Posted inଫୁରସତ

ଜୈବ ବିବିଧତା ରକ୍ଷାରେ ସରୀସୃପଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜୀବ ଜଗତରେ ବିଭିନ୍ନ ପ୍ରଜାତିର ପ୍ରାଣୀ ବାସକରନ୍ତି। ସେମାନଙ୍କ ମଧ୍ୟରୁ ଲିଜାର୍ଡ ବା ଝିଟିପିଟି ପ୍ରଜାତିର ଅନେକ ସରୀସୃପ ଦେଖାଯାନ୍ତି। ଜୈବ ବିବିଧତା ପାଇଁ ପ୍ରତ୍ୟେକ ଜୀବ ଗୁରୁତ୍ୱ ବହନ କରୁଥିବାବେଳେ ସରୀସୃପଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗୋଧି, ଏଣ୍ଡୁଅ, ଝିଟିପିଟି ଭଳି ଅନେକ (ଲିଜାର୍ଡ) ସରୀସୃପ ପ୍ରଜାତି ଜୀବ ପରିବେଶ ସହ ଖାପଖୁଆଇ ରହିଥାନ୍ତି। ଶତ୍ରୁଠାରୁ ନିଜକୁ ରକ୍ଷା କରିବା ଲାଗି ନିଜ ରଙ୍ଗ ବଦଳାଇବାର ସ୍ବତନ୍ତ୍ର ଗୁଣ ସେମାନଙ୍କ ପାଖରେ ରହିଛି । ସେହିଭଳି ଝିଟିପିଟିର ଲାଞ୍ଜ ଅଲଗା ହୋଇ ସେଠାରୁ ପୁଣି ଏକ ନୂଆ ଲାଞ୍ଜ ସୃଷ୍ଟି ହୋଇଥାଏ। ନୂଆ ଲାଞ୍ଜ ସୃଷ୍ଟି ଆଧୁନିକ ଚିକିତ୍ସା ବିଜ୍ଞାନୀଙ୍କୁ ଗବେଷଣା ପାଇଁ ପ୍ରୋତ୍ସାହିତ କରିଛି। ଛାତିରେ ଭରାଦେଇ ଏଭଳି ପ୍ରାଣୀ ଚଳପ୍ରଚଳ ହୋଇଥାନ୍ତି। ଏମାନେ ଶୀତଳ ରକ୍ତ(କୋଲ୍ଡ ବ୍ଲଡେଡ୍‌) ପ୍ରଜାତିର। ଅର୍ଥାତ୍‌ ପରିବେଶର ତାପମାତ୍ରା ଅନୁସାରେ ସେମାନଙ୍କ ଶରୀରର ତାପମାତ୍ରାରେ ପରିବର୍ତ୍ତନ ହୋଇଥାଏ। ଲିଜାର୍ଡଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅଗଷ୍ଟ ୧୪ରେ ଓ୍ବାଲର୍‌ଡ ଲିଜାର୍ଡ ଡେ’ପାଳନ କରାଯାଏ।
ପୃଥିବୀରେ ପ୍ରାୟ ୫୬୦୦ ପ୍ରକାର ଲିଜାର୍ଡ ଅଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ପ୍ରଜାତି ବିପଦରେ ପଡ଼ିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ସେମାନଙ୍କ ବଂଶ ଲୋପ ପାଇବାରେ ଲାଗିଛି। ଲିଜାର୍ଡ ଡେ’ ଏହି ବିଶେଷ ପ୍ରକାର ସରୀସୃପଙ୍କ ସଂରକ୍ଷଣ ଓ ସଚେତନତା ସୃଷ୍ଟି କରିବା ଲାଗି ପାଳନ କରାଯାଇଥାଏ।

ବଦଳାଇବାଠାରୁ ଆରମ୍ଭ କରି ଶରୀରରୁ ଲାଞ୍ଜକୁ ଅଲଗା କରିବା ଭଳି ଭିନ୍ନ ଭିନ୍ନ କୌତୂହଳପୂର୍ଣ୍ଣ ତଥ୍ୟ ରହିଛି। ଊନବିଂଶ ଶତାବ୍ଦୀରେ ଲିଜାର୍ଡ ପ୍ରଜାତିର ଜୀବଙ୍କୁ ଆମ୍ଫିବିଆନ ଅର୍ଥାତ୍‌ ଉଭୟଚର ପ୍ରାଣୀଙ୍କଠାରୁ ପୃଥକ୍‌ କରାଯାଇଥିଲା। ଲିଜାର୍ଡଙ୍କ ସଂଖ୍ୟା କମିବା ଏକ ଉଦ୍‌ବେଗଜନକ ସ୍ଥିତି। ଏହା ପଛର ମୁଖ୍ୟ କାରଣ ହେଉଛି ଜଙ୍ଗଲ ନଷ୍ଟ, ସରୀସୃପଙ୍କ ପ୍ରତି ଗୁରୁତ୍ୱର ଅଭାବ ଏବଂ ଚର୍ମ ବ୍ୟବସାୟ ଇତ୍ୟାଦି। ଚର୍ମ ବ୍ୟବସାୟର ଚୋରା କାରବାର ଏକବିଂଶ ଶତାବ୍ଦୀରୁ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତ ସରୀସୃପ ହେଉଛନ୍ତିି ବାୟୁରୁ ନିଃଶ୍ୱାସ ନେଉଥିବା ମେରୁଦଣ୍ଡୀ ପ୍ରଜାତି। ସେମାନଙ୍କ ଶରୀର କାତିରେ ଆବୃତ।
ପ୍ରଜାତି ମଧ୍ୟରେ ସାପ, କଇଁଛ, କୁମ୍ଭୀର, ଏଣ୍ଡୁଅ, ଝିଟିପିଟି, ଗୋଧି ପ୍ରମୁଖ ସ୍ଥାନ ଗ୍ରହଣ କରିଥାନ୍ତି। ସେଥିମଧ୍ୟରେ ଜନବସତି ବୃଦ୍ଧି, ରୋଗ ସଂକ୍ରମଣ, ଜଳବାୟୁ ପରିବର୍ତ୍ତନ ଯୋଗୁ ସେମାନଙ୍କର ପ୍ରାକୃତିକ ବାସସ୍ଥାନ ନଷ୍ଟ ହେବାରେ ଲାଗିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚର୍ମ ବ୍ୟବସାୟ ପାଇଁ ସେମାନଙ୍କ ଶିକାରରେ ବୃଦ୍ଧି ଘଟିଛି।

ପୃଥିବୀର ଜୈବବିବିଧତା ପାଇଁ ସରୀସୃପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନେ ବିଭିନ୍ନ କୀଟପତଙ୍ଗଙ୍କୁ ଖାଦ୍ୟ ଭାବେଗ୍ରହଣ କରି ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିଥାନ୍ତି। ସରୀସୃପ ପ୍ରାୟତଃ ଘାସ ଏବଂ ପତ୍ରଯୁକ୍ତ ଉଦ୍ଭିଦ, ପୋକଯୋକ ଏବଂ ଛୋଟ କୀଟପତଙ୍ଗ ଖାଇଥାନ୍ତି। ଚିରସ୍ଥାୟୀ ଆବାସିକ ଅଞ୍ଚଳଠାରୁ ଆରମ୍ଭ କରି ଆମାଜନର ରେନ୍‌ ଫରେଷ୍ଟରେ ନାନା ପ୍ରଜାତିର ସରୀସୃପ ଦେଖାଯାନ୍ତି। ଆଣ୍ଟାର୍କଟିକାର ପ୍ରବଳ ଥଣ୍ଡାରେ ଜୀବନଧାରଣ କରିବାକୁ ସକ୍ଷମ ହେଉ ନ ଥିବାରୁ ଏହି ଅଞ୍ଚଳରେ ଏହା ଦୃଷ୍ଟିଗୋଚର ହୋଇ ନ ଥାନ୍ତି।

ପ୍ରଜାତିର ସରୀସୃପ ସେମାନଙ୍କ ଖାଦ୍ୟରୁ ଜଳ ଗ୍ରହଣ କରନ୍ତି। ବିଶେଷ ଭାବେ ସେମାନେ ସକାଳର ସୂର୍ଯ୍ୟ କିରଣରେ ରହିବାକୁ ଭଲ ପାଆନ୍ତି। ଏହାଦ୍ୱାରା ସେମାନଙ୍କ ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା ବଢ଼ିବା ସହିତ ମାଂସପେଶୀ, ଅଙ୍ଗପ୍ରତ୍ୟଙ୍ଗ ସୁଦୃଢ଼ ହୋଇଥାଏ। ସରୀସୃପଙ୍କ ଆକାର ୨ ଇଞ୍ଚରୁ ଆରମ୍ଭ କରି ୧୧ ଫୁଟ ବା ଏହାଠାରୁ ଅଧିକ ହୋଇଥାଏ। ସେହିପରି ଓଜନ ମଧ୍ୟ ୩୦୦ ପାଉଣ୍ଡ ପର୍ଯ୍ୟନ୍ତ ହୋଇଥାଏ। ପୃଥିବୀର କେତେକ ଅଞ୍ଚଳରେ ଲୋକେ ସରୀସୃପଙ୍କୁ ଘରେ ପୋଷା ଭାବେ ପାଳିଥାନ୍ତି। ଆମେରିକାରେ ୯ ନିୟୁତରୁ ଅଧିକ ଲୋକ ଘରେ ସରୀସୃପ ପାଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri