ରିପୋର୍ଟ ସ୍ପଷ୍ଟ କଲା ‘ଦୂଷିତ ପାଣି’

ରାୟଗଡ଼ା ଅଫିସ,୧୮ା୭: ରାୟଗଡ଼ା ଜିଲା କାଶୀପୁରରେ ଝାଡ଼ାବାନ୍ତିରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ଏବେ ସମଗ୍ର ରାଜ୍ୟରେ ଚିନ୍ତାର ବିଷୟ ହୋଇଛି। ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ କାଶୀପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତିର କାରଣ ଏବଂ ସ୍ଥାୟୀ ପ୍ରତିକାର ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ସ୍ଥିତ ଆର୍‌ଏମ୍‌ଆର୍‌ସିରୁ ଏକ ରାଜ୍ୟସ୍ତରୀୟ ଟିମ୍‌ ଯୁଗ୍ମ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆସି ପ୍ରଭାବିତ ଗ୍ରାମ ଏବଂ ଟିକିରି ଡାକ୍ତରଖାନାକୁ ଯାଇ ଅନୁଧ୍ୟାନ କରିଛନ୍ତି। କୋରାପୁଟରୁ ଆସିଥିବା ସ୍ବାସ୍ଥ୍ୟ ଟିମ୍‌ ଏବଂ ବି.ବି.ପାଲଙ୍କ ନେତୃତ୍ୱରେ ଆର୍‌ଏମ୍‌ଆର୍‌ସି ରିସର୍ଚ୍ଚ ଟିମ୍‌ ପୁଣି ଜଳ ନମୁନା ସଂଗ୍ରହ କରିଛନ୍ତି। ସେହିପରି ପୂର୍ବରୁ ପରୀକ୍ଷା ପାଇଁ ନିଆଯାଇଥିବା ଜଳ ଏବଂ ମଳ ନମୁନାର ରିପୋର୍ଟ ଆସି ପହଞ୍ଚିଛି। ଦୂଷିତ ପାଣି ବୋଲି ରିପୋର୍ଟରୁ ଜଣାପଡ଼ିଛି। ଏ ନେଇ ଦାୟିତ୍ୱରେ ଥିବା ମେଡିକାଲ ଅଫିସର ଡା. ଭି.ଏଲ୍‌.ଏନ୍‌. ରାଜୁଙ୍କୁ ପଚାରିବାରୁ ସେ କହିଛନ୍ତି, ସମୟ ପୂର୍ବରୁ ରିପୋର୍ଟ ବିଷୟରେ କହିହେବ ନାହିଁ। ତେବେ ସିଡିଏମ୍‌ଓ ଡା. ଲାଲମୋହନ ରାଉତରାୟଙ୍କୁ ରିପୋର୍ଟ ବିଷୟରେ ପଚାରିବାରୁ ଜଳ ଦୂଷିତ ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଥିବା କହିଛନ୍ତି। ମଳ ରିପୋର୍ଟ ଆହୁରି ଆସି ନ ଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଲୋକଙ୍କୁ ସଚେତନ କରିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ନ ବଢ଼ିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ସିଡିଏମ୍‌ଓ କହିଛନ୍ତି। ସେହିପରି ରବିବାର କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ୩୦ ଆକ୍ରାନ୍ତଙ୍କୁ ଉଷାପଡ଼ା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆରଏମ୍‌ଆର୍‌ସି ରିସର୍ଚ୍ଚ ଟିମ୍‌ ଡୁଡୁକାବାହାଲ ଗ୍ରାମରୁ ପୁଣି କୂଅ ପାଣିର ନମୁନା ସଂଗ୍ରହ କରି ନେଇଥିବା ସୂଚନା ମିଳିଛି। ଡୁଡୁକାବାହାଲ ଗ୍ରାମରେ ଏହାମଧ୍ୟରେ ଆଉ ୫ରୁ ଊର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗାଁରେ ପାନୀୟ ଜଳର ଅନ୍ୟ ଉତ୍ସ ନ ଥିବାରୁ କୂଅପାଣି ଉପରେ ଭରସା କରିବାକୁ ବାଧ୍ୟ ହେଉଥିବା ଗ୍ରାମବାସୀ କହିଛନ୍ତି। ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ଟିମ୍‌ ଆକ୍ରାନ୍ତଙ୍କ ବିଷୟରେ ବୁଝିବା ସହ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି। ଅପରପକ୍ଷେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ବିଡିଓ ଦେବାଶିଷ କର ଟିକିରି, ଡୁଡୁକାବାହାଲ, ଶଙ୍କରଡ଼ା, କୁଚେଇପଦର, ଥୁଆପଡ଼ା ସେବାଶ୍ରମକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବିଧାୟକ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗାଁରେ ଥିବା ନଳକୂପ ଚାରିପଟେ ଘୋଡ଼ାଇବା ସୁବିଧା ନ ଥିବାରୁ ବର୍ଷାଜଳ ଏବଂ ଅନ୍ୟ ଆବର୍ଜନା ପାଣି ମିଶି କୂଅପାଣି ଦୂଷିତ ହେଉଛି। ଏହାକୁ ବ୍ୟବହାର କରି ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ସ୍ବାସ୍ଥ୍ୟ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେଣୁ ଶୀଘ୍ର ଅଚଳ ପଡ଼ିଥିବା ସୋଲାର ପମ୍ପ କାର୍ଯ୍ୟକ୍ଷମ କରିବାକୁ ବିଧାୟକ ବିଡିଓଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?