ନୂଆ ବର୍ଷ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏସବୁ ଜିନିଷ; ସୌଭାଗ୍ୟ ବଦଳରେ ଆଣିବ ଦୁର୍ଭାଗ୍ୟ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ଏମିତିରେ ସମସ୍ତେ ଚାହାନ୍ତି ଏହି ବର୍ଷ ତାଙ୍କ ପାଇଁ ଖୁସି ଏବଂ ସୌଭାଗ୍ୟ ଆଣି ଆସୁ। ତେବେ ବାସ୍ତୁ ଶାସ୍ତ୍ରରେ ଏଭଳି ଅନେକ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ସୌଭାଗ୍ୟ ଆଣି ଆସିଥାଏ। ସେହିଭଳି କିଛି ଦୁର୍ଭାଗ୍ୟ, ଦୁଃଖ, ଦରିଦ୍ରତା ଆଣିଥାଏ। ସେସବୁକୁ ଘରେ ରଖିବା ଅଶୁଭ ହୋଇଥାଏ। ଆଜି ସେଭଳି କିଛି ଜିନିଷ ବିଷୟରେ ଆପଣଙ୍କୁ କହିବୁ ଯାହାକୁ ଆପଣ ନୂଆ ବର୍ଷ ହେବା ପୂର୍ବରୁ ଘରୁ ବାହାର କରିଦେବା ଉଚିତ। ଫଳରେ ଆଗାମୀ ବର୍ଷ ଆପଣଙ୍କ ଲାଗି ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ବାସ୍ଥ୍ୟ ଆଣି ଆସିବ।

– ଭଙ୍ଗା ମୂର୍ତ୍ତି:-ଘରେ ଦେବାଦେବୀଙ୍କ ଭଙ୍ଗା ମୂର୍ତ୍ତୀ ରହିବା ବହୁତ ଅଶୁଭ। ଏଣୁ ଏଭଳି ମୂର୍ତ୍ତି ଘରେ ଥିଲେ ତାଙ୍କୁ ତୁରନ୍ତ ବିସର୍ଜନ କରିଦିଅନ୍ତୁ। ଏଭଳି ଠାକୁର ଘରେ ଏଭଳି ଫଟୋ ରଖନ୍ତୁ ନାହିଁ। ଏପରି କଲେ ଦରିଦ୍ରତା ବୃଦ୍ଧି ପାଇଥାଏ।

-ପୁରୁଣା ପୋଷାକ:-ପ୍ରାୟତଃ ସମସ୍ତଙ୍କ ଘରେ ପୁରୁଣା ପୋଷାକ ଥାଏ। ଏହାର କେହି ବ୍ୟବହାର କରନ୍ତି ନାହିଁ। ଏଣୁ ଏଭଳି ପୋଷାକ, ଚାଦର, କମ୍ବଳ ଭଳି ଜିନିଷ ଆଦି ରଖନ୍ତୁ ନାହିଁ।

-ଭଙ୍ଗା ଡଷ୍ଟବିନ୍‌:- ଘରେ ଭଙ୍ଗା ଡଷ୍ଟବିନ୍‌ ରଖିବା ଅଶୁଭ। ଘରେ ଏହାକୁ ରଖିଲେ ଦୁଃଖ-ଦରିଦ୍ରତା ଏବଂ ରୋଗ ବୃଦ୍ଧି ପାଇଥାଏ।

-ବନ୍ଦ ଘଣ୍ଟା:-ବନ୍ଦ ହୋଇଥିବା ଘଣ୍ଟା ଖରାପ ସମୟର ପ୍ରତୀକ। ଘରଲୋକଙ୍କ ପାଇଁ ଏହା ବହୁତ ଅଶୁଭ। ଏଣୁ ଆପଣ ଖରାପ ହୋଇଥିବା ଘଣ୍ଟା ଘରୁ ବାହାର କରିଦିଅନ୍ତୁ। ନଚେତ ବନ୍ଦ ଘଣ୍ଟାରେ ବ୍ୟାଟେରୀ ପକାନ୍ତୁ।

-ପୁରୁଣା ଖବରକାଗଜ-ଚିରା ବହି:-ଘରେ ପୁରୁଣା ଖବରକାଗଜ ଏବଂ ଚିରା ବହି ରହିବା ସାଧାରଣ କଥା। ହେଲେ ଏହାଦ୍ୱାରା ଘରେ ନକରାତ୍ମକତା ବୃଦ୍ଧି ପାଇଥାଏ। ଏହା ସ୍ବାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ। ଏଗୁଡ଼ିକୁ ବାହାର କରିଦିଅନ୍ତୁ।

-ଫଟା ବାସନ:- ରୋଷେଇ ଘରେ ଫଟା ବାସନ ରଖିବା ଅଶୁଭ। ବାସ୍ତୁ ଅନୁସାରେ ଏହା ନକରାତ୍ମକ ଉର୍ଜା ଆଣିଥାଏ। ଏହି କାରଣରୁ ପରିବାରସଦସ୍ୟଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri