ଭାରତ ଉପରୁ ଟାରିଫ୍‌ ହଟାଯାଉ

ଓ୍ବାଶିଂଟନ,୧୪ା୧୨: ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଯିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜାତୀୟ ଏମର୍ଜେନ୍ସି ଘୋଷଣା ବୋଲି ଆମେରିକା ହଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ୩ ଜଣ ସଦସ୍ୟ କହିବା ସହ ଏହାକୁ ରଦ୍ଦ କରିବା ପାଇଁ ଶୁକ୍ରବାର ପ୍ରସ୍ତାବ ଆଣିଛନ୍ତି। ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୫୦% ଶୁଳ୍କ ଆମେରିକୀୟ କର୍ମଚାରୀ, ଗ୍ରାହକ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ବେଆଇନ ଏବଂ କ୍ଷତିକାରକ ବୋଲି ସେମାନେ କହିଛନ୍ତି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ପ୍ରତିନିଧି ଦେବୋରାହ ରୋସ୍‌, ମାର୍କ ଭେସି ଏବଂ ରାଜା କ୍ରିଷ୍ଣମୂର୍ତ୍ତି ଏହି ପ୍ରସ୍ତାବ ଆଣିବା ସହ ବ୍ରାଜିଲ ଉପରେ ଲାଗୁ ହୋଇଥିବା ଅନୁରୂପ ଟାରିଫ ରଦ୍ଦ କରିବା ଏବଂ ଆମଦାନୀ ଶୁଳ୍କ ବଢ଼ାଇବା ଲାଗି ରାଷ୍ଟ୍ରପତିଙ୍କ ଜରୁରୀ କ୍ଷମତା ବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ସିନେଟ ପଦକ୍ଷେପ ନେବା ପାଇଁ ସେମାନେ ଦାବି କରିଛନ୍ତି।
ଭାରତୀୟ ସାମଗ୍ରୀ ଉପରେ ଆମେରିକା ପୂର୍ବରୁ ୨୫% ଜବାବୀ ଶୁଳ୍କ ଲଗାଇଥିବାବେଳେ ଅନ୍ତର୍ଜାତୀୟ ଜରୁରୀ ଅର୍ଥନୈତିକ କ୍ଷମତା ଆଇନ ବଳରେ ଗତ ଅଗଷ୍ଟ ୨୭ରେ ଅତିରିକ୍ତ ୨୫% ଟାରିଫ୍‌ ଲଗାଇଛି। ଫଳରେ ଭାରତୀୟ ସାମଗ୍ରୀ ଉପରେ ମୋଟ ଶୁଳ୍କ ପରିମାଣ ୫୦ ପ୍ରତିଶତରେ ପହଞ୍ଚତ୍ଛି। ନର୍ଥ କାରୋଲିନାର ଅର୍ଥନୀତି ମୁଖ୍ୟତଃ ବାଣିଜ୍ୟ, ପୁଞ୍ଜିନିବେଶ ଜରିଆରେ ଭାରତ ଉପରେ ଏବଂ ଦକ୍ଷ ଭାରତୀୟ ଆମେରିକୀୟ ଜନସାଧାରଣଙ୍କ ଉପରେ ନିର୍ଭର କରିଥାଏ ବୋଲି କଂଗ୍ରେସ ସଦସ୍ୟ ରୋସ୍‌ କହିଛନ୍ତି। ଭାରତୀୟ କମ୍ପାନୀଗୁଡ଼ିକ ଉକ୍ତ ରାଜ୍ୟରେ ବିଲିୟନ ଡଲାର ନିବେଶ କରି ଅନେକ ହଜାର ନିଯୁକ୍ତି ସୃଷ୍ଟି କରିଛନ୍ତି। ନର୍ଥ କାରୋଲିନାରୁ ଉତ୍ପାଦିତ ସାମଗ୍ରୀ ଭାରତକୁ ରପ୍ତାନି ଦ୍ୱାରା ଅନେକ ନିୟୁତ ଡଲାର ଆୟ ହୋଇଥାଏ। ଭାରତ ଆମର ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ, ଅର୍ଥନୈତିକ ଏବଂ ରଣନୀତିକ ସହଯୋଗୀ। ଏଭଳି ବେଆଇନ ଟାରିଫ୍‌ ଲଗାଇବା ଟର୍ଥ ଟେକ୍ସାନଙ୍କ ଉପରେ ଟିକସ ବୋଲି ଭେସି କହିଛନ୍ତି। ସେହିପରି ଭାରତୀୟ-ଆମେରିକୀୟ କଂଗ୍ରେସମ୍ୟାନ୍‌ କ୍ରିଷ୍ଣମୂର୍ତ୍ତି କହିଛନ୍ତି, ଟାରିଫ୍‌ ଉତ୍ପାଦନ ବିରୋଧୀ ଏବଂ ଯୋଗାଣ ଶୃଙ୍ଖଳକୁ ବାଧାଦେବା ସହ ଆମେରିକୀୟ ଶ୍ରମିକଙ୍କୁ କ୍ଷତି ପହଞ୍ଚାଇବ। ଏଥିସହିତ ଗ୍ରାହକମାନେ ମହଙ୍ଗାର ସମ୍ମୁଖୀନ ହେବେ। ଏହି ଟାରିଫ୍‌ ହଟାଇଦେଲେ ଆମେରିକା-ଭାରତ ଅର୍ଥନୀତି ଏବଂ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?