Posted inଜାତୀୟ

ଅନର କିଲିଂକୁ ଜବାବ ଦିଅ,ସ୍ବାଧୀନତାର ୭୫ ବର୍ଷ ପରେ ବି ହଟିନି ଜାତିପ୍ରଥା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ଜାତିପ୍ରଥା ହଟିନାହିଁ। ସମାଜରେ ଏବେ ବି ଅନର କିଲିଂ ଭଳି ଜାତିଭିତ୍ତିକ ହିଂସା ଦେଖିବାକୁ ମିଳୁଛି। ଜାତି ନାମରେ ଭିଆଯାଉଥିବା ଏଭଳି ଅପରାଧକୁ ସମାଜ କଡ଼ା ଜବାବ ଦେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଆହ୍ବାନ ଦେଇଛନ୍ତି।
୧୯୯୧ରେ ଉତ୍ତର ପ୍ରଦେଶରେ ଘଟିଥିବା ଏକ ଅନର କିଲିଂ ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହା ବିରୋଧରେ ଦାଏର ଏକାଧିକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ପୂର୍ବରୁ ଅନର କିଲିଂ ରୋକିବା ପାଇଁ ଅନେକ ଥର ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହାକୁ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ ସର୍ବୋଚ୍ଚ ଅଦାଲତ ସଦ୍ୟ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, ଏଭଳି ମାମଲାକୁ କଳଙ୍କିତ ହେବା ଏବଂ ସତ୍ୟକୁ ବଞ୍ଚାଇବା ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ଭୂମିକା ରହିଛି। ବିଶେଷକରି ଯେଉଁ ସମ୍ବେଦନଶୀଳ ମାମଲାରେ କ୍ଷମତାରେ ଥିବା ଲୋକେ ରାଜନୈତିକ ପ୍ରୋତ୍ସାହନ ପାଇ ବାହୁବଳ ଓ ଅର୍ଥବଳ ପ୍ରୟୋଗ କରିଥାଆନ୍ତି, ସେମାନେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଥାଏ। ଜାତିପ୍ରଥା ଦ୍ୱାରା ପ୍ରେରିତ ଏଭଳି କୁକାର୍ଯ୍ୟ ଆଜି ମଧ୍ୟ ସମାଜରେ ଘଟିଚାଲିଛି, ଯାହାକି ସମସ୍ତ ନାଗରିକଙ୍କୁ ସମାନତା ପ୍ରଦାନ ନେଇ ସମ୍ବିଧାନର ଲକ୍ଷ୍ୟ ଆଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି।
ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହୁରି କହିଛନ୍ତି। ଜାତିଭିତ୍ତିକ ସାମାଜିକ ନିୟମ ଉଲ୍ଲଂଘନ ଲାଗି ଦୁଇ ଯୁବକ ଓ ଜଣେ ଯୁବତୀଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ଶାରୀରିକ ନିର୍ଯାତନା ଦେଇ ଅଭିଯୁକ୍ତ ହତ୍ୟା କରିଥିଲେ। ଦେଶରେ ଏଭଳି ଜାତିଗତ ହିଂସାର ଧାରାବାହିକ ଦର୍ଶାଉଛି ଯେ, ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଜାତିପ୍ରଥା ଉଚ୍ଛେଦ ହୋଇନାହିଁ। ଏହି ଅବସରରେ ଖଣ୍ଡପୀଠ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖି ୨୩ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ସେମାନଙ୍କ ପରିଚୟରେ ଅସ୍ପଷ୍ଟତା ପାଇଁ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ଅଭିଯୋଜନ ପକ୍ଷର ୧୨ ସାକ୍ଷୀ ନିଜ ବୟାନରୁ ଓହରିଯାଇବା ସତ୍ତ୍ୱେ ସେମାନଙ୍କ ସାକ୍ଷ୍ୟପ୍ରମାଣକୁ ଗ୍ରହଣ କରାଯାଇପାରିବ, ଯଦି ସେମାନେ ସ୍ବାଭାବିକ ଓ ସ୍ବାଧୀନ ସାକ୍ଷୀ ହୋଇଥିବେ ଏବଂ ଅଭିଯୁକ୍ତଙ୍କୁ ଫସାଇବା ସେମାନଙ୍କ ଉଦ୍ଦେଶ୍ୟ ହୋଇ ନ ଥିବ। ପ୍ରକାଶ ଯେ, ୧୯୯୧ରେ ୟୁପିରେ ଘଟିଥିବା ସମ୍ମାନ ପାଇଁ ହତ୍ୟା ମାମଲାରେ ୨୦୧୧ ନଭେମ୍ବରରେ ଏକ ତଳ କୋର୍ଟ ୩୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ହାଇକୋର୍ଟ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ମୁକ୍ତ କରିଥିବାବେଳେ ଅବଶିଷ୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦୋଷୀଙ୍କ ମଧ୍ୟରୁ ୮ ଜଣଙ୍କୁ ତଳ କୋର୍ଟ ଫାଶୀଦଣ୍ଡାଦେଶ ଦେଇଥିବାବେଳେ ହାଇକୋର୍ଟ ଏହାକୁ କୋହଳ କରି ସେମାନେ ବଞ୍ଚତ୍ଥିବା ଯାଏ ଜେଲରେ ରହିବେ ବୋଲି ରାୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି ଟ୍ରମ୍ପ: ଭାରତକୁ ହେବ ବଡ଼ ଫାଇଦା

ଓ୍ବାଶିଂଟନ୍‌,୨୦।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରେ। ରିପୋର୍ଟ ଅନୁଯାୟୀ ଆମେରିକା ବର୍ତ୍ତମାନ ସମୁଦ୍ରରେ ଜାହାଜରେ ଫସି ରହିଥିବା…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

ଟ୍ରମ୍ପଙ୍କୁ ନେଇ ବଡ଼ ଖୁଲାସା କଲେ ନେତାନ୍ୟାହୁ: ଚାହିଁ ରହିଗଲା ବିଶ୍ୱ, ଆଗକୁ ହେବ…

ଜେରୁଜେଲମ,୨୦।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଆମେରିକାକୁ ଇରାନ ସହିତ ଯୁଦ୍ଧକୁ ଟାଣି ନେଇଥିବା ଦାବିକୁ ଖାରଜ କରିଦେଇଛନ୍ତି। ସେ ଏହି ରିପୋର୍ଟଗୁଡ଼ିକୁ ‘ମିଥ୍ୟା ଖବର’…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri