ଗଣମାଧ୍ୟମର ଦାୟିତ୍ୱ

ବିପ୍ଳବ

 

ପ୍ରଯୁକ୍ତି ବିଦ୍ୟାରେ ବ୍ୟାପକ ଉନ୍ନତି ହେବା ସହିତ ଗଣମାଧ୍ୟମର ପରିସର ବ୍ୟାପକ ହୋଇଛି। ଖବରକାଗଜ ପରେ ପରେ ରେଡିଓ, ଦୂରଦର୍ଶନ, ବିଭିନ୍ନ ଘରୋଇ ଚାନେଲ, ୟୁଟ୍ୟୁବ୍‌, ୱେବ୍‌ ପୋର୍ଟାଲଗୁଡ଼ିକ ଏଥିରେ ସାମିଲ ହୋଇଛନ୍ତି। ବିଶେଷକରି ଆଣ୍ଡ୍ରଏଡ୍‌ ଫୋନ ଘରେ ଘରେ ପ୍ରବେଶ କରିବା ପରେ ଗଣମାଧ୍ୟମ ଆହୁରି ବ୍ୟାପକ ଏବଂ ତୀବ୍ର ହୋଇଛି। ଗଣମାଧ୍ୟମ ସହିତ ସାମାଜିକ ଶବ୍ଦ ଯୋଡ଼ିହୋଇ ବହୁଳ ପ୍ରଚାର ହେଉଚି। ଏବେ ଫେସ୍‌ବୁକ, ହ୍ବାଟ୍ସଆପ୍‌, ରିଲିସ ପ୍ରଭୃତି ଖୁବ୍‌ ସହଜରେ ଗୋଟିଏ ମୁହୂର୍ତ୍ତରେ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚତ୍ ଯାଉଚି। ତେଣୁ ଏ ସବୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମାଜ ପ୍ରତି ରହିଛି। ମାତ୍ର ଏ ସବୁଥିରେ କ୍ରିୟାଶୀଳ ବ୍ୟକ୍ତିବିଶେଷ, ବିଶେଷକରି ବ୍ୟବହାରକାରୀ ଗଣମାଧ୍ୟମ କହିଲେ କ’ଣ ବୁଝନ୍ତି ନାହିଁ। ତା’ର ଭୂମିକା ସମ୍ପର୍କରେ ଅଜ୍ଞ। ତାଙ୍କ ଦ୍ବାରା ପ୍ରସ୍ତୁତ ଭିଡିଓ ବା ବାର୍ତ୍ତା ସମାଜ ଉପରେ ସକାରାତ୍ମକ କି ନକାରାତ୍ମକ ପ୍ରଭାବ ପକାଇବ, ସେଥିପ୍ରତି ସେମାନେ ସଚେତନ ନୁହନ୍ତି। ତେଣୁ ଦିନକୁଦିନ ସାମାଜିକ ଗଣମାଧ୍ୟମରେ ଅସାମାଜିକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ସେମାନଙ୍କର ସାମାଜିକ ଦାୟିତ୍ୱବୋଧ କଥା ନ କହିବା ଭଲ।
ଦେଶରେ ଅଶ୍ଳୀଳ ତଥା ନଗ୍ନ ଭିଡିଓ ପ୍ରସାରଣ ଉପରେ ରୋକ ଲାଗିଲା ପରଠୁଁ ୱେବ୍‌ ସିରିଜ୍‌, ରିଲ୍‌ସ ଆଉ ନ୍ୟୁଜ ପୋର୍ଟାଲଗୁଡ଼ିକ ଅଶ୍ଳୀଳତାର ଖଣି ପାଲଟିଛି। ଅସାମାଜିକ ବ୍ୟକ୍ତିବିଶେଷ ଏଥିରେ ସକ୍ରିୟ ରହି ବ୍ୟକ୍ତିଗତ ଯୌନ ଜୀବନକୁ ନେଇ ସମାଜରେ କୁପ୍ରଭାବ ସୃଷ୍ଟିକାରୀ ଭିଡିଓ ପ୍ରସାରଣକରି ନିଜକୁ ଚର୍ଚ୍ଚିତ କରି ଅର୍ଥ ରୋଜଗାରର ମାଧ୍ୟମ କରିଛନ୍ତି। ପୋଲିସ ଆଉ ପ୍ରଶାସନର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଦିନକୁ ଦିନ ସେମାନଙ୍କ ଉତ୍ପାତ ବୃଦ୍ଧି ପାଇଛି। ଛତୁ ଫୁଟିବା ପରି ଅନାମଧେୟ ଚାନେଲ ସୃଷ୍ଟି ହୋଇ ରାତାରାତି ନାମ କମେଇବା ଲୋଭରେ ଅଖବର, ବାଜେ ଖବର ଆଉ ଦ୍ୱିଅର୍ଥବୋଧକ ଅଶ୍ଳୀଳ ଖବରର ଭିଡିଓକୁ ମୁଖ୍ୟ ପ୍ରସଙ୍ଗ କରି ଅହରହ ବଜେଇ ସମାଜର ବ୍ୟାପକ କ୍ଷତିକରି ଚାଲିଛନ୍ତି। ଏ ସବୁ ଉପରେ ଅଙ୍କୁଶ ଲଗାଇବା ନିହାତି ଜରୁରୀ ହୋଇ ପଡ଼ିଛି।
ଜଣାଶୁଣା ଗଣମାଧ୍ୟମଗୁଡ଼ିକ ଏବେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ହାତବାରିସି ସାଜି ସେମାନଙ୍କ ଅନ୍ୟାୟ, ଅତ୍ୟାଚାର ଆଉ ଦୁର୍ନୀତି ପ୍ରତି ଆଖି ବୁଜିଦେବା ବିଡ଼ମ୍ବନାର ବିଷୟ। ବିଶେଷକରି ନିର୍ବାଚନ ସମୟ ପାଖେଇ ଆସିଲେ ଜାତି, ଧର୍ମ, ସମ୍ପ୍ରଦାୟ ଆଧାରରେ ବିଭିନ୍ନ ମନଗଢ଼ା, ନକଲି ଭିଡିଓ ପ୍ରସାରଣ କରି ଜନମାନସକୁ ବିଭ୍ରାନ୍ତକରି ଦଳୀୟ ସ୍ବାର୍ଥରେ ମାତି ସାଧାରଣ ଲୋକଙ୍କ ମନରେ ବିଷ ଭରିଦିଅନ୍ତି, ଯାହା ସମାଜ ପାଇଁ ଶୁଭଙ୍କର ନୁହେଁ। ଆଜିର ଅଧିକାଂଶ ଗଣମାଧ୍ୟମ ଯେମିତି ସମାଜ ପ୍ରତି ସେମାନଙ୍କ ଉତ୍ତରଦାୟିତ୍ୱ ଭୁଲି ଯାଇଛନ୍ତି।
ବେଳେବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହେବାର ଖବର ପ୍ରସାରିତ ହୁଏ। କେତେକ ଅସାଧୁ ବ୍ୟବସାୟୀ ଏହାର ଫାଇଦା ନିଅନ୍ତି ଆଉ କୃତ୍ରିମ ଅଭାବ ସୃଷ୍ଟିକରି ସାଧାରଣ ଖାଉଟିଙ୍କୁ ଚଢ଼ା ଦରରେ ବିକ୍ରି କରିଥାନ୍ତି। ମାତ୍ର କୌଣସି ଗଣମାଧ୍ୟମରେ ଦର ହ୍ରାସର ଖବର ପ୍ରସାରଣ ହୁଏନି, ଯାହାର ପ୍ରଭାବ ସାଧାରଣ ଖାଉଟି ଉପରେ ପଡ଼େ। ଦରହ୍ରାସ ଖବର ଯଦି ବ୍ରେକିଂ ନ୍ୟୁଜ ପରି ପ୍ରସାରଣ ହୁଅନ୍ତା, ଖାଉଟି ନିଶ୍ଚୟ ସଚେତନ ହୋଇ ଉଚିତ ମୂଲ୍ୟ ଦାବି କରିପାରନ୍ତା।
ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମଠୁଁ ଜନସାଧାରଣ ବହୁତ କିଛି ଆଶା ଭରସା ରଖିଥା’ନ୍ତି। ସମାଜରେ ଯଦି ଲୋକଙ୍କୁ ପ୍ରଭାବିତ କରି ବ୍ୟାପକ ପରିବର୍ତ୍ତନ ଆଣିପାରିବ ସେ ହେଉଛି ଗଣମାଧ୍ୟମ। ଗୋଟିଏ ଖବର ସକାରାତ୍ମକ ହେଉ ବା ନକାରାତ୍ମକ ହେଉ, ଗଣମାଧ୍ୟମରେ ପ୍ରସାରଣ ହୋଇଗଲେ ଜଙ୍ଗଲ ନିଆଁ ପରି ମୁହୂର୍ତ୍ତକରେ ବ୍ୟାପିଯାଏ। ସେଥିପାଇଁ ତ ଜାତି, ଧର୍ମ, ସମ୍ପ୍ରଦାୟକୁ ନେଇ ସାମାଜିକ ଗଣମାଧ୍ୟମରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ପ୍ରଶାସନ ପ୍ରଥମେ ଇଣ୍ଟରନେଟ୍‌ ବନ୍ଦ ରଖନ୍ତି। ଫଳରେ କୌଣସି ନକାରାତ୍ମକ ବାର୍ତ୍ତା ଅସାମାଜିକଙ୍କ ପାଖରେ ପହଞ୍ଚେ ନାହିଁ ଆଉ ଶାନ୍ତି ବଜାୟ ରହେ। ଏଥିରୁ ସମାଜ ଉପରେ ଗଣମାଧ୍ୟମର ପ୍ରଭାବ ଅନୁମେୟ। ଗଣମାଧ୍ୟମଗୁଡ଼ିକ ନିଷ୍ପେଷିତଙ୍କ ଅଭାବ ଅସୁବିଧା ଉପରେ ଗୁରୁତ୍ୱ ଦେଇ ସକାରାତ୍ମକ ଖବରରେ ବ୍ରତୀ ହେଲେ ସମାଜରେ ବ୍ୟାପକ ପରିବର୍ତ୍ତନ ହୋଇପାରିବ। କେବଳ ଗଣମାଧ୍ୟମଗୁଡ଼ିକର ସାମାଜିକ ଦାୟିତ୍ୱବୋଧ ସମାଜକୁ ସୁଧାରିବାରେ ସକ୍ଷମ।
ମକୁନ୍ଦପୁର, ବାଙ୍କୀ
ମୋ: ୯୪୩୭୪୬୮୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri