‘ରିପବ୍ଲିକ୍‌ ଭାରତ’କୁ ବ୍ରିଟେନରେ ୨୦,୦୦୦ ପାଉଣ୍ଡ ଜରିମାନା

ଲଣ୍ଡନ, ୨୪।୧୨: ବ୍ରିଟେନରେ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ ‘ରିପବ୍ଲିକ୍‌ ଭାରତ’କୁ ଅପରେଟ୍‌ କରୁଥିବା ଓ୍ବାଲର୍‌ଡଓ୍ବାଇଡ୍‌ ମିଡିଆ ନେଟ୍‌ଓ୍ବର୍କ ଲିମିଟେଡ୍‌ ଉପରେ ବ୍ରିଟିଶ ଟିଭି ନିୟାମକ ସଂସ୍ଥା ଅଫ୍‌କମ୍‌ ୨୦,୦୦୦ ପାଉଣ୍ଡ (ପାଖାପାଖି ୧୯.୭ ଲକ୍ଷ ଟଙ୍କା) ଜରିମାନା ଲଗାଇଛି। ୨୦୧୯ ସେପ୍ଟେମ୍ବର ୬ରେ ରିପବ୍ଲିକ୍‌ ଭାରତର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଦ୍ୱାରା ଏକ ବିତର୍କ କାର୍ଯ୍ୟକ୍ରମ ‘ପୁଛ୍‌ତା ହୈ ଭାରତ’ ଉପସ୍ଥାପନ କରାଯାଇଥିଲା। ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ-୨’ ବିଷୟବସ୍ତୁ ଉପରେ ହୋଇଥିବା ଆଲୋଚନାରେ ୩ ଭାରତୀୟ ଓ ୩ ପାକିସ୍ତାନୀ ସାମିଲ ହୋଇଥିଲେ। ପ୍ରସାରଣ ନିୟମ ଅନୁପାଳନ କରିବାରେ ବିଫଳତା ପାଇଁ ଅର୍ଣ୍ଣବଙ୍କ ଟିଭି ନେଟ୍‌ଓ୍ବର୍କ ଉପରେ ଜରିମାନା ଧାର୍ଯ୍ୟ କରାଯାଇଛି।
ଅଫ୍‌କମ୍‌ କହିବା ଅନୁଯାୟୀ ଶୋ’ରେ ପ୍ରସାରିତ ବିଷୟବସ୍ତୁ ପାକିସ୍ତାନୀ ଜନସାଧାରଣଙ୍କ ବିରୋଧରେ ଘୃଣିତ ମନ୍ତବ୍ୟ ଥିଲା। ଉକ୍ତ ଚ୍ୟାନେଲ ପାକିସ୍ତାନୀଙ୍କ ନକାରାତ୍ମକ ଓ ଖରାପ ବ୍ୟବହାରକୁ ପ୍ରସାରଣ କରିଥିଲା। ସେହିପରି ଭାରତ କିଭଳି ଆଗକୁ ବଢ଼ିଛି ଓ ପାକିସ୍ତାନ ଆତଙ୍କବାଦୀଙ୍କୁ ଅନୁମତି ଦେଇ ବିକାଶ ମାର୍ଗରେ ପଛେଇ ଯାଇଛି, ତାହା ଦର୍ଶାଇ ପଡୋଶୀ ଦେଶର ଛବିକୁ ମଳିନ କରିବାକୁ ଏଥିରେ ଉଦ୍ୟମ କରାଯାଇଥିବା କୁହାଯାଇଥିଲା। ତେବେ ୨୦୨୦ ଫେବୃୟାରୀ ୨୬ରୁ ଏପ୍ରିଲ ୯ ମଧ୍ୟରେ ୨୮୦ ଥର ହିନ୍ଦୀ ଓ ଇଂଲିଶରେ କ୍ଷମା ମାଗି ଦୁଃଖ ପ୍ରକାଶ କରିଥିବା ଉକ୍ତ ଟିଭି ଚ୍ୟାନେଲ ପକ୍ଷରୁ ଅଫ୍‌କମ୍‌କୁ ଅବଗତ କରାଯାଇଥିଲା। ଯୋଗାଯୋଗ ନିୟନ୍ତ୍ରକ ଉକ୍ତ କାର୍ଯ୍ୟକ୍ରମକୁ ଦେଖି ସେଥିରେ କେତେକ ଅପମାନଜନକ ଶବ୍ଦ ବ୍ୟବହାର ହୋଇଥିବା ଜାଣିବାକୁ ପାଇବା ପରେ ରିପବ୍ଲିକ୍‌ ଭାରତକୁ ୨୦,୦୦୦ ପାଉଣ୍ଡ ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri