ବିପଦରେ ୪୮ ସ୍ଥାନର ବାସିନ୍ଦା

ଯାଜପୁର ଅଫିସ,୧୯।୬: ପାନୀୟ ଜଳ ପାଇଁ ଉଦ୍ଦିଷ୍ଟ ‘ଆଇଏସ୍‌: ୧୦୫୦୦-୨୦୧୨’ ମାପଦଣ୍ଡ ଅନୁଯାୟୀ ରାଜ୍ୟର ୨୫ ଜିଲାର ୪୮ ସ୍ଥାନର ଭୂତଳ ଜଳ ବ୍ୟବହାର ଅନୁପଯୋଗୀ। ଏହିସବୁ ସ୍ଥାନର ଭୂତଳ ଜଳରେ ପୋଟେନ୍‌ସିଆଲ ଅଫ୍‌ ହାଇଡ୍ରୋଜେନ(ପିଏଚ୍‌), ନାଇଟ୍ରେଟ୍‌, ଫ୍ଲୋରାଇଡ, ଆଇରନ୍‌, ଟୋଟଲ କୋଲିଫର୍ମ (ଟିସି) ଓ ଫେକାଲ କୋଲିଫର୍ମ (ଏଫ୍‌ସି) ଭଳି ବିଷାକ୍ତ ରାସାୟନିକ ପଦାର୍ଥ ଆଇଏସ୍‌ ମାପଦଣ୍ଡଠାରୁ ବହୁଗୁଣ ଅଧିକ ରହିଛି। ବିଶେଷକରି ଖଣିଖାଦାନ ଅଞ୍ଚଳର ଭୂତଳ ଜଳରେ ପିଏଚ୍‌ ଏବଂ ଆଇରନ୍‌ ମାତ୍ରା ଚିନ୍ତାଜନକ ଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୨୧ ଏପ୍ରିଲ ଏବଂ ଅକ୍ଟୋବରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ୩୦ ଜିଲାର ୯୧ ସ୍ଥାନର ଭୂତଳ ଜଳ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ଏନେଇ ଏସ୍‌ପିସିବି ସଦସ୍ୟ ସଚିବ କେ. ମୁରୁଗେଶନ ଗତ ମେ ୨୩ରେ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବଙ୍କୁ ଅବଗତ କରାଇଛନ୍ତି। ଏହି ରିପୋର୍ଟ ସଂକ୍ରାନ୍ତରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ଅନୀଲ କୁମାର ପଟ୍ଟନାୟକ ଗତ ଜୁନ୍‌ ୩ରେ ରାଜ୍ୟ ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ, ଭୂତଳ ଜଳ ଉନ୍ନୟନ ବିଭାଗକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚିଠି କରିଛନ୍ତି। ତେବେ ଗତ ପ୍ରାୟ ୫ ବର୍ଷ ହେଲା ଭୂତଳ ଜଳ ପରୀକ୍ଷା ଏବଂ କାଗଜପତ୍ରରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଥିବାରୁ ସମ୍ପୃକ୍ତ ଅଞ୍ଚଳରେ କିଡ୍‌ନୀ ଜନିତ ଏବଂ ଅନ୍ୟାନ୍ୟ ଜଳବାହିତ ରୋଗ ବୃଦ୍ଧି ପାଉଥିବା ମତପ୍ରକାଶ ପାଇଛି।
ରାଜ୍ୟରେ କେବଳ ନଦୀଜଳ କିମ୍ବା ଭୂପୃଷ୍ଠ ଜଳ ନୁହେଁ, ଭୂତଳ ଜଳ ମଧ୍ୟ ବିଷାକ୍ତ ହୋଇପଡ଼ିଲାଣି। ରିପୋର୍ଟକୁ ଅବଲୋକନ କଲେ ଆଗାମୀ ଦିନରେ ସ୍ବଚ୍ଛ ପାନୀୟ ଜଳ ମିଳିବା ନେଇ ଆଶଙ୍କା ଉପୁଜିଛି। ଶିଳ୍ପ ଓ ଖଣି ଆଖପାଖ ଅଞ୍ଚଳରେ ଶତାଧିକ ଲୋକ କିଡ୍‌ନୀ ରୋଗରେ ପ୍ରାଣ ହରାଉଥିବା ଅନେକ ନଜିର ରହିଛି। ଯାଜପୁର ଜିଲାର କଳିଙ୍ଗନଗର ଏବଂ ସୁକିନ୍ଦା ଖଣି ଅଞ୍ଚଳକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଗତ ୧୦ ବର୍ଷରେ ଏଠାରେ ପ୍ରାୟ ୫୦୦ ଲୋକ କିଡ୍‌ନୀ ରୋଗରେ ପ୍ରାଣ ହରାଇଥିବାବେଳେ ଏବେ ବି ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଭୂତଳ ଜଳରେ ଆଇରନ୍‌ ସହ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥ ରହିଥିବା ପ୍ରମାଣିତ ହୋଇଥିଲେ ହେଁ ପ୍ରଶାସନିକସ୍ତରରେ କୌଣସି ଦୃଷ୍ଟାନ୍ତମୂଳକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନ ଯିବା ଲୋକଙ୍କ ଜୀବନ ସହିତ ଖେଳିବା ସଦୃଶ ମନେହେଉଛି। ଏସ୍‌ପିସିବିର ରିପୋର୍ଟ ଅନୁସାରେ ଭୁବନେଶ୍ୱରର ଖଣ୍ଡଗିରି, କଳ୍ପନା, ଲକ୍ଷ୍ମୀନଗର, ସାମନ୍ତରାପୁର, ଚନ୍ଦ୍ରଶେଖରପୁର, କ୍ୟାପିଟାଲ ହସ୍ପିଟାଲ ଏବଂ ଗର୍ଭନର ହାଉସ ଅଞ୍ଚଳର ଭୂତଳ ଜଳରେ ପିଏଚ୍‌ ପରିମାଣ ଅଧିକ ରହିଛି। ସେହିପରି ସମ୍ବଲପୁରର ପାନ୍ଥନିବାସ, ଝାରସୁଗୁଡାର ବଡ଼ମାଳ, ବ୍ରଜରାଜନଗର ମାଇନିଂ ବେଲ୍ଟ, ଆଇବି ଥର୍ମାଲ ପାୱାର ଷ୍ଟେଶନ ଓ ବେଲପାହାଡ, କେନ୍ଦୁଝର ଜିଲାର ଯୋଡ଼ା ଇଷ୍ଟ ଆଇରନ୍‌ ଓର୍‌ ମାଇନ୍ସ, ଟାଟା ଷ୍ଟିଲ୍‌ର ଯୋଡ଼ା ୱେଷ୍ଟ ମାଇନ୍ସ, ସିରାଜୁଦ୍ଦିନର ବାଲଦା ବ୍ଲକ ଆଇରନ୍‌ ଓର୍‌ ମାଇନ୍ସ, କେ.ଏନ. ରାମ ଆଣ୍ଡ କୋ’ର ରୋଇଡା-୨ ଆଇରନ୍‌ ଓର୍‌ ମାଇନ୍ସ, କେପି ଏଣ୍ଟରପ୍ରାଇଜର୍ସର ଠାକୁରାଣୀ ଆଇରନ୍‌ ଓର୍‌ ମାଇନ୍ସ ଏବଂ ନୟାଗଡ଼ ଜିଲାର ସଲିଡ୍‌ ୱେଷ୍ଟ ଡମ୍ପ୍‌ସାଇଟ୍‌ ନିକଟ ଅଞ୍ଚଳ ଓ ଜିଲା ମେଡିକାଲ ପରିସର ଭୂତଳ ଜଳରେ ପିଏଚ୍‌ ପରିମାଣ ମାପଦଣ୍ଡଠାରୁ ବହୁ ଗୁଣରେ ଅଧିକ ରହିଛି। ପୁରୀ ସମୁଦ୍ର କୂଳ, ଅନୁଗୋଳ ଟାଉନଶିପ ଓ ବଅଁରପାଳ, ଝାରସୁଗୁଡ଼ା ବେଲପାହାଡ଼, ବ୍ରହ୍ମପୁର ରେଳଷ୍ଟେଶନ ଓ ବଡ଼ବଜାର, ଗଜପତି ଜିଲାର ମ୍ୟୁନିସିପାଲ ସଲିଡ୍‌ ୱେଷ୍ଟ ଡମ୍ପ୍‌ସାଇଟ୍‌, କେଲିସାହି, ପାରଳାଖେମୁଣ୍ଡି ଜିଲା ସଦର ଡାକ୍ତରଖାନା ପରିସର ଭୂତଳ ଜଳରେ ନାଇଟ୍ରେଟ୍‌ ମାତ୍ର ଅଧିକ ରହିଛି। ବାଲେଶ୍ୱର ଜିଲାର କୁଅଁରପୁର ଅଞ୍ଚଳ ଭୂତଳ ଜଳରେ ଫ୍ଲୋରାଇଡ୍‌ ମାତ୍ରା ଅଧିକ ରହିଥିବା ଜଣାପଡିଛି। ଏହାବାଦ ଭୁବନେଶ୍ୱର ଖଣ୍ଡଗିରି, କଳ୍ପନା-ଲକ୍ଷ୍ମୀନଗର ଅଞ୍ଚଳ, କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳ, କଟକ ବାଦାମବାଡ଼ି, ଯାଜପୁର ଜିଲାର କମର୍ଦ୍ଦା ଖଣି ଅଞ୍ଚଳ, ଅନୁଗୋଳ ନାଲ୍‌କୋ ଟାଉନଶିପ ଓ କୁଲାଡ, ଝାରସୁଗୁଡା ରାମପୁର ପାଣିଟାଙ୍କି, ଇବ୍‌ଥର୍ମାଲ ପାୱାର ଷ୍ଟେଶନ ଓ ବେଲପାହାଡ ଅଞ୍ଚଳ, ମୟୂରଭଞ୍ଜ ଜିଲା ଧାଙ୍ଗିଡିମୁଲା ଗ୍ରାମ, କୁସୁମୀ ଓ ନୂଆପଡ଼ା ସରକାର ଡାକ୍ତରଖାନା, କେନ୍ଦ୍ରାପଡ଼ା ଜିଲା କୋର୍ଟଛକ, ନୟାଗଡ ଜିଲା ସଲିଡ୍‌ ୱେଷ୍ଟ ଡମ୍ପ୍‌ସାଇଟ୍‌, ଜିଲା ସଦର ଡାକ୍ତରଖାନା ପରିସର ଭୂତଳ ଜଳରେ ଆଇରନ ମାତ୍ରା ଅଧିକ ରହିଛି। ବାଲେଶ୍ୱର ଜିଲା ଚକୁଳିଆ, କୋରାପୁଟ ଜଗନ୍ନାଥ ମନ୍ଦିର ନିକଟ, ମୟୂରଭଞ୍ଜ ଜିଲା ଧାଙ୍ଗିଡିମୁଲା ଗ୍ରାମ ଓ ସୁକ୍ରିବାଟିଂ ବସ୍ତି ଏବଂ ବଲାଙ୍ଗୀର ସୁଦପଡ଼ା ପୋଷ୍ଟ ଅଫିସ ନିକଟ ଭୂତଳ ଜଳରେ ଟୋଟଲ କୋଲିଫର୍ମ ଓ ଫେକାଲ କୋଲିଫର୍ମ ମାତ୍ରା ଅଧିକ ରହିଥିବାରୁ ତାହା ବ୍ୟବହାର ଅନୁପଯୋଗୀ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ବାୟୁ ଓ ଜଳ ପ୍ରଦୂଷଣକୁ ନେଇ ଖଣି ଓ ଶିଳ୍ପ ସଂସ୍ଥାଗୁଡ଼ିକ କାହାରି ବୋଲ ମାନୁନାହାନ୍ତି। ଖଣି ପରିସର ବିଷାକ୍ତ ପାଣିକୁ ଆବଶ୍ୟକ ଉପଚାର ନ କରି ନିକଟସ୍ଥ ନଦୀନାଳକୁ ଛାଡି ଦେଉଛନ୍ତି। ସେହି ପାଣି ଭୂତଳକୁ ରିଚାର୍ଜ ହୋଇ ଭୂତଳ ଜଳ ବିଷାକ୍ତ ହେଉଥିବା ମତପ୍ରକାଶ ପାଇଛି।

 

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?