ଗୁରୁଦାୟିତ୍ୱ

Dillip Cherian

ଚଳିତ ଆର୍ଥିକବର୍ଷ ବଜେଟ ଉପସ୍ଥାପିତ ହୋଇଯାଇଛି। ବାସ୍ତବରେ ଏହାର ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଜଟିଳତା ଥିଲେ ମଧ୍ୟ ଏହା ଏବେ ଆରମ୍ଭ ହେଉଛି। ଦେଖିବାକୁ ଗଲେ ବିନିବେଶ କ୍ଷେତ୍ରରେ ବହୁ କିଛି କରିବାର ଆବଶ୍ୟକତା ରହିଛି। ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ୍‌ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ ବା ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ (ଡିଆଇପିଏଏମ୍‌) ସଚିବ ତୁହିନ କାନ୍ତ ପାଣ୍ଡେ ଏହା ଉପରେ ସଚେତନ ରହିଛନ୍ତି। ଏଣୁ ବିନିବେଶ ପ୍ରକ୍ରିୟା ଶୀଘ୍ର ତ୍ୱରାନ୍ବିତ ହେବା ଦରକାର। ସରକାର ଚଳିତ ଆର୍ଥିକବର୍ଷରେ ବିନିବେଶ କ୍ଷେତ୍ରରେ ୭୮,୦୦୦ କୋଟି ଟଙ୍କାର ସଂଶୋଧିତ ବଜେଟ ଆଣିଛନ୍ତି, ଯାହା ଗତ ବର୍ଷ ବଜେଟ ଏଷ୍ଟିମେଟ ୧.୭୫ ଲକ୍ଷ କୋଟି ଟଙ୍କାରୁ ଯଥେଷ୍ଟ କମ୍‌ ଏବଂ ହ୍ରାସ ହାର ୫୫ ପ୍ରତିଶତରୁ ଅଧିକ । ତେବେ ସରକାର ୨୦୨୨-୨୩ ପାଇଁ ଟାର୍ଗେଟ ୬୫,୦୦୦ କୋଟି ଟଙ୍କା ରଖିଛନ୍ତି। ଗତ ବର୍ଷର ଟାର୍ଗେଟ କେବଳ ଏଲ୍‌ଆଇସିରେ ୫ ପ୍ରତିଶତ ଶେୟାର ଦ୍ୱାରା ହିଁ ପୂରଣ ହୋଇପାରିବ। ବିନିବେଶ ପ୍ରକ୍ରିୟାରେ ରହିଛିି ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌), ପଓ୍ବନ ହଂସ ଆଣ୍ଡ୍‌ ରାଷ୍ଟ୍ରୀୟ ଇସ୍ପାତ୍‌ ନିଗମ ଲିମିଟେଡ୍‌ (ଆର୍‌ଆଇଏନ୍‌ଏଲ୍‌)। ଏହାର ବିନିବେଶ ପାଇଁ ପାଣ୍ଡେ ଓ ତାଙ୍କ ଟିମ୍‌ ଉପରେ ଗୁରୁ ଦାୟିତ୍ୱ ରହିଛି। ପୁନଶ୍ଚ ଏହି ଦୁଇ କର୍ପୋରେଶନର ଅଂଶଧନ ବିକ୍ରି ଓ ବଜେଟ ମଧ୍ୟରେ ବଡ଼ ଅନ୍ତର ରହିବ। ସମ୍ଭବତଃ, ବିନିବେଶ ଟାର୍ଗେଟର ମଧ୍ୟମ ଏଷ୍ଟିମେଟରୁ ଜଣାପଡ଼ୁଛି ଯେ ସେମାନେ ଦୁଇ କର୍ପୋରେଶନର ବିନିବେଶରୁ ସଫଳତା ପାଇବା ଲାଗି ଉଚ୍ଚାକାଂକ୍ଷୀ ଥିଲେ।
ଲାଟେରାଲ ଏଣ୍ଟ୍ରିରେ ତପତ୍ରତା
ସରକାର ପ୍ରାଇଭେଟ୍‌ ସେକ୍ଟର୍‌ରୁ ବିଶେଷଜ୍ଞମାନଙ୍କୁ ଆଣି ବିଭିନ୍ନ ମନ୍ତ୍ରଣାଳୟରେ ନିଯୁକ୍ତି (ଲାଟେରାଲ ଏଣ୍ଟ୍ରି )ଦେଉଛନ୍ତି। ୨୦୧୯ରେ ସରକାର ପ୍ରଥମେ ଲାଟେରାଲ ଏଣ୍ଟ୍ରି ଧାରା ଆରମ୍ଭ କରିଥିଲେ। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଅନୁଯାୟୀ, ଲାଟେରାଲ ନିଯୁକ୍ତି ଆଧାରରେ ନିର୍ଦ୍ଦେଶକ ପଦବୀ ଲାଗି ୧୯ରୁ ଅଧିକ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା। ସେମାନେ ଏବେ ବିଭିନ୍ନ ପଦବୀରେ କାର୍ଯ୍ୟ କରୁଛନ୍ତି। ତେବେ ୨୦୧୯ରେ ପ୍ରଥମ ପର୍ଯ୍ୟାୟ ଲାଟେରାଲ ନିଯୁକ୍ତି ନୈରାଶ୍ୟଜନକ ରହିଥିଲା। ସେତେବେଳେ ୯ ଜଣଙ୍କ ମଧ୍ୟରୁ ଦୁଇଜଣ ଶୀଘ୍ର ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ଚଳିତ ବର୍ଷ ସରକାର ଲାଟେରାଲ ଏଣ୍ଟ୍ରି ପ୍ରୋଗ୍ରାମରେ ବିଭିନ୍ନ ମନ୍ତ୍ରଣାଳୟ ପାଇଁ ୩୧ ଜଣଙ୍କୁ ସୁପାରିସ କରିଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଅର୍ଥ ମନ୍ତ୍ରଣାଳୟ ଲାଗି ସୁପାରିସ କରାଯାଇଛି। ଏମାନଙ୍କ ମଧ୍ୟରେ ପ୍ରମୁଖ ତିନିଜଣ ହେଉଛନ୍ତି ଡିପାର୍ଟମେଣ୍ଟ ଅଫ୍‌ ଇକୋନୋମିକ ଆଫେୟାର୍ସରେ ରାଜୀବ ସକ୍‌ସେନା, ଡିପାର୍ଟମେଣ୍ଟ ଅଫ୍‌ ଫାଇନାନ୍ସ ସର୍ଭିସରେ ସୌରଭ ମିଶ୍ର ଏବଂ ଡିପାର୍ଟମେଣ୍ଟ ଅଫ୍‌ ରେଭିନ୍ୟୁରେ ବାଲ୍‌ସୁବ୍ରମଣ୍ୟମ କ୍ରିଷ୍ଣମୂର୍ତ୍ତି । ଯୁଗ୍ମ ସଚିବ ପଦବୀ ପାଇଁ ସାମୁଏଲ ପ୍ରବୀଣ କୁମାର ( କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ),ମନୀଶ ଚଢା(ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ), ଅମର ଦୁବେ (ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ)ଏବଂ ଦିନେଶ ଦୟାନନ୍ଦ ଜଗଦଲେ (ନୂତନ ଓ ପାରମ୍ପରିକ ଶକ୍ତି ମନ୍ତ୍ରଣାଳୟ)ଙ୍କୁ ସୁପାରିସ କରାଯାଇଛି । ପ୍ରାଇଭେଟ ସେକ୍ଟରୁ ଆସିଥିବା ବିଶେଷଜ୍ଞମାନଙ୍କୁ ଚୁକ୍ତି ଆଧାରରେ ନିଯୁକ୍ତି ଦିଆଯାଇଥିବାବେଳେ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଡେପୁଟେଶନରେ ନିଯୁକ୍ତି ଦିଆଯାଇଛି।
ପୁନର୍ବାର ବିବାଦରେ
କେରଳର ଆଇଏଏସ୍‌ ଅଧିକାରୀ ଏମ୍‌ ଶିବଶଙ୍କର ଆମତ୍କଥାକୁ ନେଇ ଏକ ପୁସ୍ତକ ରଚନା କରିଛନ୍ତି। ସେ ଚୋରା ସୁନା କାରବାରରେ ଛନ୍ଦି ହୋଇ ନିଲମ୍ବିତ ହୋଇଥିଲା ଓ ଗତ ମାସରେ ତାଙ୍କୁ ପୁଣି ଚାକିରିକୁ ଫେରାଇ ଅଣାଯାଇଥିଲା। ସରକାରଙ୍କ ଏଭଳି ନିଷ୍ପତ୍ତି ଭୁଲ୍‌ ଓ ଏହା ଗ୍ରହଣୀୟ ନୁହେଁ ବୋଲି ଅନେକ କହୁଛନ୍ତି। ସାରକଥା ହେଉଛି ଶିବଶଙ୍କରଙ୍କ ମାମଲା ଏବେ ବି ଚର୍ଚ୍ଚାରେ ରହିଛି। ଏହି ବାବୁ ଜଣକ ସରକାରଙ୍କ ସନ୍ଦେହ ଘେରରେ ରହିଥିବା ଅନୁମାନ କରାଯାଏ। ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି ଏବଂ ଶିବଶଙ୍କର ଆମତ୍କଥା ଲେଖିବାକୁ ପୂର୍ବରୁ ବିଧିବଦ୍ଧ ଭାବେ ମଞ୍ଜୁରୀ ମାଗି ନ ଥିଲେ ବୋଲି ଅଭିଯୋଗ ଉଠୁଛି। ଏବେ ତାଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ପୁସ୍ତକରେ ବିଚାରାଧୀନ ମାମଲା ଉପରେ କିଛି ଉଲ୍ଲେଖ କରାଯାଇନାହଁି ବୋଲି ପ୍ରକାଶ କରିବା ସହ ତାଙ୍କ ବିରୋଧରେ ଉଠୁଥିବା ଅଭିଯୋଗର ଦୃଢ ପ୍ରତିବାଦ କରିଛନ୍ତି । ଏହା ବ୍ୟତୀତ ତାଙ୍କୁ ଚୋରା ସୁନା କାରବାର ମାମଲା ସହ ଯୋଡିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି। କିନ୍ତୁ ଏବକାର ଘଟଣାକୁ ନେଇ ରାଜ୍ୟ ସରକାର ଶିବଶଙ୍କରଙ୍କ ଦାବିକୁ ମାନିନେବା ସମ୍ଭାବନା ନାହଁି। ସ୍କାଣ୍ଡାଲ ପ୍ରକାଶ ପାଇବାବେଳେ ଯେହେତୁ ଏହି ବାବୁ ଜଣକ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ , ସେଥିପାଇଁ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି। ଏବେ ଯାହା ଜଣାପଡ଼ୁଛି ଶିବଶଙ୍କରଙ୍କ ଲିଖିତ ଆମତ୍କଥାକୁ ପିନାରୟୀ ସମର୍ଥନ କରୁଛନ୍ତି। କିନ୍ତୁ ଯଦି କେରଳରେ ବାବୁ କରିଡରରେ ଏହି ମାମଲା ଲାଗି ରହେ ତେବେ ଏଭଳି ଦୃଷ୍ଟିକୋଣରେ ଶୀଘ୍ର ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri