ବଲାଙ୍ଗୀର,୨୬ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ମହକୁମାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗାନ୍ଧୀନଗର ପଡ଼ାସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀ ଭବନ ସମ୍ମୁଖ ମହାତ୍ମା ଗାନ୍ଧୀ ମୂର୍ତ୍ତି ଓ ଶିଶୁ ଉଦ୍ୟାନ ନିକଟସ୍ଥ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ଜିଲାପାଳ ଗୌରବ ଶିଓ୍ବାଜୀ, ଏସ୍ପି ଅଭିଳାଷ ଜୀଙ୍କ ସମେତ ଅଧିକାରୀ ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ ସକାଳ ସାଢ଼େ ୮ଟାରେ ମନୋହରପୁର ମୁଖ୍ୟ ଅତିଥି ଭାବେ ଜିଲାପାଳ ଗୌରବ ଶିଓ୍ବାଜୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଜିଲା ଲୋକସମ୍ପର୍କ ଅଧିକାରୀ କାର୍ଯକ୍ରମ ସଂଯୋଜନା କରିଥିଲେ। ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ଜିଲାପାଳ ଗୌରବ ଶିଓ୍ବାଜୀ ଇସଲଓ୍ବାର ଏବଂ ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜି ଅଭିବାଦନ ମଞ୍ଚରେ ଉପସ୍ଥିତ ଥିଲେ। ଏହି ସମାରୋହରେ ଜିଲା ପରିଷଦ ସଭାପତି ଦେବକୀ ସାହୁ, ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ସେଠୀ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା, ବଲାଙ୍ଗୀର ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ବହୁ ବରିଷ୍ଠ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମଠାରେ ଜିଲାପାଳ ଏକାଦଶ, ପୋଲିସ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ।

