ରେଜିଷ୍ଟାନ୍ସ ଫ୍ରଣ୍ଟ ତାଲିବାନ ସହିତ ବୁଝାମଣା ପାଇଁ ରାଜି…

କାବୁଲ,୬।୯: ଆଫଗାନିସ୍ତାନର କାବୁଲର ଉତ୍ତରରେ ଥିବା ପଞ୍ଜଶିର ଉପତ୍ୟକାରେ ତାଲିବାନ ବାହିନୀକୁ ବିରୋଧ କରୁଥିବା ଆଫଗାନିସ୍ତାନ ବିରୋଧୀ ଦଳର ନେତା ଯୁଦ୍ଧ ବନ୍ଦ କରିବା ସହିତ ବୁଝାମଣା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହା ଦ୍ୱାରା ଗୃହଯୁଦ୍ଧରୁ ଦେଶ ରକ୍ଷା ପାଇ ପାରିବ ବୋଲି ସେ କହିଛନ୍ତି। ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ଅଫ ଆଫଗାନିସ୍ତାନ (ଏନ୍‌ଆର୍‌ଏଫ୍‌ଏ)ର ମୁଖ୍ୟ ଅହମ୍ମଦ ମାସୁଦ ଦଳର ଫେସବୁକ ପେଜରେ ଏହି ଘୋଷଣା କରିଛନ୍ତି। ଏହାପୂର୍ବରୁ ତାଲିବାନ ବାହିନୀ କହିଛି ଯେ ଆଖପାଖ ଜିଲାକୁ ସୁରକ୍ଷିତ ରଖିବା ପରେ ସେମାନେ ପ୍ରଦେଶର ରାଜଧାନୀ ପଞ୍ଜଶିରକୁ ଯାଇଛନ୍ତି।
ମାସୁଦ ଫେସବୁକ ପୋଷ୍ଟରେ କହିଛନ୍ତି ଯେ ବର୍ତ୍ତମାନର ସମସ୍ୟାର ସମାଧାନ ତଥା ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା ଏବଂ ଆଲୋଚନା ଜାରି ରଖିବା ପାଇଁଏନ୍‌ଆର୍‌ଏଫ୍‌ଏ ସହମତ।

ଚିରସ୍ଥାୟୀ ଶାନ୍ତି ଲାଗି ଏନ୍‌ଆର୍‌ଏଫ୍‌ଏ ପଞ୍ଜଶିର ଏବଂ ଆଣ୍ଡରାବ ଉପରେ ତାଲିବାନ ସେମାନଙ୍କ ଆକ୍ରମଣ ତଥା ସାମରିକ ଆନ୍ଦୋଳନକୁ ବନ୍ଦ କରିବା ସର୍ତ୍ତରେ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ବୋଲି ସେ ପଡୋଶୀ ବାଗଲାନର ଏକ ଜିଲା ବିଷୟରେ କହିଛନ୍ତି।

ଏହା ପରେ ଧାର୍ମିକ ବିଦ୍ୱାନମାନଙ୍କର ଉଲେମା ପରିଷଦ ସହିତ ସମସ୍ତ ପକ୍ଷର ଏକ ବିଶାଳ ସମାବେଶ ହୋଇପାରେ ବୋଲି ସେ କହିଛନ୍ତି।

ଆଫଗାନିସ୍ତାନ ଗଣମାଧ୍ୟମରେ କୁହାଯାଇଛି ଯେ ପଞ୍ଜଶିରରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ତାଲିବାନକୁ ଏକ ବୁଝାମଣା ହୋଇଥିବା ସମାଧାନ ପନ୍ଥା ଗ୍ରହଣ କରିବାକୁ ଧାର୍ମିକ ନେତାମାନେ ଆହ୍ବାନ ଦେଇଛନ୍ତି।

ତାଲିବାନର ମୁଖପାତ୍ର ବିଲାଲ କରିମି କହିଛନ୍ତି ଯେ ସେମାନଙ୍କ ବାହିନୀ ପ୍ରାଦେଶିକ ରାଜଧାନୀ ବାଜାରକ୍‌ଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।

ସୂଚନାଯୋଗ୍ୟ, କାବୁଲର ଉତ୍ତରରେ ଥିବା ପାର୍ବତ୍ୟର ପଞ୍ଜଶିର, ୧୯୮୦ ଦଶକରେ ସୋଭିଏତ୍‌ ଯୁଦ୍ଧରେ ମଧ୍ୟ ଅଧିକୃତ ହୋଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାର୍କ ବୈଠକ:ଜୟଶଙ୍କର ଉଦ୍‌ବୋଧନ ଦେବାବେଳେ ଉଠି ପଳାଇଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ନ୍ୟୁୟର୍କ,୨୭।୯: ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାର୍କ ଦେଶର ବୈଦେଶିକ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଭାରତର ବୈଦେଶିକ ଏସ୍‌. ଜୟଶଙ୍କର ଉଦ୍‌ବୋଧନ ଦେଉଥିବା ବେଳେ ପାକିସ୍ତାନ...

ୟୁକ୍ରେନ ଉପରେ ପୁଣି କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ

କିଭ୍‌,୧୮ା୨: ପ୍ରାୟ ଏକ ବର୍ଷ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ନେଉନି। ରୁଷିଆ କ୍ରମାଗତ ଭାବରେ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର...

ଝିଅଙ୍କ ପ୍ରେମିକଙ୍କୁ ଘରେ ରଖିଥିଲେ ଓବାମା: ଅଧିକ ଖାଉଥିବା ଦେଖି..

ଓ୍ବାଶିଂଟନ,୧୯।୧୨: ମହାମାରୀ କରୋନା ସମୟରେ କ୍ୱାରାଣ୍ଟାଇନ୍‌ରେ ଥିଲେ ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପରିବାର। ଏହି ସମୟରେ ବଡ଼ଝିଅ ମାଲିଆଙ୍କ ପ୍ରେମିକ...

ଖବର କାଗଜ ପକ୍ଷରୁ ପ୍ରିଣ୍ଟ୍‌ ହେଲା ଟଏଲେଟ୍‌ ରୋଲ୍‌ ପେପର

ସିଡ୍‌ନୀ,୭।୩: କରୋନା ସଂକ୍ରମଣ ନେଇ ଅଷ୍ଟ୍ରେଲିଆର ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ବଜାରରେ ଟଏଲେଟ୍‌ ପେପର ମିଳୁ ନ ଥିବାବେଳେ...

ତାଳି, ବାସନ ବଜାଇ ଏକଜୁଟ ହୋଇ କରୋନାର ମୁକାବିଲା ଲାଗି ସଚେତନତା ସୃଷ୍ଟି କରୁଛନ୍ତି ଲୋକେ

ମାଦ୍ରିଦ୍‌,୧୮।୩: କରୋନା ସଂକ୍ରମଣ ଯୋଗୁ ସ୍ପେନ୍‌ରେ ସ୍ଥିତି ସଙ୍କଟ ଜନକ ହୋଇଛି। ସରକାରଙ୍କ ପକ୍ଷରୁ ଲୋକଙ୍କ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ଲୋକେ...

ବରଫରେ ପୋତିହେଲା ପଶ୍ଚିମ ନ୍ୟୁୟର୍କ

ନ୍ୟୁୟର୍କ,୨୦।୧୧: ଆମେରିକାର ପଶ୍ଚିମ ନ୍ୟୁୟର୍କରେ ପ୍ରବଳ ତୁଷାରପାତ ଜାରି ରହିଛି। ଫଳରେ ଅଞ୍ଚଳର କେତେକ ସ୍ଥାନରେ ୬ଫୁଟ୍‌ ବରଫ ପୋତି ହୋଇରହିଛି। ଏନେଇ ଅଞ୍ଚଳରେ ଯାନବାହାନ...

ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ କେଉଁଠି ରହିବେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୭ା୧୨: ଡିସେମ୍ବର ଶେଷ ହେବା ସହିତ ଆମେରିକା ରାଷ୍ଟ୍ରପତି ଭବନରୁ ଡୋନାଲ୍ଡ ଟ୍ରମ୍ପ୍‌ ବିଦା ହେବାର ସମୟ ମଧ୍ୟ ଆସିଯାଉଛି। ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା...

ମୋଦିଙ୍କ ନାଁ ନେବାରୁ ପାକିସ୍ତାନ ନେତାଙ୍କୁ ଲାଗିଲା କରେଣ୍ଟ

ଇସ୍‌ଲାମାବାଦ.୩୦।୮: ଏବେ ଭାରତ ନାଁ ନେଉ ନେଉ ପାକିସ୍ତାନକୁ ଲାଗିଲାଣି କରେଣ୍ଟ। ଶୁକ୍ରବାର ପାକିସ୍ତାନର ରେଲ ମନ୍ତ୍ରୀ ଶେଖ୍‌ ରସିଦ୍‌ ଅହମ୍ମଦ ଏକ ଜନସଭାକୁ ସମ୍ବୋଧନ...

Advertisement
Archives

Model This Week