ଫେକ୍‌ ଟିଆର୍‌ପି ସ୍କାମ୍‌ର ପର୍ଦ୍ଦାଫାଶ: ୪ ଗିରଫ, ସ୍କାନରରେ ରିପବ୍ଲିକ୍‌ ଟିଭି

ମୁମ୍ବାଇ, ୮ା୧୦-ମୁମ୍ବାଇ ପୋଲିସ ଗୁରୁବାର ଏକ ବଡ଼ଧରଣର ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଉକ୍ତ ର଼୍ୟାକେଟ ଜାଲିଆତି କରି ରିପବ୍ଲିକ୍‌ ଟିଭି ସମେତ ଆଉ କେତେକ ଟିଭି ଚ୍ୟାନେଲର ଟେଲିଭିଜନ ରେଟିଂସ୍‌ ପଏଣ୍ଟସ୍‌ (ଟିଆର୍‌ପି) ବଢ଼ାଇଥିବା ପୋଲିସ ଦାବି କରିଛି। ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୩ଟି ଟିଭି ଚ୍ୟାନେଲ ଏହି ଅସାଧୁ କାର୍ଯ୍ୟରେ ସମ୍ପୃକ୍ତ ଥିବା ଧରାପଡ଼ିଛନ୍ତି। ସେହି ଚ୍ୟାନେଲଗୁଡ଼ିକ ହେଲା ରିପବ୍ଲିକ୍‌, ଫକ୍ତ ମରାଠୀ ଓ ବକ୍ସ ସିନେମା। ସାରା ଦେଶର ବିଭିନ୍ନ ଅଜ୍ଞାତ ଘରେ ଟିଆର୍‌ପି ମାପିବା ମାପକାଠି ରଖାଯାଇଥିଲା। ବ୍ରଡ୍‌କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍ସିଲ (ବିଏଆର୍‌ସି) ଯେଉଁ ମାନଦଣ୍ଡ ଅନୁସାରେ ଚ୍ୟାନେଲଗୁଡ଼ିକର ଟିଆର୍‌ପି ଆକଳନ କରିଥାଏ ସେହି ହିସାବରେ ଏହା କରାଯାଇଥିଲା। ଆମେ ଜାଣିବାକୁ ପାଇଥିଲୁ ଯେ, ବିଏଆର୍‌ସି ପକ୍ଷରୁ ଚୁକ୍ତି କରାଯାଇଥିବା ହନ୍ସା ରିସର୍ଚ୍ଚ ଗ୍ରୁପ୍‌ର ପୂର୍ବତନ କର୍ମଚାରୀମାନଙ୍କୁ କେତେକ ଚ୍ୟାନେଲ ଟଙ୍କା ଦେଇଥିଲେ। ପୂର୍ବତନ କର୍ମଚାରୀମାନେ କେତେକ ନିର୍ଦ୍ଦିଷ୍ଟ ପରିବାରକୁ ଅର୍ଥ ଦେଉଥିଲେ। ସେହି ପରିବାରମାନେ ଟିଆର୍‌ପି ପ୍ରସାର ପାଇଁ ମାପଦଣ୍ଡ ଭାବେ ବଛାହୋଇଥିଲେ। ସେମାନେ ରିପବ୍ଲିକ୍‌ ଭଳି କେତେକ ନିର୍ଦ୍ଦିଷ୍ଟ ଚ୍ୟାନେଲକୁ ସେଗୁଡ଼ିକର ଟିଆର୍‌ପି ବୃଦ୍ଧି ପାଇଁ ଟିଭିରେ ଚଲାଇ ରଖୁଥିଲେ ବୋଲି ପୋଲିସ କମିଶନର ପ୍ରଘଟ କରିଛନ୍ତି। ସେ ଆହୁରି କହିଛନ୍ତି, ଟିଆର୍‌ପି ବଢ଼ାଉଥିବା ପ୍ରତି ପରିବାରକୁ ଦିନକୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିଲା। କେତେକ ସ୍ଥଳେ ଇଂଲିଶ୍‌ ବୁଝୁ ନ ଥିବା ଲୋକେ ମଧ୍ୟ ରିପବ୍ଲିକ୍‌ ଚ୍ୟାନେଲକୁ ଦିନସାରା ଲଗାଇ ରଖୁଥିଲେ। ସେମାନଙ୍କ ବୟାନ ରେକର୍ଡ କରାଯାଇଥିବା କମିଶନର ସୂଚନା ଦେଇଛନ୍ତି।
ପୋଲିସ ମୁତାବକ ହନ୍ସା ଏବଂ ବିଏଆର୍‌ସି ଟିଆର୍‌ପିର ଏହି ‘ଅସ୍ବାଭାବିକ ଟ୍ରେଣ୍ଡସ୍‌’ ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କାଣ୍ଡିଭଲି ଥାନାରେ ମାମଲା ରୁଜୁ ପରେ ହଂସାର ଜଣେ ପୂର୍ବତନ କର୍ମଚାରୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୦ ଲକ୍ଷ ଓ ଲକର୍‌ରୁ ୮.୫ ଲକ୍ଷ ଟଙ୍କା ଜବତ କରାଯାଇଛି।  ଅପରପକ୍ଷେ ଏହି ଘଟଣାକୁ ନେଇ ରିପବ୍ଲିକ ମିଡିଆ ନେଟଓ୍ବାର୍କର ସମ୍ପାଦକ ଅର୍ନବ ଗୋସ୍ବାମୀ ଏକ ବିବୃତି ଜାରି କରି ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ଅଭିଯୋଗକୁ ମିଥ୍ୟା ବୋଲି ଅଭିଯୋଗ କରିଛନ୍ତି। ଏଥିସହ ରିପବ୍ଲିକ ଟିଭି ପକ୍ଷରୁ ମୁମ୍ବାଇ ପୋଲିସ କମିଶନରଙ୍କ ବିରୋଧରେ ଅପରାଧିକ ମାନହାନୀ ମକଦ୍ଦମା ଦାୟର କରାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri