ରାତାରାତି ମରାମତି କରି ରଙ୍ଗ ବୋଳିଦେଲେ

ବାଙ୍କୀ,୩ା୪(ସ୍ବ.ପ୍ର.): ଉଦ୍‌ଘାଟନର ୧୦ଦିନ ମଧ୍ୟରେ ବାଙ୍କୀ କଲେଜ ମିନି ଷ୍ଟାଡିୟମ ଗ୍ୟାଲେରି ଶନିବାର ଭୁଶୁଡ଼ିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ସାମାନ୍ୟ ବର୍ଷାରେ ଗ୍ୟାଲେରି ଭୁଶୁଡ଼ିବା ଘଟଣା ଲୋକଙ୍କ ମଧ୍ୟରେ ଯେତିକି ଅସନ୍ତୋଷ ସୃଷ୍ଟି କରିଛି, ରାତାରାତି ମରାମତି ଘଟଣା ତା’ଠୁ ଅଧିକ ଚକିତ କରିଛି। ବ୍ୟବହାର ହେବା ପୂର୍ବରୁ ମିନି ଷ୍ଟାଡିୟମ ଗ୍ୟାଲେରି କିପରି ଭାଙ୍ଗିଲା, ସେନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ପୂର୍ବରୁ ୨୪ଘଣ୍ଟା ମଧ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ସ୍ଥାନୀୟ ଠିକାଦାରଙ୍କ ମାଧ୍ୟମରେ ମରାମତି କରାଯାଇ ରଙ୍ଗ ମାରି ଦିଆଯାଇଛି। ପ୍ରମାଣ ନଷ୍ଟ ପାଇଁ ଭରପୂର ପ୍ରୟାସ କରାଯାଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦିବ୍ୟରଞ୍ଜନ ପଣ୍ଡାଙ୍କୁ ପଚାରିଲେ ସେ ରବିବାର ଛୁଟି, ସୋମବାର କହିବେ ବୋଲି କହି କୌଣସି ମତ ଦେଉନାହାନ୍ତି। ଏପରି କି ପିଡବ୍ଲ୍ୟୁଡି ଏସ୍‌ଡିଓ ସବିତା ସୋରେନଙ୍କୁ ଯୋଗାଯୋଗ କଲେ ମଧ୍ୟ ସେ ଫୋନ ଉଠାଉ ନାହାନ୍ତି। ତେବେ କାହା ନିର୍ଦ୍ଦେଶରେ ଭାଙ୍ଗି ଯାଇଥିବା ଗ୍ୟାଲେରିକୁ ମରାମତି କରାଗଲା ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଅପରପକ୍ଷରେ ଏହି ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଦୀର୍ଘ ବର୍ଷ ପୂର୍ବରୁ ଆର୍ଥିକ ଅନୁଦାନ ଆସିଥିଲେ ମଧ୍ୟ ତାହାର ନିର୍ମାଣ କରା ନ ଯାଇ ଅର୍ଥ ପକାଇ ରଖାଯାଇଥିଲା। ୟୁଜିସି ପକ୍ଷରୁ ଟଙ୍କା ଫେରସ୍ତ ପାଇଁ ଚିଠି ଆସିବା ପରେ ବାଙ୍କୀ କଲେଜ କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲା। ଫଳରେ ତରବରିଆ ଭାବରେ ଏହି କାର୍ଯ୍ୟ କରାଯାଇ ଗତ ୨୩ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା। ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁ ବର୍ଷାରେ ଗ୍ୟାଲେରିର ଏକ ଅଂଶ ଭୁଶୁଡ଼ି ପଡ଼ିଲା। ଏହି ପ୍ରକଳ୍ପ ନିର୍ମାଣ ନିମ୍ନମାନର ଏବଂ ଏହାଦ୍ୱାରା ଲକ୍ଷାଧିକ ଟଙ୍କା ବରବାଦ ହୋଇଥିବା ଯୋଗୁଁ ଠିକାଦାର ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଭାଜପା ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଭାଜପା ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ୱରେ ବାଙ୍କୀ ନଗର ଭାଜପା ପକ୍ଷରୁ ସଭାପତି ପ୍ରଣବ ମହାପାତ୍ର ଏବଂ ଏକ ପ୍ରତିନିଧି ମଣ୍ଡଳୀ ରବିବାର ବାଙ୍କୀ ଥାନାରେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରତିନିଧି ମଣ୍ଡଳୀରେ ସଂଗ୍ରାମ ବିଭୂତି ରାୟ, ଜଗନ୍ନାଥ ନାୟକ, ଅଜିତ୍‌ କୁମାର ସୁବୁଦ୍ଧି, ରମାନାଥ ଦଳେଇ, ଦିଲ୍ଲୀପ କୁମାର ବସନ୍ତରା, ଲିଙ୍ଗରାଜ ରାଉତ, ଶିବପ୍ରସାଦ ମାଝି, ଜିତେନ କୁମାର ଲେଙ୍କା, ଗୋଖା ବେହେରା, ସନାତନ ସାହୁଙ୍କ ସମେତ ବହୁ ଭାଜପା କର୍ମକର୍ତ୍ତା ସାମିଲ ଥିଲେ। ବାଙ୍କୀ ମହାବିଦ୍ୟାଳୟରେ ବହୁ ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଉଥିବାନେଇ ପୂର୍ବରୁ ବହୁବାର ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏନେଇ କୌଣସି ପଦକ୍ଷେପ ନିଆ ଯାଇ ନ ଥିବାରୁ ଏଭଳି ଘଟଣା ଘଟୁଛି ବୋଲି ଭାଜପା ନଗର ସଭାପତି ମହାପାତ୍ର ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri