ଗଣମାଧ୍ୟମର ଦାୟିତ୍ୱ

ବିପ୍ଳବ

 

ପ୍ରଯୁକ୍ତି ବିଦ୍ୟାରେ ବ୍ୟାପକ ଉନ୍ନତି ହେବା ସହିତ ଗଣମାଧ୍ୟମର ପରିସର ବ୍ୟାପକ ହୋଇଛି। ଖବରକାଗଜ ପରେ ପରେ ରେଡିଓ, ଦୂରଦର୍ଶନ, ବିଭିନ୍ନ ଘରୋଇ ଚାନେଲ, ୟୁଟ୍ୟୁବ୍‌, ୱେବ୍‌ ପୋର୍ଟାଲଗୁଡ଼ିକ ଏଥିରେ ସାମିଲ ହୋଇଛନ୍ତି। ବିଶେଷକରି ଆଣ୍ଡ୍ରଏଡ୍‌ ଫୋନ ଘରେ ଘରେ ପ୍ରବେଶ କରିବା ପରେ ଗଣମାଧ୍ୟମ ଆହୁରି ବ୍ୟାପକ ଏବଂ ତୀବ୍ର ହୋଇଛି। ଗଣମାଧ୍ୟମ ସହିତ ସାମାଜିକ ଶବ୍ଦ ଯୋଡ଼ିହୋଇ ବହୁଳ ପ୍ରଚାର ହେଉଚି। ଏବେ ଫେସ୍‌ବୁକ, ହ୍ବାଟ୍ସଆପ୍‌, ରିଲିସ ପ୍ରଭୃତି ଖୁବ୍‌ ସହଜରେ ଗୋଟିଏ ମୁହୂର୍ତ୍ତରେ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚତ୍ ଯାଉଚି। ତେଣୁ ଏ ସବୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମାଜ ପ୍ରତି ରହିଛି। ମାତ୍ର ଏ ସବୁଥିରେ କ୍ରିୟାଶୀଳ ବ୍ୟକ୍ତିବିଶେଷ, ବିଶେଷକରି ବ୍ୟବହାରକାରୀ ଗଣମାଧ୍ୟମ କହିଲେ କ’ଣ ବୁଝନ୍ତି ନାହିଁ। ତା’ର ଭୂମିକା ସମ୍ପର୍କରେ ଅଜ୍ଞ। ତାଙ୍କ ଦ୍ବାରା ପ୍ରସ୍ତୁତ ଭିଡିଓ ବା ବାର୍ତ୍ତା ସମାଜ ଉପରେ ସକାରାତ୍ମକ କି ନକାରାତ୍ମକ ପ୍ରଭାବ ପକାଇବ, ସେଥିପ୍ରତି ସେମାନେ ସଚେତନ ନୁହନ୍ତି। ତେଣୁ ଦିନକୁଦିନ ସାମାଜିକ ଗଣମାଧ୍ୟମରେ ଅସାମାଜିକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ସେମାନଙ୍କର ସାମାଜିକ ଦାୟିତ୍ୱବୋଧ କଥା ନ କହିବା ଭଲ।
ଦେଶରେ ଅଶ୍ଳୀଳ ତଥା ନଗ୍ନ ଭିଡିଓ ପ୍ରସାରଣ ଉପରେ ରୋକ ଲାଗିଲା ପରଠୁଁ ୱେବ୍‌ ସିରିଜ୍‌, ରିଲ୍‌ସ ଆଉ ନ୍ୟୁଜ ପୋର୍ଟାଲଗୁଡ଼ିକ ଅଶ୍ଳୀଳତାର ଖଣି ପାଲଟିଛି। ଅସାମାଜିକ ବ୍ୟକ୍ତିବିଶେଷ ଏଥିରେ ସକ୍ରିୟ ରହି ବ୍ୟକ୍ତିଗତ ଯୌନ ଜୀବନକୁ ନେଇ ସମାଜରେ କୁପ୍ରଭାବ ସୃଷ୍ଟିକାରୀ ଭିଡିଓ ପ୍ରସାରଣକରି ନିଜକୁ ଚର୍ଚ୍ଚିତ କରି ଅର୍ଥ ରୋଜଗାରର ମାଧ୍ୟମ କରିଛନ୍ତି। ପୋଲିସ ଆଉ ପ୍ରଶାସନର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଦିନକୁ ଦିନ ସେମାନଙ୍କ ଉତ୍ପାତ ବୃଦ୍ଧି ପାଇଛି। ଛତୁ ଫୁଟିବା ପରି ଅନାମଧେୟ ଚାନେଲ ସୃଷ୍ଟି ହୋଇ ରାତାରାତି ନାମ କମେଇବା ଲୋଭରେ ଅଖବର, ବାଜେ ଖବର ଆଉ ଦ୍ୱିଅର୍ଥବୋଧକ ଅଶ୍ଳୀଳ ଖବରର ଭିଡିଓକୁ ମୁଖ୍ୟ ପ୍ରସଙ୍ଗ କରି ଅହରହ ବଜେଇ ସମାଜର ବ୍ୟାପକ କ୍ଷତିକରି ଚାଲିଛନ୍ତି। ଏ ସବୁ ଉପରେ ଅଙ୍କୁଶ ଲଗାଇବା ନିହାତି ଜରୁରୀ ହୋଇ ପଡ଼ିଛି।
ଜଣାଶୁଣା ଗଣମାଧ୍ୟମଗୁଡ଼ିକ ଏବେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ହାତବାରିସି ସାଜି ସେମାନଙ୍କ ଅନ୍ୟାୟ, ଅତ୍ୟାଚାର ଆଉ ଦୁର୍ନୀତି ପ୍ରତି ଆଖି ବୁଜିଦେବା ବିଡ଼ମ୍ବନାର ବିଷୟ। ବିଶେଷକରି ନିର୍ବାଚନ ସମୟ ପାଖେଇ ଆସିଲେ ଜାତି, ଧର୍ମ, ସମ୍ପ୍ରଦାୟ ଆଧାରରେ ବିଭିନ୍ନ ମନଗଢ଼ା, ନକଲି ଭିଡିଓ ପ୍ରସାରଣ କରି ଜନମାନସକୁ ବିଭ୍ରାନ୍ତକରି ଦଳୀୟ ସ୍ବାର୍ଥରେ ମାତି ସାଧାରଣ ଲୋକଙ୍କ ମନରେ ବିଷ ଭରିଦିଅନ୍ତି, ଯାହା ସମାଜ ପାଇଁ ଶୁଭଙ୍କର ନୁହେଁ। ଆଜିର ଅଧିକାଂଶ ଗଣମାଧ୍ୟମ ଯେମିତି ସମାଜ ପ୍ରତି ସେମାନଙ୍କ ଉତ୍ତରଦାୟିତ୍ୱ ଭୁଲି ଯାଇଛନ୍ତି।
ବେଳେବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହେବାର ଖବର ପ୍ରସାରିତ ହୁଏ। କେତେକ ଅସାଧୁ ବ୍ୟବସାୟୀ ଏହାର ଫାଇଦା ନିଅନ୍ତି ଆଉ କୃତ୍ରିମ ଅଭାବ ସୃଷ୍ଟିକରି ସାଧାରଣ ଖାଉଟିଙ୍କୁ ଚଢ଼ା ଦରରେ ବିକ୍ରି କରିଥାନ୍ତି। ମାତ୍ର କୌଣସି ଗଣମାଧ୍ୟମରେ ଦର ହ୍ରାସର ଖବର ପ୍ରସାରଣ ହୁଏନି, ଯାହାର ପ୍ରଭାବ ସାଧାରଣ ଖାଉଟି ଉପରେ ପଡ଼େ। ଦରହ୍ରାସ ଖବର ଯଦି ବ୍ରେକିଂ ନ୍ୟୁଜ ପରି ପ୍ରସାରଣ ହୁଅନ୍ତା, ଖାଉଟି ନିଶ୍ଚୟ ସଚେତନ ହୋଇ ଉଚିତ ମୂଲ୍ୟ ଦାବି କରିପାରନ୍ତା।
ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମଠୁଁ ଜନସାଧାରଣ ବହୁତ କିଛି ଆଶା ଭରସା ରଖିଥା’ନ୍ତି। ସମାଜରେ ଯଦି ଲୋକଙ୍କୁ ପ୍ରଭାବିତ କରି ବ୍ୟାପକ ପରିବର୍ତ୍ତନ ଆଣିପାରିବ ସେ ହେଉଛି ଗଣମାଧ୍ୟମ। ଗୋଟିଏ ଖବର ସକାରାତ୍ମକ ହେଉ ବା ନକାରାତ୍ମକ ହେଉ, ଗଣମାଧ୍ୟମରେ ପ୍ରସାରଣ ହୋଇଗଲେ ଜଙ୍ଗଲ ନିଆଁ ପରି ମୁହୂର୍ତ୍ତକରେ ବ୍ୟାପିଯାଏ। ସେଥିପାଇଁ ତ ଜାତି, ଧର୍ମ, ସମ୍ପ୍ରଦାୟକୁ ନେଇ ସାମାଜିକ ଗଣମାଧ୍ୟମରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ପ୍ରଶାସନ ପ୍ରଥମେ ଇଣ୍ଟରନେଟ୍‌ ବନ୍ଦ ରଖନ୍ତି। ଫଳରେ କୌଣସି ନକାରାତ୍ମକ ବାର୍ତ୍ତା ଅସାମାଜିକଙ୍କ ପାଖରେ ପହଞ୍ଚେ ନାହିଁ ଆଉ ଶାନ୍ତି ବଜାୟ ରହେ। ଏଥିରୁ ସମାଜ ଉପରେ ଗଣମାଧ୍ୟମର ପ୍ରଭାବ ଅନୁମେୟ। ଗଣମାଧ୍ୟମଗୁଡ଼ିକ ନିଷ୍ପେଷିତଙ୍କ ଅଭାବ ଅସୁବିଧା ଉପରେ ଗୁରୁତ୍ୱ ଦେଇ ସକାରାତ୍ମକ ଖବରରେ ବ୍ରତୀ ହେଲେ ସମାଜରେ ବ୍ୟାପକ ପରିବର୍ତ୍ତନ ହୋଇପାରିବ। କେବଳ ଗଣମାଧ୍ୟମଗୁଡ଼ିକର ସାମାଜିକ ଦାୟିତ୍ୱବୋଧ ସମାଜକୁ ସୁଧାରିବାରେ ସକ୍ଷମ।
ମକୁନ୍ଦପୁର, ବାଙ୍କୀ
ମୋ: ୯୪୩୭୪୬୮୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri