ନଗଡ଼ାକୁ ପକ୍କାରାସ୍ତା ପାଇଁ ରିପୋର୍ଟ ବାଧକ

ଯାଜପୁର ଅଫିସ୍‌,୮ା୮: ଯାଜପୁର ଜିଲା ସୁକିନ୍ଦା ବ୍ଲକର ନଗଡ଼ାରେ ପୁଷ୍ଟିହୀନତାଜନିତ ଶିଶୁମୃତ୍ୟୁ ଘଟଣା ୨୦୧୬ ଜୁଲାଇରେ ସାରା ଦେଶରେ ଚହଳ ପକାଇଥିଲା। ଏଥିଯୋଗୁ ରାଜ୍ୟ ଓ କେନ୍ଦ୍ର ସରକାର ମୁଣ୍ଡେଇଥିବା ବଦନାମକୁ ଲିଭାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ସରକାର ନଗଡ଼ାକୁ ଆଦର୍ଶ ଗ୍ରାମ ଭାବେ ଗଢ଼ିତୋଳିବାକୁ ପଣ କରିଥିଲେ। ପ୍ରଥମେ ରାସ୍ତା ନିର୍ମାଣ ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା। ଉପଯୁକ୍ତ ଗମନାଗମନ ବିନା ବିକାଶ ଅସମ୍ଭବ ବୋଲି ସେତେବେଳେ ମତପ୍ରକାଶ ପାଇଥିଲା। ଏହିକ୍ରମରେ ଅଶୋକଝର ପାହାଡ଼ ପାଦଦେଶରୁ ନାଳିଆଡବା, ବଡ଼ନଗଡ଼ା, ମଝିନଗଡ଼ା ହୋଇ ତଳନଗଡ଼ା ପର୍ଯ୍ୟନ୍ତ ୭.୬୬ କି.ମି. ମାଟି ରାସ୍ତା ନିର୍ମାଣ ହୋଇଥିଲା। ଏଥିରେ ଡିଏମ୍‌ଏଫ୍‌ (ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ) ପାଣ୍ଠିରୁ ୧୨.୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ମାଟି ରାସ୍ତା ଯୋଗୁ ମେଟାଲ ଉଠି ତାହା ଏବେ ଗମନାଗମନ ଅନୁପଯୋଗୀ ହୋଇପଡ଼ିଛି। ତେଣୁ ନଗଡ଼ାକୁ ଏକ ପକ୍କା ରାସ୍ତା ନିର୍ମାଣ କରିବାକୁ ଇ-ଅଭିଯୋଗ ଜରିଆରେ ଗ୍ରାମ୍ୟ ନିର୍ମାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଦାବି ହୋଇଥିଲା। କିନ୍ତୁ ନଗଡ଼ାକୁ ପକ୍କା ରାସ୍ତା ହୋଇପାରିବ ନାହିଁ ବୋଲି ବିଭାଗର ଜିଲାସ୍ତରୀୟ ରିପୋର୍ଟରୁ ଜଣାପଡ଼ିଛି। କାରଣ ରିପୋର୍ଟରେ ଜଙ୍ଗଲ ଅଞ୍ଚଳ ଏବଂ ୨୦୦୧ ଜନଗଣନା ଅନୁଯାୟୀ ନଗଡ଼ାର ଲୋକସଂଖ୍ୟାକୁ ଦ୍ୱାହି ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ପକ୍କା ରାସ୍ତା ନିର୍ମାଣ ପାଇଁ ଅସହାୟତା ପ୍ରକାଶ କରାଯାଇଛି। ପ୍ରାୟ ୨୦ ବର୍ଷ ତଳର ଲୋକସଂଖ୍ୟାକୁ ଆଧାର କରି ଏଭଳି ରିପୋର୍ଟ ଦାଖଲ କରାଯିବା ଅବାସ୍ତବ ମନେହେଉଛି। ନଗଡ଼ାର ଅବହେଳିତ ଜୁଆଙ୍ଗ ଆଦିବାସୀଙ୍କ କଲ୍ୟାଣ ପାଇଁ ବର୍ତ୍ତମାନର ଲୋକସଂଖ୍ୟାକୁ କାହିଁକି ବିଚାରକୁ ନିଆଗଲା ନାହିଁ ବୋଲି ପ୍ରଶ୍ନ ଉଠୁଛି।
ସୂଚନାଥାଉ କି ତଳନଗଡ଼ା ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ପାଇଁ ୧୦ା୧୧ା୨୦୧୬ରେ ହାଇଗ୍ରୀଭା ଇନ୍‌ଫ୍ରାଷ୍ଟ୍ରକ୍ଚର ଠିକାସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୮୦୪୭/୨୩ା୮ା୨୦୧୬ରେ ଆବଶ୍ୟକ ଗାଇଡ୍‌ଲାଇନ ଅନୁସାରେ ରାସ୍ତା ତିଆରି କରିବାକୁ ଅନୁମତି ଦିଆଯାଇଥିଲା। ଏଥିପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୨ କୋଟି ଏବଂ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠିରୁ ୧୨.୮୧ କୋଟିକୁ ମିଶାଇ ମୋଟ ୧୪.୮୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ୧୨.୯୫ କୋଟି ଟଙ୍କାରେ ରାସ୍ତା ନିର୍ମାଣ କରିବାକୁ ଠିକାଦାରଙ୍କ ସହ ଚୁକ୍ତି ହୋଇଥିଲା। ୩୧ା୭ା୨୦୧୭ରେ ରାସ୍ତାକାମ ସମ୍ପୂର୍ଣ୍ଣ ହୋଇଥିଲା। ଇତିମଧ୍ୟରେ ୩ଟି ବର୍ଷା ଋତୁ ଅତିକ୍ରାନ୍ତ ହୋଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ମାଟି ଓ ମେଟାଲ ପରସ୍ତ ଉଠିବା ଯୋଗୁ ଏବେ ଏଥିରେ ଚାଲି ଚାଲିଯିବା କଷ୍ଟକର ହୋଇଛି। ନିମ୍ନମାନର ରାସ୍ତା କାର୍ଯ୍ୟ ନେଇ ଲୋକାୟୁକ୍ତରେ ମାମଲା ବିଚାରାଧୀନ ଥିବାବେଳେ ନଗଡ଼ାକୁ ଏକ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଇ-ଅଭିଯୋଗ ମାଧ୍ୟମରେ ଦାବି ହେବା ପରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରାଯାଇଥିଲା। ତଦନୁଯାୟୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣା ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଇ-ଅଭିଯୋଗ ନୋଡାଲ ଅଧିକାରୀଙ୍କୁ ଦେଇଥିବା ଉତ୍ତରରେ ଦର୍ଶାଇଛନ୍ତି ଯେ, ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ତଳନଗଡ଼ା, ମଝି ନଗଡ଼ା ଓ ଉପରନଗଡ଼ାକୁ ନେଇ ନଗଡ଼ା ଗ୍ରାମ ହୋଇଛି। ୨୦୦୧ ଜନଗଣନା ଅନୁଯାୟୀ ନଗଡ଼ାର ଲୋକସଂଖ୍ୟା ୨୩୧। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ପିଏମ୍‌ଜିଏସ୍‌ୱାଇରେ ସାମିଲ କରିବାକୁ ୨୫୦ରୁ ଊର୍ଦ୍ଧ୍ୱ ଲୋକସଂଖ୍ୟା ଆବଶ୍ୟକ। ତେଣୁ ନଗଡ଼ାକୁ ପିଏମ୍‌ଜିଏସ୍‌ୱାଇରେ ସାମିଲ କରାଯାଇପାରିବ ନାହିଁ। ଏହାସହିତ ସମଗ୍ର ଅଞ୍ଚଳ ଦୈତାରୀ ଜଙ୍ଗଲ ବ୍ଲକ ରେଞ୍ଜରେ ରହିଥିବା ଦର୍ଶାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ନଗଡ଼ା ପାଇଁ ପକ୍କା ନୁହେଁ ମାଟି ରାସ୍ତା ହିଁ ଏକମାତ୍ର ଉପାୟ।
ଉଲ୍ଲେଖଯୋଗ୍ୟ ଯେ, ୧୩ା୭ା୨୦୧୬ରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତକତ୍ାଳୀନ ପ୍ରମୁଖ ସଚିବ ଆରତି ଆହୁଜା ନଗଡ଼ା ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ସେଥିରେ ନଗଡ଼ାର ଲୋକସଂଖ୍ୟା ୨୯୫ ରହିଥିବା ସେ ଦର୍ଶାଇଥିଲେ। ସେଥିମଧ୍ୟରୁ ଉପରନଗଡ଼ାରେ ୬୧, ମଝିନଗଡ଼ାରେ ୭୨ ଓ ତଳନଗଡ଼ାରେ ୧୬୨ ଜଣ ବସବାସ କରୁଥିବା ଦର୍ଶାଯାଇଥିଲା। ତେଣୁ ଏହି ରିପୋର୍ଟକୁ ଆଧାର କଲେ ନଗଡ଼ାକୁ ପିଏମ୍‌ଜିଏସ୍‌ୱାଇରେ ଏକ ପକ୍କା ରାସ୍ତା ନିର୍ମାଣ ସମ୍ଭବ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri