‘ଧରିତ୍ରୀ’ ଖବରଦାତା ସଞ୍ଜୀବ ଯୋଷୀଙ୍କ ପରଲୋକ

ଭବାନୀପାଟଣା,୩୧।୧(ସ୍ବ.ପ୍ର.): ‘ଧରିତ୍ରୀ’ର କଳାହାଣ୍ଡି ଜିଲା ପ୍ରତିନିଧି ସଞ୍ଜୀବ କୁମାର ଯୋଷୀଙ୍କ ରବିବାର ସନ୍ଧ୍ୟା ୭ଟା ୪୦ ମିନିଟ୍‌ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ତାଙ୍କୁ ୫୬ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ ଜିଲାରେ ଶୋକର ଛାୟା ଖେଳିଯାଇଛି। ଯୋଷୀ ‘ଧରିତ୍ରୀ’ରେ ଦୀର୍ଘ ୩ ଦଶନ୍ଧି ଧରି ଜିଲା ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ। ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ଜିଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ସେ ବହୁବାର ସମ୍ମାନିତ ହୋଇଥିଲେ। ଖବରଦାତା ଜୀବନକାଳରେ ସେ ଚାଷୀ ସମସ୍ୟାଠାରୁ ଆରମ୍ଭ କରି ପଞ୍ଚାୟତସ୍ତରରୁ ଜିଲା ପର୍ଯ୍ୟନ୍ତ ବିଭିନ୍ନ ମୌଳିକ ସମସ୍ୟାକୁ ନିଜର କଲମ ମାଧ୍ୟମରେ ପ୍ରଶାସନ ତଥା ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସେଥିପାଇଁ ସେ ଜିଲାର କୋଣ ଅନୂକୋଣରେ ଜଣେ ଦକ୍ଷ ଖବରଦାତା ଭାବେ ପରିଚିତ ଥିଲେ। ସଞ୍ଜୀବଙ୍କ ବିୟୋଗରେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀଙ୍କ ସମେତ ଧରିତ୍ରୀ ପରିବାର ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ତାଙ୍କ ପରଲୋକରେ କଳାହାଣ୍ଡି ଜିଲା ଧରିତ୍ରୀ ସ୍ବତନ୍ତ୍ର ପ୍ରତିନିଧି ଉତ୍ତମ କୁମାର ଦାଶ, ଖବରଦାତା ଅଂଶୁମାନ ପାତ୍ର, ଦେବେନ୍ଦ୍ର କୁମାର ବିଶି, ସତ୍ୟ ନାରାୟଣ ମହାପାତ୍ର, ଉମାଶଙ୍କର କର, ରାଜକୁମାର ସିଂଦେଓ, ଲଳିତ କାନୁନଗୋ, ରଜନୀ ମିଶ୍ର, ଶାନ୍ତନୁ ବେହେରା, ହୃଷୀକେଶ ମିଶ୍ରଙ୍କ ସମେତ କଳାହାଣ୍ଡି ସାମ୍ବାଦିକ ୟୁନିୟନ ଓ ପେସାଦାର ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ଜୈବଖତ

ଭୁବନ, ୬।୮(ଡି.ଏନ୍‌.ଏ.) ଗଳିକନ୍ଦିରେ ଠୁଳ ହୋଇ ରହୁଥିଲା ଆବର୍ଜନା। ବିଗାଡୁଥିଲା ସହର ସୌନ୍ଦର୍ଯ୍ୟ। ସୃଷ୍ଟି ହେଉଥିଲା ପୁତ୍ତିଗନ୍ଧମୟ ପରିବେଶ। ବଢୁଥିବା ମଶାବଂଶ ସାଜୁଥିଲା ସଂକ୍ରାମକ ରୋଗର...

ଆଠମଲ୍ଲିକ ଓ କିଶୋରନଗରରେ ବଢୁଛି ଗୋ-ଚାଲାଣ, ପ୍ରଶାସନ ନୀରବଦ୍ରଷ୍ଟା

ବଇଣ୍ଡା,୧୯।୫(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ଓ କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରୁ ବେଆଇନ ଭାବେ ଗୋ-ଚାଲାଣ ବୃଦ୍ଧି ପାଉଛି। ବିଶେଷ କରି ଗତ କିଛିମାସ ହେବ ଠାକୁରଗଡ଼,...

ଜମି ଲାଗି ହଜାରେ ବର୍ଷର ସମ୍ପର୍କ ଖରାପ କରନି

ଭୁବନେଶ୍ୱର,୨୧।୨(ବ୍ୟୁରୋ): କୋଟିଆ ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନଁା ଧରୁ ନ ଥିବାବେଳେ ଏହାକୁ ନେଇ ବର୍ତ୍ତମାନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ...

ବର ପ୍ରଶେସନ ଗାଡ଼ିରେ ଲାଗିଗଲା ବିଦ୍ୟୁତ୍‌ ତାର

କେନ୍ଦୁଝର,୯।୭(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଆଟପୁର ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାହାଘର ଶୋଭାଯାତ୍ରା ଯାଉଥିଲା। ଏହି ସମୟରେ ବରଗାଡ଼ି ଆଗରେ ଯାଉଥିବା ଏକ...

ଚିନିକଳ ବିକ୍ରି ଗୁଜବ : ଏକାଠି ହେଲେ କୃଷକ, ନେତା, ହେବ ଆନ୍ଦୋଳନ

ନୟାଗଡ଼ ଅଫିସ,୧୭ା୬:  ନୟାଗଡ଼ ଜିଲା ସଦର ବ୍ଲକ ପାଣିପୋଇଲାଠାରେ ଥିବା ଚିନିକଳ ବିକ୍ରି ନେଇ ଗୁଜବ ପ୍ରଚାର ହେବା ପରେ ଏବେ ଜିଲାସାରା ଗୋଟିଏ ଚର୍ଚ୍ଚା।...

‘ନିର୍ବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ’

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍‌ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଥିବା...

ଶାସନ ଶ୍ରୀରାମଚନ୍ଦ୍ରପୁରକୁ ଐତିହ୍ୟ ଗ୍ରାମ ମାନ୍ୟତା ଦିଆଯାଉ

ସାକ୍ଷୀଗୋପାଳ,୧୩।୨(ସ୍ବ.ପ୍ର./ଡି.ଏନ୍‌.ଏ.):ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦଙ୍କ ମିଳିତ ସହଯୋଗରେ ଆଚାର୍ଯ୍ୟ ହରିହର ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ରବିବାର ସାରେ ସାକ୍ଷୀଗୋପାଳ ନିକଟସ୍ଥ...

ଆଜି ରାଜ୍ୟରୁ ୫୩୯ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୭ ଶିଶୁ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୫୩୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୩,୧୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

Advertisement
Archives

Model This Week