ଖବରକୁ ପ୍ରତିରୋଧ

ଗତ କିଛି ବର୍ଷ ହେଲା ଇଣ୍ଟରନେଟ୍‌ ବନ୍ଦ କରିବାରେ ଭାରତ ବିଶ୍ୱରେ ସବୁଠୁ ଆଗରେ ଅଛି। ଗ୍ଲୋବାଲ ଡିଜିଟାଲ ରାଇଟ୍ସ ଗ୍ରୁପ୍‌ ଆସେସ୍‌ ନାଓ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ୨୦୧୪ରୁ ୨୦୨୨ ମଧ୍ୟରେ ମୋଟରେ ୬୭୪ ଥର ଇଣ୍ଟରନେଟ୍‌ ବନ୍ଦ କରାଯାଇଛି। ଚଳିତ ବର୍ଷ ଏହି ସେବା ବନ୍ଦ ହେବା ଧାରା ଜାରି ରହିଛି। ଜମ୍ମୁ-କଶ୍ମୀର, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଏହା ବେଶି କରାଯାଉଛି। ପଞ୍ଜାବ, ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ବି ଏହା ଘଟୁଛି। ସ୍ମରଣଯୋଗ୍ୟ ଯେ, ୨୦୧୯ରେ ବିିଶ୍ୱରେ ବିଭିନ୍ନ ଦେଶର କେତେକ ସ୍ଥାନରେ ମୋଟ ୨୧୩ ଥର ଇଣ୍ଟର୍‌ନେଟ ସେବା ବନ୍ଦ କରାଯାଇଥିଲାବେଳେ ଭାରତରେ ୧୨୧ ଥର ବନ୍ଦ ହୋଇଥିଲା। ସେହିଭଳି ବିଶ୍ୱରେ ୨୦୨୦ରେ ଇଣ୍ଟରନେଟ୍‌ ସେବା ୧୬୯ ଥର ବନ୍ଦ କରାଯାଇଥିବାବେଳେ ଭାରତରେ ୧୦୯ ଥର ବନ୍ଦ ହୋଇଥିଲା, ଯାହା ଥିଲା ୭୦%। ଦେଖିବାକୁ ଗଲେ ଭାରତରେ ଏହା ଏକ ସାଧାରଣ କଥା ପାଲଟିଗଲାଣି। ଏପରିକି ନିକଟରେ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ପରୀକ୍ଷାରେ ଚିଟିଂକୁ ରୋକିବା ଲାଗି ଇଣ୍ଟରନେଟ୍‌ ବନ୍ଦ କରାଯିବା ଘଟଣା ସାମ୍‌ନାକୁ ଆସିଥିଲା। ଉଲ୍ଲେଖଯୋଗ୍ୟ, ୧୦ ଜାନୁୟାରୀ ୨୦୨୦ରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ, ଇଣ୍ଟରନେଟ୍‌ ମାଧ୍ୟମରେ ତଥ୍ୟ ବା ସୂଚନା ପାଇବା ସମ୍ବିଧାନ ଅନୁଯାୟୀ ଏକ ମୌଳିକ ଅଧିକାର ଏବଂ ଇଣ୍ଟରନେଟ୍‌ ଉପରେ କଟକଣା ଲଗାଇବା ସାମୟିକ ଓ ବୈଧ ହେବା ସହ ଆବଶ୍ୟକତାକୁ ନେଇ ଏହା କରାଯିବା ଦରକାର । କିନ୍ତୁ କଶ୍ମୀରରେ ୧୭ ମାସ ଇଣ୍ଟରନେଟ୍‌ ସେବା ବନ୍ଦ ହେବା ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲା। ଏପରିକି ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ସମୟରେ ଦୀର୍ଘକାଳ ପର୍ଯ୍ୟନ୍ତ ଏହି ସେବା ବନ୍ଦ କରାଯାଇଥିଲା। ତେବେ ଜାତୀୟ ସୁରକ୍ଷା ଓ ନାଗରିକ ସୁରକ୍ଷା ଆଳରେ ଇଣ୍ଟରନେଟ୍‌ ବନ୍ଦ କରାଯିବା ଯୁକ୍ତିଯୁକ୍ତ କୁହାଯାଉଥିଲେ ବି ଦେଶରେ ବହୁ ସମୟରେ ଗମ୍ଭୀର କାରଣ ନ ଥାଇ ଏହା କରାଯିବା ଲକ୍ଷ୍ୟ କରାଯାଉଛି। ଏପରିକି ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତରେ ୨୦୨୦ରେ ମଧ୍ୟ ବିଶ୍ୱରେ ସବୁଠୁ ଅଧିକ ଥର ଇଣ୍ଟରନେଟ୍‌ ବନ୍ଦ କରାଯାଇଛି ବୋଲି ଆସେସ୍‌ ନାଓ ରିପୋର୍ଟରୁ ଜଣାପଡ଼ିଛି। କେବଳ ଏତିକି ନୁହେଁ,ଭାରତରେ ୨୦୧୫ରୁ ୨୦୨୨ ମଧ୍ୟରେ ସରକାରୀ ନିର୍ଦ୍ଦେଶ କ୍ରମେ ୫୫,୦୦୦ ଓ୍ବେବ୍‌ସାଇଟକୁ ବନ୍ଦ କରାଯାଇଛି। ଗୋଟିଏ ପଟେ ଡିଜିଟାଲ ଇଣ୍ଡିଆ ନାରା ଦିଆଯାଉଛି, ଇ -କମର୍ସ ଓ ଡିଜିଟାଲ କାରବାରକୁ ପ୍ରାଧାନ୍ୟ ଦିଆଯାଉଛି, ଅନ୍ୟପକ୍ଷରେ ବାରମ୍ବାର ଏହି ସେବାକୁ ବନ୍ଦ କରାଯିବା ଫଳରେ ବାଣିଜ୍ୟ ଓ ବେପାର ସହିତ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ଏହାର ଉଦାହରଣ ଜମ୍ମୁ-କଶ୍ମୀରଠାରୁ ଆରମ୍ଭ କରି ବିଭିନ୍ନ ଜାଗାରେ ଦେଖିବାକୁ ମିଳୁଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଯେତେବେଳେ ସାଧାରଣ ନାଗରିକ ପାଖରେ ଖବର ପହଞ୍ଚିବାକୁ ସରକାରୀ ସ୍ତରରେ ବନ୍ଦ କରାଯାଏ, ସେତେବେଳେ ଗୁଜବ ଓ ମିଥ୍ୟା ପ୍ରଚାର ବହୁ ପରିମାଣରେ ଜନ୍ମ ନିଏ। ଏହାଦ୍ୱାରା ପରିସ୍ଥିତି ଅଧିକ ଜଟିଳ ହେବା ସୁନିଶ୍ଚିତ। ଆଧୁନିକ ପୃଥିବୀରେ ମୋବାଇଲ, ଇଣ୍ଟରନେଟ୍‌ , ଖବରକାଗଜ ଏବଂ ଅନ୍ୟ ଗଣମାଧ୍ୟମକୁ ବନ୍ଦ କରିଦେବାର ଉଦ୍ୟମ ଅତ୍ୟନ୍ତ ଅପରିପକ୍ୱ। ସେଥିପାଇଁ ସରକାର ମଧ୍ୟ ଚିନ୍ତା କରି ଏହି ସମସ୍ୟାର ସମାଧାନ ପ୍ରତି ଏକ ନୂଆ ପଦ୍ଧତି ଖୋଜି ବାହାର କରିବା ଆବଶ୍ୟକ ହୋଇପଡ଼ିଲାଣି। ସେଭଳି ପଦକ୍ଷେପ ଅତିଶୀଘ୍ର ନେବା ଦରକାର, ନଚେତ୍‌ ଆସନ୍ତା ସମୟରେ ପରିସ୍ଥିତି ଆହୁରି ଅଧିକ ଜଟିଳ ହେବ।

ଆଧୁନିକ ପୃଥିବୀରେ ମୋବାଇଲ, ଇଣ୍ଟରନେଟ୍‌, ଖବରକାଗଜ ଏବଂ ଅନ୍ୟ ଗଣମାଧ୍ୟମକୁ ବନ୍ଦ କରିଦେବାର ଉଦ୍ୟମ ଅତ୍ୟନ୍ତ ଅପରିପକ୍ୱ। ସେଥିପାଇଁ ସରକାର ମଧ୍ୟ ଚିନ୍ତା କରି ଏହି ସମସ୍ୟାର ସମାଧାନ ପ୍ରତି ଏକ ନୂଆ ପଦ୍ଧତି ଖୋଜି ବାହାର କରିବା ଆବଶ୍ୟକ ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri