ଛଡ଼ାନ୍ତୁ ଦାଗ

କପଡ଼ାରେ କୌଣସି ପ୍ରକାରର ପେଣ୍ଟିଂ ରଙ୍ଗ ଲାଗିଗଲେ ତାକୁ ଛଡ଼ାଇବା ପାଇଁ କିରୋସିନ ବ୍ୟବହାର କରନ୍ତୁ। ଦାଗ ଲାଗିଥିବା ସ୍ଥାନରେ କିରୋସିନ ପକାଇ କିଛି ସମୟ ରଖି ଇୟର ବଡ୍‌ରେ କିଛି ସମୟ ଘଷିବା ପରେ ସାବୁନ ଲଗାଇ ଗରମ ପାଣିରେ ଧୋଇ ଦିଅନ୍ତୁ।

କପଡ଼ାରେ କୌଣସି ପ୍ରକାରର କଲମ କାଳିର ଦାଗ ଲାଗିଥିଲେ ସେଥିରେ ଡେଟଲ ପକାଇ ଘଷନ୍ତୁ। କିଛି ସମୟ ପରେ ଭଲଭାବେ ଧୋଇ ଦିଅନ୍ତୁ, ଦାଗ ଛାଡ଼ିଯିବ।

ସୂତା କପଡାରେ କଲମ କାଳି ଦାଗ ଛଡାଇବା ପାଇଁ ଟମାଟୋ କାଟି ସେହି ସ୍ଥାନରେ ଲଗାନ୍ତୁ। ଲେମ୍ବୁ ରସକୁ ମଧ୍ୟ ସେହି ସ୍ଥାନରେ ଲଗାଇ ଅଧଘଣ୍ଟା ରଖି ଧୋଇ ଦିଅନ୍ତୁ।

କପଡ଼ାରେ ଚକୋଲେଟର ଦାଗ ଲାଗିବା ମାତ୍ରେ ତାକୁ ତୁରନ୍ତ ମୁହଁଲଗା ପାଉଡର ଲଗାଇ ଶୁଖାଇ ଦିଅନ୍ତୁ। ଏହାପରେ ଗରମ ପାଣିରେ କପଡ଼ାକୁ ଧୋଇ ଦିଅନ୍ତୁ।

ଆଇସ୍‌କ୍ରିମ୍‌ ଦାଗ ଛଡ଼ାଇବା ପାଇଁ ଆମୋନିଆ ଘୋଳ ଲଗାଇ ଘଷନ୍ତୁ।

କପଡ଼ାରେ ଚା କିମ୍ବା କଫିର ଦାଗ ଲାଗିଥିଲେ ସଙ୍ଗେ ସଙ୍ଗେ ତାକୁ ଗରମ ପାଣିରେ ଧୋଇ ସେହି ସ୍ଥାନରେ ସାବୁନ କିମ୍ବା ଡିଟରଜେଣ୍ଟ ଲଗାଇ ୧୦ ମିନିଟ୍‌ ରଖନ୍ତୁ। ଏହାପରେ ଭଲଭାବେ ଘଷି ଧୋଇ ଦିଅନ୍ତୁ।

କପଡ଼ାରେ ପାନ କିମ୍ବା ଗୁଟ୍‌କାର ଦାଗ ଲାଗିଥିଲେ ସେହି ସ୍ଥାନରେ ଖଟା ହୋଇଥିବା ଦହି ପକାଇ ଘଷନ୍ତୁ। ଯଦି ଥରକରେ ଦାଗ ନ ଛାଡ଼େ ତେବେ ପୁଣି ଥରେ ସେହିପରି ଛଡ଼ାନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri