ଗଣତନ୍ତ୍ର ବିଦ୍ରୋହୀ

ସୁସାନ ଷ୍ଟୋକ୍ସ

୬ ଜାନୁୟାରୀ ୨୦୨୧ରେ ଆମେରିକାର ପରାଜିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ କାପିଟୋଲ ହିଲ୍‌କୁ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହାର ଦୁଇ ବର୍ଷ ଓ ଦୁଇ ଦିନ ପରେ ବ୍ରାଜିଲରେ ସମାନ ପ୍ରକାର ଘଟଣା ଦେଖିବାକୁ ମିଳିଛି। ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ସମର୍ଥକମାନେ ନ୍ୟାଶନାଲ କଂଗ୍ରେସ, ସୁପ୍ରିମ କୋର୍ଟ ଏବଂ ବ୍ରାସେଲିଆରେ ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣ କରିଛନ୍ତି। ଟ୍ରମ୍ପ୍‌ ଯେଭଳି ଏକଚ୍ଛତ୍ରବାଦ ପରିଚୟ ଦେଇଥିଲେ ଠିକ୍‌ ସେହିଭଳି ବୋଲସୋନାରୋଙ୍କ ସମର୍ଥକମାନେ ତାଙ୍କୁ ପ୍ରତିପାଦନ କରିଛନ୍ତି। ବ୍ରାଜିଲର ବିଫଳ ବିଦ୍ରୋହ ଏବଂ ଆମେରିକାର କାପିଟୋଲ ହିଲ୍‌ ଆକ୍ରମଣ ମଧ୍ୟରେ ଥିବା ସାଦୃଶ୍ୟ ଭଳି ବୋଲସୋନାରୋ ଓ ଟ୍ରମ୍ପଙ୍କ ମଧ୍ୟରେ ଅନେକ ସମାଞ୍ଜସ୍ୟ ଦେଖାଯାଏ। ଉଭୟ ନେତା ଅତି ଦକ୍ଷିଣପନ୍ଥୀ। ଥରେ ମାତ୍ର ରାଷ୍ଟ୍ରପତି ହୋଇଥିବା ଏହି ଗଣତନ୍ତ୍ର ବିରୋଧୀ ନେତା ଦ୍ୱୟଙ୍କ କୋଭିଡ୍‌ ମହାମାରୀ ସମ୍ପର୍କିତ ଭୁଲ୍‌ ତଥ୍ୟ ଏବଂ ଅହଂକାର ଯୋଗୁ ଅନେକ ହଜାର ଲୋକଙ୍କ ଜୀବନ ଚାଲିଗଲା। ଉଭୟ ଗଣମାଧ୍ୟମକୁ ଉଗ୍ର ଓ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କ ନ୍ୟାୟିକ ବ୍ୟବସ୍ଥାର ସ୍ବାଧୀନତା ପ୍ରତି ଆହ୍ବାନ ସୃଷ୍ଟି କରିଥିଲେ। ଉଭୟ ଦାବିି କରିଥିଲେ ଯେ, ଭୋଟିଂ ମେଶିନରେ କରାଯାଇଥିବା ବ୍ୟାପକ ହେର୍‌ଫେର ସେମାନଙ୍କୁ ଦ୍ୱିତୀୟ ଥର ରାଷ୍ଟ୍ରପତି ନିର୍ବାଚିତ ହେବାରୁ ବଞ୍ଚିତ କଲା। ଫଳରେ ଏହି ଦୁଇ ନେତାଙ୍କର ସମର୍ଥକମାନେ ସେମାନଙ୍କ ଦେଶର ନିର୍ବାଚନର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ହଜାର ସଂଖ୍ୟାରେ ରାଜଧାନୀକୁ କବ୍‌ଜା କରି ଗଣତନ୍ତ୍ରକୁ ବଳ ପୂର୍ବକ ଦବାଇ ଦେବାକୁ ପ୍ରୟାସ କରିଛନ୍ତି। କିନ୍ତୁ ଟ୍ରମ୍ପ୍‌ ଓ ବୋଲସୋନାରୋଙ୍କ ରାଷ୍ଟ୍ରପତିତ୍ୱ ପରେ ଏହି ଗଣତନ୍ତ୍ର ବିରୋଧୀ ନେତାମାନଙ୍କ ବିରୋଧରେ ଓପଚାରିକ ଭାବେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ନେବା ଉପରେ କମ୍‌ ଗୁରୁତ୍ୱ ଦିଆଯାଇଛି। ବହୁ ଆମେରିକୀୟ ଭୟ କରନ୍ତି ଯେ, ବିଦ୍ରୋହକୁ ଉସୁକାଇବା ପାଇଁ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆଣିବା ଏକ ‘ଯେସାକୁ ତେସା’ ସ୍ଥିତିକୁ ଗତିଶୀଳ କରିବ। କିନ୍ତୁ ୧୯୮୯ରେ ବ୍ରାଜିଲରେ ଗଣତନ୍ତ୍ର ପୁନଃ ପ୍ରତିଷ୍ଡା ହେବା ପରଠାରୁ ସ୍ଥିତି କିଛି ଭିନ୍ନ ରହିଥିବା ଜଣାପଡେ।
୧୯୯୨ରେ ବ୍ରାଜିଲର ମିଲିଟାରି ଶାସନ ଶେଷ ହେବା ପରେ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରଥମେ ଫର୍ନାଡୋ କୋଲୋର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ରାଜନୈତିକ ପଦର ଦୁରୁପଯୋଗ ଅଭିଯୋଗରେ ସେ ୧୯୯୨ରେ ଇସ୍ତଫା ଦେଇଥିଲେ। ସେ ନ୍ୟାୟାଳୟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ରାଷ୍ଟ୍ରପତି ପଦରେ ରହିବାକୁ ଅଯୋଗ୍ୟ ହୋଇଥିଲେ। ପରେ କୋଲୋର ଅଭିଯୋଗରୁ ମୁକ୍ତ ହୋଇ ପୁଣି ରାଜନୈତିକ ଅଧିକାର ପାଇଥିଲେ। କେବଳ କୋଲୋର ନୁହନ୍ତି, ତାଙ୍କ ପରେ ବ୍ରାଜିଲର ରାଷ୍ଟ୍ରପତିମାନଙ୍କ ବିରୋଧରେ ଓପଚାରିକ ଭାବେ ଅଭିଯୋଗ ଆସିଛି ଏବଂ ସେମାନଙ୍କ ମଧ୍ୟରୁ କେତେଜଣ ନ୍ୟାୟିକ ବିଚାରକୁ ସାମ୍ନା କରିଛନ୍ତି। ଏବକାର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା( ଲୁଲା ) ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ୧୨ ବର୍ଷ ଜେଲରେ ରହିଥିଲେ। ୨୦୧୯ରେ ଜେଲରୁ ମୁକ୍ତ ହୋଇଥିଲେ। ଶେଷରେ ସେ ତାଙ୍କ ରାଜନୈତିକ ଅଧିକାର ଫେରିପାଇ ରାଷ୍ଟ୍ରପତି ନିର୍ବାଚନ ଲଢି ବୋଲସୋନାରୋଙ୍କୁ ପରାସ୍ତ କରିଥିଲେ।
ସାଧାରଣ ମତକୁ ବିଭ୍ରାନ୍ତ କରିବା ଏବଂ ଇଲେକ୍ଟ୍ରୋନିକ ଭୋଟିଂ ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରସାରରେ ବୋଲସୋନାରୋଙ୍କ ସମ୍ପର୍କ ଥିବାରୁ ସେ ଅଭିଯୋଗକୁ ସାମ୍ନା କରିପାରନ୍ତି। ବୋଲସୋନାରୋଙ୍କ ପାର୍ଟି ଅନେକ ଲକ୍ଷ ଭୋଟ ନାକଚ କରିବା ପାଇଁ ଇଲେକଟ୍ରୋରାଲ କୋର୍ଟକୁ ଅନୁରୋଧ କରିବା ପରେ କୋର୍ଟ ଦେଶର ଇଲେକ୍ଟୋନିକ ଭୋଟିଂ ବ୍ୟବସ୍ଥାକୁ ଅଣଦେଖା କରାଯାଉଥିବା ହୃଦ୍‌ବୋଧ କରିଥିଲେ। ଏହାସହ ପାର୍ଟି ଉପେର ଜରିମାନା ଲାଗୁ କରି ତା’ ସମ୍ପତ୍ତି ଜବତ କରିଥିଲେ। ସରକାରୀ କ୍ଷମା ପାଇବା ଲାଗି ଗଣତନ୍ତ୍ର ଉପରେ ଆକ୍ରମଣ ବନ୍ଦ କରି ବୋଲସୋନାରୋ ନିଜେ ଏବଂ ତାଙ୍କ ପରିବାର ସଦସ୍ୟ କିଭଳି ଜେଲ ନ ଯିବେ ସେଥିଲାଗି ଆପ୍ରାଣ ଉଦ୍ୟମ କରୁଥିବା ବ୍ରାଜିଲର ମିଡିଆ ପ୍ରକାଶ କରିଛି। ଏବେ ଅସ୍ଥାୟୀ ଭାବେ ଫ୍ଲୋରିଡାରେ ରହି ଦେଶରେ ଗମ୍ଭୀର ଅଭିଯୋଗରୁ ବର୍ତ୍ତିବା ପାଇର୍ଁ ଏହା ଏକ ଉଦ୍ୟମ ବୋଲି କେତେକେ ଅନୁମାନ କରିଛନ୍ତି। ତେବେ କିଛି ବର୍ଷ ତାଙ୍କ ଆଦର୍ଶ ଟ୍ରମ୍ପ୍‌ଙ୍କ ପଦାଙ୍କ ଅନୁସରଣ କରିଆସୁଥିଲେ। ତେବେ ସେ ହଠାତ୍‌ କାହିଁକି ଟ୍ରମ୍ପଙ୍କ ରଣନୀତିରୁ ବିଚ୍ୟୁତ୍‌ ହେବା ମୂଳରେ ସମ୍ଭାବ୍ୟ ଓପଚାରିକ ଅଭିଯୋଗର ଭୟ ରହିଥିବା ବୁଝାପଡ଼ୁଛି। ରାଷ୍ଟ୍ରପତି ନିର୍ବାଚନକୁ ଗ୍ରହଣ କରିବାକୁ ବୋଲସୋନାରୋ ମନା କରିଥିବାବେଳେ ଶାନ୍ତିପୂର୍ଣ୍ଣ ଭାବେ ଦାୟିତ୍ୱ ହସ୍ତାନ୍ତର ହେବ ବୋଲି ନଭେମ୍ବର ପ୍ରାରମ୍ଭରେ ତାଙ୍କ ଚିଫ୍‌ ଅଫ୍‌ ଷ୍ଟଫ୍‌ ସ୍ବୀକାର କରିଥିଲେ। ଏବେ ସୁଦ୍ଧା ଟ୍ରମ୍ପ୍‌ ବ୍ୟାପକ ନିର୍ବାଚନୀ ହେର୍‌ଫେରର ଶିକାର ହୋଇଥିବା ଦାବି କରୁଥିବାବେଳେ ବୋଲସୋନାରେ କିନ୍ତୁ ନୀରବ ହୋଇଯାଇଛନ୍ତି। ବୋଲସୋନାରୋ ଫ୍ଲେରିଡାର ଡିସ୍‌ନେ ଓ୍ବାଲର୍‌ଡ ନିକଟରେ ଚଳିତ ସପ୍ତାହର ବ୍ରାସେଲିଆ ହିଂସାକୁ ସାଧାରଣରେ ତୀବ୍ର ନିନ୍ଦା କରିଛନ୍ତି।
ବିଦ୍ରୋହୀଙ୍କୁ ଛାଡ଼ିଦେବାରେ ବି ବିପଦ ଅଛି;ଯାହା ବ୍ରାଜିଲର ପଡୋଶୀ ଦେଶ ଭେନେଜୁଏଲା ଅନୁଭବରୁ ସ୍ପଷ୍ଟ ହୁଏ। ଆକାଂକ୍ଷୀ ଏକଚ୍ଛତ୍ରବାଦୀଙ୍କ ପୁନଃ ପ୍ରକାଶ ହେଲେ ସେମାନଙ୍କ ଆମତ୍ବିଶ୍ୱାସ ଓ ଶକ୍ତି ବହୁଗୁଣ ବଢିଯାଏ। ୧୯୯୨ରେ ଲ୍ୟୁଟନାଣ୍ଟ କର୍ନେଲ ହ୍ୟୁଗୋ ଚାଭେଜ ନିର୍ବାଚିତ ଭେନେଜୁଏଲା ସରକାରକୁ ହଟାଇ କ୍ଷମତା ଦଖଲ କରିବାର ଦୁଇଟି ଉଦ୍ୟମ କରିଥିଲେ ଓ ତାହା ବିଫଳ ହୋଇଥିଲା। ସେତେବେଳର ରାଷ୍ଟ୍ରପତି ରାଫେଲ କାଲ୍‌ଡେରା ତାଙ୍କୁ ଜେଲରୁ ମୁକ୍ତ କରିବା ପରେ ସେ ୧୯୯୮ରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଭେନେଜୁଏଲା ଗଣତନ୍ତ୍ରର କ୍ଷତି କରିଥିଲେ। ତାଙ୍କ ସମୟରେ ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା। ଇକ୍ୱେଡର ମଧ୍ୟ କହେ ଆଉ ଏକ ସତର୍କ କାହାଣୀ। ୨୦୦୦ରେ ଦେଶର ଗମ୍ଭୀର ଆର୍ଥିକ ସଙ୍କଟକୁ ନେଇ ନିର୍ବାଚିତ ରାଷ୍ଟ୍ରପତି ଜାମିଲ ମାହୁଆଦଙ୍କ ବିରୋଧରେ ଗଣ ଆନ୍ଦୋଳନ ଦେଖାଯାଇଥିଲା। ସେହି ସ୍ଥିତିରେ ସେନାର ଜଣେ କର୍ନେଲ ଲୁସିଓ ଗୁଟେରେଜ ଆନ୍ଦୋଳନ କାରୀମାନଙ୍କୁ ନିକଟରୁ ନିରୀକ୍ଷଣ କରିୁଥିଲେ। ପରେ ଆନ୍ଦୋଳନକାରୀମାନେ ଗୁଟେରେଜଙ୍କ କ୍ଷମତା ଦଖଲ କରିବା ଉଦ୍ୟମରେ ସାମିଲ ହୋଇଗଲେ । ବଳପୂର୍ବକ କ୍ଷମତା ଦଖଲ କରିବା ଅଭିଯୋଗରେ ଗୁଟେରେଜ କେବେ ବି ମିଲିଟାରି କିମ୍ବା ସିଭିଲ କୋର୍ଟରେ ଆପରାଧିକ ମାମଲାର ସାମ୍ନା କରି ନ ଥିଲେ। ପରେ ୨୦୦୨ରେ ଗୁଟେରେଜ ନିର୍ବାଚନ ଲଢିଲେ ଓ ଜିତିଲେ। ଦେଖିବାକୁ ଗଲେ ପୂର୍ବରୁ ଗଣତନ୍ତ୍ର ପ୍ରତି ଥିବା ଅବଜ୍ଞା ଭାବ ତାଙ୍କ ରାଷ୍ଟ୍ରପତିତ୍ୱରେ ପ୍ରକାଶ ପାଇଥିଲା। ସେ ସୁପ୍ରିମକୋର୍ଟକୁ ଅଚଳ କରି ଦେଶରେ ଜରୁରିକାଳୀନ ସ୍ଥିତି ଘୋଷଣା କରିଥିଲେ। ରାଜନେତିକ କାରଣରୁ ବ୍ରାଜିଲ ତାଙ୍କୁ ଅନ୍ୟ ଦେଶରେ ଶରଣ ନେବା ଲାଗି ଅନୁମତି ଦେବା ପରେ ସେ ଇକ୍ୱେଡର ଚାଲିଯାଇଥିଲେ।
ଏବେ ସୁଦ୍ଧା ବୋଲସୋନାରୋଙ୍କ କାହାଣୀର ଶେଷ ଅଧ୍ୟାୟ ଲେଖାଯିବାକୁ ବାକି ରହିଛି। କିନ୍ତୁ ଗମ୍ଭୀର ଆପରାଧିକ ଅଭିଯୋଗର ଭୟ ତାଙ୍କୁ ଘରିଛି ବୋଲି ସୂଚନା ମିଳିସାରିଲାଣି। ଆମେରିକୀୟମାନେ ଏଥିରୁ ଶିକ୍ଷା କରିବା ଉଚିତ। ପୂର୍ବତନ ରାଷ୍ଟ୍ରପତିମାନଙ୍କ ବିରୋଧରେ ଓପଚାରିକ ଅଭିଯୋଗ ଆଣିବାରେ ବିପଦ ରହିଥିଲେ ମଧ୍ୟ ଯଦି ଗଣତନ୍ତ୍ର୍‌ ବିଦ୍ରୋହୀଙ୍କୁ ଓ ଉତ୍ତରଦାୟିତ୍ୱରୁ ବଞ୍ଚିତ ଏକଚ୍ଛତ୍ରବାଦୀମାନଙ୍କୁ ଛାଡ଼ି ଦିଆଯାଏ ତେବେ ଅତ୍ୟଧିକ ମୂଲ୍ୟ ଦେବାକୁ ପଡ଼ିପାରେ।
ପ୍ରାଧ୍ୟାପକ, ରାଜନୀତି ବିଜ୍ଞାନ,
ଶିକାଗୋ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri