ରେଙ୍ଗାଲି ପଞ୍ଚାୟତ: କିନ୍ନର, ଦିବ୍ୟାଙ୍ଗ ପ୍ରାର୍ଥିତ୍ୱକୁ ନେଇ ଚର୍ଚ୍ଚା

ସମ୍ବଲପୁର/ ରେଙ୍ଗାଲି, ୬ା୨(ବ୍ୟୁରୋ/ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଚର୍ଚ୍ଚାରେ ରହିଛି। ଝାଙ୍କରପାଲି ପଞ୍ଚାୟତର ସରପଞ୍ଚ ଆସନ ଲାଗି ୨୭ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ନେଇ ଚର୍ଚ୍ଚା ହୋଇଆସୁଥିଲା। ଏବେ ରେଙ୍ଗାଲି ପଞ୍ଚାୟତରେ କିନ୍ନର ଓ ଦିବ୍ୟାଙ୍ଗ ପ୍ରାର୍ଥୀ ହେବା ଘଟଣା ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି। ପ୍ରିୟା କିନ୍ନର ନାମରେ ଜଣାଶୁଣା ରେଙ୍ଗାଲିର ରମାକାନ୍ତ ସାହୁ (୩୦) ସରପଞ୍ଚ ପାଇଁ ନିର୍ବାଚନ ଲଢୁଛନ୍ତି। ସେ କହିଛନ୍ତି, ରେଙ୍ଗାଲି ପଞ୍ଚାୟତରେ ପୂର୍ବରୁ ଅନେକ ମହିଳା ଓ ପୁରୁଷ ସରପଞ୍ଚ ହୋଇଛନ୍ତି। ହେଲେ ଆଶାନୁରୂପକ ବିକାଶ ହୋଇ ପାରିନାହିଁ। ଏବେ ଏମିତି କିଛି ଗ୍ରାମ ରହିଛି ଯେଉଁଠି ପାଣି, ବିଜୁଳି, ରାସ୍ତା ଭଳି ମୌଳିକ ସୁବିଧା ପହଞ୍ଚତ୍ପାରି ନାହିଁ। ପୂର୍ବରୁ ରେଙ୍ଗାଲି ବ୍ଲକ କିନ୍ନର ସଂଘର ସଭାପତି ଭାବେ ଦାୟିତ୍ୱ ତୁଲାଇଛି। ଯଥା ସମ୍ଭବ ଲୋକଙ୍କ ସମସ୍ୟା ସମାଧାନ ଦିଗରେ କାମ କରିଛି। ତେଣୁ ଲୋକମାନେ ନୂତନ ପ୍ରାର୍ଥୀଙ୍କୁ ସୁଯୋଗ ଦେବେ ବୋଲି ଆଶା ରଖିଛି। ପାଖରେ ଟଙ୍କା ନ ଥିଲେ ବି ପ୍ରତ୍ୟେକ ଘରକୁ ଯାଇ ଭୋଟ ଭିକ୍ଷା କରୁଛି। ସ୍ବଇଚ୍ଛାରେ କେତେଜଣ ଆସି ମୋ ସହିତ ପ୍ରଚାର କରୁଛନ୍ତି।

ଦିବ୍ୟାଙ୍ଗମାନେ ସବୁ କ୍ଷେତ୍ରରେ ପାରଙ୍ଗମ। ଏହାର ଉଦାହରଣ ସାଜିଛନ୍ତି ରେଙ୍ଗାଲି ଗ୍ରାମର ଗୋପରଞ୍ଜନ ଭୋଇ (୩୬)। ରେଙ୍ଗାଲି ପଞ୍ଚାୟତକୁ ଦୁର୍ନୀତମୁକ୍ତ ଲକ୍ଷ୍ୟ ନେଇ ସେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇଥିବା କହିଛନ୍ତି। ସେ ଆହୁରି କହିଛନ୍ତି, ରେଙ୍ଗାଲି ପଞ୍ଚାୟତରେ ଯିଏ ସରପଞ୍ଚ ହେଲେ ସେମାନେ ନିଜ ଆର୍ଥତ୍କ ସମ୍ବଳ ବୃଦ୍ଧି କରିଛନ୍ତି । ଗରିବ ନିରୀହ ପରିବାରକୁ ଅଣଦେଖା କରାଯାଉଛି। ବୃଦ୍ଧ, ଦିବ୍ୟାଙ୍ଗମାନେ ଭତ୍ତା, ପିଡିଏସ୍‌ ସାମଗ୍ରୀ ପାଇଁ ପଞ୍ଚାୟତ ଅଫିସକୁ ଆସି ହଇରାଣ ହେଉଛନ୍ତି। ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ପ୍ରାଥମିକତା ହେବ। ଜନ ସାଧାରଣ ସହଯୋଗ କରିବେ ବୋଲି ସେ ଆଶା ରଖିଥିବା କହିଛନ୍ତି। ବସ୍‌ଷ୍ଟାଣ୍ଡ ନିକଟରେ ରହୁଥିବା ଦିବ୍ୟାଙ୍ଗ ନେପାଳ ଗହିର ଜଣେ ଫୁଟବଲ, କ୍ରିକେଟ ଖେଳାଳି ଭାବେ ବେଶ ପରିଚିତ। ଏପରି କି ସାମାଜିକ କାର୍ଯ୍ୟ କରି ସେ ପ୍ରଶଂସା ସାଉଁଟିଛନ୍ତି। ହେଲେ ଅଜଣା ରୋଗରେ ପୀଡିତ ହୋଇ ୧୪ବର୍ଷ ପୂର୍ବେ ଦିବ୍ୟାଙ୍ଗ ପାଲଟିଥିଲେ। ଏକ ହୋଟେଲ କରି ପରିବାର ପ୍ରତିପୋଷଣ କରୁଥିବା ନେପାଳ ଏବେ ରେଙ୍ଗାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ସେ କହିଛନ୍ତି, ଆଜି ମଧ୍ୟ ଉଚିତ ପରିବାର ସରକାରୀ ଯୋଜନାର ସୁବିଧା ପାଉ ନାହାନ୍ତି। ସରକାରଙ୍କ ଜନକଲ୍ୟାଣ ଯୋଜନା ଯେଭଳି ଲୋକଙ୍କ ପାଖରେ ପହଞ୍ଚତ୍ବ ସେ ନେଇ କାର୍ଯ୍ୟ କରିବେ। ଭୋଟରମାନେ ସୁଯୋଗ ଦେବେ ବୋଲି ଆଶା ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?