ରାତାରାତି ମରାମତି କରି ରଙ୍ଗ ବୋଳିଦେଲେ

ବାଙ୍କୀ,୩ା୪(ସ୍ବ.ପ୍ର.): ଉଦ୍‌ଘାଟନର ୧୦ଦିନ ମଧ୍ୟରେ ବାଙ୍କୀ କଲେଜ ମିନି ଷ୍ଟାଡିୟମ ଗ୍ୟାଲେରି ଶନିବାର ଭୁଶୁଡ଼ିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ସାମାନ୍ୟ ବର୍ଷାରେ ଗ୍ୟାଲେରି ଭୁଶୁଡ଼ିବା ଘଟଣା ଲୋକଙ୍କ ମଧ୍ୟରେ ଯେତିକି ଅସନ୍ତୋଷ ସୃଷ୍ଟି କରିଛି, ରାତାରାତି ମରାମତି ଘଟଣା ତା’ଠୁ ଅଧିକ ଚକିତ କରିଛି। ବ୍ୟବହାର ହେବା ପୂର୍ବରୁ ମିନି ଷ୍ଟାଡିୟମ ଗ୍ୟାଲେରି କିପରି ଭାଙ୍ଗିଲା, ସେନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ପୂର୍ବରୁ ୨୪ଘଣ୍ଟା ମଧ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ସ୍ଥାନୀୟ ଠିକାଦାରଙ୍କ ମାଧ୍ୟମରେ ମରାମତି କରାଯାଇ ରଙ୍ଗ ମାରି ଦିଆଯାଇଛି। ପ୍ରମାଣ ନଷ୍ଟ ପାଇଁ ଭରପୂର ପ୍ରୟାସ କରାଯାଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦିବ୍ୟରଞ୍ଜନ ପଣ୍ଡାଙ୍କୁ ପଚାରିଲେ ସେ ରବିବାର ଛୁଟି, ସୋମବାର କହିବେ ବୋଲି କହି କୌଣସି ମତ ଦେଉନାହାନ୍ତି। ଏପରି କି ପିଡବ୍ଲ୍ୟୁଡି ଏସ୍‌ଡିଓ ସବିତା ସୋରେନଙ୍କୁ ଯୋଗାଯୋଗ କଲେ ମଧ୍ୟ ସେ ଫୋନ ଉଠାଉ ନାହାନ୍ତି। ତେବେ କାହା ନିର୍ଦ୍ଦେଶରେ ଭାଙ୍ଗି ଯାଇଥିବା ଗ୍ୟାଲେରିକୁ ମରାମତି କରାଗଲା ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଅପରପକ୍ଷରେ ଏହି ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଦୀର୍ଘ ବର୍ଷ ପୂର୍ବରୁ ଆର୍ଥିକ ଅନୁଦାନ ଆସିଥିଲେ ମଧ୍ୟ ତାହାର ନିର୍ମାଣ କରା ନ ଯାଇ ଅର୍ଥ ପକାଇ ରଖାଯାଇଥିଲା। ୟୁଜିସି ପକ୍ଷରୁ ଟଙ୍କା ଫେରସ୍ତ ପାଇଁ ଚିଠି ଆସିବା ପରେ ବାଙ୍କୀ କଲେଜ କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲା। ଫଳରେ ତରବରିଆ ଭାବରେ ଏହି କାର୍ଯ୍ୟ କରାଯାଇ ଗତ ୨୩ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା। ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁ ବର୍ଷାରେ ଗ୍ୟାଲେରିର ଏକ ଅଂଶ ଭୁଶୁଡ଼ି ପଡ଼ିଲା। ଏହି ପ୍ରକଳ୍ପ ନିର୍ମାଣ ନିମ୍ନମାନର ଏବଂ ଏହାଦ୍ୱାରା ଲକ୍ଷାଧିକ ଟଙ୍କା ବରବାଦ ହୋଇଥିବା ଯୋଗୁଁ ଠିକାଦାର ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଭାଜପା ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଭାଜପା ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ୱରେ ବାଙ୍କୀ ନଗର ଭାଜପା ପକ୍ଷରୁ ସଭାପତି ପ୍ରଣବ ମହାପାତ୍ର ଏବଂ ଏକ ପ୍ରତିନିଧି ମଣ୍ଡଳୀ ରବିବାର ବାଙ୍କୀ ଥାନାରେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରତିନିଧି ମଣ୍ଡଳୀରେ ସଂଗ୍ରାମ ବିଭୂତି ରାୟ, ଜଗନ୍ନାଥ ନାୟକ, ଅଜିତ୍‌ କୁମାର ସୁବୁଦ୍ଧି, ରମାନାଥ ଦଳେଇ, ଦିଲ୍ଲୀପ କୁମାର ବସନ୍ତରା, ଲିଙ୍ଗରାଜ ରାଉତ, ଶିବପ୍ରସାଦ ମାଝି, ଜିତେନ କୁମାର ଲେଙ୍କା, ଗୋଖା ବେହେରା, ସନାତନ ସାହୁଙ୍କ ସମେତ ବହୁ ଭାଜପା କର୍ମକର୍ତ୍ତା ସାମିଲ ଥିଲେ। ବାଙ୍କୀ ମହାବିଦ୍ୟାଳୟରେ ବହୁ ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଉଥିବାନେଇ ପୂର୍ବରୁ ବହୁବାର ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏନେଇ କୌଣସି ପଦକ୍ଷେପ ନିଆ ଯାଇ ନ ଥିବାରୁ ଏଭଳି ଘଟଣା ଘଟୁଛି ବୋଲି ଭାଜପା ନଗର ସଭାପତି ମହାପାତ୍ର ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri