ପଥରକ୍ୱାରି ଯୋଗୁ ଅଣନିଃଶ୍ୱାସୀ ଅଞ୍ଚଳବାସୀ

ପାରଳାଖେମୁଣ୍ଡି,୨୨ା୬ (ଗିରିଧାରୀ ପରିଛା):ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ରାଜ୍ୟ ରାଜପଥ ଉପରେ ପୋଖରୀ ମାଟି ଓ ପଥର କ୍ୱାରିର ଧୂଳି ଯୋଗୁଁ ନାନାଦି ସମସ୍ୟା ଉପୁଜୁଛି। ବିଶେଷ କରି ଦେବିତୀ ଗ୍ରାମ ଆନ୍ଧ୍ର ଦେଇ ଗୋଷାଣି, ଗାରବନ୍ଧ ଏବଂ ଲାବାଣ୍ୟଗଡ ରାଜପଥରେ ଏପରି ସମସ୍ୟା ଦେଖାଦେଉଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଯୋଗୁଁ ପଥର କ୍ୱାରି ମାଲିକ ଓ ପୋଖରୀ ଖନନ କରି ମାଟି ନେଉଥିବା ଠିକାଦାରଙ୍କ ମନମୁଖୀ ବଢିଚାଲିଛି । ବର୍ତ୍ତମାନ ବିଭିନ୍ନ ପୋଖରୀ ଖନନ କାର୍ଯ୍ୟ ଚାଲୁ ରହିଥିବା ବେଳେ ମାଟିକୁ ଠିକାଦାର ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଟ୍ରାକ୍ଟର ଯୋଗେ ନେଉଛନ୍ତି। ଏହି ସମୟରେ ଟ୍ରାକ୍ଟରରୁ କାଦମାଟି ଖସିପଡି ରାଜପଥରେ ବିକ୍ଷିପ୍ତ ଅବସ୍ଥାରେ ପଡୁଛି। ଫଳରେ ଏହି ରାସ୍ତାରେ ଯାଉଥିବା ପଥଚାରୀ ତଥା ଯାନବାହାନ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଥିସହ ପ୍ରବଳ ଖରା ଯୋଗୁ ମାଟିଗୁଡିକ ଶୁଖି ଧୂଳି ଉଡୁଥିବା ଯୋଗୁଁ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଉଛି। ବର୍ତ୍ତମାନ ବର୍ଷା ଋତୁର ଆଗମନ ହେବାକୁ ଥିବା ଏବଂ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଥିବାରୁ ଏହି ମାଟି ପଡୁଥିବା ରାସ୍ତାରେ ଯିବାଆସିବା କଷ୍ଟଦାୟକ ହେଉଛି। ସେହିପରି ଦେବିତୀ ଗ୍ରାମଠାରୁ ଗାରବନ୍ଧ ପର୍ଯ୍ୟନ୍ତ ବିଭିନ୍ନ ପଥର କ୍ୱାରୀ ବା ଟାଇଲ କାରଖାନା ରହିଛି । ଏହି ପଥରକ୍ୱାରି ମାଲିକମାନେ ପଥର ପାଉଁଶ ବା ଧୂଳି ଗୁଡିକ ରାଜରାସ୍ତାରେ ନେବାଆଣିବା କରୁଥିବା ଯୋଗୁଁ ଏଗୁଡିକ ରାସ୍ତା ଉପରେ ପଡୁଛି। ଫଳରେ ପଥଚାରୀମାନେ ଧୂଳି ଧୂସର ହୋଇଯାଉଛନ୍ତି। ସେହିପିର ଜଙ୍ଗଲପାଡୁ ଗ୍ରାମ ସୀମାନ୍ତରେ ଥିବା ଆନ୍ଧ୍ରର ପଥର ଖାଦାନକୁ ଦୈନନ୍ଦିନ ଭାରୀଯାନଗୁଡିକ ବିରାଟକାୟ ପଥର ଉତ୍ତୋଳନ କରି ଯାତାୟତ କରୁଥିବାରୁ ବିଭିନ୍ନ ସମୟରେ ଓଡିଶା ରାସ୍ତା ତଥା ରାଜ୍ୟରାଜପଥ ଖାଲଖମା ସୃଷ୍ଟି ହେଉଛି । ଫଳରେ ଦୁର୍ଘଟଣାମାନ ହେଉଥିବା ବେଳେ ଏହି ଖାଲଖମାଗୁଡିକୁ ଭରିବାକୁ ଯାଇ ଓଡିଶା ସରକାର ତଥା ପୂର୍ତ୍ତ ବିଭାଗର ଲକ୍ଷ ଲକ୍ଷ ଟଙ୍କା ଅପଚୟ ହେଉଛି। ତେଣୁ ଏହି ସମସ୍ୟାର ସମାଧାନ ଲାଗି ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri