Posted inଜାତୀୟ

ପ୍ରବାସୀ ଭୋଟରଙ୍କ ଲାଗି ରିମୋଟ୍‌ ଭୋଟିଂ ମେଶିନ

ନୂଆଦିଲ୍ଲୀ,୩୦ା୧୨:ଦେଶର ବିଭିନ୍ନ ଭାଗରେ ରହୁଥିବା ପ୍ରବାସୀମାନଙ୍କ ମତଦାନ ପାଇଁ ନିର୍ବାଚନ କମିଶନ (ଇସି) ଏକ ରିମୋଟ୍‌ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଆର୍‌ଭିଏମ୍‌)ର ମଡେଲ ବିକଶିତ କରିଥିବା ରବିବାର କହିଛନ୍ତି। ନିର୍ବାଚନମଣ୍ଡଳୀଠାରୁ ଦୂରରେ ଥିବା ଭୋଟରମାନଙ୍କ ଲାଗି ମଲ୍ଟି-କନ୍‌ଷ୍ଟିଚ୍ୟୁଏନ୍ସି ଇଭିଏମ୍‌ ପ୍ରୋଟୋଟାଇପ୍‌ର ପ୍ରଦର୍ଶନ ନିମନ୍ତେ ଇସି ରାଜନୈତିକ ଦଳଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ନିର୍ବାଚନରେ ଭୋଟରମାନଙ୍କ ଯୋଗଦାନ ବଢ଼ାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଜାନୁୟାରୀ ୧୬ରେ ଏହି ପ୍ରଦର୍ଶନ କରାଯିବ। ଏହା କାର୍ଯ୍ୟକାରୀ ହେଲେ ପ୍ରବାସୀ ଭୋଟରମାନଙ୍କୁ ମତଦାନ ପାଇଁ ଆଉ ନିଜ ଜିଲାକୁ ଆସିବାକୁ ପଡ଼ିବ ନାହିଁ। ରିମୋର୍ଟ ଭୋଟିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ନିର୍ବାଚନ କମିଶନ ବିଭିନ୍ନ ଷ୍ଟେକ୍‌ହୋଲ୍ଡରଙ୍କ ମତାମତ ଏବଂ ପ୍ରୋଟୋଟାଇପ୍‌ ପ୍ରଦର୍ଶନ ଆଧାରରେ ନିଷ୍ପତ୍ତି ନେବେ ବୋଲି ଏକ ବିବୃତିରେ କୁହାଯାଇଛି। ଏଥିସହିତ ରାଜନୈତିକ ଦଳଗୁଡ଼ିକଠାରୁ ଏନେଇ ଆଇନଗତ, ପ୍ରଶାସନିକ ଏବଂ ବୈଷୟିକ ଚ୍ୟାଲେଞ୍ଜକୁ ନେଇ ମତାମତ ଲୋଡ଼ାଯାଇଛି।
ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ଏହି ମଲ୍ଟି-କନ୍‌ଷ୍ଟିଚ୍ୟୁଏନ୍ସି ରିମୋର୍ଟ ଇଭିଏମ୍‌ ବିକଶିତ କରିଛି। ଏହି ମେଶିନ ସହାୟତାରେ ଗୋଟିଏ ରିମୋଟ୍‌ ପୋଲିଂ ବୁଥ୍‌ରୁ ଏକସଙ୍ଗେ ୭୨ଟି ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ପ୍ରବାସୀ ଭୋଟରଙ୍କ ଭୋଟ ଗ୍ରହଣ କରାଯାଇପାରିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ଯୁବ ଭୋଟର ଏବଂ ସହରାଞ୍ଚଳ ଭୋଟରଙ୍କ ମତଦାନ ପ୍ରତି ବୀତସ୍ପୃହତାକୁ ଦୃଷ୍ଟିରେ ରଖି ରିମୋଟ ଭୋଟିଂ ବ୍ୟବସ୍ଥା କରିବା ଲାଗି ନିର୍ବାଚନ କମିଶନ ଆଗ୍ରହ ପ୍ରକାଶ କରିଛନ୍ତି। ନିର୍ବାଚନ ଗଣତନ୍ତ୍ରରେ ଭାଗୀଦାରି ବଢ଼ାଇବାରେ ଏହା ବଡ଼ ପରିବର୍ତ୍ତନ ଆଣିପାରିବ ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri