ଜାପାନରେ ସରସ୍ୱତୀ

ଜାପାନର ସବୁଠାରୁ ଲୋକପ୍ରିୟ ଦେବୀମାନଙ୍କ ମଧ୍ୟରେ ଜଣେ ଗିଟାର ପରି ବାଦ୍ୟଯନ୍ତ୍ର ଧରିଥିବା ଦେବୀ ଅନ୍ୟତମ। ସେହି ଦେବୀଙ୍କ ନାମ ବେଞ୍ଜାଇଟେନ୍‌ ଓ ସରସ୍ବତୀଙ୍କ ସହିତ ତାଙ୍କର ସାମଞ୍ଜସ୍ୟ ରହିଛି। ପ୍ରକୃତରେ ହିନ୍ଦୁ ଦେବଦେବୀ କିପରି ଜାପାନରେ ପହଞ୍ଚି ସେଠାରେ ଏବେ ପୂଜାପାଉଛନ୍ତି, ସେ ସମ୍ପର୍କରେ ଅଧିକାଂଶ ହିନ୍ଦୁ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଜ୍ଞାନ ବା ସଙ୍ଗୀତ ପାଇଁ ଏବଂ ଚମତ୍କାର ଢଙ୍ଗରେ ବାର୍ତ୍ତାଳାପ କରିବା କିମ୍ବା ପାଣ୍ଡିତ୍ୟପୂର୍ଣ୍ଣ ବିତର୍କ କରିବାର କ୍ଷମତା ସକାଶେ ଜାପାନର ସରସ୍ବତୀଙ୍କୁ ପୂଜା କରାଯାଏ । ଏହା ସହ ସେ ଲକ୍ଷ୍ମୀଙ୍କ ପରି ଧନ, ସମୃଦ୍ଧି, ଉର୍ବରତା ଏବଂ ସୌନ୍ଦର୍ଯ୍ୟ ସହିତ ଜଡିତ। ସେ ମଧ୍ୟ ଦୁର୍ଗାଙ୍କ ଭଳି ଏକାଧିକ ହାତରେ ଖଣ୍ଡା ଧରିଥିବା ଦେଖାଯାଏ। ତାଙ୍କର ଏହି ଯୋଦ୍ଧା ରୂପକୁ ସମୁରାଇ ମଧ୍ୟ ପୂଜା କରିଥିଲେ। ତେବେ ଜାପାନରେ ପୂଜିତ ହିନ୍ଦୁ ସରସ୍ବତୀଙ୍କର ଅନେକ ରହସ୍ୟ ଏପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରିନାହିଁ।
ସରସ୍ବତୀଙ୍କ ଉତ୍ପତ୍ତି ବିଷୟ ଆଲୋଚନା କରିବା। ଏହା ଗୁରୁତ୍ୱପୂର୍ଣ୍ଣ ଓ ଆମେ ସ୍ବୀକାର କରୁ ଯେ ବୈଦିକ, ବୌଦ୍ଧ ଏବଂ ଜୈନ ଧର୍ମଗୁଡ଼ିକର ପୁରାତନ ଢାଞ୍ଚା ମୁଖ୍ୟତଃ ପୁରୁଷକୈନ୍ଦ୍ରିକ ଥିଲା। ସେସବୁରେ ସବୁଠାରୁ ଅଧିକ ଦେବତା ଥିଲେ ପୁରୁଷ ଏବଂ ପୁରୁଷଙ୍କ ଚିନ୍ତାଧାରାକୁ ପରିପ୍ରକାଶ କରୁଥିଲେ।
ଦେବୀମାନେ ଚିନ୍ତା ବାହାରେ ଥିଲେ, ସାଧାରଣତଃ ସେବାୟତ ସ୍ଥିତିରେ ରହିଥିଲେ। ସ୍ତୋତ୍ରରେ ସେମାନଙ୍କୁ ଉଷା (ସକାଳ), ଅରନ୍ୟାନୀ (ଜଙ୍ଗଲ), ଶ୍ରୀ (ଧନ) ଏବଂ ବଚ (କଥା ବା ବାଣୀ) ଭାବେ ସମ୍ବୋଧିତ କରାଯାଇଛି ଓ ବୈଦିକ ଶାସ୍ତ୍ରରେ ଉଲ୍ଲିଖିତ ସବୁ ସ୍ତୋତ୍ରର ଏହା ୧ ପ୍ରତିଶତରୁ କମ୍‌। ଏଗୁଡ଼ିକୁ ୩,୦୦୦ ବର୍ଷ ପୂର୍ବେ ଆବୃତ୍ତି କରାଯାଇଥିଲା।
ବୌଦ୍ଧ ସ୍ତୂପଗୁଡ଼ିକରେ ଆମେ ଦେବୀମାନଙ୍କର ପୁରାତନ ମୂର୍ତ୍ତି ଦେଖିବାକୁ ପାଇଥାଉ। ଦୁଇଭୁଜା ଲକ୍ଷ୍ମୀ କିମ୍ବା ଶ୍ରୀ ପଦ୍ମ ପୋଖରୀରେ ବସିଥିବା ଓ ହାତୀ ତାଙ୍କୁ ସ୍ନାନ କରାଉଥିବା ମୂର୍ତ୍ତି ବି ଦେଖିଥାଉ। ଏଗୁଡିକ ପ୍ରାୟ ୨,୧୦୦ ବର୍ଷର ପୁରୁଣା । ଏହି ସମୟରେ ସରସ୍ବତୀଙ୍କ ପ୍ରଥମ ମୂର୍ତ୍ତି ସାମ୍ନାକୁ ଆସିଛି। ୧୮୦୦ ବର୍ଷର ପୁରୁଣା କୁଶାଣ ମୁଦ୍ରାରେ ହାତରେ ଶିଙ୍ଗ ଆକୃତିର କୁମ୍ଭରେ ଫଳପୁଷ୍ପ ଧରିଥିବା ଏବଂ ସିଂହ ଉପରେ ଉପବିଷ୍ଟା ଦେବୀଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ଏମାନେ ମୁଖ୍ୟତଃ କେନ୍ଦ୍ରୀୟ ଏସିଆର ଦେବୀ ଅର୍ଦ୍ଦୋକ୍ଷୋ ଏବଂ ନାନା, ଯାହାକି ଲକ୍ଷ୍ମୀ ଏବଂ ଦୁର୍ଗା ମୂର୍ତ୍ତି ସହିତ ମିଶିଛନ୍ତି। ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀ ପରେ ତନ୍ତ୍ରର ଉତ୍‌ଥାନ ସହିତ ହିନ୍ଦୁ ଦେବୀଙ୍କ ସ୍ପଷ୍ଟ ଅବଧାରଣା ଆସିଲା। ଏପରି କି ଆମେ ଯୁକ୍ତି କରିପାରିବା ଯେ ତନ୍ତ୍ର ହିଁ ମହିଳାମାନଙ୍କୁ ବୌଦ୍ଧ, ଜୈନ ଏବଂ ହିନ୍ଦୁ ମନ୍ଦିରରେ ପ୍ରବେଶ କରାଇଥିଲା। ଏହି ତାନ୍ତ୍ରିକ ଧାରଣା ବୌଦ୍ଧଧର୍ମ ମାଧ୍ୟମରେ ସମଗ୍ର ବିଶ୍ୱରେ ପ୍ରସାର କରିବା ସହ ଚାଇନା ଏବଂ ଜାପାନରେ ପହଞ୍ଚତ୍ଥିଲା।
ଆମେ ‘ସରସ୍ବତୀ’ ଶବ୍ଦକୁ ବେଦରେ ପାଇଥାଉ, ଯେଉଁଠି ଏହା କେବଳ ଏକ ନଦୀ ରୂପରେ ବର୍ଣ୍ଣତ ଏବଂ ଜ୍ଞାନ ସହିତ ଏହାର କୌଣସି ସମ୍ପର୍କ ନାହିଁ । ସମ୍ପତ୍ତି, ଶକ୍ତି ଏବଂ ଜ୍ଞାନ ଧାରଣ କରୁଥିବା ତିନି ଦେବୀ ଯଥାକ୍ରମେ ଲକ୍ଷ୍ମୀ, ଦୁର୍ଗା ଏବଂ ସରସ୍ବତୀଙ୍କ ଧାରଣା ଯଥାକ୍ରମେ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କର ପୁରୁଷ ତ୍ରିଶକ୍ତିକୁ ସୂଚିତ କରିବା ୮ମ ଶତାବ୍ଦୀ ସୁଦ୍ଧା ଦୃଢ଼ ହୋଇଥିଲା। ଦେବୀମାନେ ସମସ୍ତ ଜିନିଷକୁ ଧାରଣ କରିଥିଲେ, ଯାହା ମଣିଷ ମଧ୍ୟରେ ଆଦାନପ୍ରଦାନ ହୋଇପାରିବ । ଆମେ ଜ୍ଞାନ, ଶକ୍ତି ଏବଂ ଧନ ଆଦାନପ୍ରଦାନ କରିପାରୁ, ଯାହା ମହିଳା(ଦେବୀ)ଙ୍କ ସାକ୍ଷାତ୍‌ ରୂପରେ ସମାହିତ ହୋଇଥିଲା।
ବୌଦ୍ଧ ଭିକ୍ଷୁମାନେ ନାବିକମାନଙ୍କ ସହିତ ଦକ୍ଷିଣ ପୂର୍ବ ଏସିଆ ଏବଂ ଚାଇନାକୁ ଯାତ୍ରା କଲାବେଳେ ସେମାନେ ଅନେକ ମୂର୍ତ୍ତି ନେଇଥିଲେ। ଏଗୁଡ଼ିକ ମଧ୍ୟରେ ସବୁଠାରୁ ଲୋକପ୍ରିୟ ଥିଲେ ବୁଦ୍ଧ। କିନ୍ତୁ ୭ ଶତାବ୍ଦୀ ପରେ ଜଣେ ନାବିକଙ୍କୁ ଉଦ୍ଧାର କରୁଥିବା ଦେବତା ଅବଲୋକିତେଶ୍ୱରଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ। ଏହି ଦେବତାଙ୍କ ମୁଣ୍ଡ ବୁଦ୍ଧଙ୍କ ଭଳି ଓ ପଦ୍ମ ଧରିଥିବା ଦେଖାଯାଏ। ଏହା ସେହି ସମୟ ଯେତେବେଳେ ସରସ୍ବତୀ ମୂର୍ତ୍ତି ଭାରତରୁ ଚାଇନା, ଜାପାନ, କୋରିଆ, ଥାଇଲାଣ୍ଡ ଆଦି ପୂର୍ବ ଏସୀୟ ଦେଶଗୁଡ଼ିକୁ ଯିବା ଆରମ୍ଭ କରିଛି।
ଜାପାନରେ ସରସ୍ବତୀଙ୍କୁ ପରିବର୍ତ୍ତନ କରାଯାଇଛି। ଅଷ୍ଟମ ଶତାବ୍ଦୀର ପ୍ରାରମ୍ଭରେ ସେ ଏକାଧିକ ଅସ୍ତ୍ରଶସ୍ତ୍ର ଧରି ବୌଦ୍ଧ ଧର୍ମର ରକ୍ଷକ ଭାବରେ ଦୁର୍ଗା ରୂପରେ ଦୃଶ୍ୟମାନ ହୋଇଥିଲେ। ୯ମ ଶତାବ୍ଦୀ ସୁଦ୍ଧା ସଙ୍ଗୀତର ସଂରକ୍ଷକ ଭାବରେ ତାଙ୍କର ଭୂମିକା ପ୍ରାଧାନ୍ୟ ବିସ୍ତାର କରିଥିଲା ଏବଂ ସେ ଏକ ବୀଣା ଧାରଣ କରିଥିବା ଦେଖାଯାଇଥିଲା। ଦ୍ୱାଦଶ ଶତାବ୍ଦୀ ସୁଦ୍ଧା ଏହି ଦେବୀ ଏକ ପ୍ରାଚୀନ ଜାପାନୀ ସିଣ୍ଟୋ ଦେବୀ କିମ୍ବା କାମିଙ୍କ ସହିତ ସଂଯୁକ୍ତ ହୋଇଥିଲେ ଓ ତାଙ୍କୁ ଉଗାଜିନ କୁହାଗଲା। ଦାଢିଧାରୀ ମଣିଷମୁଣ୍ଡ ଓ ସର୍ପ ଶରୀରର ମୁଣ୍ଡ ଯାଏ ଗୁଡ଼ାଇହୋଇ ରହିଥିବା ଦେଖାଯାଏ। ତା’ପରେ ଚତୁର୍ଦ୍ଦଶ ଶତାବ୍ଦୀରେ କିଛି ନାଟକୀୟ ଘଟଣା ଘଟିଗଲା । ମୂଳତଃ ବେନଜାଇଟେନ୍‌ ଧନର ଦେବୀ କିଶୋହୋତେନରୁ ଅଲଗା ହୋଇଥିଲେ। କିନ୍ତୁ ପରେ ଦୁହେଁ ଏକାଠି ହେଲେ ଏବଂ ଏହାର ନାମ ଚାଇନିଜ ଗ୍ରନ୍ଥରେ ଲେଖାହୋଇଛି, ଯାହା ଅନେକେ ଜାଣିନାହାନ୍ତି। ଜାଇ ଶବ୍ଦ (ଚାଇନିଜ କିମ୍ବା ଜାପାନିଜ ସ୍କ୍ରିପ୍ଟ ଅନୁସାରେ ଏହାକୁ କିପରି ଲେଖିବା ତାହା ଆପଣଙ୍କ ଉପରେ ନିର୍ଭର କରେ) ଉଭୟ ଜ୍ଞାନ ଏବଂ ଧନକୁ ବୁଝାଇପାରେ। ଏହିପରି ବର୍ଣ୍ଣମାଳାକୁ ବଦଳାଇ ଜଣେ ଜ୍ଞାନଦାତ୍ରୀ ଦେବୀଙ୍କୁ ଉଭୟ ଜ୍ଞାନ ଏବଂ ଧନଦାତ୍ରୀ ଦେବୀରେ ରୂପାନ୍ତର କରିବା ସହଜ। ଦେବୀଙ୍କର ଏହି ସମ୍ପର୍କ କେବଳ ଜ୍ଞାନ, ସଙ୍ଗୀତ ଏବଂ କଳା ସହିତ ନୁହେଁ ବରଂ ଉର୍ବରତାକୁ ନେଇ ତାଙ୍କୁ ଏକମାତ୍ର ଦେବୀ ଭାବରେ ଭାଗ୍ୟର ସାତ ଦେବତାଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲା।
ମନେରଖିବାକୁ ହେବ ଯେ, ତନ୍ତ୍ର ଆଧାରିତ ବୌଦ୍ଧ ଧର୍ମରେ ବୋଧିସତ୍ତ୍ୱଙ୍କୁ ଦିଆଯାଇଥିବା ସମସ୍ତ ଜିନିଷ ମହିଳା ଭାବରେ ଦୃଶ୍ୟମାନ ହୁଏ। ବଜ୍ରଧାତୁ ମଣ୍ଡଳ ପୁରୁଷ ବୋଧିସତ୍ତ୍ୱମାନଙ୍କୁ ଆଠଟି ନାରୀ ରୂପରେ ନୈବେଦ୍ୟ ଅର୍ପଣ କରାଯାଏ। ରାସ୍ୟ, ନୃତ୍ୟ, ଗୀତ, ଦୀପ, ଧୂପ, ଗନ୍ଧ, ପୁଷ୍ପ ଏବଂ ମାଳର ସଙ୍କେତ ଭାବରେ ସେମାନେ ଦୃଶ୍ୟମାନ ହୋଇଛନ୍ତି। ସେ ଯାହା ହେଉନା କାହିଁକି, ସମୟ ସହିତ ସାଂସ୍କୃତିକ ଚିନ୍ତାଧାରା କିପରି ସ୍ଥାନାନ୍ତର ଏବଂ ରୂପାନ୍ତରିତ ହୁଏ ତାହା ଜାପାନରେ ବୀଣାଧାରିଣୀ ହିନ୍ଦୁ ଦେବୀ (ସରସ୍ବତୀ)ଙ୍କ ପୂଜା ଆମକୁ ଦର୍ଶାଏ। ଜାପାନର ସବୁଠାରୁ ଲୋକପ୍ରିୟ ଦେବୀମାନଙ୍କ ମଧ୍ୟରେ ରହିଛନ୍ତି ବେନଜାଇଟେନ୍‌, ଯାହାଙ୍କୁ କଳାକାର, କବି ଏବଂ ସଙ୍ଗୀତଜ୍ଞମାନେ ସରସ୍ବତୀ ଭାବେ ପୂଜା କରିଥାନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri