୁ ଆରମ୍ଭ କରି ଭୁବନେଶ୍ୱର ମହାନଗର ପର୍ଯ୍ୟନ୍ତ ଯୁବ ସମାଜର କାର୍ଯ୍ୟକଳାପକୁ ନେଇ ଜନତା ସ୍ତବ୍ଧ। ଅନେକ ଅସାମାଜିକ କାର୍ଯ୍ୟରେ ଯୁବବର୍ଗର ଭୂମିକା ଆଶାତୀତ ଭାବରେ ବୃଦ୍ଧି ପାଉଛି। ଆମେ ଜାଣୁ ଭାରତର ସର୍ବମୋଟ ଜନସାଧାରଣର ସିଂହଭାଗ ହେଉଛନ୍ତି ଯୁବବର୍ଗ। ଓ ଆଗାମୀ ପ୍ରାୟ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଯୁବବର୍ଗଙ୍କ ସଂଖ୍ୟା ଅଧିକ ପରିଲକ୍ଷିତ ହେବ। ଭାରତ ସରକାରଙ୍କ ୨୦୧୪ ୟୁଥ ପଲିସିକୁ ଆଧାର କରି ୧୫ ବର୍ଷରୁ ୨୯ ବର୍ଷ ବୟଷ ପର୍ଯ୍ୟନ୍ତ ଯୁବତୀଯୁବକମାନଙ୍କୁ ଯୁବବର୍ଗରେ ସାମିଲ କରାଯାଏ।
କିନ୍ତୁ ମୋଟାମୋଟି ଭାବରେ ୧୫ରୁ ୩୫ ବର୍ଷ ପର୍ଯ୍ୟନ୍ତ ବୟସ ସୀମାରେ ଆସୁଥିବା ଯୁବବର୍ଗକୁ ଭାରତରେ ନିଯୁକ୍ତି, ପୁରସ୍କାର ତଥା ବିଭିନ୍ନ କ୍ଷେତ୍ରରେ ଯୁବ ଭାବରେ ସମ୍ମାନିତ କରାଯାଉଛି। ଭାରତ ସରକାର ତଥା ରାଜ୍ୟ ସରକାରଙ୍କର ଅନେକ ଯୋଜନାରେ ଯୁବବର୍ଗର ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି। ଶିକ୍ଷା, କୃଷି, କୁଟୀରଶିଳ୍ପ ତଥା ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଯୁବତୀଯୁବକଙ୍କର ସ୍ବେଚ୍ଛାକୃତ ଅଂଶଗ୍ରହଣ ପାଇଁ ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ ତଥା ଅନେକ ସରକାରୀ ସୁବିଧା ସୁଯୋଗ ମଧ୍ୟ ପରିଲକ୍ଷିତ ହୁଏ। ଏ ସମସ୍ତ ସୁବିଧାସୁଯୋଗ ଥିବା ସତ୍ତ୍ୱେ ଦିଲ୍ଲୀଠାରୁ ପଲ୍ଲୀଯାଏଁ ଯୁବବର୍ଗ ଅତ୍ୟଧିକ ବିଶୃଙ୍ଖଳିତ ଥିବାର ଦୃଷ୍ଟିଗୋଚର ହେଉଛି। ଗଣମାଧ୍ୟମରେ ପ୍ରସାରିତ ପ୍ରତ୍ୟେକଟି ଅସାମାଜିକ କାର୍ଯ୍ୟକଳାପରେ ଯୁବତୀଯୁବକ ସର୍ବାଗ୍ରେ ରହୁଛନ୍ତି। ଗଁାଗୁଡ଼ିକରେ ନିଶାଦ୍ରବ୍ୟ ସେବନ କରି ମା’ବାପାଙ୍କୁ ସର୍ବସ୍ବାନ୍ତ କରିବା ସହିତ ନିଜେ ରୋଗ ଏବଂ ମାନସିକ ବିଷାଦଗ୍ରସ୍ତ ଜୀବନ ବିତାଉଛନ୍ତି ଅନେକ ଯୁବକ। ବର୍ତ୍ତମାନର ଯୁବବର୍ଗଙ୍କୁ ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ଜାଣିହୁଏ ଧନସମ୍ପତ୍ତିର ପ୍ରାଚୁର୍ଯ୍ୟରେ ବୁଡ଼ି ରହିଥିବା କିଛି ଯୁବକଯୁବତୀଙ୍କର ଜୀବନରାସ୍ତା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ। ଆଉ କିଛି ଧନସମ୍ପତ୍ତି ଏବଂ ପ୍ରତିଷ୍ଠା ପାଇବା ଉଦ୍ଦେଶ୍ୟରେ ବିପର୍ଯୟ ଆଡ଼କୁ ଗତି କରୁଛନ୍ତି। ବିଶେଷ ଭାବରେ ନିଶାସେବନ ଭାରତର ଯୁବଶକ୍ତିକୁ ଖୁବ୍‌ କ୍ଷତି ପହଞ୍ଚାଇଛି। ତେବେ ପ୍ରଶ୍ନ ଉଠେ ଏଭଳି ଅପ୍ରୀତିକର ପରିସ୍ଥିତି ପାଇଁ ଦାୟୀ କିଏ? ଏହି ପ୍ରଶ୍ନର ଉତ୍ତର ପଥଭ୍ରଷ୍ଟ ଯୁବତୀଯୁବକଙ୍କ ଆଡ଼କୁ ଯେତିକି ଅଙ୍ଗୁଳି ନିର୍ଦ୍ଦେଶ କରେ, ଅନେକାଂଶରେ ତାଙ୍କର ପିତାମାତାଙ୍କ ଆଡ଼କୁ ମଧ୍ୟ ସମାନ ଭାବରେ ଅଙ୍ଗୁଳି ନିର୍ଦ୍ଦେଶ କରେ।
ଆମେ ଜାଣୁ ଯୁବ ବୟସ ପାଦ ଖସିଯିବାର ସମୟ। ତେଣୁ ନିଜର ପିଲାମାନଙ୍କର ପ୍ରତ୍ୟେକଟି କାର୍ଯ୍ୟକଳାପକୁ ବନ୍ଧୁତ୍ୱପୂର୍ଣ୍ଣ ଶୈଳୀରେ ପିତାମାତାଙ୍କୁ ହିଁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ପୂର୍ବରୁ ପିଲାମାନଙ୍କର ଶାସନ ଦାୟିତ୍ୱ ଉଭୟ ଶିକ୍ଷା ଅନୁଷ୍ଠାନ ଏବଂ ପିତାମାତାଙ୍କ ହାତରେ ରହୁଥିଲା। ବର୍ତ୍ତମାନ ସମୟର ପ୍ରବାହରେ ପିଲାମାନଙ୍କର ଶାସନ କେବଳ ପିତାମାତାଙ୍କ ଉପରେ ନିର୍ଭର କରେ। ଯଦି ମାତାପିତା ଏ ଗୁରୁ ଦାୟିତ୍ୱକୁ ସତର୍କତାର ସହିତ ନ ତୁଲାଇବେ, ତେବେ ପିଲାଟିଏ ସ୍ବେଚ୍ଛାଚାରୀ ହେବ ନିଶ୍ଚୟ। ବର୍ତ୍ତମାନର ପରିବେଶ ଯୁବବର୍ଗକୁ ସ୍ବେଚ୍ଛାଚାରୀ ହେବାରେ ଅନେକ ପ୍ରକାରର ଇନ୍ଧନ ଯୋଗାଇଥାଏ। ତେଣୁ ଯୁବତୀ ଯୁବକମାନେ ମଧ୍ୟ ନିଜକୁ ସଂଯତ କରିବା ଆବଶ୍ୟକ।
ଜୀବନର ଅର୍ଥ ନୁହେଁ କାମନା, ବାସନା ଏବଂ ଧନ ଉପାର୍ଜନ। ଏହି ତତ୍ତ୍ୱକୁ ପିଲାଟିଏ ନିଜ ବାପା ଏବଂ ମା’ଙ୍କଠାରୁ ପ୍ରଥମେ ଶିକ୍ଷା କରିବା ଆବଶ୍ୟକ। ଯୁବବର୍ଗ ସର୍ବଦା ସଂସ୍କାରସମ୍ପନ୍ନ ମହାପୁରୁଷମାନଙ୍କୁ ଅନୁକରଣ କରିବା ସହିତ ଜ୍ଞାନ ପ୍ରଦାୟକ ପୁସ୍ତକ ପଢ଼ିବା ଦରକାର।
ଧନ ଏବଂ ଜ୍ଞାନ ଅପେକ୍ଷା ବ୍ୟକ୍ତିତ୍ୱକୁ ପ୍ରାଧାନ୍ୟ ଦେବା ଯୁବକର କର୍ତ୍ତବ୍ୟ ହେଉ। ନିଜକୁ ଠିକ୍‌ ରାସ୍ତାରେ ରଖିବାର ଇଚ୍ଛାଶକ୍ତି ରଖିଲେ ସ୍ବତଃ ମାନବର ବିବେକ ତାକୁ ସ୍ବ ପଥର ପଥିକ କରେଇବ। ଏହାର ପ୍ରମାଣ ସ୍ବରୂପ ଅନେକ ଯୁବତୀଯୁବକ ଦେଶ ପାଇଁ ଉତ୍ସର୍ଗୀକୃତ ସେବା ଭାବନା ନେଇ କାର୍ଯ୍ୟରତ ଏବଂ ଦେଶ ବିକାଶରେ ସହାୟକ ହୋଇ ପ୍ରଶଂସାର ପାତ୍ର ହେଉଛନ୍ତି। ତେବେ ଯେଉଁମାନଙ୍କ ପାଇଁ ମା’, ବାପା, ଦେଶ ତଥା ସମାଜ ନିନ୍ଦିତ ହେଉଛି ସେହି ଯୁବବର୍ଗଙ୍କୁ ପରିବର୍ତ୍ତନ ହେବାର ସମୟ ଆସିଛି। ଯୁବସମାଜ ଚିନ୍ତା କରିବା ଆବଶ୍ୟକ ତାଙ୍କର ବ୍ୟବହାର ନିଜ ଉପରେ ଯେତିକି ପ୍ରଭାବ ପକାଉଛି, ତା’ଠାରୁ ଅଧିକ ପ୍ରଭାବ ସମାଜ ଉପରେ ପଡୁଛି ଏବଂ ସମାଜ ନଷ୍ଟ ହେବା ସହିତ ଉତ୍ତର ପିଢ଼ି କୁରାସ୍ତାକୁ ଆପଣାଉଛି।
ବିଶ୍ୱର ପ୍ରତ୍ୟେକଟି ରାଷ୍ଟ୍ର ଭାରତର ଯୁବବର୍ଗକୁ ଚାହିଁ ରହିଛି। ବିଶ୍ୱ ଭଲଭାବରେ ଜାଣିଛି ଭାରତର ଯୁବବର୍ଗ ଯଦି ନିଜ ଦେଶ ପ୍ରତି ଉତ୍ସର୍ଗୀକୃତ ହୋଇ ଦେଶ ବିକାଶରେ ମନୋନିବେଶ କରିବେ, ତେବେ ଭାରତ ସାମ୍ନାରେ ବିଶ୍ୱ ନତମସ୍ତକ ହେବ। ତେଣୁ ଭାରତର ଯୁବତୀଯୁବକମାନେ ନିଶାଦ୍ରବ୍ୟ ସେବନ ଓ ସନ୍ତ୍ରାସବାଦ ପ୍ରଭୃତି ଅନୈତିକ କାର୍ଯ୍ୟରୁ ଦୂରେଇ ରହି ସଂସ୍କାରଯୁକ୍ତ ଜୀବନ ଜିଇବା ପାଇଁ ସଙ୍କଳ୍ପବଦ୍ଧ ହେବା ବର୍ତ୍ତମାନ ସମୟର ଆହ୍ବାନ।
ଅଧ୍ୟାପକ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି, ଆନ୍ଧ୍ରପ୍ରଦେଶ, ମୋ: ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରର ସୌନ୍ଦର୍ଯ୍ୟ ପାଇଁ ବଗିଚାରେ ସୀମିତ ନରହି ସେଥିରୁ କେମିତି କିଛି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଗୋଟିଏ କି ଦୁଇ...

ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି...

ସ୍ମାର୍ଟ ପିଲାଙ୍କ ମାଆବାପା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ।...

ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩...

ରାଷ୍ଟ୍ରପୁରୁଷ ଆମ୍ବେଡକର

ଭାରତରତ୍ନ ଡ. ଭୀମରାଓ ଆମ୍ବେଡକର ସ୍ବତନ୍ତ୍ରତା, ସମତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ। ସେଥିପାଇଁ ସେ...

ଏଇ ଭାରତରେ

ସିଲିକୋସିସ୍‌ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ଅନେକ ହଜାର ଆଦିବାସୀଙ୍କ ମୃତ୍ୟୁର କାରଣ ପାଲଟଛି। ଏହା ଏକପ୍ରକାର ଫୁସ୍‌ଫୁସ୍‌ ରୋଗ। କ୍ରିଷ୍ଟାଲାଇନ ସିଲିକା ଧୂଳି ନିଃଶ୍ୱାସରେ ଫୁସ୍‌ଫୁସକୁ...

ବିଷୁବ: ବିଶ୍ବାସ ଓ ବିଜ୍ଞାନ

ପ୍ରକୃତି ଓ ପରିବେଶ ସହିତ ଜୀବଜଗତ ଓତପ୍ରୋତ ଭାବେ ଜଡ଼ିତ। କେବଳ ଅନୁକୂଳ ପରିବେଶ ଯୋଗୁ ପୃଥିବୀରେ ସମ୍ଭବ ହୋଇଛି ଜୀବଜଗତର ସୃଷ୍ଟି ଓ ବିକାଶ।...

ଏପ୍ରିଲର ଇତିହାସ

୩ ବର୍ଷ ପୂର୍ବେ, ୧୫ ଏପ୍ରିଲ ୨୦୨୧ରେ କୋଭିଡ୍‌ ଉପରେ ୩ ମାସ ମଧ୍ୟରେ ନ୍ୟାଶନାଲ ଟାସ୍କଫୋର୍ସର ପ୍ରଥମ ବୈଠକ ହୋଇଥିଲା (ଶେଷ ବୈଠକ ୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri