Posted inଜାତୀୟ

ଉଜବେକିସ୍ତାନକୁ ତଥ୍ୟ ମାଗିଲା ଭାରତ

ନୂଆଦିଲ୍ଲୀ,୩୦ା୧୨:ଉତ୍ତର ପ୍ରଦେଶର ନୋଏଡାରେ ମାରିଓନ୍‌ ବାୟୋଟେକ୍‌ ପକ୍ଷରୁ ପ୍ରସ୍ତୁତ ଡୋକ୍‌-୧ ମ୍ୟାକ୍ସ ସିରପ୍‌ ସେବନ କରି ଉଜ୍‌ବେକିସ୍ତାନର ୧୯ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ଆସିବା ପରେ ଭାରତ ସରକାର କଡ଼ା ଅଭିମୁଖ୍ୟ ଦେଖାଇଛନ୍ତି। କେଉଁ ପରିସ୍ଥିତିରେ ଶିଶୁମାନଙ୍କ ମୃତ୍ୟୁ ଘଟିଛି ସେନେଇ ଉଜ୍‌ବେକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ତଦନ୍ତ ସମ୍ପର୍କିତ ବିସ୍ତୃତ ତଥ୍ୟ ମଗାଯାଇଥିବା ଗୁରୁବାର ବହିର୍ବ୍ୟାପାର ମନ୍ତ୍ରଣଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ସୂଚନା ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ବାଗ୍‌ଚୀ କହିଛନ୍ତି, ଉଜ୍‌ବେକିସ୍ତାନରେ ଉକ୍ତ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ କନ୍‌ସୁଲାର ସହାୟତା ପ୍ରଦାନ କରାଯାଉଛି। ଏହି ପ୍ରସଙ୍ଗକୁ ଉଜ୍‌ବେକିସ୍ତାନ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀର ନଜରକୁ ଆଣିନାହାନ୍ତି। ସେହିପରି ସ୍ବାସ୍ଥ୍ୟ ମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ କହିଛନ୍ତି, ଖବର ମିଳିବା ମାତ୍ରେ ଉକ୍ତ କମ୍ପାନୀର ନୋଏଡା ଫାସିଲିଟିରୁ କଫ୍‌ ସିରପ୍‌ ନମୁନା ସଂଗ୍ରହ କରାଯାଇଛି। ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନେଇଜେଶନ(ସିଡି-ଏସ୍‌ସିଓ) ଏବଂ ୟୁପି ଡ୍ରଗ୍‌ କଣ୍ଟ୍ରୋଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଉଜ୍‌ବେକିସ୍ତାନର ଜାତୀୟ ଡ୍ରଗ୍‌ ନିୟନ୍ତ୍ରକ ସହ ସିଡି-ଏସ୍‌ସିଓ ନିୟମିତ ଯୋଗସୂତ୍ରରେ ରହିଛି। ରିପୋର୍ଟ ମିଳିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାଣ୍ଡବ୍ୟ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷେ ମାରିଓନ୍‌ ବାୟୋଟେକ୍‌ର ଜଣେ ଆଇନଗତ ପ୍ରତିନିଧି କହିଛନ୍ତି, ଶିଶୁଙ୍କ ମୃତ୍ୟୁକୁ ନେଇ ମର୍ମାହତ। କମ୍ପାନୀ ଡୋକ୍‌-୧ ମ୍ୟାକ୍ସ ସିରପ୍‌ ଉତ୍ପାଦନ ବନ୍ଦ କରିଦେଇଛି।
ପ୍ରକାଶ ଯେ, ୨୦୧୨ରେ ଉଜ୍‌ବେକିସ୍ତାନରେ ପଞ୍ଜୀକୃତ ମାରିଓନ୍‌ ବାୟୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର କଫ୍‌ ସିରପ୍‌ ସେବନ କରିବା ପରେ ୧୯ ଶିଶୁ ଆଖିବୁଜି ଦେଇଥିବା ବୁଧବାର ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତିରେ କହିଥିଲା। ସେଠାକାର ଔଷଧ ଦୋକାନଗୁଡ଼ିକରେ ଡୋକ୍‌-୧ ମ୍ୟାକ୍ସ ସିରପ୍‌ ଓ ଟାବ୍‌ଲେଟ୍‌ ବିକ୍ରିକୁ ନିଷେଧ କରାଯାଇଛି। ଗତ ଅକ୍ଟୋବରରେ ହରିୟାଣାର ମେଡେନ୍‌ ଫାର୍ମା ନିର୍ମିତ ୪ କଫ ସିରପ ପିଇବା ପରେ ଗାମ୍ବିଆର ୬୬ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେବା ପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଭାରତୀୟ ଔଷଧକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri