ବଦଳିଲେ କଟକ, ଭୁବନେଶ୍ୱର ଡିସିପି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ ହୋଇଛି। ଶୁକ୍ରବାର ରାଜ୍ୟ ସରକାର ଏଭଳି ଅଦଳବଦଳ କରିଛନ୍ତି। କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ବଦଳି କରାଯାଇଛି। କଟକର ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ଭୁବନେଶ୍ୱର ନୂଆ ଡିସିପି ଭାବେ ପ୍ରତୀକ ସିଂଙ୍କ ନାଁ ସୁପାରିସ ହୋଇଛି।

ସେହିପରି ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗ ଡିଜି, ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ ଦାୟିତ୍ୱ ଦିଆଯାଇଛି। ସଞ୍ଜୀବ କୁମାର ପଣ୍ଡା ଗୁଇନ୍ଦା ନିର୍ଦ୍ଦେଶକ, ଅରୁଣ ବୋଥ୍ରା କ୍ରାଇମବ୍ରାଞ୍ଚ ଏଡିଜି, ଆଇଜିପି କମ୍ୟୁନିକେସନ ଭାବେ ଏସ୍‌.କେ.ଗଜ୍‌ଭିୟେଙ୍କୁ ଦାୟିତ୍ୱ ମିଳିଛି।

ଅନ୍ୟପକ୍ଷେ, ସଫିନ ଅହମ୍ମଦ କେ. ଆଇଜିପି ଏଚ୍‌ଆରପିସି, ଉମାଶଙ୍କର ଦାଶଙ୍କୁ ଟୁଇନ୍‌ ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି।
ନିତି ଶେଖରଙ୍କୁ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଦାୟିତ୍ୱ ମିଳିଥିବା ବେଳେ ପରମାର୍‌ ସ୍ମିତ ପୁରୁଷୋତ୍ତମଦାସଙ୍କୁ ବରଗଡ଼ ଏସ୍‌ପି ଭାବେ ନିଯୁକ୍ତି କରାଯାଇଛି। ରାହୁଲ ଜୈନ ଝାରସୁଗୁଡ଼ା ଏସ୍‌ପି ଭାବେ ନିଯୁକ୍ତି ହୋଇଥିବା ବେଳେ ଶ୍ରବଣ ବିବେକ ଏମ୍‌ ବ୍ରହ୍ମପୁରର ନୂଆ ଏସ୍‌ପି, ସିଦ୍ଧାର୍ଥ କଟାରିଆ ଖୋର୍ଦ୍ଧା ଏସ୍‌ପି, ନବରଙ୍ଗପୁର ଏସ୍‌ପି ଏସ. ସୁଶ୍ରୀ ଏବଂ ଅଭିଳାଷ ଜି.ଙ୍କୁ କଳାହାଣ୍ଡି ଏସ୍‌ପି ଭାବେ ନିଯୁକ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri