୧୦୧ ସହରରେ ଜିଓ ଟ୍ରୁ ୫ଜି ନେଟ୍‌ଓ୍ବର୍କ

ନୂଆଦିଲ୍ଲୀ,୧୩।୧:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏକ ବିରଳ ସଫଳତା ହାସଲ କରିଛି। ବିଶେଷକରି ଜିଓ ଗତ ୧୦୦ ଦିନ ମଧ୍ୟରେ ୧୦୧ଟି ସହରରେ ଟ୍ରୁ ୫ଜି ସେବା ପ୍ରଚଳନ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଅପରପକ୍ଷରେ ତାମିଲନାଡୁର ସୂଚନା ପ୍ରାଦ୍ୟୋଗିକି ମନ୍ତ୍ରୀ ଟି. ମନୋଥଙ୍ଗରାଜ ରାଜ୍ୟର କୋଏମ୍ବାଟୁର,ମଦୁରାଇ, ତିରୁଚିରାପଲ୍ଲୀ, ସାଲେମ, ହୋସୁର ଏବଂ ଭେଲୋର ଭଳି ସହରରେ ଜିଓ ଟ୍ରୁ ୫ଜି ନେଟ୍‌ୱର୍କ ଶୁଭାରମ୍ଭ କରିଛନ୍ତି। ଏହି ୬ ସହର ସହ ଜିଓର ୫ଜି ନେଟ୍‌ୱର୍କରେ ଯୋଡ଼ି ହୋଇଥିବା ସହର ସଂଖ୍ୟା ୧୦୧ରେ ପହଞ୍ଚତ୍ଛି। ସେହିଭଳି ଜିଓର ୫ଜି ରୋଲ୍‌ ଆଉଟ ସ୍ପିଡ୍‌ ଏହାର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଗୁଡ଼ିକ ତୁଳନାରେ ଯଥେଷ୍ଟ କ୍ଷିପ୍ର ରହିଛି। ଜିଓର ୧୦୧ ସହରରେ ଟ୍ରୁ ୫ଜି ସେବା ଯୋଗାଣ ସ୍ଥାନରେ ଏୟାରଟେଲ ମାତ୍ର ୩୦ ସହରରେ ନିଜର ୫ଜି ସେବା ପ୍ରଚଳନ କରିପାରିଛି। ସେହି ସମୟ ମଧ୍ୟରେ ଭୋଡା-ଆଇଡିଆର ଗ୍ରାହକ ଏପର୍ଯ୍ୟନ୍ତ ୫ଜି ସେବା ଆରମ୍ଭକୁ ପ୍ରତୀକ୍ଷା କରିଛନ୍ତି। ସେହିପରି ୨୦୨୨ ଅକ୍ଟୋବର ୪ରେ ଦେଶର ୪ଟି ସହରରେ ଟ୍ରୁ ୫ଜି ସେବା ପ୍ରଚଳନ କରି ରିଲାଏନ୍ସ ଜିଓ ୫ଜି ରୋଲ୍‌ଆଉଟର ପ୍ରାରମ୍ଭ କରିଥିଲା ଏବଂ ମାତ୍ର ୧୦୦ ଦିନ ମଧ୍ୟରେ ତା’ର ସେବା ପ୍ରାୟ ୧୦୧ଟି ସହରରେ ପହଞ୍ଚତ୍ସାରିଛି। ଏଥିରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ଭଳି ମେଟ୍ରୋ ସହର ସହ ଅନେକ ଛୋଟ ବଡ଼ ସହର ସାମିଲ ରହିଛି। ବିଶେଷକରି ନାଥଦ୍ୱାରା, ମହାକାଳ ମନ୍ଦିର, କାମାକ୍ଷା ମନ୍ଦିର, ଗୁରୁବାୟୁର, ତିରୁପତି ଭଳି ଧାର୍ମିକ ମହତ୍ତ୍ୱ ଥିବା ସ୍ଥାନଗୁଡ଼ିକରେ ମଧ୍ୟ ଜିଓ ତା’ର ଟ୍ରୁ ୫ଜି ନେଟ୍‌ୱର୍କ ଉପଲବ୍ଧ କରାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଜିଓ ଟ୍ରୁ ୫ଜି ପ୍ରଚଳନ କରାଯିବା ସହ ଟ୍ରୁ ୫ଜି ସେବା ଭୁବନେଶ୍ୱର ଓ କଟକରେ ଚଳିତ ବର୍ଷ ଜାନୁୟାରୀ ୫ ତାରିଖରେ ଶୁଭାରମ୍ଭ କରାଯାଇଛି। ଓଡ଼ିଶାର ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ଏବଂ ବାଲେଶ୍ୱର ଆଦି ସହରରେ ୨୦୨୩ ଫେବୃୟାରୀ ସୁଦ୍ଧା ଟ୍ରୁ ୫ଜି ସେବା ପ୍ରଚଳନ କରିବା ଏବଂ ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ତହସିଲ ଏବଂ ତାଲୁକାକୁ ୫ଜିରେ ସଂଯୁକ୍ତ କରିବାକୁ ଜିଓ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?