ପଥରକ୍ୱାରି ଯୋଗୁ ଅଣନିଃଶ୍ୱାସୀ ଅଞ୍ଚଳବାସୀ

ପାରଳାଖେମୁଣ୍ଡି,୨୨ା୬ (ଗିରିଧାରୀ ପରିଛା):ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ରାଜ୍ୟ ରାଜପଥ ଉପରେ ପୋଖରୀ ମାଟି ଓ ପଥର କ୍ୱାରିର ଧୂଳି ଯୋଗୁଁ ନାନାଦି ସମସ୍ୟା ଉପୁଜୁଛି। ବିଶେଷ କରି ଦେବିତୀ ଗ୍ରାମ ଆନ୍ଧ୍ର ଦେଇ ଗୋଷାଣି, ଗାରବନ୍ଧ ଏବଂ ଲାବାଣ୍ୟଗଡ ରାଜପଥରେ ଏପରି ସମସ୍ୟା ଦେଖାଦେଉଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଯୋଗୁଁ ପଥର କ୍ୱାରି ମାଲିକ ଓ ପୋଖରୀ ଖନନ କରି ମାଟି ନେଉଥିବା ଠିକାଦାରଙ୍କ ମନମୁଖୀ ବଢିଚାଲିଛି । ବର୍ତ୍ତମାନ ବିଭିନ୍ନ ପୋଖରୀ ଖନନ କାର୍ଯ୍ୟ ଚାଲୁ ରହିଥିବା ବେଳେ ମାଟିକୁ ଠିକାଦାର ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଟ୍ରାକ୍ଟର ଯୋଗେ ନେଉଛନ୍ତି। ଏହି ସମୟରେ ଟ୍ରାକ୍ଟରରୁ କାଦମାଟି ଖସିପଡି ରାଜପଥରେ ବିକ୍ଷିପ୍ତ ଅବସ୍ଥାରେ ପଡୁଛି। ଫଳରେ ଏହି ରାସ୍ତାରେ ଯାଉଥିବା ପଥଚାରୀ ତଥା ଯାନବାହାନ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଥିସହ ପ୍ରବଳ ଖରା ଯୋଗୁ ମାଟିଗୁଡିକ ଶୁଖି ଧୂଳି ଉଡୁଥିବା ଯୋଗୁଁ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଉଛି। ବର୍ତ୍ତମାନ ବର୍ଷା ଋତୁର ଆଗମନ ହେବାକୁ ଥିବା ଏବଂ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଥିବାରୁ ଏହି ମାଟି ପଡୁଥିବା ରାସ୍ତାରେ ଯିବାଆସିବା କଷ୍ଟଦାୟକ ହେଉଛି। ସେହିପରି ଦେବିତୀ ଗ୍ରାମଠାରୁ ଗାରବନ୍ଧ ପର୍ଯ୍ୟନ୍ତ ବିଭିନ୍ନ ପଥର କ୍ୱାରୀ ବା ଟାଇଲ କାରଖାନା ରହିଛି । ଏହି ପଥରକ୍ୱାରି ମାଲିକମାନେ ପଥର ପାଉଁଶ ବା ଧୂଳି ଗୁଡିକ ରାଜରାସ୍ତାରେ ନେବାଆଣିବା କରୁଥିବା ଯୋଗୁଁ ଏଗୁଡିକ ରାସ୍ତା ଉପରେ ପଡୁଛି। ଫଳରେ ପଥଚାରୀମାନେ ଧୂଳି ଧୂସର ହୋଇଯାଉଛନ୍ତି। ସେହିପିର ଜଙ୍ଗଲପାଡୁ ଗ୍ରାମ ସୀମାନ୍ତରେ ଥିବା ଆନ୍ଧ୍ରର ପଥର ଖାଦାନକୁ ଦୈନନ୍ଦିନ ଭାରୀଯାନଗୁଡିକ ବିରାଟକାୟ ପଥର ଉତ୍ତୋଳନ କରି ଯାତାୟତ କରୁଥିବାରୁ ବିଭିନ୍ନ ସମୟରେ ଓଡିଶା ରାସ୍ତା ତଥା ରାଜ୍ୟରାଜପଥ ଖାଲଖମା ସୃଷ୍ଟି ହେଉଛି । ଫଳରେ ଦୁର୍ଘଟଣାମାନ ହେଉଥିବା ବେଳେ ଏହି ଖାଲଖମାଗୁଡିକୁ ଭରିବାକୁ ଯାଇ ଓଡିଶା ସରକାର ତଥା ପୂର୍ତ୍ତ ବିଭାଗର ଲକ୍ଷ ଲକ୍ଷ ଟଙ୍କା ଅପଚୟ ହେଉଛି। ତେଣୁ ଏହି ସମସ୍ୟାର ସମାଧାନ ଲାଗି ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri