ଖବରକୁ ପ୍ରତିରୋଧ

ଗତ କିଛି ବର୍ଷ ହେଲା ଇଣ୍ଟରନେଟ୍‌ ବନ୍ଦ କରିବାରେ ଭାରତ ବିଶ୍ୱରେ ସବୁଠୁ ଆଗରେ ଅଛି। ଗ୍ଲୋବାଲ ଡିଜିଟାଲ ରାଇଟ୍ସ ଗ୍ରୁପ୍‌ ଆସେସ୍‌ ନାଓ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ୨୦୧୪ରୁ ୨୦୨୨ ମଧ୍ୟରେ ମୋଟରେ ୬୭୪ ଥର ଇଣ୍ଟରନେଟ୍‌ ବନ୍ଦ କରାଯାଇଛି। ଚଳିତ ବର୍ଷ ଏହି ସେବା ବନ୍ଦ ହେବା ଧାରା ଜାରି ରହିଛି। ଜମ୍ମୁ-କଶ୍ମୀର, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଏହା ବେଶି କରାଯାଉଛି। ପଞ୍ଜାବ, ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ବି ଏହା ଘଟୁଛି। ସ୍ମରଣଯୋଗ୍ୟ ଯେ, ୨୦୧୯ରେ ବିିଶ୍ୱରେ ବିଭିନ୍ନ ଦେଶର କେତେକ ସ୍ଥାନରେ ମୋଟ ୨୧୩ ଥର ଇଣ୍ଟର୍‌ନେଟ ସେବା ବନ୍ଦ କରାଯାଇଥିଲାବେଳେ ଭାରତରେ ୧୨୧ ଥର ବନ୍ଦ ହୋଇଥିଲା। ସେହିଭଳି ବିଶ୍ୱରେ ୨୦୨୦ରେ ଇଣ୍ଟରନେଟ୍‌ ସେବା ୧୬୯ ଥର ବନ୍ଦ କରାଯାଇଥିବାବେଳେ ଭାରତରେ ୧୦୯ ଥର ବନ୍ଦ ହୋଇଥିଲା, ଯାହା ଥିଲା ୭୦%। ଦେଖିବାକୁ ଗଲେ ଭାରତରେ ଏହା ଏକ ସାଧାରଣ କଥା ପାଲଟିଗଲାଣି। ଏପରିକି ନିକଟରେ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ପରୀକ୍ଷାରେ ଚିଟିଂକୁ ରୋକିବା ଲାଗି ଇଣ୍ଟରନେଟ୍‌ ବନ୍ଦ କରାଯିବା ଘଟଣା ସାମ୍‌ନାକୁ ଆସିଥିଲା। ଉଲ୍ଲେଖଯୋଗ୍ୟ, ୧୦ ଜାନୁୟାରୀ ୨୦୨୦ରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ, ଇଣ୍ଟରନେଟ୍‌ ମାଧ୍ୟମରେ ତଥ୍ୟ ବା ସୂଚନା ପାଇବା ସମ୍ବିଧାନ ଅନୁଯାୟୀ ଏକ ମୌଳିକ ଅଧିକାର ଏବଂ ଇଣ୍ଟରନେଟ୍‌ ଉପରେ କଟକଣା ଲଗାଇବା ସାମୟିକ ଓ ବୈଧ ହେବା ସହ ଆବଶ୍ୟକତାକୁ ନେଇ ଏହା କରାଯିବା ଦରକାର । କିନ୍ତୁ କଶ୍ମୀରରେ ୧୭ ମାସ ଇଣ୍ଟରନେଟ୍‌ ସେବା ବନ୍ଦ ହେବା ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲା। ଏପରିକି ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ସମୟରେ ଦୀର୍ଘକାଳ ପର୍ଯ୍ୟନ୍ତ ଏହି ସେବା ବନ୍ଦ କରାଯାଇଥିଲା। ତେବେ ଜାତୀୟ ସୁରକ୍ଷା ଓ ନାଗରିକ ସୁରକ୍ଷା ଆଳରେ ଇଣ୍ଟରନେଟ୍‌ ବନ୍ଦ କରାଯିବା ଯୁକ୍ତିଯୁକ୍ତ କୁହାଯାଉଥିଲେ ବି ଦେଶରେ ବହୁ ସମୟରେ ଗମ୍ଭୀର କାରଣ ନ ଥାଇ ଏହା କରାଯିବା ଲକ୍ଷ୍ୟ କରାଯାଉଛି। ଏପରିକି ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତରେ ୨୦୨୦ରେ ମଧ୍ୟ ବିଶ୍ୱରେ ସବୁଠୁ ଅଧିକ ଥର ଇଣ୍ଟରନେଟ୍‌ ବନ୍ଦ କରାଯାଇଛି ବୋଲି ଆସେସ୍‌ ନାଓ ରିପୋର୍ଟରୁ ଜଣାପଡ଼ିଛି। କେବଳ ଏତିକି ନୁହେଁ,ଭାରତରେ ୨୦୧୫ରୁ ୨୦୨୨ ମଧ୍ୟରେ ସରକାରୀ ନିର୍ଦ୍ଦେଶ କ୍ରମେ ୫୫,୦୦୦ ଓ୍ବେବ୍‌ସାଇଟକୁ ବନ୍ଦ କରାଯାଇଛି। ଗୋଟିଏ ପଟେ ଡିଜିଟାଲ ଇଣ୍ଡିଆ ନାରା ଦିଆଯାଉଛି, ଇ -କମର୍ସ ଓ ଡିଜିଟାଲ କାରବାରକୁ ପ୍ରାଧାନ୍ୟ ଦିଆଯାଉଛି, ଅନ୍ୟପକ୍ଷରେ ବାରମ୍ବାର ଏହି ସେବାକୁ ବନ୍ଦ କରାଯିବା ଫଳରେ ବାଣିଜ୍ୟ ଓ ବେପାର ସହିତ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ଏହାର ଉଦାହରଣ ଜମ୍ମୁ-କଶ୍ମୀରଠାରୁ ଆରମ୍ଭ କରି ବିଭିନ୍ନ ଜାଗାରେ ଦେଖିବାକୁ ମିଳୁଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଯେତେବେଳେ ସାଧାରଣ ନାଗରିକ ପାଖରେ ଖବର ପହଞ୍ଚିବାକୁ ସରକାରୀ ସ୍ତରରେ ବନ୍ଦ କରାଯାଏ, ସେତେବେଳେ ଗୁଜବ ଓ ମିଥ୍ୟା ପ୍ରଚାର ବହୁ ପରିମାଣରେ ଜନ୍ମ ନିଏ। ଏହାଦ୍ୱାରା ପରିସ୍ଥିତି ଅଧିକ ଜଟିଳ ହେବା ସୁନିଶ୍ଚିତ। ଆଧୁନିକ ପୃଥିବୀରେ ମୋବାଇଲ, ଇଣ୍ଟରନେଟ୍‌ , ଖବରକାଗଜ ଏବଂ ଅନ୍ୟ ଗଣମାଧ୍ୟମକୁ ବନ୍ଦ କରିଦେବାର ଉଦ୍ୟମ ଅତ୍ୟନ୍ତ ଅପରିପକ୍ୱ। ସେଥିପାଇଁ ସରକାର ମଧ୍ୟ ଚିନ୍ତା କରି ଏହି ସମସ୍ୟାର ସମାଧାନ ପ୍ରତି ଏକ ନୂଆ ପଦ୍ଧତି ଖୋଜି ବାହାର କରିବା ଆବଶ୍ୟକ ହୋଇପଡ଼ିଲାଣି। ସେଭଳି ପଦକ୍ଷେପ ଅତିଶୀଘ୍ର ନେବା ଦରକାର, ନଚେତ୍‌ ଆସନ୍ତା ସମୟରେ ପରିସ୍ଥିତି ଆହୁରି ଅଧିକ ଜଟିଳ ହେବ।

ଆଧୁନିକ ପୃଥିବୀରେ ମୋବାଇଲ, ଇଣ୍ଟରନେଟ୍‌, ଖବରକାଗଜ ଏବଂ ଅନ୍ୟ ଗଣମାଧ୍ୟମକୁ ବନ୍ଦ କରିଦେବାର ଉଦ୍ୟମ ଅତ୍ୟନ୍ତ ଅପରିପକ୍ୱ। ସେଥିପାଇଁ ସରକାର ମଧ୍ୟ ଚିନ୍ତା କରି ଏହି ସମସ୍ୟାର ସମାଧାନ ପ୍ରତି ଏକ ନୂଆ ପଦ୍ଧତି ଖୋଜି ବାହାର କରିବା ଆବଶ୍ୟକ ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri